ତୁଳସୀ ବିବାହ କେବେ ? କେବଳ ଏହି ଗୋଟିଏ ଉପାୟ ଦ୍ୱାରା ଶେଷ ହେବ ବର୍ଷ ପୁରୁଣା ଦାରିଦ୍ର୍ୟତା

ତୁଳସୀ ବିବାହ ଏପରି ଏକ ପରମ୍ପରା ଯାହା ନିହାତି କରିବା ଉଚିତ । ଏହାବ୍ୟତୀତ ବ୍ରତ ରଖିବାର ମଧ୍ୟ ପରମ୍ପରା ରହିଛି । କନ୍ୟା ଦାନ ଭଳି ପୁଣ୍ୟ କରିବାର ସୌଭଗ୍ୟ ପାଇବା ପାଇଁ ନିଶ୍ଚିତ ରୂପରେ ଥରେ ତୁଳସୀ ବିବାହ କରନ୍ତୁ । ଏହାଦ୍ବାରା ପୁଣ୍ୟ ଅର୍ଜନ ହେବା ସହିତ ଭଗବାନ ବିଷ୍ଣୁ ମଧ୍ୟ ପ୍ରସନ୍ନ ହୁଅନ୍ତି

ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିବା ସହିତ ସବୁ ଦୁଃଖ କଷ୍ଟ ମଧ୍ୟ ଦୂରେଇ ଯାଏ । ଭାରତରେ ବିବାହ ସମୟ ଦେବଏକାଦଶୀ ଠାରୁ ହିଁ ଆରମ୍ଭ ହୋଇ ଯାଉଛି । ଚାନ୍ଦ୍ରମାସ ସମୟରେ କୌଣସି ବିବାହ କିମ୍ବା ଅନ୍ୟ ଆୟୋଜନ କରାଯାଏ ନାହିଁ । ତେଣୁ ସର୍ବ ପ୍ରଥମ ବିବାହ ତୁଳସୀ ଏବଂ ଭଗବାନ ବିଷ୍ଣୁ ଶାଲିଗ୍ରାମର କରାଯାଇଥାଏ ।

ଏଥର ତୁଳସୀ ବିବାହ ସମୟରେ କୌଣସି ଶୁଭ ମୁହୂର୍ତ୍ତ ନାହିଁ ମାତ୍ର ଏହି ସମୟରେ କରାଯାଉଥିବା ଉପାୟ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ । ତୁଳସୀ ବିବାହ ଦିନ ତୁଳସୀ ଏବଂ ଶଲିଗ୍ରାମକୁ ବର କନିଆ ଭଳି ସୁସଜ୍ଜିତ କରାଯାଏ । ହିନ୍ଦୁ ବିବାହର ସମସ୍ତ ଅନୁଷ୍ଠାନ କରାଯାଏ । ଯେଉଁ ବ୍ୟକ୍ତି ଏହିଦିନ ତୁଳସୀ ବିବାହ କରିଥାଏ ତାକୁ ସବୁ ପାପ ନଷ୍ଟ ହୋଇଯାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ । ତେବେ ଚାଲନ୍ତୁ ତୁଳସୀ ବିବାହ ସମ୍ବନ୍ଧରେ ଜାଣିନେବା ଏବଂ ଏହିଦିନ କରାଯାଉଥିବା କିଛି ଉପାୟ ବିଷୟରେ ମଧ୍ୟ ଜାଣିନେବା ।

ଆମ ହିନ୍ଦୁ ଧର୍ମରେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି । ତୁଳସୀ ଗଛକୁ ମା ଭଳି ମାନା ଯାଇଥାଏ । ଭଗବାନ ବିଷ୍ଣୁଙ୍କୁ ଶଲିଗ୍ରାମ ବୋଲି ମାନା ଯାଇଥାଏ । ତେଣୁ ତୁଳସୀ ବିବାହ ଦିନ ସବୁ ହିନ୍ଦୁ ପରମ୍ପରା ସହିତ ମାତା ତୁଳସୀ ଏବଂ ଶଲିଗ୍ରାମଙ୍କ ବିବାହ କରାଯାଇଥାଏ । ଚଳିତ ବର୍ଷ ନଭେମ୍ବର ୫ ଏକାଦଶୀ ଦିନ ତୁଳସୀ ପୂଜନ ଅନୁଷ୍ଠିତ ହେବ ।

ତୁଳସୀ ବିବାହ ପାଳନ ଦ୍ୱିପ୍ରହର ୧.୩୦ ରୁ ୨.୩୮ ପର୍ଯ୍ୟନ୍ତ ରହିଛି । ତୁଳସୀ ପୂଜନ ଦିନ ଘରର ସବୁ ସଦସ୍ୟ ସକାଳୁ ଜଲଦି ଉଠି ସ୍ନାନ କରି ନିଅନ୍ତୁ । ଏହାପରେ ସମସ୍ତେ ତୁଳସୀ ଚଉରା ନିକଟରେ ଉପସ୍ଥିତ ହୋଇ ତୁଳସୀ ଗଛ ପାଖରେ ଏକ ଚୌକି ସ୍ଥାପନ କରି ସେଥିରେ ଭଗବାନ ଶଲିଗ୍ରାମଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ।

