” କାର୍ତ୍ତିକ ପୂର୍ଣ୍ଣିମା “ରେ ଏହି 5 ଜିନିଷ ଭୁଲ ରେ ବି ଖାଆନ୍ତୁ ନାହିଁ ବ୍ରତ ଭାଙ୍ଗିଯାଏ ଭଗବାନ ବିଷ୍ଣୁ କ୍ରୋଧୀତ ହୋଇଯାନ୍ତି |

ସବୁଠାରୁ ଶ୍ରେଷ୍ଠ ପୂର୍ଣ୍ଣିମା ” କାର୍ତ୍ତିକ ପୁର୍ଣିମା ” ହୋଇଥାଏ | ମାନ୍ୟତା ଅନୁସାରେ ଏହି ଦିନ ଭଗବାନ ଶିବ ରାକ୍ଷସ ତ୍ରିପୁରାଶୁର କୁ ବଦ୍ଧ କରି ଥିଲେ | ତେଣୁ ଏହି ଖୁସିର ଅବସରରେ ଦେବତା ଗଣ ଏହି ଦିନ କୁ ଦୀପାବଳି ରୂପେ ପାଳନ କରିଥିଲେ ଯାହାକୁ ” ଦେବ ଦୀପାବଳି ” ବୋଲି ମଧ୍ୟ କୁହାଯାଏ | ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ଦିନ ଭଗବାନ ବିଷ୍ଣୁ ମଧ୍ୟ ମସ୍ଚ୍ୟ ଅବତାର ନେଇଥିଲେ, ଏବଂ ଏହା ସହିତ ଏହି ଦିନ ଗଙ୍ଗା ସମେତ ଅନ୍ୟାନ ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ମଧ୍ୟ ରହିଛି | ମାନ୍ୟତା ରହିଛି ଯଦି ଏହି ଦିନ ହାତରେ କୁଶ ଘାସ ନେଇ ସ୍ନାନ କରାଯାଏ ତେବେ ଦଶ ଗୁଣ ଅଧିକ ଶୁଭଫଳ ମିଳିଥାଏ | କାର୍ତ୍ତିକ ପୁର୍ଣିମା ରେ ଦୀପ ଦାନ କରିବାର ମଧ୍ୟ ପରମ୍ପରା ରହିଛି |

ଶୁଭ ମୁହୂର୍ତ୍ତ :

ପୁର୍ଣିମା ତିଥି 7 ନଭେମ୍ବର 2022 କୁ ସନ୍ଧ୍ୟା 4 ଟା ବାଜି 15 ମିନିଟ ରୁ ଆରମ୍ଭ ହେବ, ଯାହା କି 8 ନଭେମ୍ବର କୁ ସନ୍ଧ୍ୟା 4 ଟା ବାଜି 31 ମିନିଟ ରେ ସମାପ୍ତ ହେବ | ପୁର୍ଣିମା ତିଥି ଦିନ ସ୍ନାନ କରିବାର ଶୁଭ ବେଳ ସନ୍ଧ୍ୟା 4 ବାଜି 31 ମିନିଟ ପର୍ଯ୍ୟନ୍ତ ରହିଛି | ଦାନ କରିବାର ଶୁଭ ସମୟ 8 ନଭେମ୍ବର କୁ ସୂର୍ଯ୍ୟସ୍ତ ପୂର୍ବ ପର୍ଯ୍ୟନ୍ତ ଅଛି |

ପୌରାଣିକ କଥା :

ପୌରାଣିକ କଥା ଅନୁସାରେ ତାଡକାଶୁର ନାମକ ଏକ ରାକ୍ଷସ ଥିଲା, ତାହାର ତିନି ପୁତ୍ର ଥିଲେ, ତାରକାକ୍ଷ, କମଲାକ୍ଷ ଏବଂ ବିଦୟୁନମଲି | ଭଗବାନ ଶିବ ଙ୍କ ପୁତ୍ର କାର୍ତ୍ତିକ ତାଡକାଶୁର କୁ ହତ୍ୟା କରିଦେଇ ଥିଲେ | ଏହା ପରେ ତାଡକାଶୁର ଙ୍କ ତିନି ପୁତ୍ର ବହୁତ ଦୁଃଖ ପାଇଥିଲେ,ଏହା ପରେ ସେ ପିତା ଙ୍କ ମୁତ୍ୟୁ ର ପ୍ରତିଶୋଧ ନେବା ପାଇଁ ଭଗବାନ ବ୍ରହ୍ମା ଙ୍କ ଠାରୁ ବାର ପ୍ରାପ୍ତ ପାଇଁ ଅତୁଟ ତପସ୍ୟା କରିଥିଲେ | ଏହା ଫଳ ରେ ଭଗବାନ ବ୍ରହ୍ମା ପ୍ରସନ୍ନ ହୋଇ ବର ମାଗିବାକୁ କହିଥିଲେ | ଏବଂ ତିନି ଭାଇ ଅମର ହେବାର ବର ମାଗିଥିଲେ କିନ୍ତୁ ଭଗବାନ ବ୍ରହ୍ମା ଅନ୍ୟ ବର ମାଗିବାକୁ କହିଥିଲେ ||| | ଏହା ପରେ ତିନି ଭାଇ ତିନିଟି ନଗର ମାଗିଥିଲେ ଯାହା ଦ୍ୱାରା ସେ ପୁରା ବ୍ରହ୍ମାଣ୍ଡ ଭ୍ରମଣ କରିପାରିବେ ଏବଂ ତାଙ୍କ ହତ୍ୟା ଏହି ତିନି ନଗର ମିଶିବା ପରେ ହୋଇପାରିବ |

