ଏକ ସୂତ୍ର ଅନୁଯାୟୀ ଏହା ପ୍ରକାଶ ପାଇଛି ଯେ ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ତାମସିକ ଭୋଜନ କରିଥାନ୍ତି ସେମାନେ ପ୍ରତ୍ୟେକ ବର୍ଷ ୯୦ ପାଉଣ୍ଡ ଚିକେନ୍ ସେବନ କରିଥାନ୍ତି । ମାତ୍ର କିଛି ଲୋକ ଏପରି ଅଛନ୍ତି ଯେଉଁମାନେ କୁକୁଡ଼ାର ଉପଯୁକ୍ତ ଅଂଶ ଖାଇବା ପରିବର୍ତ୍ତେ ସେହି ଅଂଶ ଖାଇଥାନ୍ତି ଯାହା ଖାଇବା ଉଚିତ ନୁହେଁ । ହୁଏତ କୁକୁଡ଼ାର ପୁରା ଶରୀର ଖିଆ ଯାଇଥାଏ । ମାତ୍ର ସେଥିମଧ୍ୟରୁ କିଛି ଅଂଶ ଏପରି ରହିଛି ଯାହାକୁ ଖାଇବା ଦ୍ୱାରା ଘାତକ ରୋଗ ହୋଇଥାଏ । ଆଜିକାର ଲେଖାରେ ଆମେ ସେହିସବୁ ଅଂଶ ବିଷୟରେ କହିବୁ ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ନିଶ୍ଚିତ ଭାବରେ ଅଧିକାଂଶ ଲୋକ କୁକୁଡ଼ା ଶରୀରର ଚମଡ଼ା ଖାଇଥାନ୍ତି । ମାତ୍ର ସେମାନଙ୍କୁ ଏହି ବିଷୟରେ ଅନେକ କିଛି ସୂଚନା ଜଣା ନଥାଏ । ଏହାଦ୍ବାରା ଅନେକ ଭୟଙ୍କର ରୋଗର ସାମ୍ନା କରିବାକୁ ପଡ଼ିଥାଏ । ଯେଉଁ ଲୋକ ମାନେ କୁକୁଡ଼ା ମାଂସ ବ୍ୟତୀତ ତାହାର ଚମଡ଼ା ସେବନ କରଥାନ୍ତି ସେମାନଙ୍କୁ ହୃତ ସମ୍ବନ୍ଧୀୟ ସମସ୍ୟା , ଥାଇରୋଏଡ଼ , ମଧୁମେହ , ହରମୋନ ସମସ୍ୟା , ଓଜନ ବଢ଼ିବା ଏବଂ ଷ୍ଟନ ସମସ୍ୟା ଆଦିର ସାମ୍ନା କରିବାକୁ ପଡ଼ିଥାଏ । ତେବେ ଶତ ପ୍ରତିଶତ ସେହି ଲୋକଙ୍କ ଠାରେ ଏହି ସମସ୍ୟା ଦେଖା ଯାଇଥାଏ ଯେଉଁମାନେ କୁକୁଡ଼ାର ଚମଡ଼ା ଖାଇଥାନ୍ତି ।

ସାଧରଣତଃ ଲୋକେ କୁକୁଡ଼ାର ଏହି ଅଂଶକୁ ସେବନ କରିଥାନ୍ତି । ଏମିତିରେ ତ ଆଜିକାଲି ୮୦ ପ୍ରତିଶତ ଲୋକ ରୋଗ କାରଣରୁ ଅଳ୍ପ ବୟସର ମୃତ୍ୟୁ ବରଣ କରୁଛନ୍ତି । ମାତ୍ର କୁକୁଡ଼ାର ଏହି ଅଂଶକୁ ସେବନ କରିବା ଦ୍ୱାରା ଘାତକ ରୋଗ ହେବାର ଆଶଙ୍କା ବଢ଼ିଯାଏ । ଏହି ଅଂଶକୁ ଖାଇବା ଦ୍ୱାରା ଶରୀରରେ ଆଉ ଏକ ବଡ଼ ସମସ୍ୟା ଦେଖା ଦେଇଥାଏ । ତାହା ହେଉଛି ଶରୀରରେ ରକ୍ତ ସଞ୍ଚାଳନ । ଯାହା ଖୁବ ଭୟଙ୍କର ଅଟେ । ସାରିରେ ରକ୍ତ ସଞ୍ଚାଳନ ନହେବା ଦ୍ୱାରା ଆହୁରି ବଡ଼ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ଏହାଦ୍ୱାରା ଲୋକଙ୍କ ଦୃଷ୍ଟି ଶକ୍ତି ମଧ୍ୟ କ୍ଷୀଣ ହୋଇଯାଏ । ଏପରି କୁହାଯାଇ ପାରେ ଯେ ଏହାଦ୍ବାରା ବୟସ ବୃଦ୍ଧି ତ ଦୂରର କଥା ବୟସ କମି ଯାଏ । ଅର୍ଥାତ ଖୁବ କମ ବୟସରେ ଜୀବନ ଚାଲିଯାଏ । ତେବେ ଏପରି ସମସ୍ୟା ସାଧାରଣ କୁକୁଡ଼ା ଚମଡ଼ା ଖାଇବା ଦ୍ୱାରା କାହିଁକି ହେଉଛି ବୋଲି ଆପଣ ଭାବୁଥିବେ । ତେବେ ଏହାର କାରଣ ହେଉଛି କୁକୁଡ଼ା ଚମଡ଼ାରେ ୯୯.୦୧ ପ୍ରତିଶତ ଫ୍ୟାଟ ଥାଏ । ଯାହାକି ହୃତ ସମ୍ବନ୍ଧୀୟ ସମସ୍ୟାର ବଡ଼ କାରଣ ଅଟେ । ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଫ୍ୟାଟ ଜମା ହୋଇଯାଏ ଏବଂ ରୋଗ ହୋଇଥାଏ । ତେଣୁ ଯଦି ଆପଣ କୁକୁଡ଼ାର ଏହି ଅଂଶକୁ ସେବନ କରୁଛନ୍ତି ତେବେ ଆଜିହିଁ ଛାଡ଼ି ଦିଅନ୍ତୁ ।
