ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ତ୍ର ବିଷୟରେ କହିବୁ ଯାହାକୁ ପାଠ କରି ଆପଣ ନିଜର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିପାରିବେ।ଏହାକୁ ଉଭୟ ସ୍ତ୍ରୀ ଏବଂ ପୁରୁଷ ମଧ୍ୟ ପାଠ କରିପାରିବେ | ଏହି ମନ୍ତ୍ର ଟି ହେଉଛି ହନୁମାନ ଚାଳିଶା ମନ୍ତ୍ର | ଯାହାକୁ ବିଧି ବିଧାନର ସହ ପାଠ କରିବା ଦ୍ୱାରା ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ | କିନ୍ତୁ କିଛି ଲୋକ ଜାଣିନଥାନ୍ତି ହନୁମାନ ଚାଳିଶା ପାଠ କରିବାର ବିଧି ତେବେ ଆଜି ଆମେ ଏହାର ସଠିକ ବିଧି ବିଷୟରେ କହିବୁ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ଯାହାକୁ ଭକ୍ତିର ସହ ପାଠ କରିବା ଦ୍ୱାରା ଆପଣ ଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇ ଯାଇଥାଏ |
ତେବେ ଆପଣଙ୍କ ଜୀବନ ରେ ଯେଉଁ ପ୍ରକାରର ବି ମନୋକାମନା ରହିଥାଉ | ତାହା ଚାକିରି କ୍ଷେତ୍ର ରେ ହେଉ କିମ୍ବା ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ରେ ଅବା ଋଣ କରଜ ସୁଝିବା ହେଉ କିମ୍ବା ଆପଣଙ୍କର ସୁଖ ଏବଂ ଦୁଃଖ ହେଉ | ଏବଂ ପ୍ରେମ ସମ୍ପର୍କ କୁ ସୁଦୃଢ଼ କରିବା ପାଇଁ ହେଉ ଯେ କୌଣସି ପ୍ରକାର ମନୋସ୍କାମନାର ପୂର୍ତ୍ତି ପାଇଁ ଆପଣ ଏହି ମନ୍ତ୍ର ର ପାଠ କରିପାରିବେ |
କଳିଯୁଗର ପ୍ରତ୍ୟକ୍ଷ ଦେବତା ମହାବୀର ବଜରଙ୍ଗ ବାଲୀ ହନୁମାନ ଙ୍କୁ କୁହାଯାଇଥାଏ । ଏବଂ ତାଙ୍କୁ ଭକ୍ତିର ସହ ଆରାଧନା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ଆଜି ପର୍ଯ୍ୟନ୍ତ କୌଣସି ବି ଭକ୍ତ ତାଙ୍କ ନିକଟରୁ ଖାଲି ହାତରେ ଫେରି ଯାଇନାହିଁ | ଭକ୍ତି ଭାବ ସହ ପୂଜା କରିବା ବ୍ୟକ୍ତି କେବେ ବି ନିରାଶ ହୋଇନାହିଁ |ଭକ୍ତ ର ସବୁ ଇଛା ତୁରନ୍ତ ପୂର୍ଣ୍ଣ କରିଥାନ୍ତି ମହାବୀର ବଜରଙ୍ଗ ବାଲୀ । ତେବେ ବନ୍ଧୁଗଣ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଙ୍ଗଳବାର ଆଉ ଶନିବାର ଦିନଟି ବହୁତ ଶୁଭ ଏବଂ ଗୁରୁତ୍ୱପୂର୍ଣ ହୋଇଥାଏ ବୋଲି ମାନ୍ୟତା ରହିଛି ।ଯଦି ଏହି ଦିନ ହନୁମାନଙ୍କ ମନ୍ଦିରକୁ ଯିବା ଅତ୍ୟନ୍ତ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି |
ମହାବୀର ବଜରଙ୍ଗଵାଲୀ ଙ୍କୁ ଶଙ୍କଟ ମୋଚନ ବୋଲି କୁହାଯାଇ ଥାଏ | ସେଥିପାଇଁ ମହାବୀର ଙ୍କୁ ପୂଜା କରିବା ଦ୍ୱାରା ଆପଣଙ୍କ ଜୀବନ ରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ । ସେ ସମସ୍ତ ଶଙ୍କଟକୁ ହରି ଦେଇଥାନ୍ତି । ତେବେ ଆପଣ ଯଦି କରଜ କିମ୍ବା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଶନିବାର ଦିନ ହନୁମାନ ମନ୍ଦିରକୁ ଯାଇ ପୂଜା କରିବା ଦ୍ୱାରା ହନୁମାନଙ୍କ ସହିତ ଶନିଦେବ ମଧ୍ୟ ପ୍ରସନ୍ନ ହୋଇଥାନ୍ତି | ତେବେ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ ଯାହାକୁ କରିବା ଦ୍ୱାରା ଆପଣଙ୍କୁ ସମସ୍ତ ସମସ୍ୟା ରୁ ମୁକ୍ତି ମିଳିଯିବ |
କରନ୍ତୁ ଏହି ଚମତ୍କାରୀ ଉପାୟ –
କୌଣସି ବି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଗୋଟିଏ ଲେମ୍ବୁ ସହିତ 4 ଟି ଲବଙ୍ଗ ନିଅନ୍ତୁ | ଏବଂ ଏହା ପରେ ସେହି ଲେମ୍ବୁ ଉପରେ କୁକୁମ ରେ ଶ୍ରୀରାମ ଲେଖନ୍ତୁ | ଏବଂ ଏହା ପରେ ଶନିବାର ଦିନ ସେହିଁ ଲେମ୍ବୁ କୁ ନେଇ ହନୁମାନ ଙ୍କ ଚରଣ ରେ ରଖିଦିଅନ୍ତୁ । ଏହା ପରେ ପ୍ରଭୁ ଶ୍ରୀରାମ ଙ୍କ ନାମ କୁ ଜପ କରନ୍ତୁ ଏବଂ ହନୁମାନ ଚାଳିଶା କୁ ପାଠ କରନ୍ତୁ | ଏହା ପରେ ରାତ୍ରି ରେ ସେହି ଲେମ୍ବୁ କୁ ନେଇ କୌଣସି ଖାଲି ସ୍ଥାନ ରେ ମାଟି ତଳେ ନିଜ ସମସ୍ୟା କୁ ଭଗବାନ ଙ୍କୁ ଜଣେଇ ପୋତିଦିଅନ୍ତୁ | ଏହା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇଥାଏ ଏବଂ ଶୁଭ ଫଳ ମିଳିଥାଏ |