ସନାତନ ଧର୍ମର ତୁଳସୀ ଗଛର ଅନେକ ଖାସ ମହତ୍ତ୍ୱ ବିଷୟରେ କୁହାଯାଇଛି । ତେଣୁ ଆମକୁ ଆମ ଘରେ ନିଶ୍ଚିତ ଭାବରେ ତୁଳସୀ ଗଛ ଲଗାଇବା ଉଚିତ । ଶ୍ରୀକୃଷ୍ଣ କହନ୍ତି ଯେଉଁ ମଣିଷ ନିଜ ଜୀବନରେ କେବଳ ଥରେ ହିଁ ତୁଲାସୀରେ ଜଳ ଚଢ଼ାଇ ଥାଏ ତେବେ ତା ଜୀବନର ସବୁ ପାପର ନାଶ ହୋଇଯାଏ । ସଂସାରରେ ତୁଳସୀ ଗଛ ସମାନ ପବିତ୍ର ଗଛ ଆଉ କୌଣସି ନାହିଁ । ଯେଉଁ ସ୍ତ୍ରୀ ପ୍ରତ୍ୟେକ ଦିନ ତୁଳସୀ କୁ ପୂଜା କରେ ଏବଂ ଜଳ ଚଢ଼ାଏ ସେ ସର୍ବଦା ହିଁ ସୌଭାଗ୍ୟଶାଳୀ ହୋଇଥାଏ ।
ତୁଳସୀ ଗଛର ଭଲ ଭାବରେ ଯତ୍ନ ନେବା ଉଚିତ । ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ଘରେ ତୁଳସୀ ଗଛ ଯେତେ ଭଲ ସେହି ଘରେ ସବୁବେଳେ ସୁଖ ସମୃଦ୍ଧି ବଜାୟ ରହେ । ଯେଉଁ ଘରେ ତୁଳସୀ ଗଛ ସ୍ୱତଃ ଶୁଖିବାରେ ଲାଗିଥାଏ ଏବଂ ତାହାର କେହିବି ଯତ୍ନ ନିଅନ୍ତି ନାହିଁ ଏବଂ କେହିବି ଜଳ ଚଢାନ୍ତି ନାହିଁ , ସେହିଘରେ ସଙ୍କଟ ଆସିବାର ସମ୍ଭାବନା ଥାଏ । ତୁଳସୀ ଗଛ ସବୁଠାରୁ ଅଧିକ ପବିତ୍ର ହେବା କାରଣରୁ ଏହାର ଯତ୍ନ ନେବା ସମୟରେ କିଛି ମହତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦେବା ଉଚିତ ।
୧ . ଯଦି ମନୁଷ୍ୟ ଚା ରେ ଅତିକମରେ ଗୋଟିଏ ତୁଳସୀ ପତ୍ରବି ପ୍ରତ୍ୟକ ଦିନ ପକାଇ ସେବନ କରେ ତେବେ କ୍ୟାନ୍ସର ଭଳି ରୋଗ ଠାରୁ ମୁକ୍ତି ମିଳିଥାଏ ।
୨ . ତୁଳସୀ ଗଛ ସକାରାତ୍ମକତା ଜାତ କରିଥାଏ । ତେଣୁ ମାତା ତୁଳସୀଙ୍କ ଆଶୀର୍ବାଦ ପାଇବା ପାଇଁ ଘରେ ତୁଳସୀ ଗଛ ନିଶ୍ଚୟ ଲଗାନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଏବଂ ଘରକୁ ସକାରାତ୍ମକତା ପ୍ରବେଶ କରିଥାଏ ।
୩ . ତ୍ୱଚାକୁ ସୁରକ୍ଷିତ ଏବଂ ସୁନ୍ଦର ରଖିବା ପାଇଁ ତୁଳସୀ ଅତ୍ୟନ୍ତ ପ୍ରଭାବୀ ଅଟେ । ଏହାଦ୍ବାରା ବ୍ରଣ ସମସ୍ୟା ସବୁଦିନ ପାଇଁ ଦୂରେଇ ଯାଏ ଏବଂ ତ୍ୱଚା ସୁନ୍ଦର ହୋଇଥାଏ ।
୪ . ନିୟମିତ ଭାବରେ ତୁଳସୀକୁ ହାତ ଯୋଡ଼ି ପ୍ରାର୍ଥନା କଲେ ସମସ୍ତ ପାପ ନଷ୍ଟ ହୋଇଥାଏ ଏବଂ ମନୁଷ୍ୟ ଭିତରେ ଏକ ନୂଆ ଶକ୍ତି ସୃଷ୍ଟି ହୋଇଥାଏ ।
୫ . ଯଦି ଆପଣଙ୍କର କୌଣସି ସ୍ଥାନରେ କ୍ଷତ ହୋଇଛି ତେବେ ତୁଳସୀ ସହିତ ଫିଟିକିରି ମିଶାଇ ଲଗାଇ ଦିଅନ୍ତୁ । ଏହାଦ୍ବାରା କ୍ଷତ ଭଲ ହୋଇଯିବ ଏବଂ ବଢ଼ିବ ନାହିଁ । କାରଣ ତୁଳସୀରେ ଆଣ୍ଟିବ୍ୟାକ୍ଟେରିୟଲ ଗୁଣ ରହିଥାଏ ।
