ଶୁକ୍ରବାର ଦିନ ଏହି 6 ଟି କାମ ଆଦୋୖ କରନ୍ତୁ ନାହିଁ , ନଚେତ କାଙ୍ଗାଳ ହୋଇଯିବ ପୂରା ଘର :-

ସାଧରଣତଃ ବିବାହିତ ମହିଳା କିଛି କାମ ଆଦୋୖ କରିବା ଉଚିତ ନୁହେଁ । ନଚେତ ଘର ଉପରକୁ ଅନେକ ସମସ୍ୟା ଆସିପାରେ । ତେବେ ଆମ ହିନ୍ଦୁ ଧର୍ମ ଅନୁଯାୟୀ କେବଳ ସୋମବାର , ଗୁରୁବାର ନୁହେଁ ବରଂ ଶୁକ୍ରବାର ଦିନ ମଧ୍ୟ କିଛି କାମ କରିବା ଆଦୋୖ ଉଚିତ ନୁହେଁ । ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ସ୍ୱତନ୍ତ୍ର ଭାବରେ ପୂଜା କରାଯାଇଥାଏ । ଏହିଦିନ ମାତା ଲକ୍ଷ୍ମୀଙ୍କ ବ୍ରତ କରାଯାଏ । ମାତ୍ର ଏହିଦିନ କିଛି କାମ କରିବା ଉଚିତ ନୁହେଁ ନଚେତ ଧନ ନାଶ ହୋଇଯାଏ । ତେବେ ଚାଲନ୍ତୁ ସେହି ସବୁ କାମ ବିଷୟରେ ଜାଣିନେବା ।

୧ . ଜଣେ ବିବାହିତ ମହିଳା ନିଶ୍ଚିତ ଭାବରେ ମାତା ଲକ୍ଷ୍ମୀଙ୍କ ବ୍ରତ ରଖିବା ନିହାତି ଆବଶ୍ୟକ ଅଟେ । ଯଦି କୌଣସି କାରଣ ବଶତଃ ମହିଳା ବ୍ରତ ରଖି ପାରୁ ନାହାଁନ୍ତି ତେବେ ପ୍ରତ୍ୟେକ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ବିଶେଷ ପୂଜା କରିବା ଉଚିତ । ଏହାଦ୍ବାରା ମହିଳାଙ୍କ ଜୀବନ ସାର୍ଥକ ହୋଇଥାଏ । ନଚେତ ଘରେ ଅର୍ଥର ସମସ୍ୟା ପରିଲକ୍ଷିତ ହୋଇଥାଏ । ଏହାବ୍ୟତୀତ ଭଗବାନ ଗଣେଶ ଏବଂ ଭଗବାନ ବିଷ୍ଣୁଙ୍କ ପୂଜା ମଧ୍ୟ କରିବା ଉଚିତ ।

୨ . ମାତା ଲକ୍ଷ୍ମୀଙ୍କୁ ପକ୍ଷୀ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ପକ୍ଷୀଙ୍କୁ ଦାନା ପାଣି ଖୁଆଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

୩ . ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ଝିଟିପିଟି ଦେଖିଲେ ତାହା ଅତ୍ୟନ୍ତ ଶୁଭ ଅଟେ । ଝିଟିପିଟିକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଇଛି । ଶୁକ୍ରବାର ଦିନ ଯଦି ଆପଣଙ୍କ ଉପରେ ଝିଟିପିଟି ପଡ଼ି ଯାଉଛି କିମ୍ବା ସ୍ୱପ୍ନରେ ଆପଣ ଝିଟିପିଟି ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ହୋଇଛି । ପୂଜାଘରେ ଝିଟିପିଟି ଦେଖାଯିବା ଅତ୍ୟନ୍ତ ଶୁଭ ଅଟେ ।

୪ . ଶୁକ୍ର ଗ୍ରହକୁ ପ୍ରେମର ପ୍ରତୀକ ମାନା ଯାଇଛି । ଶୁକ୍ର ଗ୍ରହ ଦୁର୍ବଳ ହେଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଝଗଡ଼ା ହୋଇଥାଏ । ମାତ୍ର ଶୁକ୍ର ଗ୍ରହ ପ୍ରସନ୍ନ ହେଲେ ଏବଂ ମଜବୁତ ହେଲେ ସ୍ୱାମୀ ସ୍ତ୍ରୀ ସମ୍ପର୍କ ଦୃଢ଼ ହୋଇଥାଏ ଏବଂ ପ୍ରେମ ଭରିଯାଏ ।

୫ . ଶୁକ୍ରବାର ଦିନ କୌଣସି ବ୍ୟକ୍ତିକୁ ଚିନି ଦେଲେ ଶୁକ୍ର ଗ୍ରହ ଦୁର୍ବଳ ହୋଇଥାଏ । ଯାହାଦ୍ୱାରା ଘରେ ସମସ୍ୟା ଏବଂ ଆର୍ଥିକ କଷ୍ଟ ଦେଖା ଯାଇଥାଏ । ତେଣୁ ଶୁକ୍ରବାର ଦିନ ଚିନି କାହାକୁବି ଦିଅନ୍ତୁ ନାହିଁ ।

