ସୋମବାର ବହୁତ ସୁନ୍ଦର ଦିନ ହୋଇଥାଏ, ଏହି ଦିନ ଭଗବାନ ଶିବ ଙ୍କୁ ସମର୍ପିତ ହୋଇଥାଏ | ଅନେକ ଲୋକ ଏହି ଦିନ ମହାଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ଉପବାସ କରିଥାନ୍ତି | କିନ୍ତୁ ଏମିତି କିଛି ଭୁଲ ଅଛି ଯାହାକୁ ଜାଣତ ରେ ହେଉ ଅବା ଅଜାଣତ ରେ କରିବା ଦ୍ୱାରା ମହାଦେବ ଅସନ୍ତୁଷ୍ଟ ହୋଇଯାନ୍ତି | ଆଜି ଆମେ ଆପଣଙ୍କୁ କହିବୁ ଏହିପରି କେଉଁ ଭୁଲ କରିବା ଦ୍ୱାରା ଦେବ ଙ୍କ ଦେବ ମହାଦେବ ଅପ୍ରସନ୍ନ ହୋଇଥାନ୍ତି | ହିନ୍ଦୁ ଧର୍ମ ରେ ସକାଳୁ ଉଠି ସ୍ନାନ ଆଦି ସାରି ଭଗବାନ ଙ୍କୁ ପୂଜା କରିବାର ପରମ୍ପରା ରହିଛି | ଏବଂ ଭଗବାନ ଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ଅର୍ଚନା ମଧ୍ୟ କରିଥାଉ | ହିନ୍ଦୁ ଧର୍ମ ରେ ବାର ମହତ୍ୱ ରହିଛି, ସୋମବାର ରେ ମହାଦେବ ଙ୍କୁ ପୂଜା ଅର୍ଚନା କରାଯାଇଥାଏ | ଏବଂ ଉପବାସ କରି ଭଗବାନ ଙ୍କୁ ପ୍ରସନ୍ନ କରାଯାଇଥାଏ | ଏହି ପ୍ରଥା ଆମ ଶାସ୍ତ୍ର ପୁରାଣ ରେ ମଧ୍ୟ ବର୍ଣିତ ରହିଛି
ଆପଣଙ୍କ ପରିଶ୍ରମ ଏବଂ ଭକ୍ତି କୁ ଦେଖି ଭଗବାନ ନିଜ ଭକ୍ତ ଙ୍କ ମନୋସ୍କାମନା ପୂରଣ କରିଥାନ୍ତି | ଯେବେ ବି ଉପବାସ କଥା ଉଠେ ସାରା ସଂସାର ରେ ସୋମବାର ର ବ୍ରତ ସାମ୍ନା କୁ ଆସିଥାଏ | ଏହି ଦିନ ଭଗବାନ ଶିବ ଙ୍କୁ ପ୍ରସନ୍ନ କରିବା ପାଇଁ ଉପବାସ କରାଯାଇଥାଏ | କିନ୍ତୁ ଉପବାସ କରିବା ଅନେକ ନିୟମ ମଧ୍ୟ ରହିଛି | ତେବେ ସୋମବାର ଦିନ ଉପବାସ କରିବା ସମୟ ରେ ଏହି ବିଶେଷ ନିୟମ କୁ ଦୃଷ୍ଟି ରେ ରଖିବା ଉଚିତ ଏହା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି | ତେବେ ଆସନ୍ତୁ ଜାଣିବା ସଠିକ ନିୟମ ବିଷୟରେ –
ଏହି ଭୁଲ କରନ୍ତୁ ନାହିଁ ନହେଲେ ମହାଦେବ କ୍ରୋଧିତ ହୋଇଯିବେ –
ସୋମବାର ଦିନ ଅନ୍ନ ର ସେବନ କରାଯାଏ ନାହିଁ ଏହି କଥା ପ୍ରାୟ ସମସ୍ତେ ଜାଣନ୍ତି | କିନ୍ତୁ କିଛି ଲୋକ ଫଳ ଆହାର ସେବନ କରିବା ସମୟ ରେ ଲୁଣ ସେବନ କରିଦିଅନ୍ତି | କିନ୍ତୁ ଆପଣଙ୍କୁ କହିରଖୁଛୁ ସୋମବାର ଦିନ ଲୁଣ ସେବନ କରିବା ଉଚିତ ନୁହେଁ | ସୋମବାର ଦିନ ବ୍ରହ୍ମଚର୍ଯ୍ୟ ର ପାଳନ କରିବା ଉଚିତ | ଏହି ଦିନ ସ୍ତ୍ରୀ କିମ୍ବା ପୁରୁଷ ସମ୍ପର୍କ ବନେଇବା ଉଚିତ ନୁହେଁ ନହେଲେ ମହାଦେବ କ୍ରୋଧିତ ହୋଇଯିବେ | ଆପଣଙ୍କ ବ୍ରତ ଖଣ୍ଡନ ହୋଇଯିବ କୌଣସି ଫଳ ମିଳିବ ନାହିଁ |
ସୋମବାର ଦିନ ବଡ ବୟସ୍କ ଲୋକ ଙ୍କୁ ଅପମାନ କରିବା ଉଚିତ ନୁହେଁ | ଏହି ଦିନ ପିତା ମାତା ଙ୍କୁ ସମ୍ମାନ କରିବା ଉଚିତ, ଏହା କରିବା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାନ୍ତି | ତେବେ ଯଦି ଆପଣ ବଡ ଲୋକ ଙ୍କୁ ଅସମ୍ମାନ କିମ୍ବା ଅପମାନ କରନ୍ତି ତେବେ ଆପଣଙ୍କୁ ବ୍ରତ ନଷ୍ଟ ହୋଇଯାଏ | ତେବେ ଧ୍ୟାନ ରଖନ୍ତୁ ଏହି ଦିନ କାହାକୁ ବି ଅପମାନ କରନ୍ତୁ ନାହିଁ | ବନ୍ଧୁଗଣ ସୋମବାର ଦିନ କୋଉଠି ବି ଲଢେଇ ଝଗଡା କିମ୍ବା ହିଂସା କରନ୍ତୁ ନାହିଁ | ଏହିପରି କରିବା ଦ୍ୱାରା ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି |
ସୋମବାର ଦିନ ଆମିଷ ଖାଇବା ଉଚିତ ନୁହେଁ ଏବଂ କୌଣସି ବି ଜୀବ ଜନ୍ତୁ କୁ ମାରିବା ଉଚିତ ନୁହେଁ | ସୋମବାର ଦିନ କୌଣସି ବି ଅପଶବ୍ଦ ଗାଳି ଗୁଲଜ କରନ୍ତୁ ନାହିଁ | ସୋମବାର ଦିନ କାହା ମନ ରେ ଦୁଃଖ କିମ୍ବା କଷ୍ଟ ଦେବା ମଧ୍ୟ ଉଚିତ ନୁହେଁ | ଏହିପରି କରିବ ଦ୍ୱାରା ଭଗବାନ ଶିବ ଙ୍କ କୋପର ସାମ୍ନା ଆପଣଙ୍କୁ କରିବାକୁ ପଡିପାରେ | ଏହା ସହିତ ସୋମବାର ଦିନ ମିଛ କିମ୍ବା କାହାକୁ ନିନ୍ଦା କରିବା ଉଚିତ ନୁହେଁ |
ସୋମବାର ବ୍ରତ ରେ କଣ କରିବା ଉଚିତ –
ସୋମବାର ଦିନ ସକାଳ ସନ୍ଧ୍ୟା ରେ ଭଗବାନ ଶିବ ଙ୍କୁ ପୂଜା କରିବା ଉଚିତ | ଏହି ଦିନ ଧୂପ ଦୀପ ଫୁଲ ଫଳ ଦେଇ ଭଗବାନ ଙ୍କୁ ପୂଜା ଅର୍ଚନା କରିବା ଉଚିତ | ଏହା ସହିତ ମହାଦେବ ଙ୍କୁ ଜଳ କିମ୍ବା କଞ୍ଚା କ୍ଷୀର ରେ ଅଭିଷେକ କରିବା ମଧ୍ୟ ସର୍ବ ଶ୍ରେଷ୍ଠ ହୋଇଥାଏ | ସୋମବାର ଦିନ ଶିବ ମନ୍ଦିର ଯାଇ ଗୋଟିଏ ନଡ଼ିଆ ନିଶ୍ଚିନ୍ତ ଅର୍ପଣ କରିବା ଉଚିତ | ସୋମବାର ଦିନ ଭଗବାନ ଶିବ ଙ୍କୁ ବେଲପତ୍ର,ଦୁଦୁରା ଅରଖ ଆଦି ଫୁଲ ଚଢେଇବା ଉଚିତ ହୋଇଥାଏ | ସୋମବାର ଦିନ ଭଜନ କୀର୍ତନ କରିବା ଉଚିତ | ସକାଳ ସନ୍ଧ୍ୟା ରେ ପୂଜା କରିବା ସହ ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ |