ସାଧରଣତଃ ମନୁଷ୍ୟର ଭାଗ୍ୟ ତାର କର୍ମ ଅନୁଯାୟୀ ନିର୍ଦିଷ୍ଟ ହୋଇଥାଏ । କିନ୍ତୁ ମନୁଷ୍ୟ ନିଜ ଦୁର୍ଭାଗ୍ୟକୁ ଭାଗ୍ୟର ନାମ ଦେଇଥାଏ । ସାଧାରଣ ଭାବରେ କହିବାକୁ ଗଲେ ମନୁଷ୍ୟ ସବୁବେଳେ କର୍ମ ପଥରୁ ବିଚ୍ୟୁତ ହେବାର କାରଣ ହେଉଛି ଭୟ । ଭୟ କାରଣରୁ ସେ ସଫଳତା ପାଇ ପାରେନାହିଁ କିମ୍ବା କୌଣସି କାମ କରି ନଥାଏ । ତେବେ କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ମନୁଷ୍ୟ ନିଜ ଦୁର୍ଭାଗ୍ୟକୁ ସୌଭଗ୍ୟରେ ବଦଳାଇ ପାରିବ । ସାଧରଣତଃ ଯେତେବେଳେ କର୍ମ ପଥରୁ ବିଚ୍ୟୁତ ହେବାକୁ ଇଚ୍ଛା ହୁଏ କିମ୍ବା ଖରାପ ସମୟ ଆସିଥାଏ ସେତେବେଳେ ମନୋବଳକୁ ଦୃଢ଼ କରିବା ଉଚିତ ଏବଂ ଧୌର୍ଯ୍ୟ ରଖିବା ଉଚିତ । ତେବେ ମନୋବଳକୁ ଦୃଢ଼ କରିବା ପାଇଁ କିଛି ପୌରାଣିକ ପ୍ରୟୋଗ କାମରେ ଆସିଥାଏ ।
ଆଜି ଆମେ ଆପଣଙ୍କୁ ଲବଙ୍ଗ ଏବଂ ଅଳେଇଚର କିଛି ଉପାୟ ବିଷୟରେ କହିବୁ । ପ୍ରାଚୀନ ଶାସ୍ତ୍ରରେ ଏହାର ବିଭିନ୍ନ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଲବଙ୍ଗ ଏବଂ ଅଳେଇଚର ଅନେକ ମହତ୍ତ୍ୱ ରହିଛି ।ପୂଜାପାଠରେ ଏସବୁର ବିଶେଷ ମହତ୍ତ୍ୱ ରହିଛି । ଲବଙ୍ଗର ପ୍ରୟୋଗ ସ୍ୱାସ୍ଥ୍ୟ ଏବଂ ସ୍ୱାଦ ପାଇଁ ଲାଭଦାୟକ ହୋଇଥାଏ । ଜ୍ୟୋତିଷ ଉପାୟରେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇଥାଏ । ନିଜର ଭାଗ୍ୟକୁ ବଦଳାଇବା ପାଇଁ ଲବଙ୍ଗର କିଛି ଉପାୟକୁ କେହିବି ଆପଣେଇ ପାରିବେ ।
୧ . ଘରୁ ନକରାତ୍ମକ ଶକ୍ତିକୁ ସବୁଦିନ ପାଇଁ ହଟାଇବା ପାଇଁ ଲବଙ୍ଗର ଏକ ଉପାୟ କରି ପାରିବେ । ଶନିବାର କିମ୍ବା ରବିବାର ଦିନ ଧୂଆଁ ପାତ୍ରରେ ପାଞ୍ଚଟି ଲବଙ୍ଗ , ତିନୋଟି କର୍ପୂର ଏବଂ ତିନୋଟି ବଡ଼ ଅଳେଇଚ ନେଇ ଜଳାଇ ଦିଅନ୍ତୁ । ଯେତେବେଳେ ଅଗ୍ନି ଶିଖା ଉଠିବା ଆରମ୍ଭ କରିବ ସେତେବେଳେ ଏହାକୁ ସାରା ଘରେ ବୁଲାଇ ଦିଅନ୍ତୁ । ଏହା ପୁରା ଜଳିଯିବା ପରେ ଏହାର ଅଙ୍ଗାରକୁ ପାଣିରେ ମିଶାଇ ପୁରା ଘରେ ଜଳ ଛିଟା ମାରନ୍ତୁ । ଏହାଦ୍ବାରା ଘରର ନକରାତ୍ମକ ଶକ୍ତି ନାଶ ହେବ ଏବଂ ଘରର ମୁଖ୍ୟ ଦ୍ୱାରରେ ସକାରାତ୍ମକ ଶକ୍ତିର ବାସ ହେବ ।
୨ . ଶୁକ୍ର ଗ୍ରହ ସୁଖ ଶାନ୍ତି ସମୃଦ୍ଧି ଆଦିର ଗ୍ରହ ଅଟେ । ତେଣୁ ଜାତକରେ ଶୁକ୍ର ଗ୍ରହକୁ ବଜବୁତ କରିବା ପାଇଁ ଅଳେଇଚର ଏକ ପ୍ରୟୋଗ ନିଶ୍ଚିତ କରନ୍ତୁ । ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ଦିନ ହୋଇଥାଏ । ତେଣୁ ଏହିଦିନ ସବୁଜ ଅଳେଇଚ ବ୍ୟବହାର କଲେ ଶୁକ୍ରକୁ ବଳ ମିଳିଥାଏ । ତେଣୁ ଯଦି ଆପଣଙ୍କ ଶୁକ୍ର ଦୁର୍ବଳ ଅଛି ତେବେ ଏକ ପାତ୍ରରେ ପାଣି ନେଇ ସେଥିରେ ଦୁଇଟି ଅଳେଇଚ ପକାଇ ପାଣି ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ତାପରେ ସେହି ପାଣିକୁ ସାଧାରଣ ପାଣିରେ ମିଶାଇ ସ୍ନାନ କରନ୍ତୁ । ତାପରେ ଏକ ମନ୍ତ୍ର ଓଁ ଜୟନ୍ତୀ ମଙ୍ଗଳାକାରୀ ଭଦ୍ରକାଳୀ ଦୁର୍ଗା କ୍ଷମା ଶିବା ସ୍ୱାହା ର ଜପ କରନ୍ତୁ । ଏପରି କଲେ ଅପଣଙ୍କର ସବୁ ରୋଗ ଏବଂ ଶୋକ ଦୂର ହୋଇଯିବ ।
୩ . ଯଦି ଚାକିରୀ କିମ୍ବା ପାଠ ପଢ଼ା ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଶୁକ୍ରବାର କିମ୍ବା କୌଣସି ବାରରେ ଦୁଇଟି ଅଳେଇଚ ରୁ ଏକ ଦାନା ଏବଂ ଏକ ଛୋଟ ମିଶ୍ରୀ ଖଣ୍ଡ ନେଇ ଏକ ଅଶ୍ୱତ୍ଥ ବୃକ୍ଷ ତଳେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କର ଚାକିରୀ ଏବଂ ପାଠ ପଢ଼ା ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ ।
୪ . ଅନେକ ପରିଶ୍ରମ ପରେ ମଧ୍ୟ ଲୋକଙ୍କୁ ସଫଳତା ମିଳି ପାରେନାହିଁ । ସୁଯୋଗ ହାତରୁ ଯିବା ସହିତ ଆର୍ଥିକ ଚିନ୍ତା ଘେରି ରହିଥାଏ । ଏଭଳି ପରିସ୍ଥିତିରେ କୌଣସି ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ସମ୍ମୁଖରେ ସୋରିଷ ତେଲର ଦୀପ ଜଳାନ୍ତୁ ଆଉ ସେଥିରେ ଦୁଇଟି ଲବଙ୍ଗ ପକାଇ ଦିଅନ୍ତୁ। ଏହା ସହିତ ହନୁମାନ ଚାଳିଶା ପାଠ କରନ୍ତୁ । ହନୁମାନ ଭଗବାନଙ୍କୁ ନିଜର ସମସ୍ୟା ସମ୍ପର୍କରେ କୁହନ୍ତୁ ଏବଂ କାର୍ଯ୍ୟ କ୍ଷେତ୍ରରେ ମନ ଲଗାଇ କାମ କରନ୍ତୁ । ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ ।
୫ . ଯଦି ଆପଣ ସୁନ୍ଦର ସ୍ତ୍ରୀ ଚାହୁଁଛନ୍ତି ତେବେ ଏକ ଛୋଟ ଉପାୟ କରି ନିଅନ୍ତୁ । କୌଣସି ଗୁରୁବାର ଦିନ ଏକ କଞ୍ଚା ଅଳେଇଚକୁ ହଳଦିଆ କପଡ଼ାରେ ବାନ୍ଧି ଏକ ଗରିବକୁ ଦେଇ ଦିଅନ୍ତୁ କିମ୍ବା ତାହାକୁ ପାଖରେ କୌଣସି ମନ୍ଦିରରେ ରଖି ଆସନ୍ତୁ । ଏପରି କରିବା ଦ୍ୱାରା ସୁନ୍ଦର ସ୍ତ୍ରୀ ମିଳିବା ସହିତ ଚାକିରୀ କ୍ଷେତ୍ରରେ ମଧ୍ୟ ପଦୋନ୍ନତି ହୋଇଥାଏ ।