ପାପୁଲି ରେ ଏହିପରି X ର ଚି଼ହ୍ନ ଅଛି ତେବେ ଏହି ପୋଷ୍ଟ ଟିକୁ ନିଶ୍ଚିନ୍ତ ପଢନ୍ତୁ | ନଖରେ ଅଧା ଚନ୍ଦ୍ରର ଅର୍ଥ..

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଭବିଷ୍ୟତ ଦେଖିବାର କିଛି ବିଧି ବିଷୟ ରେ କୁହାଯାଇଛି ସେଥି ମଧ୍ୟ ରୁ ସମୁଦ୍ର ଶାସ୍ତ୍ର ଭବିଷ୍ୟ ଦେଖିବାର ଗୋଟିଏ ପ୍ରାଚୀନ ବିଜ୍ଞାନ ଅଟେ | ପୁରାଣ ଅନୁଯାୟୀ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁ ଙ୍କୁ ଏହି ଶାସ୍ତ୍ର ବିଷୟରେ କହିଥିଲେ ଏବଂ ଏହାକୁ ସମୁଦ୍ର ଦେବତା ଶୁଣି ପ୍ରଚାର ପ୍ରସାର କରିଥିଲେ ସେଥିପାଇଁ ଏହାକୁ ସମୁଦ୍ର ଶାସ୍ତ୍ର ବୋଲି କୁହାଯାଏ | ହାତର ରେଖା,ପର୍ବତ,ନଖର ଆକାର ଏବଂ ବିଭିନ୍ନ ଚିହ୍ନ ର ଗଭୀର ଅଧ୍ୟୟନ ଏବଂ ଅଭ୍ୟାସ ବଳ ରେ ଏହି ବିଜ୍ଞାନ ର ବିକାଶ ହୋଇଛି | ମନୁଷ୍ୟ ର ଶରୀର ରେ ଏବଂ ହାତ ରେ ହୋଇଥିବା ଚିହ୍ନ ରୁ ମନୁଷ୍ୟର ଭବିଷ୍ୟତ ଅତୀତ, ଏବଂ ତାର ସ୍ଵଭାବ ବିଷୟରେ ପରଖି ହୁଏ | ଆଜି ଆମେ ଆପଣଙ୍କୁ ହାତର ପାପୁଲି ରେ ଥିବା ଚିହ୍ନ ବିଷୟରେ କହିବୁ ତେବେ ଆସନ୍ତୁ ଜାଣିବା –

1.ଯେଉଁ ବ୍ୟକ୍ତିର ହାତ ରେ ଶଙ୍ଖ ଚିହ୍ନ ହୋଇଥାଏ,ତାଙ୍କୁ କେବେ ବି ଧନର ଅଭାବ ହୁଏ ନାହିଁ | ସେ ସର୍ବଦା ଦୃଢ ନିଶ୍ଚୟୀ ହୋଇଥାନ୍ତି ଏହି ପରି ହାତରେ ମାଛ ଚିହ୍ନ ଥିଲେ ସେହି ବ୍ୟକ୍ତି ସୌଭାଗ୍ୟ ଏବଂ ଐଶର୍ଯ୍ୟ ର ପ୍ରତୀକ ହୋଇଥାଏ | ଏହା ପିଲା ଦିନ ରୁ ହୋଇଥାଏ ଅବା ବୟସ ଅଧିକ ହେଲା ପରେ ମଧ୍ୟ ହୋଇଥାଏ ଯାହା ଦ୍ୱାରା ଭାଗ୍ୟ ବଦଳି ଯାଇଥାଏ |

2.ଯେଉଁ ବ୍ୟକ୍ତିର ହାତରେ ମନ୍ଦିର ଚି଼ହ୍ନ ଥାଏ ସେହି ବ୍ୟକ୍ତି ସମାଜ ରେ ମାନ ସମ୍ମାନ ଏବଂ କୀର୍ତି ପାଇଥାଏ | ଏହି ବ୍ୟକ୍ତି ବୁଦ୍ଧିମାନ ହେବା ସହ ଉତ୍ତମ ମାର୍ଗ ଦର୍ଶକ ହୋଇଥାନ୍ତି | ଚରିତ୍ର ଏବଂ ଧାର୍ମିକ ପ୍ରବୃତି ର ଲୋକ ଙ୍କ ହାତରେ ଧ୍ୱଜ ଚିହ୍ନ ରହିଥାଏ | ସ୍ୱସ୍ତିକ ଚିହ୍ନ ମଧ୍ୟ ଦୟାଳୁ ଏବଂ ସାତ୍ଵିକତା ର ପ୍ରତୀକ ଅଟେ |

3. ଖଣ୍ଡା, ତ୍ରିଶୂଳ ପରି ଚି଼ହ୍ନ ବୀର ମଣିଷ ଙ୍କ ପାପୁଲି ରେ ଦେଖିବାକୁ ମିଳିଥାଏ |ଏହି ମନୁଷ୍ୟ ବହୁତ ଶକ୍ତିଶାଳୀ ହୋଇଥାଏ, ଶାରୀରିକ ଏବଂ ମାନସିକ ସ୍ତର ରେ ସେମାନେ ବହୁତ ଷ୍ଟ୍ରଙ୍ଗ ହୋଇଥାନ୍ତି |

ଆସନ୍ତୁ ଜାଣିବା ପର୍ବତ ବିଷୟରେ –

ଆମ ଗ୍ରହ ରେ ଯେଉଁ ଗ୍ରହରୁ ସ୍ଥିତି ମଜବୁତ ହୋଇଥାଏ ସେହି ଗ୍ରହରୁ ଉଚ୍ଚତା ବି ଅଧିକ ହୋଇଥାଏ | ସେହି ପର୍ବତ ରେ କିଛି ବିଶେଷ ଚିହ୍ନ ହୋଇଥାଏ ଏବଂ ସେହି ଆଙ୍ଗୁଠି ଅପେକ୍ଷାକୃତ ବଡ ହୋଇଥାଏ | ଯଦି କୌଣସି ବ୍ୟକ୍ତିର ଅନାମିକା ଆଙ୍ଗୁଠି ବଡ ତେବେ ତାଙ୍କର ରବି ପର୍ବତ ର ଉଚ୍ଚତା ମଧ୍ୟ ଅଧିକ ହେବ | ଏହି ପରି ବ୍ୟକ୍ତି ପ୍ରସିଦ୍ଧ ଏବଂ ଗୁଣବାନ ହେବ | ଯେଉଁ ବ୍ୟକ୍ତିର ଶନି ପର୍ବତ ର ଉଚ୍ଚତା ଅଧିକ ହୋଇଥାଏ ସେମାନେ ପରିଶ୍ରମୀ ଏବଂ ଯଶ୍ୱସୀ ହୋଇଥାନ୍ତି |

ଯଦି ଗୁରୁ ପର୍ବତ ଉଚ୍ଚତା ଅଧିକ ହେବ ତେବେ ସେହି ବ୍ୟକ୍ତି କୁ ରାଜନୀତି,ଚାକିରୀ, ବ୍ୟବସାୟୀ କୌଣସି ବି କ୍ଷେତ୍ର ରେ କେହି ହରେଇ ପାରିବେ ନାହିଁ |ଯଦି ଶୁକ୍ର ପର୍ବତ ଉଚ୍ଚତା ଅଧିକ ହୁଏ ତେବେ ସେହି ବ୍ୟକ୍ତି ସଂଗୀତ ଏବଂ ଉନ୍ନତି ପ୍ରାପ୍ତ କରିଥାଏ | ବୁଧ ଥିବା ବ୍ୟକ୍ତି ପ୍ରଗତି କରିଥାନ୍ତି ଏବଂ ମଙ୍ଗଳ ପର୍ବତ ଅଧିକ ହେବା ବ୍ୟକ୍ତି ପ୍ରଶାସନିକ ସେବା ରେ ନିଯୁକ୍ତି ହୋଇଥାନ୍ତି |

ନଖରେ ଥିବା ଅଧା ଚନ୍ଦ୍ର ର ଅର୍ଥ –

ବାସ୍ତବ ରେ ଏହି ଅଧା ଚନ୍ଦ୍ର ନଖର ମୁଖ୍ୟ ଅଂଶ ହୋଇଥାଏ, ଏହି ଅର୍ଦ୍ଧ ଚନ୍ଦ୍ର ଥିବା ଜାଗାକୁ ଲାଟିନ ଭାଷାରେ ” ଲୁନୁଲା ” କୁହାଯାଏ | ଓଡ଼ିଆ ରେ ଅର୍ଦ୍ଧ ଚନ୍ଦ୍ର କୁହାଯାଏ, ଏହି ଲୁନୁଲା କେବଳ ସୋ ପାଇଁ ହୋଇନଥାଏ, ଏହା ଶରୀର ବିଷୟରେ ଅନେକ ରାଜ ଖୋଲିଥାଏ | ଯଦି ଆପଣଙ୍କୁ ଦଶ ଅଙ୍ଗୁଠି ରୁ 8 ଆଙ୍ଗୁଠି ରେ ଏହି ଧଳା ରଙ୍ଗ ର ଅଧା ଚାନ୍ଦ ରହିଛି ତେବେ ବୁଝାଯାଏ କି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି |

ଯଦି ଏଇ ଅଧା ଚାନ୍ଦ ଧୀରେ ଧୀରେ କମି କମି ଯାଉଛି ତେବେ ଆପଣ ଙ୍କୁ ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ | ଆସନ୍ତୁ ଜାଣିବା ଏହି ଅଧା ଚନ୍ଦ୍ରର ଅର୍ଥ, ନଖ ରେ ଏହି ଅଧା ଚାନ୍ଦ ଯେତେ ଧଳା ଏବଂ ସଫା ଦେଖାଯିବ ତାହାର ଅର୍ଥ ସେହି ବ୍ୟକ୍ତି ବହୁତ ସୁସ୍ଥ ଏବଂ ସବଳ ଅଛନ୍ତି |ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉ ବ୍ୟକ୍ତିର ନଖ ଚିକିଣିଆ ହୋଇଥାଏ ଏହିପରି ବ୍ୟକ୍ତି ଆର୍ଥିକ ଉନ୍ନତି କରିଥାନ୍ତି | ଯେଉ ସ୍ତ୍ରୀ ର ନଖ ନାଲି ଏବଂ ଚିକିଣିଆ ହୋଇଥାଏ ସେ ବହୁତ ସୌଭାଗ୍ୟ ଶାଳୀ ହୋଇଥାନ୍ତି |

Leave a Reply

Your email address will not be published. Required fields are marked *