ଦୀର୍ଘ ୯୦ ବର୍ଷ ପରେ ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମା , ଏହି ୪ ଟି ରାଶିର ଖୋଲିବ ଭାଗ୍ୟ

ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଗ୍ରହଣ ସହିତ ଅନେକ ସଂଯୋଗରେ ଭରି ରହିଛି । ଯେଉଁ କାରଣରୁ ଚାରୋଟି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି । ଏତେ ଆୟ ହେବ ଯେ ବର୍ଷ ସାରା ଆଉ ଚିନ୍ତା ରହିବନି । ଦରିଦ୍ରରୁ କୋଟିପତି ହେବାର ସ୍ୱପ୍ନ ସାକାର ହୋଇଯିବ । ଏପରି ଶୁଭ ଅବସରରେ ମାତା ଲକ୍ଷ୍ମୀଙ୍କୁ ନିଶ୍ଚୟ ସ୍ମରଣ କରନ୍ତୁ । କାର୍ତ୍ତିକ ମାସକୁ ଧର୍ମ ମାସ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମାସ ମାନା ଯାଇଥାଏ ।

ଏହି ମାସର ଶେଷ ଦିନଟି ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ପୁରାଣ ଅନୁଯାୟୀ ଏହି ସମୟରେ ଭଗବାନ ବିଷ୍ଣୁ ଜଳରେ ମତ୍ସ୍ୟ ରୂପରେ ବିରାଜମାନ ରହନ୍ତି । ଏହି ସମୟରେ ପବିତ୍ର ନଦୀ ସ୍ନାନ ଅତ୍ୟନ୍ତ ପୁଣ୍ୟଦାୟୀ ହୋଇଥାଏ । ଏହାପରେ ଦାନ କରିବା ଦ୍ୱାରା ବୈଠକ ପ୍ରାପ୍ତି ହୋଇଥାଏ । ଏହି ସମୟରେ ହିନ୍ଦୁ ଧର୍ମର ଅନେକ ଭଗବାନ ମାନବ ଅବତାର ନେଇଥିଲେ ।

ଶିଖ ଧର୍ମର ଗୁରୁ ନାନକଙ୍କର ଜନ୍ମ ମଧ୍ୟ ଏହି ତିଥିରେ ହୋଇଥିଲା । କାର୍ତ୍ତିକ ପୂର୍ଣ୍ଣିମାରେ ତୁଳସୀର ଅବତରଣ ମଧ୍ୟ ହୋଇଥିଲା । ତେବେ ଆଜି ଆମେ ଏହି ଦିନର ବିଶେଷତ୍ୱ ଏବଂ ଏହି ଦିନ କାରଣରୁ କେଉଁ କେଉଁ ରାଶିର ଭାଗ୍ୟ ଖୋଲିବାକୁ ଯାଉଛି ତାହା ମଧ୍ୟ କହିବୁ । ଏହିଦିନ ଯେଉଁ ମହିଳା ଦୀପ ଦାନ କରିଥାଏ କିମ୍ବା ତୁଳସୀ ଗଛ ସାମ୍ନାରେ ଦୀପ ଜାଳିଥାଏ ସେହି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

ଏହି ଦିନ ଦେବ ଦୀପାବଳି ପାଳିତ ହୋଇଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ଦିନ ମହାଦେବ ତ୍ରିପୁରାସୁରର ବଧ କରିଥାଏ । ତେଣୁ ଏହିଦିନକୁ ତ୍ରିପୁରାରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ଚନ୍ଦ୍ରମାଙ୍କ ପୂଜା ସମେତ ଭଗବାନ ଶିବଙ୍କ ପୂଜା କଲେ ପରମ ଫଳର ପ୍ରାପ୍ତି ହୋଇଥାଏ । କାରଣ ଚଦ୍ର ସହିତ ମହାଦେବଙ୍କର ଏବଂ ଚନ୍ଦ୍ର ସହିତ ପୂର୍ଣ୍ଣିମାର ମହତ୍ତ୍ୱପୂର୍ଣ୍ଣ ସମ୍ବନ୍ଧ ରହିଛି । ଏହିଦିନ ଜୀବନର ସମସ୍ତ ଅନ୍ଧକାର ଦୂରେଇ ଯାଏ । ଏହିଦିନ ସତ୍ୟନାରାୟଣ ପୂଜାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି ।

ଏହି ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଲଗାତାର ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଜାଗରଣ , ପୂଜା ଏବଂ ଦାନ ବିଧି କଲେ ମନୁଷ୍ୟର ସମସ୍ତ ମନସ୍କାମନା ପୂରଣ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଦୀପ ଦାନ ଏବଂ ଗଙ୍ଗା ସ୍ନାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ନଭେମ୍ବର ୭ ରେ ଦ୍ୱିପ୍ରହର ୪.୧୫ ରେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି ଏବଂ ନଭେମ୍ବର ୮ , ଦ୍ୱିପ୍ରହର ୪.୩୧ ରେ ସମାପନ ହେବ । ପୂର୍ଣ୍ଣିମା ଦିନ ପୁରା ଘରକୁ ସଫା କରି ମୁଖ୍ୟଦ୍ୱାରର ଚୌକାଠରେ ହଳଦୀ ମିଶା ପାଣି ସିଞ୍ଚନ କରନ୍ତୁ । ଦୁଇ ପାର୍ଶ୍ଵରେ ରଙ୍ଗୋଲି ବନାନ୍ତୁ । ସ୍ୱସ୍ତିକ କରି ଦ୍ୱାରରେ ତ୍ୱରଣ ମଧ୍ୟ ଲଗାନ୍ତୁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି ଏବଂ ନିଜର କୃପା ଘର ପରିବାର ଉପରେ ବର୍ଷା କରିଥାନ୍ତି । ଏହିଦିନ ସକାଳୁ ବିଷ୍ଣୁଙ୍କୁ ପୂଜା କରି ସତ୍ୟନାରାୟଣ ପାଠ କରନ୍ତୁ । ଏସବୁ ସୂତକ କାଳ ଲାଗିବା ପୂର୍ବରୁ କରି ନିଅନ୍ତୁ ।

ଏହିଦିନ ଚନ୍ଦ୍ରଦେବଙ୍କ ପୂଜା କରନ୍ତୁ । ଏହି ସମୟରେ ଓଁ ସୁଙ୍ଗ ସମାୟ ନମଃ । ଏହିଦିନ ବ୍ରାହ୍ମଣକୁ ନିଜ କ୍ଷମତା ଅନୁଯାୟୀ ଦକ୍ଷିଣା ନିଶ୍ଚୟ ଦିଅନ୍ତୁ । ଏହିଦିନ 4 ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି ।

୧ . କନ୍ୟା ରାଶି :-

କନ୍ୟା ରାଶି ଜାତକଙ୍କ ପାଇଁ ଏହି ପୂର୍ଣ୍ଣିମା ସୌଭଗ୍ୟ ନେଇ ଆସିବ । ଭିନ୍ନ ଭିନ୍ନ ସ୍ରୋତରୁ ଧନ ପ୍ରାପ୍ତି ହୋଇପାରେ । ଭାଗ୍ୟ ସବୁବେଳେ ସେମାନଙ୍କ ସାଥିରେ ରହିବ । ସରକାରୀ କ୍ଷେତ୍ର ସହିତ ଜଡ଼ିତ କାର୍ଯ୍ୟରେ ମନ ଦିଅନ୍ତୁ , ସେଥିରୁ ଅଧିକ ଲାଭ ହେବ । ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଉତ୍ତମ ହେବାକୁ ଯାଉଛି । ନିଜର ଘର ରହିବା ଭଳି ସ୍ୱପ୍ନ ପୂରଣ ହୋଇଯିବ । ଆର୍ଥିକ ସମସ୍ୟା ଦୂର ହେବ ଏବଂ ଶନିଙ୍କ ଆଶୀର୍ବାଦ ରହିବ ।

୨ . ମେଷ ରାଶି :-

ଏହି ରାଶିକୁ ଅନେକ ଲାଭ ମିଳିବାକୁ ଯାଉଛି । ମାତ୍ର ପରିଶ୍ରମ ଆବଶ୍ୟକ ଅଟେ । ଅମାପ ଧନ ମିଳିବ ଏବଂ ଘରକୁ ସୁଖ ସମୃଦ୍ଧି ଆସିବ । କାମରେ ଆସୁଥିବା ବାଧା ଆପଣଙ୍କର କିଛି କ୍ଷତି କରି ପାରିବ ନାହିଁ । ପରିଶ୍ରମ କରନ୍ତୁ ମାତ୍ର ଫଳରେ ଆଶା ରଖନ୍ତୁ ନାହିଁ । ବାଦ ବିବାଦରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚ ବଢ଼ିବ ଏବଂ ପରୀକ୍ଷାର ସମୟ ମଧ୍ୟ ଆସିପାରେ । ତେଣୁ ଧୌର୍ଯ୍ୟ ରଖନ୍ତୁ ଏବଂ ମାନସିକ ସନ୍ତୁଳନ ବଜାୟ ରଖନ୍ତୁ ।

୩ . କୁମ୍ଭ ରାଶି :-

ଅର୍ଥ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଏହି ରାଶିର ମହାରାଜ ଶନିଦେବ ହୋଇ ଥିବାରୁ ସାଢ଼େସାତି ଭଳି ସମସ୍ୟା ରହିବ ନାହିଁ । ମାତ୍ର ସବୁକିଛି ଆପଣଙ୍କ କର୍ମ ଉପରେ ନିର୍ଭର କରେ । ମାନ ସମ୍ମାନରେ ବୃଦ୍ଧି ହେବ । କର୍ମରୁ ଭଲ ଫଳ ମିଳିବ । ପରିବାରର ସହଯୋଗ ମିଳିବ ।

୪ . ତୁଳା ରାଶି :-

ଏହି ରାଶି ପାଇଁ ଏହି ସମୟ ସବୁଠାରୁ ଅଧିକ ଶୁଭ ଅଟେ । ଧନ ସହିତ ମାନ ସମ୍ମାନରେ ବୃଦ୍ଧି ହେବ । ବ୍ୟବସାୟରେ ଅପୂର୍ବ ଲାଭ ହେବ । ଚାକିରୀରେ ପଦୋନ୍ନତି ହୋଇପାରେ । ପରିବାରକୁ ସୁଖ ସମୃଦ୍ଧି ଆସିବ । ଧନ ସଞ୍ଚୟ କରିବେ ଏବଂ ଖର୍ଚ୍ଚ ମଧ୍ୟ ରହିବ । ତେଣୁ ସମୟ ଏବଂ ଧନର ସଦୁପଯୋଗ କରନ୍ତୁ । ନଚେତ କୌଣସି ସମସ୍ୟାରେ ପଡ଼ି ପାରନ୍ତି ।

Leave a Reply

Your email address will not be published. Required fields are marked *