ଶୁକ୍ରବାର ଦିନ ଘରକୁ 5 ପକ୍ଷୀ ଆସିବା ଦ୍ୱାରା ମିଳିଥାଏ ସଂକେତ ଅଣଦେଖା କରନ୍ତୁ ନାହିଁ |

ବନ୍ଧୁଗଣ ଶାସ୍ତ୍ରରେ ଶୁକ୍ରବାର କୁ ମା ଲକ୍ଷ୍ମୀ ବାର କୁହାଯାଏ, ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପୂଜା ଆରାଧନା କରାଯାଏ | ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି, ବିଶ୍ୱାସ କରାଯାଏ କି ଯେଉ ବ୍ୟକ୍ତି ମା ଲକ୍ଷ୍ମୀ ଙ୍କୁ ଶୁକ୍ରବାର ଦିନ ଭକ୍ତିର ସହ ପୂଜା କରେ ତାଙ୍କୁ କେବେ ବି ଧନର ଅଭାବ ହୋଇନଥାଏ | ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ କିଛି ପଶୁ ପକ୍ଷୀ ଘରକୁ ଆସିବ ଦ୍ୱାରା ଶୁଭ ହୋଇଥାଏ |

ଏହି ପକ୍ଷୀ ଘରକୁ ଆସିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ ଆଗମନ ମଧ୍ୟ ହୋଇଥାଏ | ସେହି ପକ୍ଷୀ ଙ୍କ ମଧ୍ୟ ରୁ କିଛି ପକ୍ଷୀ ମା ଲକ୍ଷ୍ମୀ ଙ୍କ ବାହାନ ହୋଇଥାନ୍ତି | ଆଉ କିଛି ପକ୍ଷୀ ଅତ୍ୟନ୍ତ ଶୁଭ ହୋଇଥାନ୍ତି ତେବେ ଏହି ପକ୍ଷୀ ଆପଣଙ୍କ ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ | ଏବଂ ଏଥି ସହିତ କିଛି ଉପାୟ କରନ୍ତୁ ଯାହା ଦ୍ୱାରା ଆପଣଙ୍କ ଜୀବନରେ କେବେ ବି ଅଭାବ ହେବ ନାହିଁ |

ବନ୍ଧୁଗଣ ପ୍ରାଚୀନ କାଳ ରୁ ରୁଷି ମୁନି ମାନେ ଏହା କହିଛନ୍ତି କି ପ୍ରକୃତି ଆମକୁ ସବୁ ଛୋଟ ବଡ ଘଟଣା ର ସଂକେତ ଦେଇଥାଏ | ଏହା ଆପଣଙ୍କ ଭବିଷ୍ୟତ ରେ ଘଟିବାକୁ ଯାଉଥିବା ଭଲ ଖରାପ ଘଟଣା ବିଷୟରେ ସଂକେତ ଦେଇଥାଏ | ଯଦି ଆମେ ଏହି ସଂକେତ କୁ ବୁଝିଯିବା ତେବେ ଏହା ଆମ ପାଇଁ ବହୁତ ଭଲ ହୋଇଥାଏ | କିନ୍ତୁ କେବେ କେବେ ଆମେ ଏହାକୁ ବୁଝିପାରିନଥାଉ ଏବଂ ଅଣଦେଖା କରିଥାଉ |

ତେଣୁ ଏହାର ଫଳ ଆମକୁ ମିଳିନଥାଏ ତେବେ ଆସନ୍ତୁ ଜାଣିବା ଶାସ୍ତ୍ର ରେ କୁହାଯାଇଥିବା ଏହି ପରି କେତେକ ପକ୍ଷୀ ବିଷୟରେ ଯାହା ଶୁଭ ଏବଂ ଅଶୁଭ ଘଟଣା ର ସଂକେତ ଦେଇଥାନ୍ତି |ଏହା ସହିତ ଜାଣିବା ଶୁକ୍ରବାର ଦିନ ଏହି ପକ୍ଷୀ କେଉଁ ସଂକେତ ଦେଇଥାନ୍ତି ଏବଂ ଏମିତି କେଉଁ ପକ୍ଷୀ ଅଛି ଯିଏ ଘରକୁ ଆସିବ ଦ୍ୱାରା ମା ଲକ୍ଷ୍ମୀ ସ୍ୱୟଂ ଆପଣଙ୍କ ଘରକୁ ଅସିଥାନ୍ତି ତେବେ ଆସନ୍ତୁ ଜାଣିବା |

1.ପାରା – ବନ୍ଧୁଗଣ ପକ୍ଷୀ ଶାସ୍ତ୍ର ରେ ପାରା କୁ ପ୍ରେମ ସମ୍ବନ୍ଧ ର ପକ୍ଷୀ ବୋଲି ବିଶ୍ୱାସ କରାଯାଏ | ତେବେ କେତେକ ଲୋକ ଙ୍କୁ ଏହି ପକ୍ଷୀ ପସନ୍ଦ ହୋଇଥାଏ କିନ୍ତୁ ଏହା ଶାସ୍ତ୍ର ଅନୁସାରେ ବହୁତ ଶୁଭ ହୋଇଥାଏ | ଅନେକ ଲୋକ ପାରା ଙ୍କୁ ଘରୁ ବାହାର କରିଦେଇଥାନ୍ତି କାରଣ ଏହି ପକ୍ଷୀ ଗଂଦଗୀ କରିଥାନ୍ତି | ତେବେ ଶୁକ୍ରବାର ଦିନ ଏହି ପକ୍ଷୀ ଘର ମୁଖ୍ୟ ଦ୍ୱାରା କିମ୍ବା ଝରକା ଉପରେ ବସିବା ଅତ୍ୟନ୍ତ ଶୁଭ ହୋଇଥାଏ କିନ୍ତୁ ପାରା ବସା କରିବା ଅଶୁଭ ହୋଇଥାଏ | ଯଦି ଶୁକ୍ରବାର ଦିନ ପାରା ଘରକୁ ଆସେ ତେବେ ଏହାକୁ ଅନ୍ନ ନିଶ୍ଚିନ୍ତ ଦିଅନ୍ତୁ ଆପଣଙ୍କୁ ଧନର ଅଭାବ କେବେ ବି ହେବ ନାହିଁ |

2. ମୟୁର – ମୟୁର ଅତ୍ୟନ୍ତ ପବିତ୍ର ଏବଂ ଶୁଭ ହୋଇଥାଏ, ଏହା ମା ସରସ୍ବତୀ ଙ୍କ ବାହାନ ଅଟେ ଏବଂ ଏହା ସହିତ କାର୍ତ୍ତିକ ଙ୍କର ମଧ୍ୟ ବାହାନ ଅଟେ | ଭଗବାନ କୃଷ୍ଣ ମଧ୍ୟ ନିଜ ମୁକୁଟ ରେ ଏହାକୁ ଧାରଣ କରିଛନ୍ତି ଏହି କାରଣ ରୁ ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ | ତେବେ ଯଦି ଶୁକ୍ରବାର ଦିନ ଏହି ପକ୍ଷୀ ଆପଣଙ୍କ ଘରକୁ ଆସିବ ଅତ୍ୟନ୍ତ ଶୁଭ ହୋଇଥାଏ | ଏହି ପକ୍ଷୀ ଆସିବା ଦ୍ଵାରା ଘରର ବିକାଶ ହୋଇଥାଏ, ଘରେ ପ୍ରେମ ବଢିଥାଏ ଏବଂ ଧନ ର ବୃଦ୍ଧି ହୋଇଥାଏ | ଏହା ସହିତ ଶୁକ୍ରବାର ଦିନ ମୟୁର କୁ ଦର୍ଶନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ | କିନ୍ତୁ ମୟୁର କୁ ମାରିବା ଅତ୍ୟନ୍ତ ଅଶୁଭ ହୋଇଥାଏ |

3.ବାରମାସୀ ଚଢେଇ – ଶୁକ୍ରବାର ଦିନ ଏହି ଚଢେଇ ଘରକୁ ଆସିବ ବହୁତ ଶୁଭ ହୋଇଥାଏ | ଏହି ଚଢେଇ ଅତି ସହଜ ରେ କାହା ପାଖକୁ କିମ୍ବା ଘରକୁ ଆସିନଥାଏ ଯଦି ଏହା ଆପଣଙ୍କ ଘରକୁ ଶୁକ୍ରବାର ଦିନ ଆସିଯାଉଛି ତେବେ ଆପଣଙ୍କୁ ଘରେ ମା ଲକ୍ଷ୍ମୀ ଆଗମନ ହେଉଛି ବୋଲି ଜାଣନ୍ତୁ | ତେବେ ଏହି ଚଢେଇ ଯଦି ଆପଣଙ୍କୁ ଖୁମ୍ପି ଦିଏ ତାହେଲେ ଏହା ଜମା ବି ଅଶୁଭ ସଂକେତ ନୁହେଁ | ଯଦି ଏହା ଆପଣଙ୍କୁ ପାଦରେ ଉଡି ଆସି ବସେ ତେବେ ଆପଣଙ୍କୁ ପ୍ରଚୁର ଧନ ମିଳିବାର ସମ୍ଭାବନା ରହିଥାଏ |

4. ପେଚା – ଶାସ୍ତ୍ର ଅନୁସାରେ ଅଧିକାଂଶ ଲୋକ ପେଚାକୁ ଶୁଭ ବୋଲି କହିଥାନ୍ତି। ଆଉକିଛି ଲୋକେ ପେଚାକୁ ଅଶୁଭ ବୋଲି ମଧ୍ୟ କହିଥାନ୍ତି। କହିବାକୁ ଗଲେ ପେଚା ଦିନରେ ଶୋଇଥାଏ ଏବଂ ସେ ଏକ ନିଶାଚର ପ୍ରାଣୀ ଅଟେ। ପେଚାର ମୁଖରୁ ବାହାରୁଥିବା ଶବ୍ଦ ରାତିର ଅନ୍ଧକାରକୁ ଅଧିକ ଭୟଙ୍କର କରି ଦେଇଥାଏ। ପେଚା ଦେଖିବାକୁ ଧଳା, ବାଦାମୀ, କଳା ରଙ୍ଗର ହୋଇଥାନ୍ତି।

ପେଚା ପାଖରେ ନିଜ ବେକକୁ ଚାରିପଟେ ବୁଲେଇବାର କଳା ରହିଛି। ପେଚାର କିଛି ଭୟଙ୍କର ରୁପ ଥିବା ପ୍ରଜାତିକୁ ପ୍ରାଚୀନ କାଳର ଲୋକେ ଅଶୁଭ ବୋଲି ମାନୁଥିଲେ। ପୂରଣ ଓ ଗ୍ରନ୍ଥ ଅନୁସାରେ ଦେବୀ ଲକ୍ଷ୍ମୀ ସ୍ଵର୍ଗରୁ ମର୍ତ୍ତ୍ୟଲୋକକୁ ଆସୁଥିବା ସମୟରେ ତାଙ୍କୁ ପ୍ରଥମେ ପେଚା ଦେଖା ଯାଇଥିଲା। କାରଣ ତାହା ରାତ୍ରି ସମୟ ଥିଲା। ଆସନ୍ତୁ ଜାଣିବା ପେଚା ସମ୍ବନ୍ଧିତ କିଛି ଶୁଭ ସଂକେତ ବିଷୟରେ।

କୁହାଯାଏ କି ଯଦି କୌଣସି ଗର୍ଭବତୀ ସ୍ତ୍ରୀ ପେଚା ଦେଖିଥାଏ ବା ପେଚା ଗର୍ଭବତୀ ସ୍ତ୍ରୀର ପେଟକୁ ସ୍ପର୍ଶ କରେ, ତାହେଲେ ସନ୍ତାନ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। ଯଦି କୌଣସି ଗମ୍ଭୀର ରୋଗରେ ପୀଡିତ ଥିବା ରୋଗୀକୁ ପେଚା ସ୍ପର୍ଶ କରି ଚାଲିଯାଏ, ତାହେଲେ ସେହି ରୋଗୀର ସବୁ ରୋଗ ନାଶ ହୋଇ ଯାଇଥାଏ।

ଯଦି କୌଣସି ବ୍ୟକ୍ତି କିଛି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯିବା ସମୟରେ ପେଚା ଦେଖି ନିଏ, ତାହେଲେ ତାର ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ପେଚାର ଆଖିରେ ଆଖି ମିଶାଇ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯାହାଫଳରେ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଥାଏ। ପେଚାର ଆଖିର ଆଉ ଏକ ବିଶେଷତ୍ଵ ହେଉଛି, ସେ ଗୋଟେ ଆଖିରେ ଗୋଟେ ଦିଗ ଓ ଆଉ ଗୋଟେ ଆଖିରେ ଅନ୍ୟ ଦିଗକୁ ଦେଖିବାର କ୍ଷମତା ରଖିଥାଏ।

ସେଥିପାଇଁ କୁହାଯାଏ କି ଯଦି ପେଚା ଡାହାଣକୁ ଦେଖି ବୋବାଇ ଥାଏ, ତାହେଲେ ଅଶୁଭ ହୋଇଥାଏ ଏବଂ ବାମକୁ ଦେଖି ବୋବାଇଲେ ଶୁଭ ମାନାଯାଇଥାଏ।କୁହାଯାଏ କି ଯଦି ପେଚା କୌଣସି ଘରର ଚାଳ ଉପରେ ବସେ, ତାହେଲେ ସେହି ଘର ବର୍ବାଦ ହୋଇ ଯାଇଥାଏ। ଘରର କୌଣସି ସଦସ୍ୟ ପେଚାକୁ ରାତିରେ ନିଜ ଘର ଉପରେ ବସି ଥିବାର ଦେଖିଲେ, ଘରେ କାହାର ମୃତ୍ୟୁ ହେବାର ସଂକେତ ମିଳିଥାଏ। କହିବାକୁ ଗଲେ ପେଚା ଉଭୟ ଶୁଭ ଓ ଅଶୁଭ ସଂକେତ ଦେଇଥାଏ। ତନ୍ତ୍ର ସାଧନା କରୁଥିବା ଲୋକେ ପେଚାର ବଳି ଦେଇଥାନ୍ତି।

Leave a Reply

Your email address will not be published. Required fields are marked *