ଆମର ପୁରାତନ ଋଷି ମୁନି ମାନେ ବେଦର ମହତ୍ତ୍ୱ କହି ଏହା ବର୍ଣ୍ଣନା କରିଛନ୍ତି ଯେ ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା କିଛି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ଜୀବନ ସହଜ ହୋଇଯାଏ । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ କହିବୁ ଯେ ସେ ସକାଳୁ ଉଠି ଆଖି ଖୋଲିବା ମାତ୍ରେ କେଉଁ ମନ୍ତ୍ର ଜପ କଲେ ଜୀବନର ସବୁ ସମସ୍ୟା ଦୂରେଇ ଯାଏ । ପ୍ରତିଦିନ କେବଳ ଥରେ ଉଚ୍ଚାରଣ ଦ୍ୱାରା ସଫଳତା ଅନୁସରଣ କରିଥାଏ । ଆଜି ଆମେ ଦୁଇଟି ମନ୍ତ୍ର ବିଷୟରେ କହିବୁ ଯାହାକୁ ଦିନରେ ଦୁଇଥର ଉଚ୍ଚାରଣ କରିବା ଦ୍ୱାରା ଦୁର୍ଭାଗ୍ୟକୁ ଦୂର କରିହେବ ।
ଯେଉଁ ବ୍ୟକ୍ତି ମାନଙ୍କ ଜାତକରେ ଗ୍ରହ ଦୋଷ ରହିଥାଏ , ସେମାନଙ୍କୁ କେବେ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇ ନଥାଏ । ଏହାର କାରଣ କେବଳ କର୍ମ ହିଁ ହୋଇଥାଏ । ଯାହାଦ୍ୱାରା ଅନେକ ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ମିଳେନାହିଁ । ଏହାର କାରଣ ମଧ୍ୟ ଗ୍ରହ ଦୋଷ ହୋଇଥାଏ । ଯଦି ଘରେ ବିବାଦ କଳହ ଏବଂ ଅଶାନ୍ତି ଭଳି ସମସ୍ୟା ଦେଖା ଦେଉଛି ତେବେ ବୁଝି ଯାଆନ୍ତୁ ଯେ ଏହା ଦୁର୍ଭାଗ୍ୟ କାରଣରୁ ହେଉଛି । ତେଣୁ ପ୍ରତ୍ୟେକ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ଦୁଇଟି ଉପାୟ କରି ପାରିବେ । ଏମିତିରେ ତ ସକାଳୁ ଉଠିବା ପରେ କୌଣସି କାର୍ଯ୍ୟ କରିବା ପୂର୍ବରୁ ସ୍ନାନ କରିବାକୁ ଅନିର୍ବାର୍ଯ୍ୟ କୁହାଯାଇଛି । କିନ୍ତୁ ଆପଣ ଏହି ଉପାୟ ବିନା ସ୍ନାନରେ ମଧ୍ୟ କରି ପାରିବେ । ତେବେ ଚାଲନ୍ତୁ ଜାଣିନେବା ।
ପ୍ରଥମତଃ ସକାଳୁ ଶୀଘ୍ର ଉଠିବାର ଅଭ୍ୟାସ କରନ୍ତୁ ଏବଂ ବ୍ରହ୍ମ ମୁହୂର୍ତ୍ତରେ ଉଠିଲେ ତାହା ଅଧିକ ଉତ୍ତମ ହୋଇଥାଏ । ଏପରି ବ୍ୟକ୍ତି ଖୁବ ସତେଜ ଏବଂ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ଅଧିକ ବୁଦ୍ଧିମାନ ହୋଇଥାଏ । ଏହି ସମୟରେ ପୂଜା ପାଠ କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଘରକୁ ପ୍ରବେଶ କରନ୍ତି । ବ୍ରହ୍ମ ମୁହୁର୍ତ୍ତର ସମୟ ଜାଣିବା ପାଇଁ ଆପଣ ନିଜ ସ୍ଥାନର ସୂର୍ୟ୍ଯ ଉଦୟର ସମୟରୁ ଏକ ଘଣ୍ଟା ୩୬ ମିନିଟ ବିୟୋଗ କରି ଦିଅନ୍ତୁ । ଆପଣଙ୍କୁ ବ୍ରହ୍ମ ମୁହୁର୍ତ୍ତର ସମୟ ମିଳିଯିବ । ବ୍ରହ୍ମ ମୁହୂର୍ତ୍ତରେ ଚାରୋଟି କାର୍ଯ୍ୟ ହିଁ କରନ୍ତୁ ଯଥା ବନ୍ଧନ , ଧ୍ୟାନ , ପ୍ରାର୍ଥନା ଏବଂ ଅଧ୍ୟୟନ । ତେଣୁ ସର୍ବପ୍ରଥମେ ପ୍ରସ୍ତୁତ ହୋଇ ସୁଖାସନରେ ବସି ଯାଆନ୍ତୁ ।

” ଓଁ ବ୍ରହ୍ମା ମୁରାରୀ ତ୍ରିପୁରାନ୍ତକାରୀ ଭାନୁ ଶଶି ଭୂମିସୂତ ବୁଧକ୍ଷ ।
ଗୁରୁଶ୍ଚ ଶୁକ୍ର ଶନି ରାହୁ କେତବ କୁର୍ବତୁ ସର୍ବେ ମମ ସୁପ୍ରଭାତମ ଓଁ । ”
ଏହି ମନ୍ତ୍ରର ଅର୍ଥ ସବୁ ଦେବତା ଆପଣଙ୍କ ଉପରେ ଆଶୀର୍ବାଦ କରନ୍ତୁ ଏବଂ ଆପଣଙ୍କ ଜୀବନକୁ ସୁଖ ଏବଂ ଆନନ୍ଦମୟ କରନ୍ତୁ । ଏହି ମନ୍ତ୍ର ଉଚ୍ଚାରଣ ଦ୍ୱାରା ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଗ୍ରହ ଶାନ୍ତ ହୋଇଥାଏ ଏବଂ ଅଶୁଭ ଫଳକୁ କମ କରି ଶୁଭ ଫଳ ଦେଉଥିବା ଗ୍ରହକୁ ବଳବାନ କରିଥାଏ । ଯାହାଦ୍ୱାରା ଆପଣଙ୍କ ଜୀବନ ସୁଖମୟ ହୋଇଥାଏ । ଏହି ମନ୍ତ୍ର ଉଚ୍ଚାରଣ ପରେ ନିଜର ହାତ ପାପୁଲିକୁ ଏକାଠି କରନ୍ତୁ ଏବଂ ତାହାକୁ ଦେଖି ଆଉ ଏକ ମନ୍ତ୍ର ଉଚ୍ଚାରଣ କରନ୍ତୁ । ମନ୍ତ୍ରଟି ହେଉଛି ।
” କରାଗ୍ରେ ବସତେ ଲକ୍ଷ୍ମୀ
କର ମଧ୍ୟେ ସରସ୍ୱତୀ
କର ମୂଳେତୁ ଗୋବିନ୍ଦ
ପ୍ରଭାତେ କର ଦର୍ଶନମ । ”
ଅର୍ଥାତ ଆମ ହାତର ଅଗ୍ର ଭାଗରେ ଦେବୀ ଲକ୍ଷ୍ମୀ , ମଧ୍ୟରେ ସରସ୍ୱତୀ , ମୂଳରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ତେଣୁ ସକାଳୁ ଉଠି ହାତ ପାପୁଲିକୁ ଦେଖି ଏହି ମନ୍ତ୍ରର ଜପ କରିବା ଉଚିତ । ଯେଉଁଥିରେ ଲକ୍ଷ୍ମୀ , ସରସ୍ୱତୀ ଏବଂ ବିଷ୍ଣୁଙ୍କୁ ଧନ , ଜ୍ଞାନ ଏବଂ ସମୃଦ୍ଧି ପ୍ରାର୍ଥନା କରିଥାଉ । ଏହାଦ୍ବାରା ଏହି ତିନି ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଜୀବନର ଦୁର୍ଭାଗ୍ୟ ଦୂର ହୋଇଯାଏ ।