ତିନିଟି ନଗର ସୁନା, ରୂପା ଏବଂ ଲୁହାରେ ତିଆରି କରାଗଲା | ଏହା ଯୋଗୁ ତିନି ଭାଇ ତ୍ରିଲୋକ ରେ ନିଜର ତାଣ୍ଡବ ରଚାଇଲେ, ଏଥିରେ ଭଗବାନ ଇନ୍ଦ୍ର ଅପ୍ରସନ୍ନ ହୋଇ ଭଗବାନ ଶିବ ଙ୍କୁ ଆରାଧନା କଲେ | ଏହା ପରେ ଏକ ରଥ ନିର୍ମାଣ କରାଗଲା ଯେଉଁଥିରେ ସବୁ ଦେବତା ଙ୍କ ଯୋଗଦାନ ରହିଥିଲା | ଚନ୍ଦ୍ର ସୂର୍ଯ୍ୟ ରଥର ଚକ ସାଜିଲେ, ଇନ୍ଦ୍ର, ବରୁଣ, ଯମ ଏବଂ କୁବେର ରଥର 4 ଘୋଡା ହେଲେ |

ହିମାଲୟ ଧନୁ ବନିଲେ ଏବଂ ଶେଷ ନାଗ କାନ୍ଦ ବନିଲେ, ଭଗବାନ ଶିବ ନିଜେ ବାଣ ବଣିଲେ ଏବଂ ଚାଳକ ବନିଲେ ଅଗ୍ନି ଦେବ | ତେବେ ଏହି ରଥରେ ନିଜେ ଶିବ ସବାର ହେଲେ | ଏବଂ ଯୁଦ୍ଧ ରେ ତିନି ଭାଇଙ୍କୁ ଭଗବାନ ଶିବ ହତ୍ୟା କରିଥିଲେ ତେଣୁ ଏହି ଯୁଦ୍ଧ ପରେ ଭଗବାନ ଶିବ ଙ୍କୁ ତ୍ରିପୁରାରୀ କୁହାଗଲା | ଏହି ବଦ୍ଧ କାର୍ତ୍ତିକ ପୁର୍ଣିମା ରେ ହୋଇଥିଲା ତେଣୁ ଏହି ପୁର୍ଣିମା କୁ ତ୍ରିପୁରାରୀ ପୁର୍ଣିମା ମଧ୍ୟ କୁହାଯାଏ

କେଉଁ ନିୟମ ପାଳନ କରିବା ଉଚିତ :

କାର୍ତ୍ତିକ ମାସ ରେ ଦୀପ ଦାନ କରିବା ଦ୍ୱାରା ପରିବାର ରେ ସମସ୍ତ ଅନ୍ଧକାର ରୂପୀ ସମସ୍ୟା ରୁ ମୁକ୍ତି ମିଳିଥାଏ | ଏହି ମାସରେ ତୁଳସୀ କୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ | କାର୍ତ୍ତିକ ମାସ ରେ ତେଲ ଲଗେଇବା ଉଚିତ ନୁହେଁ କେବଳ ଅରଖ ଚତୁର୍ଦଶୀ ଦିନ ହିଁ ତେଲ ଲଗାନ୍ତୁ ଏବଂ ସ୍ନାନ କରନ୍ତୁ | କାର୍ତ୍ତିକ ମାସରେ ହରଡ଼, ମଶୁର, ସୋରିଷ ଖାଇବା ଉଚିତ ନୁହେଁ ଏହା ଯୋଗୁ ଆର୍ଥିକ ଅସୁବିଧା ହୋଇଥାଏ |

ଏହି ମାସରେ ବ୍ରହଚଯ୍ୟ ର ପାଳନ କରନ୍ତୁ ନହେଲେ ପତି ପତ୍ନୀ ଏବଂ ପିଲା ଛୁଆ ଙ୍କୁ ମଧ୍ୟ ଏହାର ପାପ ଲାଗିଥାଏ | ଏହି ମାସ ରେ କାଲି ଝଗଡା କରିବା ଉଚିତ ନୁହେଁ ଏହା ଦ୍ୱାରା ମା ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାନ୍ତି | କାର୍ତ୍ତିକ ମାସରେ ବାଇଗଣ ଖାଇବା ଉଚିତ ନୁହେଁ କାରଣ ଏହା ଅଶୁଭ ହୋଇଥାଏ | ଏଥି ସହିତ ମାଂସ, ମଦ, ରସୁଣ ଏବଂ ପିଆଜର ସେବନ କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *