ପୁରା ଘର ନଷ୍ଟ ହୋଇଯାଏ ଏହି ଗୋଟିଏ ଗଛ ଘରେ କେବେ ବି ଲଗାନ୍ତୁ ନାହିଁ ଖାସ କରି ମହିଳାମାନେ ଜାଣନ୍ତୁ |

ଶାସ୍ତ୍ର ଅନୁସାରେ ଗଛ ଲତା ଆମ ଜୀବନ ରୁ ବାଧା ବିଘ୍ନ କୁ ଦୂର କରିଥାନ୍ତି | ଧନ ପ୍ରାପ୍ତିରେ ମଧ୍ୟ ସହାୟତା କରିଥାନ୍ତି, ଗଛ ଲତା ଅନେକ ଦିବ୍ୟ ଶକ୍ତି ରହିଥିବାର ମାନ୍ୟତା ମଧ୍ୟ ରହିଛି | ଗଛ ରେ ଶ୍ରୀକୃଷ୍ଣ, ମାତା ଲକ୍ଷ୍ମୀ ଆଦି ସମସ୍ତ ଦେବି ଦେବତାଙ୍କ ବାସ ହୋଇଥାଏ | ଖାସ କରି ଯଦି ଓସ୍ତ ଗଛ କଥା କହିବା ତେବେ ସେଥିରେ ସମସ୍ତ ଦେବି ଦେବତା ଏବଂ ସକାରାତ୍ମକ ଉର୍ଜାର ଅଧିକ ସଂଚାର ହୋଇଥାଏ | ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ 4 ଏମିତି ଗଛ ବିଷୟରେ କହିବୁ ଯାହାକୁ ଲଗେଇବା ଦ୍ୱାରା ଆପଣଙ୍କ ଜୀବନ ରୁ ଦରିଦ୍ରତା, ନଜର ଦୋଷ, ନିର୍ଦ୍ଧନତା ଆଦି ସମସ୍ୟା ରୁ ମୁକ୍ତି ମିଳିଯିବ | ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଗଛ ବିଷୟରେ..

1.ଶିବଲିଙ୍ଗ ଗଛ ; ଏହି ଗଛ ଅତ୍ୟନ୍ତ ଦୁର୍ଲଭ ହୋଇଥାଏ, ପ୍ରାୟତଃ ଏହାକୁ ପାଇବା ବହୁତ କଷ୍ଟକର କିନ୍ତୁ ବେଳେ ବେଳେ ଏହା ମିଳି ମଧ୍ୟ ଯାଏ | ତେବେ ବନ୍ଧୁଗଣ ଏହି ଗଛ କୁ ସ୍ୱୟଂ ଭଗବାନ ଶଙ୍କର ନିଜର ରୂପ ବୋଲି କହିଛନ୍ତି | ଏହି ଗଛର ମଞ୍ଜି ସାକ୍ଷାତ ଶିବଲିଙ୍ଗ ପରି ଦେଖିବାକୁ ତେଣୁ ଏହି ଗଛ ଯାହାଙ୍କ ଘରେ ଥାଏ ସେ ଧନ ବାନ ହୋଇଯାଏ | ଏହି ଗଛ ଲଗେଇବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାଏ ଏବଂ ଏହାଦ୍ୱାରା ଘରେ କେବେ ବି ଅର୍ଥରେ ଅଭାବ ହୁଏ ନାହିଁ |

2.ମଧୁମାଳତୀ ; ଏହି ଗଛର ଫୁଲର ସୁଗନ୍ଧ ରେ କେହି ବି ଆକର୍ଷିତ ହୋଇଥାନ୍ତି | ଏହା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାଏ, ଏହାର ମାଳା ଅନେକ ଦେବି ଦେବତାଙ୍କୁ ଅର୍ପଣ କରାଯାଏ | ତେବେ ଏହି ଗଛ ଯେଉଁ ବ୍ୟକ୍ତିଙ୍କ ଘରେ ଲାଗିଥାଏ ସେଇଠି ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଏବଂ ଚିରନ୍ତର ପାଇଁ ମା ଲକ୍ଷ୍ମୀଙ୍କ ସେହି ଘରେ ବାସ ହୋଇଥାଏ | ତେବେ ଏହି ଗଛ ଲଗେଇବା ଦ୍ୱାରା ବ୍ୟକ୍ତି ଧନବାନ ହୋଇଯାଏ |

