ସ୍ୱାମୀର ବସ୍ତ୍ର ଧୋଉଥିବା ମହିଳା ନିଶ୍ଚିତ ଜାଣି ନିଅନ୍ତୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ କଥା , ନଚେତ ପସ୍ତେଇବେ:-

ପ୍ରାୟତଃ ଅନେକ ଲୋକ ଘରେ ଅର୍ଥ ହାନୀ କିମ୍ବା ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯାହାର ଅନେକ କାରଣ ରହିଥାଏ । କୌଣସିବି ପରିସ୍ଥିତିରେ ମନୁଷ୍ୟକୁ ଏପରି ସ୍ନାନ କରିବା ଉଚିତ ନୁହେଁ । ନଚେତ ଘରକୁ ବର୍ବାଦି ଆସିଥାଏ । ମନୁଷ୍ୟ ନିଜେ କିଛି ଏପରି ଭୁଲ କରିଥାଏ ଯାହାଦ୍ୱାରା ତାକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ସ୍ନାନ କରିବା ମନୁଷ୍ୟ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ ।

ଅନେକ ଲୋକ ଅଛନ୍ତି ଯେଉଁମାନେ ସ୍ନାନ କରିବା ସମୟରେ ବାଲଟିରେ ପାଣି ଭର୍ତ୍ତି କରି ସ୍ନାନ କରନ୍ତି । ମାତ୍ର ସ୍ନାନ କରିବା ପରେ ବାଲଟିରେ ଅଧା ପାଣି ସେହିଭଳି ଛାଡ଼ି ଦିଅନ୍ତି । ଯାହା ଆଦୋୖ କରିବା ଉଚିତ ନୁହେଁ । ଯଦି ଘରର ଅନ୍ୟ କହି ସଦସ୍ୟ ସେହି ପାଣିରେ ସ୍ନାନ କରନ୍ତି ତେବେ ତାଙ୍କର ଆୟୁଷ କମିଥାଏ ଏବଂ ଜୀବନ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ ।

ସ୍ନାନ କରି ସାରିବା ପରେ ସର୍ବଦା ବାଲ୍ଟି ମଗକୁ ପାଣି ବାହାର କରି ଓଲଟାଇ ରଖିବା ଉଚିତ । ମାତ୍ର ଯଦି ଆପଣ ଏପରି ଭୁଲ କରନ୍ତି ତେବେ ଆପଣଙ୍କ ସହିତ ଆପଣଙ୍କ ପରିବାରକୁ ମଧ୍ୟ ଦୁଃଖ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏହାଦ୍ବାରା ପାଣି ନଷ୍ଟ ହେବା ସହିତ ଜୀବନ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ ।

ବିଶେଷ କରି କିଛି ପୁରୁଷ ଏପରି ଅଛନ୍ତି ଯେଉଁମାନେ ସ୍ନାନ କରି ସାରିବା ପରେ ନିଜର ଅନ୍ତ ବସ୍ତ୍ରକୁ ସେମିତି ରଖି ଦିଅନ୍ତି । ଯାହା ଆଦୋୖ ଉଚିତ ନୁହେଁ । ଏପରି କୁହାଯାଏ ଯେ କୌଣସି ବ୍ୟକ୍ତି ସେ ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ କେହିବି ନିଜର ଅନ୍ତ ବସ୍ତ୍ରକୁ ଅନ୍ୟକୁ ଧୋଇବାକୁ ଦେବା ଉଚିତ ନୁହେଁ । ନଚେତ ଏହାଦ୍ବାରା ନକରାତ୍ମକତା ଘରକୁ ଆସିଥାଏ ଏବଂ ମନୁଷ୍ୟ ମଧ୍ୟକୁ ଏହି ନକରାତ୍ମକତା ପ୍ରବେଶ କଲେ ତାହା ମନୁଷ୍ୟର କ୍ଷତି କରିଥାଏ ।

ତେଣୁ ନିଜର ଅନ୍ତ ବସ୍ତ୍ରକୁ ନିଜେ ହିଁ ଧୋଇବା ଉଚିତ । ଏମିତିକି ରାତି ସମୟରେ ଏହାକୁ ସଫା କରିବା ଉଚିତ ନୁହେଁ । ଅନେକ ମହିଳା କିମ୍ବା ପୁରୁଷ ସ୍ନାନ ପରେ ପୁଣିଥରେ ଗୋଡ଼ ଧୋଇଥାନ୍ତି । ସେମାନେ ଭାବିଥାନ୍ତି ଯେ ଶେଷରେ ଗୋଡ଼ ଧୋଇବା ଦ୍ୱାରା ସେମାନେ ଶୁଦ୍ଧ ହୋଇଯାଆନ୍ତି । ମାତ୍ର ତାହା ଆଦୋୖ ନୁହେଁ । କାରଣ ହିନ୍ଦୁ ଧର୍ମରେ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ସ୍ନାନ କରିବାର ବିଧାନ ରହିଛି । ତେଣୁ ଆପଣ ଯଦି ସ୍ନାନ କରି ସାରିବା ପରେ ପୁଣିଥରେ ଗୋଡ଼ ଧୋଉଛନ୍ତି ତେବେ ଆପଣ ଅପବିତ୍ର ହୋଇଯିବେ । ଅନେକ ମହିଳା ସ୍ନାନ କରି ଆସିବା ପରେ ତୁରନ୍ତ ସିନ୍ଦୁର ଲଗାଇଥାନ୍ତି । ଯାହା ଆଦୋୖ ଉଚିତ ନୁହେଁ ।

ଏପରି କରିବା ଦ୍ୱାରା ସେହି ମହିଳାଙ୍କ ସ୍ୱାମୀଙ୍କ ଆୟୁଷ କମିଥାଏ । ସ୍ନାନ କରି ଆସିବା ପରେ କିଛି ସମୟ ପରେ ସିନ୍ଦୁର ପିନ୍ଧିବା ଉଚିତ । ବିଶେଷ କରି କେଶ ଓଦା ଥିବା ସମୟରେ ସିନ୍ଦୁର ଲଗାଇବା ଉଚିତ ନୁହେଁ । କାରଣ ଏହାଦ୍ବାରା ନକରାତ୍ମକତା ଆସିଥାଏ । ସ୍ନାନ କରି ସାରିବା ପରେ ନେଲ କଟର କିମ୍ବା ଚୁଟି କାଟିବା ଏହିସବୁ କାମ କରିବା ଉଚିତ ନୁହେଁ ।

ଏହିସବୁ କାମ ସ୍ନାନ ପୂର୍ବରୁ ହିଁ କରିବା ଉଚିତ । ସ୍ନାନ କରିବାର ତୁରନ୍ତ ପରେ ଅଗ୍ନିକୁ ଛୁଇଁବା ଉଚିତ ନୁହେଁ । ଖାଲି ପେଟରେ ଗ୍ୟାସ କିମ୍ବା ଚୁଲିକୁ ନଛୁଇଁ ପ୍ରଥମେ କିଛି ଖାଦ୍ୟ ଖାଇ , ଅଗ୍ନି ଦେବଙ୍କୁ ପ୍ରାର୍ଥନା କରିସାରିବା ପରେ ହିଁ ଚୁଲି କିମ୍ବା ଗ୍ୟାସ ବ୍ୟବହାର କରନ୍ତୁ । ମହିଳା ମାନେ ସ୍ନାନ ପରେ ଓଦା କେଶରେ ସିନ୍ଦୁର ନାଇଁବା ଉଚିତ ନୁହେଁ , ଏହାଦ୍ବାରା ବର୍ବାଦି ଆସିଥାଏ ।

Leave a Reply

Your email address will not be published. Required fields are marked *