ଜୀବନ,ମୃତ୍ୟୁ,ସୁଖ,ଦୁଃଖ ଏବଂ ଲାଭ, କ୍ଷତି, ଖୁସି ଏବଂ ଦୁଃଖ ଏହି ସବୁ ଜୀବନର ମହାତ୍ୱପୂର୍ଣ ଅଙ୍ଗ ଅଟେ | କେବେ ଜୀବନ ରେ ଖୁସି ର ବାଦଲ ରହିଥାଏ ପୁଣି କେବେ ଦୁଃଖର ବାଦଲ ବି ଘେରି ଯାଏ | ପ୍ରତ୍ୟେକ ବ୍ୟକ୍ତିର ଜୀବନ ରେ ଉଥାନ ପତନ ତ ନିଶ୍ଚିନ୍ତ ରହିଥାଏ,ଏହା ସବୁ ସମୟ ଚକ୍ର କାରଣ ରୁ ହୋଇଥାଏ | ସମୟ ଠାରୁ ବଳବାନ ଆଉ କେହି ବି ନାହାନ୍ତି, ସମୟ ଆଗରେ ସମସ୍ତେ ମୁଣ୍ଡ ନୁଆଇଁଛନ୍ତି | ଆପଣ ଆପଣଙ୍କ ଜୀବନ ରେ ଅନେକ ଲୋକ କୁ ଧନୀ ଗରିବ ଏବଂ ରଙ୍କର ରାଜା ବନିଥିବାର ମଧ୍ୟ ଦେଖିଥିବେ |
ସମୟ ସେହି ହତିଆର ହୋଇଥାଏ ଯାହାର ଘା କେହି ଭରିପାରିବେ ନାହିଁ | କିନ୍ତୁ ଆମେ କେମିତି ଜାଣିପାରିବା ସମୟ ଆମ ପାଇଁ କିପରି ହେବ |ସମୟ ଆମ ପାଇଁ ଖୁସି ଆଣିବ କି ସଙ୍କଟ, ଏହିପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ବି ଆସୁଥିବ ନିଶ୍ଚିନ୍ତ |
ସେଥିପାଇଁ ଆମେ ଆଜି ଏହି ପୋଷ୍ଟ ରେ ଏମିତି କିଛି ସଂକେତ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଜାଣିପାରିବେ କି ଆପଣ ସମୟ ଭଲ ହେବ କି ଖରାପ? ଥରେ ନାରଦ ମୁନି ମଧ୍ୟ ଶ୍ରୀକୃଷ୍ଣ ଙ୍କୁ ଏହି ସଂକେତ ବିଷୟରେ ପଚାରିଥିଲେ | ଏହାର ଉତ୍ତର ରେ ସ୍ୱୟଂ କୃଷ୍ଣ କହିଥିଲେ କି ସେ ନିଜେ ହିଁ ମନୁଷ୍ୟ ଙ୍କ ପାଇଁ ସଂକେତ ପଠେଇଥାନ୍ତି | ପଶୁ, ପକ୍ଷୀ ଙ୍କ ଦ୍ୱାରା, ପ୍ରକୃତି ଦ୍ୱାରା, ଶୁଭ ଅଶୁଭ ସଂକେତ ଦ୍ୱାରା ଏହା ଜଣାପଡିଥାଏ | ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ ଯାହା ସ୍ୱୟଂ ଭଗବାନ ଶ୍ରୀହରି କହିଛନ୍ତି
1. ଯଦି ଆପଣଙ୍କ ନିଦ ବ୍ରହ୍ମମୁହୂର୍ତ୍ତ ରେ ଖୋଲିଯାଏ,ଏବଂ ଏହିପରି ପ୍ରତୀତ ହୁଏ କି କେହି ଆପଣଙ୍କୁ କୌଣସି ଦିଗକୁ ନେଇଯାଉଛନ୍ତି | ତେବେ ବୁଝିଯାନ୍ତୁ ଆପଣଙ୍କ ପାଇଁ ସଫଳତା ର ନୁଆ ଦ୍ୱାର ଖୋଲିବାକୁ ଯାଉଛି | ଏହାର ଅର୍ଥ ଆପଣଙ୍କୁ ସବୁ କ୍ଷେତ୍ର ରେ ଆଗକୁ ବଢିବା ପାଇଁ ଭଗବାନ ଙ୍କ ସାଥ ନିଶ୍ଚିନ୍ତ ମିଳିବ |
2.ଆପଣ ଅନେକ ସମୟ ରେ ଧ୍ୟାନ ଦେଇଥିବେ କି ଆପଣ ବିନା କାରଣ ରେ ଖୁସି ହୁଅନ୍ତି ଆପଣଙ୍କ ଚେହେରା ଖୁସି ରେ ଅଛି | ଆପଣ କ୍ରୋଧ କୁ ଭୁଲିଯାନ୍ତି ଏହି ସଂକେତ ଦର୍ଶାଇଥାଏ କି ଆପଣ ଖୁସି ହେବାକୁ ଯାଉଛନ୍ତି | ଏହି ସମୟ ରେ ଆମକୁ ଭାବିନଥିବା ଜିନିଷ ହି ପ୍ରାପ୍ତ ହୋଇଯାଏ | ଆମ ମନରେ ଭଗବାନ ରହିଥାନ୍ତି ଏବଂ ଏହିପରି ହେବା ଭଗବାନ ପ୍ରସନ୍ନ ହେବାକୁ ଦର୍ଶାଇ ଥାଏ |
3.ଯଦି ବାରମ୍ବାର ଆପଣଙ୍କ ଘରକୁ ଗୋମାତା ଆସୁଛନ୍ତି, ମାଙ୍କଡ ଆପଣଙ୍କ ଘରୁ କିଛି ଚୋରି କରି ନେଇଯାଉଛି କିମ୍ବା ପକ୍ଷୀ ଆପଣଙ୍କ ଘରେ ବସା ବାନ୍ଧୁଛି ଅବା ବିଲେଇ ଆପଣଙ୍କ ଘରେ ଜନ୍ମ ଦେଉଛି | ତେବେ ଏହି ସଂକେତ ଦର୍ଶେଇଥାଏ କି ଆପଣ ବଳବାନ ହେବାକୁ ଯାଉଛନ୍ତି ଏବଂ ଆପଣଙ୍କର ଉନ୍ନତି ହେବାକୁ ଯାଉଛି |
4.ଯେମିତି ଆମେ ସମସ୍ତେ ଜାଣିଚୁ ଛୋଟ ପିଲାଙ୍କ ଦେହରେ ଭଗବାନ ଙ୍କ ବାସ ହୋଇଥାଏ | ତେବେ ଏମିତି ରେ ଯଦି ଆପଣଙ୍କୁ କୌଣସି ଛୋଟ ପିଲା ବାରମ୍ବାର ଦେଖିକି ହସୁଚି କିମ୍ବା ଆପଣଙ୍କ ଘର ଅଗଣାରେ ଖୁସିରେ ଖେଳୁଛି କିମ୍ବା ଛୋଟ ପିଲାର ଆଗମନ ହେଉଛି ତେବେ ଏହା ମଧ୍ୟ ଶୁଭ ସଂକେତ ହୋଇଥାଏ | ଏହାର ଅର୍ଥ ଆପଣଙ୍କ ଜୀବନ ରେ ନୂଆ ଖୁସି, ନୂଆ ସମ୍ପର୍କ ଆରମ୍ଭ ହେବାକୁ ଯାଉଛି |
5.ଯଦି ଆପଣଙ୍କର ପୁରୁଣା ରୋକି ହେଇଥିବା ଧନ, କିମ୍ବା ଆପଣଙ୍କ ସମସ୍ୟା ଏବଂ ଧନ ଆସିବାର ନୂଆ ବାଟ ଖୋଲିଯାଏ ତେବେ ବୁଝିଯାନ୍ତୁ କି ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ଆମଗନ ହୋଇଯାଇଛି ଆପଣ ନିକଟ ଭବିଷ୍ୟତରେ ଧନୀ ହେବାକୁ ଯାଉଛନ୍ତି |
6.ଯଦି ପୂଜା ଥାଳି ରେ ଫୁଲ କିମ୍ବା ଚନ୍ଦନ ଖସିପଡ଼େ କିମ୍ବା ଭଗବାନ ଙ୍କ ମୂର୍ତ୍ତି ଆପଣଙ୍କୁ ଦେଖି ହସୁଥିବାର ପ୍ରତୀତ ହୁଏ | ଅବା ଘରକୁ ପ୍ରିୟ ଅତିଥି ଆସିବା ଏବଂ ପୁରୁଷ ଙ୍କ ଡାହାଣ ଏବଂ ମହିଳାଙ୍କ ବାମ ଆଖି ଡ଼େଇଁବା ଅତ୍ୟନ୍ତ ଶୁଭ ହେବାର ସଂକେତ ହେଇଥାଏ |
7.ଯଦି ଆପଣ ଘରୁ କେଉଁ ଶୁଭ କାର୍ଯ୍ୟ ରେ ବାହାରିବା ସମୟ ରେ ରାସ୍ତାରେ ଗୋମାତା କିମ୍ବା କୌଣସି ସାଧୁ ସନ୍ଥ ଙ୍କ ଆଶୀର୍ବାଦ ମିଳେ | ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ ଏହାର ଅର୍ଥ ଆପଣ ଯେଉଁ କାର୍ଯ୍ୟ ରେ ଯାଉଛନ୍ତି ସେହି କାର୍ଯ୍ୟ ସଫଳ ହେବ|
8.ସନ୍ଧ୍ୟା ସମୟରେ ଯଦି କେହି ଆପଣଙ୍କୁ ଜଳପୂର୍ଣ ପାତ୍ର କିମ୍ବା କ୍ଷୀରରେ ଭରା ପାତ୍ର ଦେଉଛନ୍ତି କିମ୍ବା କୌଣସି ମିଠା ବସ୍ତୁ ଆପଣଙ୍କୁ ପ୍ରାପ୍ତ ହୋଇଯାଏ ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ |