ଯଦି ଘରେ ବାରମ୍ବାର ହୋଇଥାଏ ଅକାଳ ମୃତ୍ୟୁ ତେବେ ଆସିଯାଏ ଦାରିଦ୍ରତା । ଜାଣନ୍ତୁ ଏହି ୧୦ଟି ମୁଖ୍ୟ କାରଣ

ଘରେ ଏହି କିଛି ଭୁଲ କରିବା ଉଚିତ ନୁହେଁ ନଚେତ ପୁରା ଘର ବର୍ବାଦ ହୋଇଯିବ । ତେବେ ଶାସ୍ତ୍ରରେ ଏପରି ପାଞ୍ଚଟି ବଡ଼ ଭୁଲ ବିଷୟରେ କୁହାଯାଇଛି ଯାହାକୁ ଆଦୋୖ କରିବା ଉଚିତ ନୁହେଁ । ନଚେତ ଦାରିଦ୍ର୍ୟତା ଆସିଥାଏ ।

୧ . ଘରେ ଏକାଧିକ ଛୁରୀ ଏବଂ ଧାରୁଆ ଅସ୍ତ୍ର ରଖିବା ଉଚିତ ନୁହେଁ । ଏହାଦ୍ୱାରା ନକରାତ୍ମକତା ବଢିଥାଏ । ଘରେ ସର୍ବଦା ଝଗଡ଼ା ସୃଷ୍ଟି ହୋଇଥାଏ । ସକାଳ ସମୟରେ ଛୁରୀ କିମ୍ବା ଅନ୍ୟ କୌଣସି ଧାରୁଆ ଅସ୍ତ୍ର ଧରିବା ଉଚିତ ନୁହେଁ । ରୋଷେଇ ଘରେ ମଧ୍ୟ ଏକାଧିକ ଛୁରୀ କିମ୍ବା ଧାରୁଆ ଅସ୍ତ୍ର ରଖିବା ଉଚିତ ନୁହେଁ । ଏହାଦ୍ବାରା ଦିନ ସାରା ଧନହାନୀ ହୋଇଥାଏ ।

୨ . କଣ୍ଟାଯୁକ୍ତ ଗଛ :-

ଯଦି ଆପଣ ଘରେ କିମ୍ବା ଘର ବାହାରେ କଣ୍ଟାଯୁକ୍ତ ଗଛ ରଖିଛନ୍ତି କିମ୍ବା ରହିଛି ତାହାକୁ ନବରାତ୍ରୀ ପୂର୍ବରୁ ହିଁ ହଟାଇ ଦିଅନ୍ତୁ । କାରଣ ଏହି ଗଛ ନକରାତ୍ମକତାର କାରଣ ହୋଇଥାଏ । ଏହାଦ୍ବାରା ଘର ଅପବିତ୍ର ହୋଇଥାଏ ଏବଂ ଅପବିତ୍ର ଘରକୁ ମାତା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ । ଏହାବ୍ୟତୀତ ବୁଢିଆଣି ଜାଲ ଥିଲେ ତାହାକୁ ହଟାଇ ଦିଅନ୍ତୁ ଏବଂ ଘରକୁ ଲୁଣ ପାଣିରେ ପୋଛା ମାରି ସଫା କରନ୍ତୁ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଏ ।

୩ . ସାଧରଣତଃ ଘରର ମହିଳା ମାନେ ମାସିକ ଧର୍ମ ସମୟରେ ରୋଷେଇ , ପୂଜାପାଠ କିମ୍ବା ଗଛରେ ପାଣି ଦେବା ଉଚିତ ନୁହେଁ । ନଚେତ ସେହି ଗଛ ଶୁଖି ଯାଏ । ଏହାବ୍ୟତୀତ ମାତା ଲକ୍ଷ୍ମୀ ମଧ୍ୟ ସେହି ଘରକୁ ଆସନ୍ତି ନାହିଁ । ତେଣୁ ମାସିକ ଧର୍ମ ସମୟରେ ମହିଳା ମାନେ ଏହି କାମ କରିବା ଉଚିତ ନୁହେଁ ।

୪ . ଘରେ କେବେବି ଭଙ୍ଗା ଇଟା ପଥର , କିମ୍ବା ଭଙ୍ଗା ବାସନ , କାଚ , ଆଇନା ଭଳି ଜିନିଷ ଆଦୌ ରଖିବା ଉଚିତ ନୁହେଁ । କାରଣ ଏହାଦ୍ୱାରା ମାତା ଲକ୍ଷ୍ମୀ ରୁସ୍ଟ ହୋଇ ଯାଆନ୍ତି ଏବଂ ଦାରିଦ୍ର୍ୟତା ଆସିଥାଏ । ଘରର ବୁଢିଆଣି ଜାଲ ରହିଲେ ମଧ୍ୟ ଦାରିଦ୍ର୍ୟତା ଆସିଥାଏ ।

୫ . ଘରେ କଦଳୀ ଗଛ ଅଧିକ ବଡ଼ ଲଗାଇବା ଉଚିତ ନୁହେଁ । ଏହାବ୍ୟତୀତ ଘରର ଅଶ୍ୱତ୍ଥ ବୃକ୍ଷ ମଧ୍ୟ ଲଗାଇବା ଉଚିତ ନୁହେଁ ।

୬ . ବାସ୍ତୁ ଶାସ୍ତ୍ର ଅନୁସାରେ ଭୋଜନ ତିଆରି କରିବା ପୂର୍ବରୁ ରୋଷେଇ ଘରକୁ ଭଲଭାବରେ ସ୍ୱଚ୍ଛ କରିବା ଉଚିତ । ରୋଷେଇ ଘରେ ଭଙ୍ଗାରୁଜା ବାସନ ରହିବା ମଧ୍ୟ ଦାରିଦ୍ର୍ୟତାର କାରଣ ହୋଇଥାଏ । ଏହାସହିତ ଭଙ୍ଗା ବାସନରେ ଭୋଜନ କଲେ ଦୁର୍ଭାଗ୍ୟ ଆସିଥାଏ । ରାତ୍ରି ସମୟରେ ଭୋଜନ ପରେ ରୋଷେଇ ଘରେ କେବେବି ଅଇଁଠା ବାସନ ଛାଡ଼ିବା ଉଚିତ ନୁହେଁ । କାରଣ ତାହାଦ୍ୱାରା ରୋଷେଇ ଘରର ବାତାବରଣ ଖରାପ ହୋଇଯାଏ ।

୭ . ଶାସ୍ତ୍ର ଅନୁଯାୟୀ ସ୍ୱାମୀ ସ୍ତ୍ରୀ ଙ୍କ ରୁମକୁ କୌଣସି ଅନ୍ୟ ପୁରୁଷ କିମ୍ବା ଅନ୍ୟ ଲୋକକୁ ବାରମ୍ବାର ପ୍ରବେଶ କରବା ଉଚିତ ନୁହେଁ । ଏହାଦ୍ବାରା ପାରିବାରିକ ସମସ୍ୟା ଦେଖା ଦେଇପାରେ ।

୮ . ଅନେକ ମହିଳା ଏପରି ଅଛନ୍ତି ଯେଉଁମାନେ ଗୋଡ଼ରେ କବାଟ ଆଡେଇ ଦେବା କିମ୍ବା ବନ୍ଦ କରିବା କାର୍ଯ୍ୟ କରନ୍ତି । ଏହା ମଧ୍ୟ ଆଳସ୍ୟତା କାରଣରୁ ହୋଇଥାଏ । କିନ୍ତୁ ମନେ ରଖିବା ଉଚିତ ଯେ ଏପରି କରିବା ଦ୍ୱାରା ମଧ୍ୟ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଯାହାଦ୍ୱାରା ଘରେ ସମସ୍ୟା ଦେଖାଦିଏ ।

୯ . ଗୁରୁବାରର ସମ୍ବନ୍ଧ ଗୁରୁ ଗ୍ରହ ସହିତ ହୋଇଥାଏ । ତେଣୁ ଏହିଦିନ କେଶ କାଟିବା ଦ୍ୱାରା ଆମକୁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ମାନ ସମ୍ମାନ ଏବଂ ଧନ ହାନୀ ହୋଇଥାଏ । କାରଣ ଗୁରୁବାର ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଦିନ ହୋଇଥାଏ । ତେଣୁ ଏହିଦିନ କେଶ କାଟିବା ଉଚିତ ନୁହେଁ । ଶନିବାରର ସମ୍ପର୍କ ଶନିଦେବଙ୍କ ସହିତ ରହିଛି । ତେଣୁ ଏହିଦିନ କେଶ କାଟିଲେ ଜୀବନରେ କିଛି ନା କିଛି ସମସ୍ୟା ଆସିଥାଏ । କେଶ କାଟିବା ପାଇଁ ବୁଧବାର , ଶୁକ୍ରବାର ଏବଂ ରବିବାର ସବୁଠାରୁ ଅଧିକ ଉତ୍ତମ ଦିନ ହୋଇଥାଏ ।

୧୦ . ଯେଉଁ ବ୍ୟକ୍ତି ଗରମ ତାୱାରେ ପାଣି ଢ଼ାଳି ଥାଏ ସେହି ଘରେ ଲଢ଼େଇ ଝଗଡ଼ା ବିବାଦ ଦେଖା ଦେଇଥାଏ । ତାୱା କରେଇକୁ ସବୁବେଳେ ପରିଷ୍କାର ରଖିବା ଉଚିତ । ଅପରିଷ୍କାର ରହିଲେ ଘରେ ଦୋଷ ଲାଗିଥାଏ ।

Leave a Reply

Your email address will not be published. Required fields are marked *