ନଭେମ୍ବର ୨୩ , ମାର୍ଗଶୀର ମାସ ଗୁରୁବାର ଗାଈକୁ ଖୁଆଇ ଦିଅନ୍ତୁ ଏହି ଗୋଟିଏ ଜିନିଷ । ଦୂର ହେବ ପିତୃ ଦୋଷ ଏବଂ ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ :-

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ଏବଂ ଅମାବାସ୍ୟା ତିଥିକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଥାଏ । ଏହି ଦିନ ସ୍ନାନ ଦାନ ଏବଂ ତର୍ପଣର ଅନେକ ମହତ୍ତ୍ୱ ରହିଥାଏ । ଅମାବାସ୍ୟା ତିଥି ସାଧରଣତଃ ପିତୃଙ୍କୁ ଆହ୍ୱାନ ପାଇଁ ଏବଂ ଆଶୀର୍ବାଦ ପାଇଁ କରାଯାଇଥାଏ । ଯଦି ଗାଈର ସେବା ନିଃସ୍ୱାର୍ଥ ଭାବରେ କରାଯାଏ ତେବେ ପୁଣ୍ୟ ପ୍ରାପ୍ତ ହୋଇଥାଏ ।

ସନାତନ ଧର୍ମରେ ଗାଈକୁ ଲକ୍ଷ୍ମୀ ଭାବରେ ମାନା ଯାଇଥାଏ । ଗାଈର ସେବା କରିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଗାଈ ରଖିବାକୁ ଅସମର୍ଥ ହେଲେବି ଗାଈକୁ ପ୍ରତ୍ୟେକ ଦିନ କିଛି ନା କିଛି ନିଶ୍ଚୟ ଖୁଆଇବା ଉଚିତ । ମାତ୍ର ଗାଈକୁ ତିନୋଟି ଜିନିଷ ଆଦୋୖ ଖାଇବାକୁ ଦେବା ଉଚିତ ନୁହେଁ ।

ଅନେକ ଲୋକେ ଗାଈକୁ ପୂର୍ବ ଦିନର ବାସୀ ରୋଟି ଖୁଆଇଥାନ୍ତି । ମାତ୍ର ଏହାଦ୍ବାରା ଗାଈର ଅପମାନ ହୋଇଥାଏ । ତେଣୁ ଏପରି ଆଦୌ କରନ୍ତୁ ନାହିଁ । ଗାଈକୁ କେବେବି ପଚା ସଢ଼ା ଖାଦ୍ୟ ଖୁଆନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ପରିବାରରେ ଅଶାନ୍ତି ଦେଖା ଦେଇଥାଏ ଏବଂ ଶାରୀରିକ ସମସ୍ୟା ଦେଖା ଦେଇଥାଏ ।

ଯଦି ଆପଣ ଗାଈକୁ ବଳକା ଖାଦ୍ୟ କିମ୍ବା ପନିପରିବା ଚୋପା ଖାଇବାକୁ ଦେଉଛନ୍ତି ତେବେ ସେଥିରେ କିଛି ଭଲ ଖାଦ୍ୟ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଭୁଲରେ ବି କେବେ ଗାଈକୁ କ୍ଷୀର ଖୁଆଇବା ଉଚିତ ନୁହେଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରେ ବାସ କରିବା ଛାଡ଼ି ଦିଅନ୍ତୁ ।

ଯଦି ଆପଣ କୌଣସି ସ୍ଥାନରେ ଘର ବନାଇବାକୁ ଚାହୁଁଛନ୍ତି ତେବେ ସେହି ସ୍ଥାନରେ ପ୍ରଥମେ ୧୫ ଦିନ ପାଇଁ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ । କାରଣ ଗାଈର ସକାରାତ୍ମକ ଶକ୍ତି ଦ୍ୱାରା ସେହି ସ୍ଥାନ ପବିତ୍ର ହୋଇଯିବ । ଯଦି ଆପଣ କୌଣସି ସ୍ଥାନକୁ ଯିବା ସମୟରେ ରାସ୍ତାରେ ଗାଈ ବାଛୁରୀକୁ ସାଥିରେ ଦେଖୁଛନ୍ତି ତେବେ ଆପଣଙ୍କ କାମ ସଫଳ ହେବ । ଏହାବ୍ୟତୀତ ଯଦି ଆପଣଙ୍କ ଘର ଚାରିପଟେ ଗାଈ ବାଛୁରୀ ବୁଲୁଥିବାର ଦେଖୁଛନ୍ତି ତେବେ ଖୁବଶୀଘ୍ର ଆପଣଙ୍କ ଘରର ସଙ୍କଟର ସମାଧାନ ହେବାକୁ ଯାଉଛି ।

ଆପଣ ମାନଙ୍କୁ କହି ରଖୁଛୁ ଯେ ଯଦି ଆପଣ ଘରେ ଗାଈ ରଖିବାକୁ ଅସମର୍ଥ ତେବେ ଅତି କମରେ ଗାଈକୁ ରୋଟି ଖୁଆନ୍ତୁ ।ଗାଈ ଠାରୁ ପଞ୍ଚଗବ୍ୟ ଯଥା କ୍ଷୀର , ମୂତ୍ରା , ଘିଅ , ଦହି ଏବଂ ଗୋବର ଏହି ପାଞ୍ଚଟି ଜିନିଷ ଦ୍ୱାରା ସବୁ ପ୍ରକାରର ରୋଗର ଚିକିତ୍ସା କରାଯାଇ ପାରିବ । ଆପଣ ମାନେ ଜାଣିଥିବେ ଯେ ଗାଈ ଅନେକ ସମୟରେ ଅଇଁଠା ଖାଇଥାଏ ।

ତେବେ ଗାଈ ଦେହରେ ଅନେକ ଦେବତାଙ୍କ ବାସ ହେବା ସତ୍ତ୍ୱେ ବି ସେ ଅଇଁଠା ଖାଇବାର କାରଣ ହେଉଛି ତ୍ରେତୟା ଯୁଗରେ ମାତା ସୀତାଙ୍କ ଅଭିଶାପ । ତେଣୁ ଗୋମାତା ସେହି ଅଭିଶାପ କାରଣରୁ ଅଇଁଠା ଖାଆନ୍ତି । ମାତ୍ର ମନେ ରଖନ୍ତୁ ଯଦି ଆପଣ ଗାଈକୁ ନିୟମିତ ରୋଟି ଖୁଆଉଛନ୍ତି ତେବେ ଘର ଧନରେ ଭରିଯିବ ଏବଂ ସୁଖ ଶାନ୍ତି ମଧ୍ୟ ବଜାୟ ରହିବ ।

ଶାସ୍ତ୍ର ଅନୁଯାୟୀ ଘରେ ଜଳଖିଆରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୋଟିକୁ ଗାଈକୁ ଖୁଆଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଘରର ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ଗୁରୁବାର ଦିନ ରୋଟିରେ ଏକ ଚିମୁଟା ହଳଦୀ ମିଶାଇ ଗାଈକୁ ଖୁଆଇବା ଉଚିତ । କାରଣ ଗାଈକୁ ଗୁରୁ ଗ୍ରହ ସହିତ ତୁଳନା କରାଯାଇଛି । ଏହା ବେଶ ଭଲ ଫଳ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଜାତକରେ ଯେଉଁ ଗ୍ରହର ଦୋଷ ରହିଥିବ ତାହା ଠିକ ହୋଇଯିବ ।

Leave a Reply

Your email address will not be published. Required fields are marked *