3.କନିଆରୀ ଗଛ ; ବନ୍ଧୁଗଣ 100 ସ୍ଵର୍ଣ ମୁଦ୍ରା ଦାନ କରିବା ଯାହା ଗୋଟିଏ ଅରଖ ଫୁଲ ଅର୍ପଣ କରିବା ସେଇଆ ହୋଇଥାଏ | ତେବେ 1000 ଟି ଅରଖ ଫୁଲ ଅର୍ପଣ କରିବା ଦ୍ୱାରା ଯେଉଁ ପୁର୍ଣ୍ୟ ମିଳେ ତାହା କେବଳ ଗୋଟିଏ କନିଆରୀ ଫୁଲ ରୁ ହିଁ ମିଳିଯାଏ | କନିଆରୀ ମାଳା ଗଣେଶ ଜୀ ଙ୍କୁ ଅର୍ପଣ କରିବା ଦ୍ୱାରା ଘରେ ଦରିଦ୍ରତା ଏବଂ ପୂର୍ବ ଜନ୍ମରେ ପାପ କ୍ଷୟ ହୋଇଯାଏ | ଏହା ଦ୍ୱାରା ମହାଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଏବଂ ଘରେ ଧନ ର ଅଭାବ କେବେ ବି ଦେଖିବାକୁ ମିଳେନାହିଁ |

4.ଭୃସଙ୍ଗ ଗଛ ; ଏହି ଗଛ ଅନେକ ଲୋକ ମିଠା ନିମ ଗଛ ମଧ୍ୟ କହିଥାନ୍ତି | ଏହି ଗଛ ଲଗେଇବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ପ୍ରଭାବିତ ହୋଇଥାଏ | ଏହି ଗଛ କୁ ଲଗେଇବା ଦ୍ୱାରା ଶନି ରାହୁ କେତୁ ତିନି ଗ୍ରହ ପ୍ରସନ୍ନ ରହିଥାନ୍ତି |

କେଉଁ ଗଛ ଘରେ ଲଗେଇବା ଦ୍ୱାରା ଘର ବର୍ବାଦ ହୋଇଥାଏ?

କିଛି ଲୋକଙ୍କ ଘରେ ଅରଖ ଗଛ ଲାଗିଥାଏ କିନ୍ତୁ ଆପଣଙ୍କୁ କହିରଖୁଛୁ କି ଶାସ୍ତ୍ର ଅନୁସାରେ ଯେଉଁ ଗଛରୁ କ୍ଷୀର ପରି ପଦାର୍ଥ ବାହାରେ ତାକୁ ଘରେ ଲଗେଇବା ଅଶୁଭ ହୋଇଥାଏ | କିଛି ଲୋକ ଘରେ ଖଜୁରୀ ଗଛ ଲଗେଇଥାନ୍ତି କିନ୍ତୁ ଏହା ଲଗେଇବା ଦ୍ୱାରା ନକାରାତ୍ମକ ଉର୍ଜା ପ୍ରଭାବିତ ହୋଇଥାଏ | ଏମିତି ରେ ତ ଘରେ ଓସ୍ତ ଗଛ ଲଗାଯାଏଁ ନାହିଁ କିନ୍ତୁ ବରଷା ଋତୁ ରେ ପ୍ରାୟତଃ ଘର କାନ୍ଥ ରେ ଉଠିଯାଏ | କିନ୍ତୁ ଏହା ରହିବ ଭଲ ନୁହେଁ ଅଶୁଭ ହୋଇ ଥାଏ |

ଯେଉଁ ଗଛ ରେ କଣ୍ଟା ହୋଇଥାଏ ତାହା ମଧ୍ୟ ଘରେ ଲଗେଇବା ଉଚିତ ନୁହେଁ ଏହା ଦ୍ୱାରା ନକାରାତ୍ମକ ଉର୍ଜ ପ୍ରଭାବିତ ହୋଇଥାଏ | ତେବେ ଯଦି ଆପଣ ଗୋଲାପ ଲଗାଉଛନ୍ତି ତେବେ ଏହାକୁ ଘର ଛାତ ଉପରେ ଲଗାନ୍ତୁ | କଣ୍ଟା ଗଛ ଲଗେଇବା ଦ୍ୱାରା ଘରେ ଦରିଦ୍ରତା ଏବଂ ଉନ୍ନ୍ନତି ରେ ବାଧା ଆସିଥାଏ | ତେବେ ବନ୍ଧୁଗଣ ଘରର ଅଖା ପାଖ ରେ କେବେ ବି ତେଲୁଲି ଗଛ ଲଗେଇବା ଉଚିତ ନୁହେଁ ବାସ୍ତୁ ଅନୁସାରେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ | ଏହା ଦ୍ୱାରା ଘର ପରିବାର ରେ ରୋଗ ବାଧ୍ୟ ବ୍ୟାପି ଥାଏ |

Leave a Reply

Your email address will not be published. Required fields are marked *