୨୦୨୨ ର ଶେଷ ଚନ୍ଦ୍ରଗ୍ରହଣ : ଏହି ଛଅଟି ରାଶିର ଲୋକ ହେବେ ଭାଗ୍ୟଶାଳୀ,ଜାଣନ୍ତୁ ୟା ପରଠୁ କେମିତି ରହିବ ଆପଣଙ୍କର ଭାଗ୍ୟରାଶି ?

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ହିଁ ଚନ୍ଦ୍ର ଗ୍ରହଣ ଲାଗୁଛି । ଯେଉଁଦିନ କିଛି ରାଶି ଉପରେ ଖରାପ ପ୍ରଭାବ ପଡ଼ିବାକୁ ଯାଉଥିବା ବେଳେ ଛଅ ଟି ରାଶି ଉପରେ ବେଶ ଭଲ ପ୍ରଭାବ ପଡ଼ିବାକୁ ଯାଉଛି ଏବଂ ସେହି ରାଶି ମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ସେମାନେ ଦରିଦ୍ରରୁ ରାଜା ହେବାକୁ ଯାଉଛନ୍ତି । ମାତ୍ର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଏବଂ ଶେଷ ସୂର୍ଯ୍ୟ ପରାଗ ଗୋଟିଏ ମାସରେ ଏବଂ ପନ୍ଦର ଦିନ ଅନ୍ତରରେ ଲାଗୁଛି ଯାହାକି ଅଶୁଭ ବୋଲି କୁହାଯାଏ ।

ସୂର୍ଯ୍ୟ ପରାଗ ମଙ୍ଗଳବାର ଦିନ ଲାଗିଥିଲା ଏବଂ ଚନ୍ଦ୍ରଗ୍ରହଣ ମଧ୍ୟ ମଙ୍ଗଳବାରରେ ଲାଗୁଛି । ତେବେ ଚନ୍ଦ୍ରଗ୍ରହଣ ପୂର୍ବରୁ ନଭେମ୍ବର 7 ରେ ଦେବ ଦୀପାବଳି ପାଳିତ ହେବ । ଚନ୍ଦ୍ର ଗ୍ରହଣ ଅର୍ଥାତ ଚନ୍ଦ୍ର ଉପରେ ପୃଥିବୀର ଛାୟା ପଡ଼ିଥାଏ ।ମାତ୍ର ଶାସ୍ତ୍ର ଅନୁଯାୟୀ ଏହାକୁ ରାହୁ ଏବଂ କେତୁର ସଂଯୋଗ କାରଣରୁ ଚନ୍ଦ୍ର ଗ୍ରହଣ ଲାଗିଥାଏ ବୋଲି କୁହାଯାଏ ।

ଶାସ୍ତ୍ର ଅନୁଯାୟୀ ଚନ୍ଦ୍ର ଗ୍ରହଣ ସମୟରେ କିମ୍ବା ସୂତକ କାଳ ସମୟରେ କୌଣସି ପୂଜା ପାଠ କିମ୍ବା , ଶୁଭ କାର୍ଯ୍ୟ ଏବଂ ମୂର୍ତ୍ତିକୁ ସ୍ପର୍ଶ କରିବା ଉଚିତ ନୁହେଁ । ଗ୍ରହଣର ସମୟ ଭାରତୀୟ ସମୟ ଅନୁଯାୟୀ ଦ୍ୱିପ୍ରହର ୦୧.୩୨ ରେ ହେବ ଏବଂ ଏବଂ ଗ୍ରହଣ ଶେଷ ୦୭.୩୦ ରେ ହେବ । ସୂତକ କାଳ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯିବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତ ସମେତ ଅନେକ ଦେଶରେ ଦେଖାଯିବ । ତେବେ ଏହି ସମୟରେ ସବୁ ରାଶି ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି । ମାତ୍ର ଛଅ ଗୋଟି ରାଶି ଉପରେ ଏହାର ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି ।

ଏହି ଗ୍ରହଣ ସମୟରେ ଅନେକ ନକରାତ୍ମକତା ପରିବେଶରେ ରହିଥାଏ । ଏହି ସମୟରେ ସବୁ ମଣିଷ ବିଶେଷ କରି ଗର୍ଭବତୀ ମହିଳାଙ୍କୁ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ । ଏହି ସମୟରେ ରୋଷେଇ କରିବା ଉଚିତ ନୁହେଁ । ମାତ୍ର ପୂର୍ବରୁ ରୋଷେଇ କରି ସେଥିରେ ତୁଳସୀ ପତ୍ର , କୁଶା ଘାସ କିମ୍ବା ଗଙ୍ଗା ଜଳ ପକାଇ ଖାଇ ପାରିବେ । ଏହି ସମୟରେ ପୂଜା ଘରେ ପରଦା ଢାଙ୍କି ରଖନ୍ତୁ ।

ଏହି ସମୟରେ ଯୋଗ , ମନ୍ତ୍ର ଜପ କରିବା ଦ୍ୱାରା ମାନସିକ ବଳ ବଢିଥାଏ । ମାତ୍ର ପୂଜା କରିବା ବର୍ଜିତ ଅଟେ । ଚନ୍ଦ୍ର ଗ୍ରହଣ ସମୟରେ ମନ୍ତ୍ରର ଜପ କରନ୍ତୁ । ଏହାଦ୍ବାରା ସମ୍ପୂର୍ଣ୍ଣ ପୂର୍ଣ୍ଣିମାର ଦିବ୍ୟଫଳ ପ୍ରାପ୍ତ ହୋଇଥାଏ । ଏହିଦିନ ଚନ୍ଦ୍ର ସମ୍ବନ୍ଧୀୟ ବସ୍ତୁ କ୍ଷୀର , ଦହି , ଚାଉଳ , ଧଳା ବସ୍ତ୍ରର ଦାନ କରନ୍ତୁ । ଆସୁଥିବା ଚନ୍ଦ୍ରଗ୍ରହଣ ବୃଷଭ ରାଶିରେ ଲାଗିବାକୁ ଯାଉଛି । ଏହି ରାଶିର ଜାତକଙ୍କୁ ଏହି ସମୟରେ ଧନ ପ୍ରାପ୍ତିର ସଙ୍କେତ ମିଳୁଛି ।

ଶିକ୍ଷାକୁ ନେଇ କିଛି ସମସ୍ୟା କିମ୍ବା ଅସଫଳତା ଆସିପାରେ । ତେବେ ଛଅଟି ଭାଗ୍ୟଶାଳୀ ରାଶି ହେଉଛନ୍ତି ।

୧ . କନ୍ୟା ରାଶି :-

ଚନ୍ଦ୍ର ଗ୍ରହଣର ଶୁଭ ପ୍ରଭାବ ଏହି ରାଶି ଉପରେ ପଡ଼ିବାକୁ ଯାଉଛି । ଖର୍ଚ୍ଚ ହେବା ସହିତ ଧନ ସଞ୍ଚୟ ମଧ୍ୟ ହେବ । ମଙ୍ଗଳ ଗୋଚର କାରଣରୁ ଧନ ପ୍ରାପ୍ତିର ସଂଯୋଗ ରହିଛି । ନୂଆ ଘର କିଣି ପାରନ୍ତି । ମାତ୍ର ନିବେଶ ପୂର୍ବରୁ ବୁଝି ବିଚାରି ନିଷ୍ପତ୍ତି ନିଅନ୍ତୁ । ନଚେତ ବଡ଼ କ୍ଷତି ସହି ପାରନ୍ତି । ଚାକିରୀରେ ପଦୋନ୍ନତି ହୋଇପାରେ ମାତ୍ର ପରିବାର ସହିତ ମତଭେଦ ମଧ୍ୟ ହୋଇପାରେ । ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

୨ . ମିଥୁନ ରାଶି :-

ଏହି ରାଶିର ଆର୍ଥିକ ଲାଭ ହେବ । ବ୍ୟାପାରରେ ଲାଭ ହେବା ସହିତ ବଡ଼ ନିବେଶ କରି ପାରନ୍ତି । ଚାକିରୀରେ ପଦୋନ୍ନତି ହୋଇପାରେ । ଅଟକି ରହିଥିବା ଧନ ଫେରି ପାଇବାର ସମ୍ଭାବନା ରହିଛି । ପ୍ରତିଯୋଗି ପରୀକ୍ଷାରେ ସଫଳତା ମିଳିବ ।

୩ . ମକର ରାଶି :-

ଏହି ରାଶି ପାଇଁ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଶୁଭ ଅଟେ । ରାଜନୀତି ପାଇଁ ଏହା ଶୁଭ ଫଳ ଆଣିବ । ବର୍ଷର ଶେଷ ଗ୍ରହଣ ହୋଇଥିବାରୁ ଏହା ଏହି ରାଶିର ବ୍ୟକ୍ତିଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ । ଏହି ସମୟରେ ଆପଣ କୌଣସି ନୂଆ ବାହନ କିଣି ପାରନ୍ତି । କୌଣସି ନୂଆ ଦାୟିତ୍ବ ମଧ୍ୟ ଉଠାଇ ପାରନ୍ତି । ପରିଶ୍ରମର ଫଳ ମିଳିବ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଖର୍ଚ୍ଚରେ ନ୍ୟୁନତା ଆସିବା ସହିତ ଆମଦାନୀ ବଢ଼ିବ ।

୪ . ମୀନ ରାଶି :-

ଏହି ସମୟରେ ଖର୍ଚ୍ଚରେ ବୃଦ୍ଧି ହେବ । ମାତ୍ର ଧନ ପ୍ରାପ୍ତି ପାଇଁ ସମସ୍ୟାର ସାମ୍ନା କରିବାକୁ ପଡ଼ିବ ନାହିଁ । ଟଙ୍କା ରୋଜଗାର ପାଇଁ କୌଣସି ଖରାପ ରାସ୍ତା ନିଅନ୍ତୁ ନାହିଁ । ଆପଣଙ୍କୁ ଅନୁଭବ ଅନୁଯାୟୀ ହିଁ ଯୋଗ୍ୟତା ମିଳିବାକୁ ଯାଉଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

୫ . ବିଛା ରାଶି :-

ଏହି ରାଶି ପାଇଁ ମଧ୍ୟ ସମୟ ଭଲ ରହିଛି । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ପ୍ରତିଯୋଗି ପରୀକ୍ଷାରେ ସଫଳତା ପାଇବେ । ପରିବାର ଲୋକଙ୍କର ସହଯୋଗ ମଧ୍ୟ ମିଳିପାରେ । କୌଣସି ବିବାଦରେ ଆଦୋୖ ପଡନ୍ତୁ ନାହିଁ ।

୬ . ତୁଳା ରାଶି :-

ଚନ୍ଦ୍ରଗ୍ରହଣ କାରଣରୁ ଏହି ରାଶି ମଧ୍ୟ ଭାଗ୍ୟବାନ ହେବାକୁ ଯାଉଛି । ଏହି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି । ମାତ୍ର ନିବେଶ କରୁଥିଲେ ସଚେତନ ହୋଇ କରନ୍ତୁ । ନଚେତ କ୍ଷତି ସହି ପାରନ୍ତି । ବିଦ୍ୟାର୍ଥୀ ମାନେ ସଫଳତା ଅର୍ଜନ କରିବାର ଯୋଗ ରହିଛି । ଆର୍ଥିକ ସମସ୍ୟାର ସମାଧାନ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *