ଗୁରୁବାର ଦିନ ଭୁଲରେ ବି ଏହି ତିନୋଟି କାମ କରନ୍ତୁ ନାହିଁ , ନଚେତ ଭଗବାନ ବୃହସ୍ପତିଙ୍କ ସମେତ କ୍ରୋଧିତ ହେବେ ମାତା ଲକ୍ଷ୍ମୀ :-

ଧର୍ମ ଅନୁଯାୟୀ ଗୁରୁବାର ଦିନଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହା ହେଉଛି ବୃହସ୍ପତି ଦେବଙ୍କ ବାର । ଅର୍ଥାତ କହିବାକୁ ଗଲେ ଭଗବାନ ବିଷ୍ଣୁଙ୍କ ଦିନ । ତେଣୁ ଏହିଦିନ ବୃହସ୍ପତିଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ପୂଜା କରାଯାଏ । ଯଦି ମନୁଷ୍ୟର ଜାତକରେ ଗୁରୁ ଗ୍ରହ ମଜବୁତ ଅଛନ୍ତି ତେବେ ଜୀବନରେ ସବୁବେଳେ ସୁଖ ବଜାୟ ରହିଥାଏ ।

ଯଦି ଗୁରୁ ଗ୍ରହ ଦୁର୍ବଳ ରହନ୍ତି ତେବେ ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ । ବିବାହରେ ସମସ୍ୟା ଦେଖା ଦେଉଥିଲେ କନ୍ୟା ମାନେ ଗୁରୁଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଉପାୟ ନିଶ୍ଚୟ କରିବା ଉଚିତ । ବିବାହ ପରେ ସୁଖମୟ ବୈବାହିକ ଜୀବନ ପାଇଁ ମଧ୍ୟ ଗୁରୁଗ୍ରହ କାରକ ଅଟେ । ଏହାଦ୍ବାରା ସନ୍ତାନ ସୁଖ ମଧ୍ୟ ପ୍ରାପ୍ତ ହୋଇଥାଏ ।

ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ କେଶ ଧୋଇବା ଉଚିତ ନୁହେଁ । ବିଶେଷ କରି ବିବାହିତା ମହିଳା ମାନେ ଏହିଦିନ କେଶ ଧୋଇବା ଉଚିତ ନୁହେଁ । କାରଣ ବୃହସ୍ପତି କ୍ରୋଧିତ ହେଲେ ସ୍ୱାମୀ କିମ୍ବା ସନ୍ତାନ ଉପରକୁ ସମସ୍ୟା ଆସିପାରେ । କେଶ ଧୋଇବା କାରଣରୁ ବୃହସ୍ପତି ଦୁର୍ବଳ ହୋଇଥାଏ ବୃହସ୍ପତି ବାର ଦିନ ନଖ କାଟିବା କିମ୍ବା କେଶ ଧୋଇବା ଭଳି କାମ କରିବା ଉଚିତ ନୁହେଁ ।

କାରଣ ଏହାଦ୍ବାରା ବୃହସ୍ପତି ଦୁର୍ବଳ ହୋଇଥାଏ । ଯେଉଁ କାରଣରୁ ଜୀବନ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାସହିତ ବ୍ୟକ୍ତିର ଆୟୁଷ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ଏହି କାର୍ଯ୍ୟ ପୁରୁଷ ମହିଳା କିମ୍ବା ଛୋଟ ପିଲା ମଧ୍ୟ କରିବା ଉଚିତ ନୁହେଁ ।

ଜାତକରେ ଗୁରୁ ଗ୍ରହ ମଜବୁତ ଥିଲେ ତାହାର ସିଧାସଳଖ ପ୍ରଭାବ କାମ ଉପରେ ପଡ଼ିଥାଏ । କ୍ୟାରିଅରରେ ଉନ୍ନତି ଆସିଥାଏ । ମାତ୍ର କିଛି ଭୁଲ କଲେ ଗୁରୁ ଗ୍ରହ ଦୁର୍ବଳ ହୋଇଥାଏ ଏବଂ ଯାହାଦ୍ୱାରା ଉନ୍ନତିରେ ମଧ୍ୟ ବାଧା ଆସିଥାଏ । ତେବେ ବ୍ୟକ୍ତି ଚାକିରୀ କ୍ଷେତ୍ରରେ ହେଉ କିମ୍ବା ଶିକ୍ଷା କ୍ଷେତ୍ରରେ ହେଉ । ବିବାହିତ ମହିଳା ମଧ୍ୟ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଗୁରୁବାର ଦିନ ଭୁଲ କଲେ ଧନରେ ବୃଦ୍ଧି ମଧ୍ୟ ଅଟକି ଯାଏ ।

ମାତ୍ର ଏହା ମଧ୍ୟ ଜାଣି ରଖନ୍ତୁ ଯେ ଏହିଦିନ କେଉଁ କାମ କରିବା ଉଚିତ । ଯଦି ଆପଣ ଏହିଦିନ ବୃହସ୍ପତି ବ୍ରତ ରଖୁଛନ୍ତି ତେବେ ଭୋଗ ନିଶ୍ଚୟ ଲଗାନ୍ତୁ । ଭୋଗ ହଳଦିଆ ହେବା ସହିତ ଭଗବାନଙ୍କୁ ଅର୍ପିତ କରାଯାଉଥିବା ବସ୍ତ୍ର ମଧ୍ୟ ହଳଦିଆ ହେବା ଆବଶ୍ୟକ । ଯଦି ଆପଣ ଏହିଦିନ ଦାନ କରିବାକୁ ଚାହୁଁଛନ୍ତି ତେବେ ତାହା ମଧ୍ୟ ହଳଦିଆ ହେବା ଆବଶ୍ୟକ ।

ଏହିଦିନ ପରିବାର ସହିତ ହଳଦିଆ ବୁଟ ଡାଲି ସେବନ କରନ୍ତୁ । ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ଖସି ଆସିଥାଏ ଏବଂ ପାରିବାରିକ ସମସ୍ୟାର ସମାଧାନ ହୋଇଥାଏ । ଗୁରୁବାର ଦିନ କୌଣସି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରକୁ ଯାଉଥିଲେ ହଳଦିଆ ବସ୍ତ୍ର ଧାରଣ କରି ବାହାରକୁ ଯାଆନ୍ତୁ । କାର୍ଯ୍ୟରେ ନିଶ୍ଚୟ ସଫଳ ହେବେ । ଯଦି ଆପଣଙ୍କ ବିବାହରେ ସମସ୍ୟା ଆସୁଛି ତେବେ ସ୍ନାନ କରୁଥିବା ପାଣିରେ ଏକ ଚିମୁଟା ହଳଦୀ ମିଶାଇ ଦିଅନ୍ତୁ ।

ଏପରି କରିବା ଦ୍ୱାରା ବହୁତ ଜଲଦି ବିବାହର ଯୋଗ ବନିଥାଏ । ବିବାହ ପରେ ଦାମ୍ପତ୍ୟ ଜୀବନ ମଧ୍ୟ ଖୁସିମୟ ହୋଇଥାଏ । ବିବାହିତ ମହିଳା ମାନେ ଏହିଦିନ ସ୍ନାନ ପରେ ଭଗବାନଙ୍କୁ ହଳଦୀ ତିଳକ କରିବା ସହିତ ନିଜେ ମଧ୍ୟ ହଳଦୀ ତିଳକ କରିବା ଉଚିତ । ଏହିଦିନ ନାଭିରେ ମଧ୍ୟ ହଳଦୀ ତିଳକ ଲଗାଇଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ସୋରିଷ ତେଲ ମଧ୍ୟ ନାଭିରେ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *