ଏହି ଗୋଟିଏ ଦିନ ଆଦୋୖ ଛିଡାନ୍ତୁ ନାହିଁ ତୁଳସୀ ପତ୍ର , ଜୀବନ ସାରା କରିଥିବା ସବୁ ପୂଜା ହେବ ବ୍ୟର୍ଥ

ହିନ୍ଦୁ ଧର୍ମର ସବୁଠାରୁ ପବିତ୍ର ଗଛ ହେଉଛି ତୁଳସୀ ଗଛ । ଯେଉଁ ଘରେ ପ୍ରତ୍ୟେକ ଦିନ ତୁଳସୀ ଗଛର ଯତ୍ନ ଏବଂ ପୂଜା କରାଯାଏ ସେହି ଘରେ କେବେ ଦାରିଦ୍ର୍ୟତା ରହେ ନାହିଁ । କାରଣ ତୁଳସୀ ଗଛରେ ଦେବଦେବୀଙ୍କ ବାସ ହୋଇଥାଏ । ଏହାଦ୍ବାରା ଘରେ ସକାରାତ୍ମକତା ପ୍ରବେଶ କରେ ଏବଂ ନକରାତ୍ମକତା ନଷ୍ଟ ହୋଇଥାଏ । ପ୍ରତ୍ୟେକ ଦିନ ତୁଳସୀ ପତ୍ର ଖାଇବା ଦ୍ୱାରା ମନୁଷ୍ୟ ଅନେକ ପ୍ରକାରର ଗମ୍ଭୀର ରୋଗରୁ ମୁକ୍ତି ପାଇଥାଏ । ଯେଉଁ ଘରର ମହିଳା ପ୍ରତ୍ୟେକ ଦିନ ସ୍ନାନ କରି ତୁଳସୀରେ ଜଳ ଦେଇଥାଏ ସେହି ମହିଳା ସର୍ବଦା ସୁଖୀ ରହିଥାଏ । ଘରକୁ ସୁଖ ସମୃଦ୍ଧି ଆସିଥାଏ । ମାତ୍ର ଯେଉଁ ଘରେ ମହିଳା ତୁଳସୀ ପୂଜା କରନ୍ତି ନାହିଁ ସେହି ଘରେ ସର୍ବଦା କ୍ଳେଶ ରହିଥାଏ । ଭଗବାନ ବିଷ୍ଣୁଙ୍କର ତୁଳସୀ ଅତ୍ୟନ୍ତ ପ୍ରିୟ ଅଟେ ଏବଂ ବିନା ତୁଳସୀରେ ଭଗବାନ ବିଷ୍ଣୁ ଭୋଗ ଗ୍ରହଣ କରନ୍ତି ନାହିଁ । ମାତ୍ର ଘରେ ତୁଳସୀ ଗଛ ରଖିବାର ଅନେକ ନିୟମ ରହିଛି ଯାହାକୁ ସମସ୍ତେ ମାନିବା ଉଚିତ ।

ଯେଉଁ ସ୍ଥାନରେ ତୁଳସୀ ଗଛ ଥାଏ ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି । ବିଷ୍ଣୁ ପୁରାଣ ଅନୁଯାୟୀ ତୁଳସୀ ଗଛକୁ ଭଗବାନ ବିଷ୍ଣୁ ସର୍ବପ୍ରଥମେ ପୂଜା କରିଥିଲେ । ତେବେ ଶାସ୍ତ୍ରରେ ଏହାର ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି । ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଗଛ କେବେବି ଘରର ଛାତ ଉପରେ ରହିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଘରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ । ତେଣୁ ସାଧରଣତଃ ଏହାକୁ ଘର ସାମ୍ନାରେ ଲଗାଇଲେ ଭଲ ହୋଇଥାଏ । ଏହାଦ୍ବାରା ବାହାରର ବାୟୁ ତୁଳସୀ ପତ୍ରକୁ ସ୍ପର୍ଶ କରି ଘର ଭିତରକୁ ପ୍ରବେଶ କରିବା ଦ୍ୱାରା ସକାରାତ୍ମକ ଶକ୍ତି ବ୍ୟାପିଥାଏ । ଛାତ ଉପରେ ତୁଳସୀ ଗଛ ଲଗାଇଲେ ବାସ୍ତୁ ଦୋଷ ନିର୍ମାଣ ହୋଇଥାଏ । ଯେଉଁ ବ୍ୟକ୍ତିର ଜାତକରେ ବୁଧ ସମ୍ବନ୍ଧୀୟ ଦୋଷ ଥାଏ ସେମାନେ ଛାତ ଉପରେ ତୁଳସୀ ଗଛ ଲଗାଇବା ଆଦୋୖ ଉଚିତ ନୁହେଁ ।

ତୁଳସୀ ଗଛକୁ ଅନ୍ଧାର ସ୍ଥାନରେ ରଖିବା ଉଚିତ ନୁହେଁ ନଚେତ ଆର୍ଥିକ ସମସ୍ୟା ଆରମ୍ଭ ହୋଇଯାଏ । ତୁଳସୀ ଗଛକୁ ସର୍ବଦା ସେହି ସ୍ଥାନରେ ରଖିବା ଉଚିତ ଯେଉଁଠି ସମ୍ପୂର୍ଣ୍ଣ ଅନ୍ଧାରୁଆ ନଥିବ କିମ୍ବା ଟାଣ ସୂର୍ଯ୍ୟ କିରଣ ମଧ୍ୟ ପଡ଼ୁ ନଥିବ । ଏହାଦ୍ବାରା ତୁଳସୀ ଗଛ ସର୍ବଦା ସବୁଜ ଏବଂ ଭରପୁର ରହିଥାଏ । ତୁଳସୀ ଗଛ ପାଖରେ ଛୋଟ ମନ୍ଦିର କଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ମାତ୍ର ତୁଳସୀ ଗଛ ପାଖରେ ଗଣେଶ କିମ୍ବା ଶିବ ମୂର୍ତ୍ତି ରଖନ୍ତୁ ନାହିଁ । ତୁଳସୀ ଗଛକୁ ବେସମେଣ୍ଟରେ ମଧ୍ୟ ଲଗାଇବା ଉଚିତ ନୁହେଁ । ତୁଳସୀ ଗଛରେ ସର୍ବଦା ପରିଷ୍କାର ଏବଂ ପିଇବା ଉପଯୋଗି ପାଣି ଦିଅନ୍ତୁ । ନଚେତ ମାତା ତୁଳସୀଙ୍କ ଅପମାନ ହୋଇଥାଏ । ତୁଳସୀ ଗଛକୁ କେବେବି ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ । ବାସ୍ତୁ ଅନୁଯାୟୀ ଐଶାନ୍ୟ ଦିଗ ତୁଳସୀ ଗଛ ପାଇଁ ସବୁଠାରୁ ଶ୍ରେଷ୍ଠ ଅଟେ । ସର୍ବଦା ଅଯୁଗ୍ମ ସଂଖ୍ୟକ ତୁଳସୀ ଗଛ ଆପଣ ଲଗାଇବା ଉଚିତ ।

ତୁଳସୀ ଗଛ ପାଖରେ କେବେବି ଝାଡୁ , ଅଳିଆ କିମ୍ବା ଜୋତା ରଖିବା ଉଚିତ ନୁହେଁ । ଏହାଦ୍ବାରା ଗଛ ଚାରିପାଖର ବାତାବରଣ ନଷ୍ଟ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି । ତୁଳସୀ ଗଛ ଭିନ୍ନ ଭିନ୍ନ ପ୍ରକାରର ରହିଛି ମାତ୍ର ସାଧରଣତଃ ଘରେ ରାମ ଏବଂ କୃଷ୍ଣ ତୁଳସୀ ରଖାଯାଇଥାଏ । ରାମ ତୁଳସୀ ସବୁଠାରୁ ପବିତ୍ର ହୋଇଥାଏ ଏବଂ ଶଲିଗ୍ରାମ ସହିତ ଏହି ତୁଳସୀର ବିବାହ ହୋଇଥାଏ । ଯଦି ଘରେ ହଠାତ ତୁଳସୀ ଗଛ ଶୁଖିଯାଏ ତେବେ ତାହାକୁ ଅଶୁଭ ମାନା ଯାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ରୁସ୍ଟ ହୋଇଥିବା ମାନା ଯାଏ । ଏହାଦ୍ବାରା ଘରକୁ ନକରାତ୍ମକତା ଆସିଥାଏ ତେଣୁ ସେହି ସ୍ଥାନରେ ନୂଆ ତୁଳସୀ ଗଛ ଲଗାଇବା ଉଚିତ । ଯଦି ତୁଳସୀ ଗଛ ପାଖରେ କାହାର ମୃତ୍ୟୁ ହୋଇ ଯାଉଛି ତେବେ ସେହି ଗଛକୁ ବିସର୍ଜିତ କରିଦେବା ଉଚିତ ଏବଂ ସେହି ସ୍ଥାନରେ ନୂଆ ଗଛ ଲଗାଇ ଦିଅନ୍ତୁ ।

ଏକାଦଶୀ ଦିନଟି ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ସମର୍ପିତ ଥାଏ । ବିନା ତୁଳସୀରେ ବିଷ୍ଣୁଙ୍କ ପୂଜା ଅଧୁରା ହୋଇଥାଏ । କିନ୍ତୁ ଏକାଦଶୀ ଦିନ ତୁଳସୀ ଛିଡ଼ାଇବା ଉଚିତ ନୁହେଁ । ତେଣୁ ଏକାଦଶୀ ପୂଜା ପପାଇଁ ଆପଣ ଦଶମୀ ଦିନ ହିଁ ତୁଳସୀ ପତ୍ର ଛିଡ଼ାଇ ରଖି ଦିଅନ୍ତୁ । କାରଣ ତୁଳସୀ ପତ୍ର କେବେବି ବାସୀ ହୋଇ ନଥାଏ । ତୁଳସୀ ପତ୍ର ସାତ ଦିନ ପର୍ଯ୍ୟନ୍ତ ବାସୀ ହୁଏନାହିଁ । ଶାସ୍ତ୍ର ଅନୁଯାୟୀ ଏକାଦଶୀର ଆଗାମୀ ଦିନ ଅର୍ଥାତ ଦ୍ଵାଦଶୀ ଦିନ ଦେବୀ ତୁଳସୀଙ୍କ ଜନ୍ମ ତିଥି ହୋଇଥାଏ ବୋଲି କୁହାଯାଏ । ଏଥିପାଇଁ ଏହିଦିନ ମଧ୍ୟ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *