8 ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମା ଚାଉଳ ଏବଂ ଟିକିଏ ହଳଦୀ ଖୋଲିଦେବା ଭାଗ୍ୟର କବାଟ |

ବନ୍ଧୁଗଣ ଏହି ଦିନ କାଶୀ ରେ ଦେବ ଦୀପାବଳି ପାଳନ କରିଥାନ୍ତି, ମାନ୍ୟତା ଅଛି କାର୍ତ୍ତିକ ପୁର୍ଣିମା ଦିନ ଦେବତାଗଣ ଏହିଠାକୁ ଦେବ ଦୀପାବଳି ପାଳନ କରିବାକୁ ଆସିଥାନ୍ତି | ଏହି ଦିନ ପବିତ୍ର ନଦୀ ରେ ସ୍ନାନ କରିବା ଏବଂ ନଦୀ କୂଳରେ କିମ୍ବା ମନ୍ଦିରରେ ଦୀପ ଜାଳିବାର ପରମ୍ପରା ମଧ୍ୟ ରହିଛି | ଏହା ଦ୍ୱାରା ଆପଣଙ୍କୁ ଆଶୀର୍ବାଦ ସହ ପିତୃ ଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ |

ଏହି ଦିନ କ୍ଷୀରି ଖାଇବାକୁ ବିଧାନ ମଧ୍ୟ ରହିଛି | ଏହି ବିଶେଷ ଦିନ ରେ କ୍ଷୀରି ରେ କେଶରୀ ମିଶେଇ ଖାଇବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ବୋଲି ମାନ୍ୟତା ରହିଛି | ଏବଂ ଏହି ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ୱାରା ବିଶେଷ ଲାଭ ମିଳିଥାଏ | ଏହି ଦିନ ଦୀପ ଦାନ ର ମଧ୍ୟ ବିଶେଷ ମହତ୍ୱ ରହିଛି ତେବେ ଆସନ୍ତୁ ସେହି ବିଷୟରେ ଜାଣିବା :-

ଯେଉ ବ୍ୟକ୍ତି ଏହି ଦିନ ବିଷ୍ଣୁ ଭଗବାନ ଙ୍କ ମନ୍ଦିର ରେ ଅଖଣ୍ଡ ଦୀପ ଜଳେଇଥାଏ ତାହାକୁ ଆକର୍ଷଣ ର ଶକ୍ତି ପ୍ରାପ୍ତ ହୋଇଥାଏ | ଅର୍ଥାତ ଆପଣଙ୍କୁ ସମସ୍ତ ଲୋକ ଆକର୍ଷଣ ହୋଇଥାନ୍ତି | ମାନ୍ୟତା ଅଛି ଏହି ଦିନ ଯେଉଁ ବ୍ୟକ୍ତି ଅନ୍ୟ ଙ୍କ ଦୀପ ଜଳେଇଥାଏ ତାଙ୍କୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ | ମୋକ୍ଷ ମିଳିଯାଇଥାଏ ଅର୍ଥାତ ତାଙ୍କୁ ଆଉ ଥରେ ଏହି ସଂସାରରେ ଜନ୍ମ ନବାକୁ ପଡ଼ିନଥାଏ ଏହି ଭବ ସାଗର ରୁ ମୁକ୍ତି ମିଳିଯାଇଥାଏ | ଏହି ମାସ ରେ ହରି ମନ୍ଦିର ରେ ଦୀପ ଦାନ କରିବା ଦ୍ୱାରା ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ |

କାର୍ତ୍ତିକ ପୁର୍ଣିମା ଦିନ ଯଦି ଆପଣ କୌଣସି ମନ୍ଦିର, ନଦୀ ସରୋବର, ଓସ୍ତ ଗଛ, ତୁଳସୀ ମୂଳେ କିମ୍ବା ଏମିତି କୌଣସି ସ୍ଥାନ ଯୋଉଠି ଅଧିକ ଅନ୍ଧାର ଅଛି ସେଇଠାରେ ଦୀପ ଜଳାଇବା ଦ୍ୱାରା ଆପଣଙ୍କୁ ସାତ ପୁରୁଷ କୁ ମୋକ୍ଷ ପ୍ରାପ୍ତି ହୋଇଯାଏ ଏବଂ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ | ଏହା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ସହ ଭଗବାନ ଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ |

କାର୍ତ୍ତିକ ପୁର୍ଣିମା ରେ ଏହି ଉପାୟ କରନ୍ତୁ ଭାଗ୍ୟ ବଦଳିଯିବ :-

1. କାର୍ତ୍ତିକ ପୁର୍ଣିମା ରେ 5 ଦୀପ ନିଶ୍ଚିନ୍ତ ଜଳେଇବା ଉଚିତ, ଗୋଟିଏ ତୁଳସୀ ପାଖରେ, ଦ୍ୱିତୀୟ ଆପଣଙ୍କ ପୂଜା ସ୍ଥଳ ରେ, ତୃତୀୟ ଘର ମୁଖ୍ୟ କବାଟ ପାଖ ରେ, ଚତୁର୍ଥ ପାଖ ରେ ଥିବା ମନ୍ଦିରରେ ଏବଂ ପଞ୍ଚମ ଦୀପ ଓସ୍ତ ଗଛ ମୂଳ ରେ ନିଶ୍ଚିନ୍ତ ଜଳେଇବା ଉଚିତ | ଏହା ଦ୍ୱାରା ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁ ଙ୍କ ଆଶୀର୍ବାଦ ମିଳିଥାଏ |

2. 21 ଟି ଚାଉଳ ଦାନା ନିଅନ୍ତୁ ସେଥିରେ ଟିକିଏ ଗଙ୍ଗା ଜଳ ଛିଞ୍ଚାନ୍ତୁ ଏବଂ ଟିକିଏ ହଳଦୀ ଲଗେଇ ଦିଅନ୍ତୁ | ଏହା ପରେ ଗୋଟିଏ ନାଲି କପଡା ନିଅନ୍ତୁ ଏବଂ ଏହି ଚାଉଳକୁ ସେଥିରେ ରଖି ପୁଟୁଳା କରି ଦିଅନ୍ତୁ | ଏବଂ ମା ଲକ୍ଷ୍ମୀ ଙ୍କ ପୂଜା କରନ୍ତୁ ଏହା ପରେ ଏହି ପୁଟୁଳା କୁ ଆପଣଙ୍କ ଧନ ରଖିବା ସ୍ଥାନ ରେ ରଖନ୍ତୁ | ଏହା ଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ ଏବଂ ଜୀବନ ରେ ଧନ ଜନିତ ଅସୁବିଧାର ସମାଧାନ ହୋଇଯାଇଥାଏ |

3. ଟିକିଏ ଚାଉଳ ନିଅନ୍ତୁ ଏବଂ ଏହାକୁ ପେଶୀ କି ପାଉଡର ବନେଇ ଦିଅନ୍ତୁ ସେଥିରେ ଟିକିଏ ହଳଦୀ ଏବଂ ପାଣି ମିଶେଇ ପେଷ୍ଟ ବନେଇ ଦିଅନ୍ତୁ | ଏହା ପରେ ଏହା ଦ୍ୱାରା ଆପଣ ନିଜ ଘରର ମୁଖ୍ୟ ଦ୍ୱାରା ରେ ଓଁ ଲେଖନ୍ତୁ ଏବଂ ସ୍ୱସ୍ତିକ ମଧ୍ୟ ବନାନ୍ତୁ | ଏହା ଦ୍ୱାରା ଆପଣଙ୍କ ଘର ନଜର ଦୋଷ ରୁ ମୁକ୍ତି ପାଇଥାଏ ଏବଂ ଘରେ ଥିବା ନକାରାତ୍ମକ ଉର୍ଜା ରୁ ରକ୍ଷା ମିଳିଥାଏ |

Leave a Reply

Your email address will not be published. Required fields are marked *