୬ . ଯେଉଁ ବ୍ୟକ୍ତି ଉପରେ ମାତା ତୁଳସୀ ପ୍ରସନ୍ନ ହୁଅନ୍ତି ସେହି ବ୍ୟକ୍ତି ଦରିଦ୍ର୍ୟରୁ ବି ରାଜା ହୋଇଯାଇ ପାରେ । ତେଣୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ନିଶ୍ଚୟ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ ।
୭ . ଯଦି ଆପଣଙ୍କୁ ସର୍ଦ୍ଧି କିମ୍ବା ଜ୍ୱର ହୋଇଥାଏ ତେବେ ମିଶ୍ରୀ , ଗୋଲମରିଚ ଏବଂ ତୁଳସୀ ମିଶାଇ କାଢ଼ା କରି ପିଇଲେ ଭଲ ହୋଇଯାଏ ।
୮ . ପ୍ରତ୍ୟେକ ଦିନ ସନ୍ଧ୍ୟାରେ ତୁଳସୀ ପୂଜା କରିବା ସହିତ ଦୀପ ଜାଳିଲେ ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
୯ . ଯଦି ଆପଣଙ୍କ ବ୍ୟବସାୟରେ କୌଣସି ସମସ୍ୟା ରହିଛି କିମ୍ବା ଚାଲୁନାହିଁ ତେବେ ପ୍ରତ୍ୟେକ ଶୁକ୍ରବାର ଦିନ ତୁଳସୀ ଗଛରେ କ୍ଷୀର ଚଢାନ୍ତୁ । ଦେଖିବେ ଆପଣଙ୍କ ସମସ୍ୟା ଦୂରେଇ ଯିବ ।
୧୦ . ଯେଉଁ ଘରେ ନିୟମିତ ଭାବରେ ତୁଳସୀ ଗଛ ମୂଳରେ ଦୀପ ଜଳିଥାଏ ସେହି ଘରକୁ କେବେ ଭୂତ ପ୍ରେତ ଆତ୍ମା ଆସି ନଥାଏ ।
୧୧ . ଯଦି ଆପଣଙ୍କ ଘରେ ଆର୍ଥିକ ସମସ୍ୟା ରହିଛି ଏବଂ ଅଧିକ ଖର୍ଚ୍ଚ ହେଉଛି ତେବେ ଘରକୁ ତୁଳସୀ ଗଛ ନେଇ ଆସନ୍ତୁ । ଆପଣଙ୍କର ସେହିସବୁ ସମସ୍ୟା ଦୂରେଇ ଯିବ । ନିୟମିତ ତୁଳସୀ ଗଛର ପୂଜା କରନ୍ତୁ ।
୧୨ . ଭଗବାନ ବିଷ୍ଣୁଙ୍କ ପୂଜାରେ ତୁଳସୀ ଗଛର ଅନେକ ଅନେକ ମହତ୍ତ୍ୱ ରାହିଁ । ତେଣୁ ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅର୍ପିତ କଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି ଏବଂ ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଏମିତିରେ ତ ସବୁ ଦେବଦେବୀଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯାଏ । ମାତ୍ର ଭଗବାନ ଶିବ ଏବଂ ଗଣେଶଙ୍କ ପୂଜାରେ ତାହା ବ୍ୟବହୃତ ହୁଏନାହିଁ ।
୧୩ . ଯଦି ଆପଣଙ୍କ ଘରେ କୌଣସି ଛୋଟ ପିଲା ଉପରେ ଖରାପ ନଜର ପଡ଼ିଛି ତେବେ ସାତୋଟି ତୁଳସୀ ପତ୍ର ଏବଂ ସାତୋଟି ଗୋଲମରିଚ ଦାନା ନେଇ ମୁଣ୍ଡ ଉପର ଦେଇ ବୁଲାଇ ଘର ପଛରେ ରଖି ଦିଅନ୍ତୁ । ଏହାଦ୍ବାରା ନଜର ସମସ୍ୟା ଦୂର ହୋଇଯିବ