ସବୁ ଗ୍ରହଙ୍କ ମାନଙ୍କ ଅଧିପତି ଅର୍ଥାତ ମୁଖ୍ୟ ହେଉଛନ୍ତି ଗୁରୁ ଗ୍ରହ ଅର୍ଥାତ ବୃହସ୍ପତି ଗ୍ରହ । ଯେଉଁ ଗ୍ରହକି ମନୁଷ୍ୟର ସମସ୍ତ ସୁଖ ସମୃଦ୍ଧିର କାରକ ହୋଇଥାଏ । ତେବେ ତାହା ସନ୍ତାନ ସୁଖ ହେଉ କିମ୍ବା ଆର୍ଥିକ ସୁଖ ସବୁକିଛି ହିଁ ବୃହସ୍ପତିଙ୍କ ଆଶୀର୍ବାଦ କାରଣରୁ ପ୍ରାପ୍ତ ହୋଇଥାଏ । ମାତ୍ର ଜନ୍ମ ଜାତକରେ ବୃହସ୍ପତି ଦୁର୍ବଳ ଥିଲେ ଜୀବନରେ ସୁଖ ରହେନାହିଁ ଏବଂ ଅନେକ ସମସ୍ୟା ଦେଖା ଦେଇଥାଏ । ପଏହାଦ୍ବାରା ଅର୍ଥ ସଞ୍ଚୟରେ ମଧ୍ୟ ସମସ୍ୟା ଦେଖାଦିଏ । ତେବେ ଆଜିକାର ଲେଖାରେ ଆମେ ଗୁରୁବାର ଦିନ ଗୁରୁଗ୍ରହ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଶେଷ ଉପାୟ ବିଷୟରେ କହିବୁ ।
୧ . ଗୁରୁବାର ଦିନ କଦଳୀ ଗଛରେ କିଛି ବିଶେଷ ଜିନିଷ ଅର୍ପିତ କରିବା ଦ୍ୱାରା ବୃହସ୍ପତି ଦେବ ପ୍ରସନ୍ନ ହୁଅନ୍ତି । ଏହି ଉପାୟ ଅନୁଯାୟୀ ଏକ ହଳଦିଆ କପଡ଼ାରେ ନଅ ଖଣ୍ଡ ଚନ୍ଦନ କାଠ ଗୁଡ଼ାଇ କଦଳୀ ଗଛରେ ବାନ୍ଧି ଦିଅନ୍ତୁ । ଏହି ଉପାୟକୁ ସକାଳୁ ଉଠି ସ୍ନାନ କରିବା ପରେ କରିବା ଉଚିତ । ଏହାଦ୍ବାରା ଗୁରୁଗ୍ରହ ମଜବୁତ ହେବା ସହିତ ସବୁ ଆର୍ଥିକ ସମସ୍ୟା ଦୂରେଇ ଯାଇଥାଏ । ବ୍ୟାପାରରେ ଉନ୍ନତି ହେବା ସହିତ ମାନସିକ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ ।
୨ . ଚାକିରୀ ଜନିତ ସମସ୍ୟା ଥିଲେ କିମ୍ବା ଭାଗ୍ୟ ସାଥ ଦେଉନଥିଲେ ଗୁରୁବାର ଦିନ ସକାଳୁ ସ୍ନାନ କରି ପାଣିରେ ଅଳ୍ପ ହଳଦୀ ମିଶାଇ କଦଳୀ ଗଛ ମୂଳରେ ଅର୍ପିତ କରନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ମଜବୁତ ହେବା ସହିତ ସବୁ କ୍ଷେତ୍ରରେ ସଫଳତା ମିଳିବ । ଏହି ଉପାୟକୁ ପ୍ରତ୍ୟେକ ଗୁରୁବାର କଲେ ଭଲ ଫଳ ପ୍ରାପ୍ତ ହେବ ।

୩ . ଅନେକ ଲୋକଙ୍କ ଜୀବନରେ ଏପରି ସମସ୍ୟା ଥାଏ ଯେ ଅନେକ ପ୍ରଚେଷ୍ଟା ପରେବି ସେମାନଙ୍କ ପ୍ରଚେଷ୍ଟା ସଫଳ ହୋଇପାରେ ନାହିଁ । ତେଣୁ ଏପରି କ୍ଷେତ୍ରରେ ଗୁରୁବାର ଦିନ ସକାଳୁ ସ୍ନାନ କରି ଏକ ଲୋଟା ପାଣିରେ ଅଳ୍ପ ଗୁଡ଼ ଏବଂ ବୁଟ ଡାଲି ମିଶାଇ କଦଳୀ ଗଛ ମୂଳରେ ଅର୍ପିତ କରନ୍ତୁ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ଚମକିବ ଏବଂ ସବୁ ଅଟକି ରହିଥିବା କାମ ପୂରଣ ହୋଇଯିବ ।
୪ . ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରିବାକୁ ଯାଉଛନ୍ତି କିମ୍ବା ନୂଆ ଶିକ୍ଷା ଅର୍ଜନ କରିବାକୁ ଯାଉଛନ୍ତି ଏବଂ ଆପଣ ଚାହୁଁଛନ୍ତି ଯେ ସେଥିରେ କୌଣସି ପ୍ରକାରର ସମସ୍ୟା ନଆସୁ ତେବେ ଗୁରୁବାର ଦିନ ପାଣିରେ ଚିନି ମିଶାଇ ବୃହସ୍ପତି ମନ୍ତ୍ର କିମ୍ବା ଓଁ ନମଃ ଭଗବତେ ବାସୁଦେବାୟ ଜପ କରି ଅର୍ପିତ କରନ୍ତୁ । ଦେଖିବେ ଆପଣଙ୍କୁ ସେହି କାର୍ଯ୍ୟରେ କୌଣସି ପ୍ରକାରର ବାଧାଏ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

୬ . ଯଦି ଆପଣଙ୍କ ଘରେ ଅନେକ ଦିନ ହେବ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇ ପାରୁନାହିଁ , ଘରେ ନକରାତ୍ମକତା କାରଣରୁ ଅନ୍ୟାନ୍ୟ ସମସ୍ୟା ଦେଖା ଦେଉଛି କିମ୍ବା ଆପଣ କୌଣସି ସାଙ୍ଘାତିକ କରଜରେ ବୁଡ଼ି ରହିଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଏକ ହଳଦୀ ଗଣ୍ଠି ରଖି ଦିଅନ୍ତୁ । ଏପରି ୭ ଟି ଗୁରୁବାର ପର୍ଯ୍ୟନ୍ତ କରନ୍ତୁ । ଆପଣଙ୍କର ସମସ୍ତ ସମସ୍ୟା ଠିକ ହୋଇଯିବ । ଯଦି ଏହି ଉପାୟ ମନ୍ଦିରରେ ଥିବା କଦଳୀ ଗଛ ମୂଳରେ କରୁଛନ୍ତି ତେବେ ସେହି ହଳଦୀ ଗଣ୍ଠିକୁ ସେହିଠାରେ ଛାଡ଼ି ଦିଅନ୍ତୁ । ମାତ୍ର ଘରେ କରିଥିଲେ ପ୍ରତ୍ୟେକ ଗୁରୁବାର ନୂଆ ହଳଦୀ ଗଣ୍ଠି ଅର୍ପିତ କରନ୍ତୁ ।
୭ . ଯଦି ଆପଣ ଜୀବନରେ ଅଧିକ ଧନ ଉପାର୍ଜନ କରିବାକୁ ଚାହୁଁଛନ୍ତି ତେବେ ଗୁରୁବାର ଦିନ କଦଳୀ ଗଛ ମୂଳରେ ଏକ ଟଙ୍କିଆ ମୁଦ୍ରାକୁ ଦବାଇ ଦିଅନ୍ତୁ । ମନ୍ଦିରରେ ଏହି ଉପାୟ କରୁଥିଲେ ଧ୍ୟାନ ଦେବେ ଯେପରି ଏହି ଉପାୟ କରିବା ସମୟରେ ଆପଣଙ୍କୁ କେହି ନଦେଖନ୍ତି । ନଚେତ ତାହାର ଫଳ ମିଳିବ ନାହିଁ । ଏହି ଉପାୟକୁ କେବଳ ଥରେ ହିଁ କରନ୍ତୁ । ଦେଖିବେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ପ୍ରସନ୍ନ ହେବେ । କାରଣ କଦଳୀ ଗଛକୁ ଭଗବାନ ବିଷ୍ଣୁଙ୍କ ସ୍ୱରୂପ କୁହାଯାଏ । ।
