ଭୁଲରେ ଓଲଟା କପଡ଼ା ପିନ୍ଧିଲେ ମିଳିଥାଏ ଏହି ସାତୋଟି ସଙ୍କେତ , ଜାଣି ରଖନ୍ତୁ

ମନୁଷ୍ୟ ନିଜ ଅଜାଣତରେ ଅନେକ କିଛି କାମ କରି ବସିଥାଏ ଯାହାକୁ ସେ ଆଦୋୖ ଜାଣି ପାରି ନଥାଏ । ଯାହା ବାସ୍ତବରେ କିଛି ସଙ୍କେତ ଦିଗରେ ଇଙ୍ଗିତ କରିଥାଏ । ଜ୍ୟୋତିଷ ଶାସ୍ତ୍ରରେ ସେହି ସବୁ ଘଟଣା ଏବଂ ସଙ୍କେତ ବିଷୟରେ ଅନେକ କିଛି ବର୍ଣ୍ଣିତ ହୋଇଛି । ସେହିସବୁ ସଙ୍କେତ ଖୁବ ସହଜ ଥାଏ ମାତ୍ର ତାହାର ଅର୍ଥ ଅତ୍ୟନ୍ତ ଗଭୀର ହୋଇଥାଏ । ଅନେକ ସମୟରେ କିଛି ଅଜଣା ଶକ୍ତିର ପ୍ରଭାବ କାରଣରୁ ମନୁଷ୍ୟ ଦ୍ୱାରା ଅନେକ କିଛି ଘଟଣା ଘଟିତ ହୋଇଥାଏ । ଯାହାଦ୍ୱାରା ମନୁଷ୍ୟ ବିଚଳିତ ହୋଇଯାଏ । ମାତ୍ର ତାହାର କିଛି ଗୁରୁତ୍ତ୍ୱପୂର୍ଣ୍ଣ ସଙ୍କେତ ରହିଥାଏ । ସେଥିମଧ୍ୟରୁ କିଛି ଶୁଭ ସଙ୍କେତ ଥାଏ ଆଉ କିଛି ଅଶୁଭ ସଙ୍କେତ ହୋଇଥାଏ ।

ଅନେକ ସମୟରେ ମନୁଷ୍ୟ ଓଲଟା ପୋଷାକ ପିନ୍ଧିଥାଏ । ଏହିପରି ଥରେ ମାତା ଯଶୋଦା ଜଣେ ଋଷିଙ୍କୁ ଏହି ବିଷୟରେ ପଚାରିଥିଲେ ଯେ କୃଷ୍ଣ ଅନେକ ସମୟରେ ଓଲଟା କପଡ଼ା ପିନ୍ଧିଥାଏ । ଏହାର ଉତ୍ତରରେ ଋଷି ଜଣକ କହିଥିଲେ ଯେ ଅଜାଣତରେ ଓଲଟା କପଡ଼ା ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ । ସେ କହିଥିଲେ ଯେ ଅହି ବାଳକ ଆଗାମୀ ସମୟରେ ଖୁବ ମହାନ ଏବଂ ବଡ଼ କାର୍ଯ୍ୟ କରିବାକୁ ଯାଉଛି । ସେହିପରି ମଧ୍ୟ ବାସ୍ତବରେ ଯଦି ମନୁଷ୍ୟ କୌଣସି ପରିସ୍ଥିତିରେ ଅଜାଣତରେ ଓଲଟା ଡ୍ରେସ ପିନ୍ଧିଥାଏ ତେବେ ତାହା ଶୁଭ ହୋଇଥାଏ ।

୧ . ଯଦି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଅର୍ଥାତ ଚାକିରୀ କିମ୍ବା ବ୍ୟବସାୟ ପାଇଁ ବାହାରକୁ ଯାଉଛନ୍ତି ଏବଂ ଏହି ସମୟରେ ଭୁଲରେ ଓଲଟା ଡ୍ରେସ ପିନ୍ଧୁଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଆପଣ କାର୍ଯ୍ୟରେ ସଫଳ ହେବେ ।

୨ . ଯଦି ଆପଣ କୌଣସି ସମୟରେ ଅନ୍ୟମନସ୍କ ରହୁଛନ୍ତି ଏବଂ ଆପଣଙ୍କ ଦ୍ୱାରା କିଛି ଭୁଲ ଭଟକା ହୋଇଯାଉଛି ଏବଂ ସେହି ସମୟରେ ଆପଣ ବାରମ୍ବାର ଓଲଟା ଡ୍ରେସ ପିନ୍ଧୁଛନ୍ତି ତେବେ ଏହାର ଅର୍ଥ ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଏହାର ଅର୍ଥ ଆପଣଙ୍କୁ ବହୁତ ଜଲଦି କିଛି ଶୁଭ ଖବର ମିଳିବାକୁ ଯାଉଛି ।

