ଜଣେ ବୃଦ୍ଧ ମହିଳାଙ୍କୁ ଶ୍ରୀ ହନୁମାନ ଦେଇଥିଲେ ସାକ୍ଷାତ ଦର୍ଶନ । ହୋଇଥିଲା ଏପରି ଚମତ୍କାର

ସାଧରଣତଃ ଲୋକେ ଭଗବାନ ଅଛନ୍ତି ବୋଲି କେବଳ ବିଶ୍ୱାସ କରନ୍ତି । ମାତ୍ର କହିବାକୁ ଗଲେ କିଛି ଲୋକ ଅନେକ ଥର ଏହାକୁ ଅନୁଭବ ମଧ୍ୟ କରିଛନ୍ତି ଯେ କୌଣସି ଅଲୌକିକ ଶକ୍ତି ଆସି ତାଙ୍କୁ ଜୀବନ ବଞ୍ଚାଇ ଯାଏ । ତେବେ ଏପରି ଘଟଣା ଅନେକ ଲୋକଙ୍କ ସହିତ ଘଟି ଆସିଛି । କିଛି ଲୋକ ଏହାକୁ ଜାଣିବି ସୁଦ୍ଧା ଅଣଦେଖା କରି ଦିଅନ୍ତି । ହୁଏତ ଭଗବାନ ହନୁମାନ ସାକ୍ଷାତ ରୂପରେ ଆସି ନିଜ ଭକ୍ତକୁ ଦର୍ଶନ ଦିଅନ୍ତି ନାହିଁ ମାତ୍ର ଅଲଗା କୌଣସି ରୂପରେ ଆସି ନିଶ୍ଚୟ ଦର୍ଶନ ଦେଇଥାନ୍ତି । ହନୁମାନ ହିଁ ଜଣେ ଦେବତା ଯିଏକି କଳିଯୁଗରେ ବି ଜୀବିତ ଅଛନ୍ତି କାରଣ ସେ ମାତା ସୀତାଙ୍କ ଠାରୁ ଚିରଞ୍ଜିବି ବର ପାଇଥିଲେ । ମାତ୍ର ଏହି ପୃଥିବୀରେ ମାତ୍ର କିଛି ଲୋକଙ୍କୁ ହନୁମାନଙ୍କ ସାକ୍ଷାତ ଦର୍ଶନ କରିବାର ସୁଯୋଗ ପ୍ରାପ୍ତ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏପରି ଏକ ସତ ଘଟଣା ବିଷୟରେ କହିବୁ ଯେଉଁଠି ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ଜଣେ ବୁଢ଼ୀ ମା ଙ୍କୁ ଶ୍ରୀ ହନୁମାନ ସାକ୍ଷାତ ଦର୍ଶନ ଦେଇଥିଲେ । ଏହାବ୍ୟତୀତ ତାଙ୍କର ଶେଷ ଇଚ୍ଛା ମଧ୍ୟ ପୂରଣ କରିଥିଲେ । ୨୦୦୫ ରେ ପାଳନ ନାମକ ଗାଁ ରେ ରହୁଥିବା ଶାନ୍ତାବାଇଙ୍କୁ ସାକ୍ଷାତ ଦର୍ଶନ ଦେଇଥିଲେ । ଶାନ୍ତାବାଇ ପତିବ୍ରତା ଏବଂ ଅତ୍ୟନ୍ତ ଦୟାଳୁ ସ୍ୱଭାବର ମା’ ଥିଲେ । ତାଙ୍କର ଦୁଇ ପୁଅ ଏବଂ ତିନି ଝିଅ ଥିଲେ । ଶାନ୍ତାବାଇ ପିଲାଦିନୁ ହିଁ ନିଜ ପିଲାଙ୍କୁ ଭଲ ସଂସ୍କାର ଦେଇଥିଲେ । ତାଙ୍କର ତିନି ଝିଅଙ୍କ ବିବାହ ଭଲ ଘରେ ହୋଇଥିଲା । ତାଙ୍କର ଦୁଇ ପୁଅଙ୍କର ମଧ୍ୟ ଭଲ ସରକାରୀ ଚାକିରୀ ଥିଲା ।

ମା’ ର ସଂସ୍କାର କାରଣରୁ ହିଁ ଦୁଇ ଭାଇ ନିଜ ମା’ ସହିତ ହିଁ ରହୁଥିଲେ । ଦୁହେଁ ନିଜ ପିତାଙ୍କ ସମ୍ପତ୍ତିର କେବେ ଭାଗ ବଣ୍ଟା କରି ନଥିଲେ । ଏବଂ ପରସ୍ପର ସହିତ ବେଶ ଭଲରେ ଥିଲେ । ଶାନ୍ତାବାଇ ନିଜର ସମଗ୍ର ଜୀବନ ମଧ୍ୟରେ ଶ୍ରୀହନୁମାନଙ୍କୁ ଆରାଧନା କରିଥିଲେ । ସେ ପ୍ରତ୍ୟେକ ଶନିବାର ହନୁମାନଙ୍କ ମନ୍ଦିର ଯାଇ ଦୀପ ଲଗାଉଥିଲେ । ତାଙ୍କର ହନୁମାନଙ୍କ ପ୍ରତି ଅତ୍ୟନ୍ତ ଶ୍ରଦ୍ଧା ଥିଲା । ସେ ବିଶ୍ୱାସ କରୁଥିଲେ ଯେ ହନୁମାନଙ୍କ ଆଶୀର୍ବାଦ କାରଣରୁ ହିଁ ତାଙ୍କ ଘରେ ସର୍ବଦା ସୁଖ ଶାନ୍ତି ବଜାୟ ରହୁଛି । ସେହି ସମୟରେ ଆଖପାଖରେ ଯେତେବେଳେ କୌଣସି ଗ୍ରାମରେ ରାମ ଗାଥା ପାଠ ହେଉଥିଲା ତାହାକୁ ଶୁଣିବାକୁ ଶାନ୍ତାବାଇ ନିଶ୍ଚୟ ଯାଉଥିଲେ ।

ତାଙ୍କୁ ପୁରା ଭରସା ଥିଲା ହେ ସବୁ ରାମ କଥାକୁ ଶ୍ରୀହନୁମାନ ନିଶ୍ଚୟ ଶୁଣିବାକୁ ଆସିବେ । ସେ ଏହି କାମନା ମଧ୍ୟ କରୁଥିଲେ ଯେ ତାଙ୍କ ମୃତ୍ୟୁ ପୂର୍ବରୁ ହନୁମାନ ତାଙ୍କୁ ନିଶ୍ଚୟ ଥରେ ଦର୍ଶନ ଦେବାକୁ ଆସନ୍ତୁ । ଅନେକ ବର୍ଷ ବିତିଗଲା କିନ୍ତୁ ହନୁମାନଙ୍କ ଦର୍ଶନ ମିଳିଲା ନାହିଁ । ଯଦି ହନୁମାନ ଅନ୍ୟ କୌଣସି ରୂପରେ ଦର୍ଶନ ଦେଇଥିବେ ତେବେ ହୁଏତ ଶାନ୍ତାବାଇ ତାଙ୍କୁ ଚିନ୍ହି ପାରି ନଥିବେ ।

ଶାନ୍ତାବାଇଙ୍କର ଗୋଟିଏ ଚିନ୍ତା ଥିଲା ଯେ ତାଙ୍କ ବଡ଼ ନାତୁଣୀ ଦେଖିବାକୁ ଏତେ ଭଲ ନଥିଲା ଯେଉଁ କାରଣରୁ ତାର ବିବାହ ହୋଇ ପାରୁନଥିଲା । ଏହାକୁ ନେଇ ସେ ଚିନ୍ତାରେ ରହୁଥିଲେ । ଏଥିପାଇଁ ସେ ଭଗବାନଙ୍କୁ ଖୁବ ପୂଜା ମଧ୍ୟ କରୁଥିଲେ । ତଥାପି କୌଣସି ଭଲ ସ୍ଥଳ ମିଳୁନଥିଲା । ସେତେବେଳକୁ ଶାନ୍ତାବାଇ ବୁଢ଼ୀ ହୋଇ ଯାଇଥିଲେ ।