ଏହା ପରେ ପାଖରେ କଳସ ସ୍ଥାପନା କରି ସେଥିରେ ଶୁଦ୍ଧ ଜଳ ଭରି ସ୍ୱସ୍ତିକ ଚିହ୍ନ ବନାନ୍ତୁ । ମାତା ତୁଲାସୀଙ୍କ ମନ୍ତ୍ର ‘ ଓଁ ତୁଳସୈ ନମଃ ‘ ଜପ କରନ୍ତୁ । ଏହାପରେ ମାତା ତୁଳସୀଙ୍କ ଉପରେ ଓଢଣୀ ରଖି ଷୋହଳ ଶୃଙ୍ଗାର ରଖନ୍ତୁ। ଏହାପରେ ଭଗବାନ ଶାଳୀଗ୍ରାମଙ୍କ ମୂର୍ତ୍ତିକୁ ହାତରେ ଉଠାଇ ସାତ ଥର ତୁଳସୀ ଗଛର ପରିକ୍ରମା କରନ୍ତୁ । ଏହାପରେ ଶାଳୀଗ୍ରାମକୁ ବାମ ପରେ ସ୍ଥାପନ କରନ୍ତୁ । ଜୀବନରେ କେବଳ ଥରେ ଯଦି ଆପଣ ବିଧି ବିଧାନ ସହିତ ତୁଳସୀ ବିବାହ କରନ୍ତି ତେବେ ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ । ଯଦି କୌଣସି ବ୍ୟକ୍ତିଙ୍କର କନ୍ୟା ନଥାଏ ତେବେ ସେ ତୁଳସୀ ପୂଜନ କରି କନ୍ୟା ଦାନ ସମାନ ପୁଣ୍ୟ ଅର୍ଜନ କରି ପାରିବେ ।

ଧ୍ୟାନ ଦେବେ ଯେ ଏହିଦିନ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ । ନଚେତ ଆପଣ ଝଡ଼ି ଯାଇଥିବା ଶୁଖିଲା ତୁଳସୀ ପତ୍ରକୁ ମଧ୍ୟ ବ୍ୟବହାର କରି ପାରିବେ । ତୁଳସୀ ବିବାହ ଦିନ ତୁଳସୀ ସାମ୍ନାରେ ଶୁଦ୍ଧ ଦେଶୀ ଘିଅ ନିଶ୍ଚୟ ଜଳାନ୍ତୁ । ଓଁ ନମଃ ଭଗବତେ ବାସୁଦେବାୟ ଏହି ମନ୍ତ୍ରର ଜାପ ନିଶ୍ଚୟ କରନ୍ତୁ ।

ତୁଳସୀ ବିବାହ ଦିନ ଘରକୁ ତୁଳସୀ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ଏହିଦିନ ତୁଳସୀ ରୋପଣ କରିବା ଅତ୍ୟନ୍ତ ଭଲ ଫଳ ଦେଇଥାଏ । ତେଣୁ ତୁଳସୀ ବିବାହ ଦିନ ଯଦି ଆପଣ ତୁଳସୀ ଗଛ ଲଗାଇବେ ଏବଂ ତାହାର ଯତ୍ନ ନେବେ ତେବେ ତୁଳସୀ ଗଛ ଯେତେ ସବୁଜ ଏବଂ ଭରପୁର ହେବ ଆପଣଙ୍କ ଜୀବନ ମଧ୍ୟ ଯେତେ ଖୁସିରେ କଟିବ । ଏକାଦଶୀର ଗୋଟିଏ ଦିନ ପୂର୍ବରୁ ସକାଳୁ ସ୍ନାନ କରି କିଛି ତୁଳସୀ ପତ୍ର ଛିଡ଼ାଇ ପରିଷ୍କାର ପାଣିରେ ରଖି ଦିଅନ୍ତୁ । ତୁଳସୀ ବିବାହ ଦିନ ସକାଳୁ ପ୍ରଥମେ ସେହି ଜଳକୁ ପୁରା ଘରେ ସିଞ୍ଚି ଦିଅନ୍ତୁ । ଏପରି କରିବା ଦ୍ୱାରା ବୈବାହିକ ଜୀବନରେ ସୁଖ ଶାନ୍ତି ବଜାୟ ରହେ । ଘରେ ଥିବା ବାସ୍ତୁ ଦୋଷ ମଧ୍ୟ ଦୂରେଇ ଯାଇଥାଏ ।

Leave a Reply

Your email address will not be published. Required fields are marked *