୩ . ଯଦି ଛୋଟ ପିଲାମାନେ ବାରମ୍ବାର ଓଲଟା ଡ୍ରେସ ପିନ୍ଧୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ । ଏଭଳି ପିଲାଙ୍କ ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ହୋଇଥାଏ । ଏମାନେ ଜୀବନରେ ଅନେକ ଉନ୍ନତି କରିଥାନ୍ତି ଏବଂ ସବୁ କାର୍ଯ୍ୟରେ ସଫଳ ହୋଇଥାନ୍ତି ।

୪ . ଯଦି କେହି ବ୍ୟକ୍ତି ଖରାପ ନଜରର ଶିକାର ହୋଇଛନ୍ତି ତେବେ ସେହି ବ୍ୟକ୍ତିଙ୍କୁ ଶନିବାର ଦିନ ଓଲଟା ପୋଷାକ ପିନ୍ଧିବା ଉଚିତ । ଯଦି ଏପରି ସମ୍ଭବ ହୋଇ ପାରୁନାହିଁ ତେବେ ଭିତରେ ପିନ୍ଧୁଥିବା ପୋଷାକକୁ ଓଲଟା ଧାରଣ କରନ୍ତୁ । ଏପରି କଲେ ସେହି ବ୍ୟକ୍ତି ଉପରେ ପଡ଼ିଥିବା ଖରାପ ନଜର ମଧ୍ୟ ଓଲଟା ପଡ଼ିବ । ଯିଏ ଆପଣଙ୍କର ଖରାପ ଚାହୁଁଥିବ ସେହି ବ୍ୟକ୍ତିର ହିଁ ଖରାପ ହେବ । ତେଣୁ ଶନିବାର ଦିନ ଓଲଟା ଡ୍ରେସ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ ।

୫ . ଯଦି ଆପଣ କୌଣସି ନକରାତ୍ମକ ସ୍ଥାନ ଦେଇ ଆସୁଛନ୍ତି ତେବେ ଘରେ ପହଞ୍ଚି ଫ୍ରେସ ହୋଇ ପ୍ରଥମେ ପୋଷାକକୁ ଓଲଟା ପିନ୍ଧିବା ପରେ ତାହାକୁ ଠିକ କରି ପିନ୍ଧି ଦିଅନ୍ତୁ । ଏହାଦ୍ବାରା ଯଦି ଆପଣଙ୍କ ସୁଲଭ ଉପରେ କୋଉ ଖରାପ ନଜର ପଡ଼ିଥିବ ତେବେ ତାହା ଠିକ ହୋଇଯିବ ।

୬ . ଓଲଟା ଡ୍ରେସ ପିନ୍ଧିବା ଶୁଭ ସଙ୍କେତ ହୋଇଥାଏ । କିନ୍ତୁ ଯଦି ଆପଣ ରାତିରେ ଶୋଇବା ସମୟରେ ଓଲଟା ଡ୍ରେସ ପିନ୍ଧି ଶୁଅନ୍ତି ତେବେ ତାହା ଆଦୋୖ ଶୁଭ ହୋଇ ନଥାଏ । ଏହାର ଅର୍ଥ ଆଗାମୀ ସମୟରେ କିଛି ଖରାପ ଘଟିବାକୁ ଯାଉଛି ଏବଂ ଆପଣଙ୍କୁ ସାବଧାନ ରହିବା ଉଚିତ । ତେଣୁ ରାତିରେ ଶୋଇବା ପୂର୍ବରୁ ଏହି କଥା ପ୍ରତି ଖାସ ଧ୍ୟାନ ରଖନ୍ତୁ ।

୭ . ଯଦି ଆପଣ ଭୁଲରେ ଅଳଟା ଡ୍ରେସ ପିନ୍ଧି ମନ୍ଦିରକୁ ଚାଲି ଯାଉଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ନିକଟ ଭବିଷ୍ୟତରେ ଆପଣଙ୍କୁ ଧନ ଲାଭ ହେବାକୁ ଯାଉଛି । ନଚେତ ଆପଣଙ୍କ ଉପରକୁ ଆସୁଥିବା କୌଣସି ବଡ଼ ବିପଦ ଟଳି ଯାଇଛ ।

Leave a Reply

Your email address will not be published. Required fields are marked *