ସେତେବେଳେ ସେ ଜାଣି ଯାଇଥିଲେ ଯେ ତାଙ୍କର ଅନ୍ତ ସମୟ ଆସି ଯାଇଛି । ହଠାତ ଦେହ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ସାରା ପରିବାର ତାଙ୍କୁ ଦେଖିବା ପାଇଁ ହସ୍ପିଟାଲକୁ ଆସିଲେ । ସମସ୍ତେ ଶାନ୍ତାବାଇଙ୍କ ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ । ହସ୍ପିଟାଲରେ ବସି ହନୁମାନ ଚାଳିଶା ପାଠ କରୁଥିଲେ । ଡାକ୍ତର ବି କହି ଦେଇଥିଲେ ଯେ ଶାନ୍ତାବାଇ ଆଉ ବଞ୍ଚିବା ଅସମ୍ଭବ । ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯେ ଶାନ୍ତାବାଇଙ୍କୁ ୧୦୦ ରୁ ଉର୍ଦ୍ଧ ବର୍ଷ ହେବା ସତ୍ତ୍ୱେବି ସେ ସାହସରେ ମୃତ୍ୟୁ ସହିତ ଲଢ଼େଇ କରୁଥିଲେ । ତାଙ୍କୁ ମୃତ୍ୟୁର ଟିକିଏବି ଭୟ ନଥିଲା । କିଛି ସମୟ ପରେ ଶାନ୍ତାବାଇଙ୍କ ପ୍ରାଣ ଚାଲିଗଲା ଏବଂ ସେ ନିଜ ନାତୁଣୀକୁ ଦେଖିବା ଅବସ୍ଥାରେ ହିଁ ମୃତ୍ୟୁ ବରଣ କଲେ । ମାତ୍ର ଏହାପରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଥିଲା ।

ମୃତ୍ୟୁ ପରେ କିଛି ସମୟ ପରେ ଶାନ୍ତାବାଇ ହଠାତ ଆଖି ଖୋଲିଥିଲେ ଏବଂ ହାତ ଯୋଡ଼ି କୌଣସି ଅଦୃଶ୍ୟ ଶକ୍ତିକୁ ନମସ୍କାର କଲେ । ଏହା କହିଲେ ଯେ ନିଜ ନାତୁଣୀର ବିବାହ କୌଣସି ଭଲ ଘରେ ହୋଇଯାଉ । ଏହାପରେ ଶାନ୍ତାବାଇଙ୍କ ଝିଅ କହିଥିଲେ ଯେ ମା ଚିନ୍ତା କରନ୍ତୁ ନାହିଁ । ଏବଂ ନିଜ ପୁଅ ବିବାହ କରିବ ବୋଲି କହିଲେ । କୋଣରେ ଛିଡ଼ା ହୋଇଥିବା ପୁଅ ମଧ୍ୟ ହଁ ଭରିଥିଲା । ଶାନ୍ତାବାଇଙ୍କ ଶେଷ ଇଚ୍ଛା ମଧ୍ୟ ପୂରଣ ହୋଇଗଲା । ସେ ଶାନ୍ତିରେ ନିଜର ପ୍ରାଣ ତ୍ୟାଗ ଦେଲେ । ଏହାପରେ ତାଙ୍କ ନାତୁଣୀର ବିବାହ ମଧ୍ୟ ହୋଇଗଲା । ଦୁହେଁ ବିଦେଶରେ ବେଶ ସୁଖୀ ଜୀବନ ବଞ୍ଚୁଛନ୍ତି । ଏଥିରୁ ହିଁ ଭଗବାନଙ୍କ ଚମତ୍କାର ବିଷୟରେ ସ୍ପଷ୍ଟ ଜଣା ପଡୁଛି ।

Leave a Reply

Your email address will not be published. Required fields are marked *