ସକାଳୁ ସକାଳୁ କଣ କରିବା ଦ୍ୱାରା ଗରିବୀ କେବେ ବି ଆମ ପାଖ ମାଡ଼େନାହିଁ,ଏମିତି କରିବା ଦ୍ୱାରା ଜୀବନରେ ହୋଇଥାଏ ଚମତ୍କାରୀ ପରିବର୍ତ୍ତନ !

ବନ୍ଧୁଗଣ ଋଷି ମୁନି ମାନେ ବେଦର ମହତ୍ୱ ବତେଇ ଏହା କହିଛନ୍ତି ଯେ ଯଦି ବ୍ୟକ୍ତି ବେଦରେ କୁହାଯାଇଥିବା କିଛି ବିଶେଷ ମନ୍ତ୍ରକୁ ପ୍ରତିଦିନ ବାସ ଗୋଟେ ଥର ଉଚ୍ଚାରଣ କରେ ତେବେ ସେହି ବ୍ୟକ୍ତିର ଅନେକ କଠିନ ରୁ କଠିନ କାର୍ଯ୍ୟ ବି ସୁବିଧାରେ ପୁରା ହୋଇଯାଏ | ଏବଂ ଏହା ସହ ବିଦ୍ୱାନଙ୍କର କହିବା ଅନୁଯାୟୀ ମନୁଷ୍ୟ ଯଦି କିଛି ଖାସ ମାତ୍ରକୁ ଶୋଇକି ଉଠିବା ପରେ ପାଠ କରେ ତେବେ ସେହି ବ୍ୟକ୍ତିର ଜୀବନରେ କେବେ ବି କୋୖଣସି ପ୍ରକାରର ସମସ୍ୟା ଦେଖିବାକୁ ମିଳେ ନାହିଁ |

ଏହି ମନ୍ତ୍ରକୁ ବାସ ପ୍ରତିଦିନ ଗୋଟେ ଥର ଉଚ୍ଚାରଣ କରିବା ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ | ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ | ଆଜି ଆମେ ଏମିତି ହି ଦୁଇଟି ମନ୍ତ୍ର ବିଷୟରେ ଜାଣିବା ଯାହାକୁ ପ୍ରତିଦିନ ବାସ ଗୋଟେ ଥର ଉଚ୍ଚାରଣ କରିବା ଦ୍ୱାରା ଆମ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ |

ପ୍ରଥମତଃ ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠିବାକୁ ଚେଷ୍ଟା କରନ୍ତୁ | ସକାଳ 6ଟା ସୁଦ୍ଧା ଉଠିବାକୁ ଚେଷ୍ଟା କରନ୍ତୁ | କାରଣ ଏମିତି ଦର୍ଶା ଯାଇଛି ଯେ ଯେଉଁ ବ୍ୟକ୍ତି ବ୍ରହ୍ମ ସମୟରେ ଉଠନ୍ତି ସେହି ବ୍ୟକ୍ତି ଅନ୍ୟ ଲୋକଙ୍କ ଠାରୁ ବେଶୀ ବୁଦ୍ଧିମାନ ହୋଇଥାନ୍ତି | ଏବଂ ଏହି ସମୟରେ ପୂଜା ପାଠ କରିବା ଦ୍ୱାରା ଧନର ଦେବୀ ମାତା ଲଷ୍ମୀ ପ୍ରସନ ହୋଇଥାନ୍ତି | ଯାହା ଦ୍ୱାରା ଘରକୁ ଧନ, ସମ୍ପତ୍ତି ଏବଂ ବୈଭବ ଆସିଥଏ | ବ୍ରହ୍ମ ସମୟରେ ଏହି ଚାରୋଟି କାର୍ଯ୍ୟ କରନ୍ତୁ | ବନ୍ଦନ, ଧ୍ୟାନ, ପ୍ରାର୍ଥନା ଏବଂ ଅଧ୍ୟୟନ |

ସକାଳୁ ଉଠି ପ୍ରଥମେ ଶୁଖାସନରେ ବସିଯାଆନ୍ତୁ | ଏବଂ ନିଜ ଆଖିକୁ ବନ୍ଦ କରି ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ |

ମନ୍ତ୍ର- ଓଁ ବ୍ରହ୍ମା ମୁରାରି : ତ୍ରିପୁରାନ୍ତକାରି ଭାନୁ: ଶଶି ଭୂମିସୁତୋ ବୁଧଶ୍ଚ | ଗୁରୁଦ୍ଧ ଶୁକ୍ର : ଶନି ରାହୁ କେତବ: କୁର୍ବସୁ ସର୍ବ ମାମ ସୁପ୍ରଭାତମ ଓଁ||

ଅନ୍ୟ ମାତ୍ର ହେଉଛି :-

କରାଗ୍ରେ ବସନ୍ତି ଲଷ୍ମୀ :

କରମଧଧ୍ୟେ ସରସ୍ବତୀ :

କର ମୂଳେ ତୁ ଗୋବିନ୍ଦ :

ପ୍ରଭାତେ କର ଦର୍ଶନମ୍ :

ଆମେ ଏହି ମନ୍ତ୍ର ଉଚ୍ଚାରଣ କରି ଦେବୀ ଲଷ୍ମୀ, ଦେବୀ ସରସ୍ବତୀ ଏବଂ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରି ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଆମ ଦିନର ସକଳ ବହୁତ ଭଲରେ ଆରମ୍ଭ ହୋଇଥାଏ | ଦେବୀ ଲଷ୍ମୀ ଆମକୁ ଧନ, ସମ୍ପତ୍ତି, ଆଉ ସମୃଦ୍ଧି ଦିଅନ୍ତି | ମାତା ସରସ୍ବତୀ ଆମକୁ ବିଦ୍ୟା, ବୁଦ୍ଧି ପ୍ରଦାନ କରନ୍ତି | ଏବଂ ଭଗବାନ ବିଷ୍ଣୁ ଆମକୁ ଶକ୍ତି ଏବଂ ସୁଫଳ ପ୍ରଦାନ କରନ୍ତି |

Leave a Reply

Your email address will not be published. Required fields are marked *