ସାରା ଜୀବନ ହେବ ନାହିଁ ଅର୍ଥର ଅଭାବ, ବାସ ତିଯୋରୀରେ ରଖିଦିଅନ୍ତୁ ଏହି 5 ଟି ଜିନିଷ ମଧ୍ୟରୁ କୋୖଣସି ବି ଏକ ଜିନିଷ

ଧନ ସମସ୍ତଙ୍କର ପ୍ରିୟ ହୋଇଥାଏ | ଲୋକ ଏହାକୁ ତିଯୋରୀରେ ବହୁତ ଯତ୍ନର ସହକାରେ ସାଇତିକି ରଖିଥାନ୍ତି | ଏହି ସମୟରେ ସମସ୍ତେ ଭଗବାନଙ୍କ ବାସ ଏଇ ପ୍ରାର୍ଥନା କରିଥାନ୍ତି ତାଙ୍କର ଏହି ଧନ ରାତାରାତି ଦୁଇଗୁଣ ହେଇଯାଉ ବୋଲି | ତାଙ୍କ ତିଯୋରୀରୁ ବେକାରରେ ପଇସା ଖର୍ଚ୍ଚ ନ ହେଉ ବୋଲି | କିନ୍ତୁ ସତରେ ଏମିତି ଯଦି ଆପଣ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ଉପାୟ କରିବାକୁ ପଡ଼ିବ | ବାସ୍ତୁ ଶାସ୍ତ୍ର ଠିକ ହେବାରେ ଘରେ ସକାରାତ୍ମକ ଉର୍ଜା ଆସିଥାଏ | ଏଥିରେ ମା ଲଷ୍ମୀ ଆକର୍ଷିତ ହୋଇଥାନ୍ତି |

ଆଜି ଆମେ ଆପଣଙ୍କୁ ଦେବୀ ଲକ୍ଷ୍ମୀଙ୍କୁ ଘରକୁ ଆଣିବା ପାଇଁ କିଛି ଚମତ୍କାର ଉପାୟ କହିବାକୁ ଯାଉଛୁ | ଏହି ଉପାୟରେ, ଆପଣଙ୍କୁ ଆପଣଙ୍କ ଟଙ୍କା ରଖୁଥିବା ସ୍ଥାନରେ ଯେମିତିକି ଆଲମାରୀ କିମ୍ବା ତିଯୋରୀରେ ଟଙ୍କା ସହିତ ଏକ ବିଶେଷ ଜିନିଷ ରଖିବାକୁ ପଡିବ |ଏହା କରିବା ଦ୍ୱାରା ଆପଣଙ୍କ ତିଯୋରୀ ସକରାତ୍ମକ ଶକ୍ତିରେ ପରିପୂର୍ଣ୍ଣ ହେବ | ଏବଂ ଏହାପରେ ଧନ ଦେବୀ ଲକ୍ଷ୍ମୀ ଆପଣଙ୍କ ଘରକୁ ଦୌଡ଼ି ଚାଲି ଆସିବେ | ତେବେ ଆସନ୍ତୁ ଜାଣିବା ତିଯୋରୀ କିମ୍ବା ଲକରରେ ପଇସା ସହିତ କେଉଁ କେଉଁ ଜିନିଷ ରଖିବା ଉଚିତ ଅଟେ |

ନୂଆ କରେନ୍ସୀ କିମ୍ବା ବିଶେଷ ସଂଖ୍ୟା ଵାଲା ନୋଟ୍ :-

ଯେତେବେଳେ ବଜାରରେ ଏକ ନୂଆ କରେନ୍ସୀ ନୋଟ୍ ଆସେ, ତେବେ ଆପଣ ଏହାକୁ ନିଜ ତିଯୋରୀରେ ସମ୍ଭାଳିକି ରଖନ୍ତୁ | ଏବଂ ସେହି ନୋଟକୁ କେବେ ଖର୍ଚ୍ଚ କରନ୍ତୁ ନାହିଁ | ସେହିଭଳି ଖାସ ନୋଟ ଵାଲା ନମ୍ବର ଯେମିତି 786 କୁ ମଧ୍ୟ ତିଯୋରୀରେ ରଖିବା ଉଚିତ | ଏହି ନମ୍ବରକୁ ଲକି ବୋଲି ବିବେଚନା କରାଯାଇଥାଏ | ଏହାକୁ ରଖିବା ଦ୍ୱାରା ଧନର ଆଗମନ ହୋଇଥାଏ |

ଛୋଟ ଦର୍ପଣ :-

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଆପଣଙ୍କୁ ନିଜ ତିଯୋରୀରେ ଏକ ଛୋଟ ଦର୍ପଣ ମଧ୍ୟ ରଖିବା ଉଚିତ ହୋଇଥାଏ | ଏହାକୁ ଆପଣ ଏମିତି ରଖିବେ ଯେମିତି ଆପଣ ଯେତେବେଳେ ବି ତିଯୋରୀ ଖୋଲିବେ ଆପଣଙ୍କୁ ସେହି ଦର୍ପଣରେ ତିଯୋରୀରେ ଥିବା ସମସ୍ତ ଜିନିଷ ଦେଖାଯାଉଥିବ | କୁହାଯାଏ ଏହା ଧନକୁ ଦ୍ୱିଗୁଣିତ କରିଥାଏ | ଏବଂ ଏହା ନିଜ ଆଡକୁ ଧନକୁ ଆକର୍ଷିତ କରିଥାଏ |

ଗଣେଶ-ଲଷ୍ମୀଙ୍କ ମୂର୍ତ୍ତି :-

ଯଦି ଆପଣ ଆପଣଙ୍କର ସମ୍ପତ୍ତିକୁ ଶୀଘ୍ର ବଢ଼ାଇବାକୁ ଚାହୁଁଛନ୍ତି, ତେବେ ଗଣେଶ ଏବଂ ଲକ୍ଷ୍ମୀମାତାଙ୍କ ମୂର୍ତ୍ତିକୁ ନିଜ ତିଯୋରୀରେ ରଖନ୍ତୁ | ଏହି ଦୁଇଜଣଙ୍କୁ ଏକାଠି ରଖିବା ଦ୍ୱାରା ଅର୍ଥ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାପ୍ତ କରେ | ତୁମର ଧନ କେବେ ଶେଷ ହୁଏ ନାହିଁ |

କଉଡ଼ି :-

ଯଦି ଟଙ୍କାକୁ ନେଇ ଆପଣଙ୍କ ଭାଗ୍ୟ ସର୍ବଦା ଖରାପ ରହିଥାଏ, ତେବେ ଆପଣ ନିଜ ତିଯୋରୀରେ କଉଡ଼ି ରଖିବା ଆରମ୍ଭ କରିଦିଅନ୍ତୁ | ଏହାର ବାସ୍ତୁ ଶାସ୍ତ୍ରୀରେ ବହୁତ ମହତ୍ୱ କୁହାଯାଇଛି | ଏହି କାରଣରୁ, ଏଥିରେ ପଇସାକୁ ନେଇ ଆପଣଙ୍କ ଭାଗ୍ୟ ଚମକି ଉଠିବ | ଆପଣଙ୍କୁ କିଛି କଉଡ଼ିକୁ ଏକ ଲାଲ କଲର କପଡାରେ ବନ୍ଦି ନିଜ ତିଯୋରୀରେ ରଖିବାକୁ ହେବ | ଏବଂ ଏହା ପରେ ଆପଣଙ୍କ ଭାଗ୍ୟରୁ ଟଙ୍କା ଜନିତ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ |

ଭଗବାନ କୁବେରଙ୍କ ମୂର୍ତ୍ତି :-

ମା ଲକ୍ଷ୍ମୀଙ୍କ ପରି ପ୍ରଭୁ କୁବେରଙ୍କୁ ଧନ ଏବଂ ସମୃଦ୍ଧିର ଦେବତା ବୋଲି କୁହାଯାଏ। ସେଥିପାଇଁ ଭଗବାନ କୁବେରଙ୍କ ପ୍ରତିମାକୁ ଆପଣ ନିଜ ତିଯୋରୀରେ ରଖିଲେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ | ଏହା ଆପଣଙ୍କ ଆଡକୁ ଟଙ୍କାକୁ ଆକର୍ଷିତ କରିଥାଏ | ଟଙ୍କା ବୃଦ୍ଧି ପାଇଥାଏ | ପରିବାର ସଦସ୍ୟଙ୍କର ଅଗ୍ରଗତି ହୋଇଥାଏ |

Leave a Reply

Your email address will not be published. Required fields are marked *