୬ . ଶୁକ୍ରବାର ଦିନ କାହାକୁ କରଜ ଦିଅନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ସବୁଦିନ ପାଇଁ ଆପଣଙ୍କ ଘର ଛାଡ଼ି ଚାଲିଯିବେ । ଏହାଦ୍ବାରା ମାତା ଲକ୍ଷ୍ମୀ ପୁରାଣ କ୍ରୋଧିତ ମଧ୍ୟ ହୁଅନ୍ତି । ବିଶେଷ କରି ଶୁକ୍ରବାର ଦିନ ଘରକୁ ସଫାସୁତୁରା କରିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ଘରେ ସ୍ଥାୟୀ ବାସ କରନ୍ତି ।

୭ . ଯେଉଁ ଘରେ ସ୍ତ୍ରୀ ମହିଳାଙ୍କୁ ଅପମାନ ଏବଂ କଷ୍ଟ ଦିଆଯାଏ ସେହିଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ । କିନ୍ନର ମାନଙ୍କୁ ମଧ୍ୟ ଅପମାନ କରିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ ରୁସ୍ଟ ହୋଇଥାନ୍ତି ।

୮ . ଯଦି ଆପଣଙ୍କ ଘରେ କଳା ପିମ୍ପୁଡ଼ି ଗୋଲାକାର ଆକାର ଧାରଣ କରିଥିବା ଦେଖନ୍ତି ତେବେ ଏହାର ଅର୍ଥ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିଛନ୍ତି । ତେଣୁ ପିମ୍ପୁଡ଼ିକୁ କିଛି ମିଠା ପଦାର୍ଥ ଖାଇବାକୁ ନିଶ୍ଚୟ ଦିଅନ୍ତୁ ।

୯ . ଯଦି ଆପଣ ଘରକୁ ହୀରା ଆଣୁଛନ୍ତି ତେବେ ଶୁକ୍ର ଗ୍ରହ ମଜବୁତ ଅଛି କି ନାହିଁ ଦେଖି ନିଅନ୍ତୁ । ଅର୍ଥାତ ଯଦି ଶୁକ୍ର ଗ୍ରହ ମଜବୁତ ଥାଏ ତେବେ ହୀରା ଘରକୁ ଆଣନ୍ତୁ । ଯଦି ଦୁର୍ବଳ ଥାଏ ତେବେ ହୀରା ଆଣନ୍ତୁ ନାହିଁ । କାରଣ ହୀରାର ସମ୍ବନ୍ଧ ସିଧାସଳଖ ଶୁକ୍ର ଗ୍ରହ ସହିତ ରହିଥାଏ ।

୧୦ . ଶୁକ୍ରବାର ଦିନ ଖଟା ମଧ୍ୟ ଖାଇବା ଉଚିତ ନୁହେଁ । କାରଣ ଏହିଦିନ ଲୋକେ ମାତା ସନ୍ତୋଷିଙ୍କ ବ୍ରତ ରଖନ୍ତି ।

ଶୁକ୍ରଗ୍ରହକୁ ମଜବୁତ କରିବା ପାଇଁ କରନ୍ତୁ ଏହି ଉପାୟ :-

ଗାଈକୁ ଖାଇବାକୁ ଦିଅନ୍ତୁ । ଧଳା ବସ୍ତ୍ର ଧାରଣ କରିବା ସହିତ ଧଳା ବସ୍ତୁ ଅର୍ଥାତ କ୍ଷୀର ଦହି ଧଳା ବସ୍ତ୍ର କୌଣସି ପୂଜାରୀର ସ୍ତ୍ରୀକୁ ଦାନ କରି ଦିଅନ୍ତୁ ।ଘରେ ତୁଳସୀ ଗଛର ପୂଜା କରନ୍ତୁ । ଚନ୍ଦନ ତିଳକ ଲଗାଇବାକୁ ଭୁଲନ୍ତୁ ନାହିଁ । ସୁଗନ୍ଧିତ ପଦାର୍ଥର ବ୍ୟବହାର କରନ୍ତୁ । ଶୁକ୍ରବାର ଦିନ ବ୍ରତ ରଖନ୍ତୁ ଏବଂ କ୍ଷୀରି ବନାଇବାକୁ ଭୁଲନ୍ତୁ ନାହିଁ । ତାହାକୁ କାଉ ଏବଂ ଗରିବକୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ । ଶୁକ୍ରବାର ଦିନ ଧଳା ଗାଈକୁ ଅଟା ଖୁଆଇବା ଉଚିତ । କୌଣସି ଅନ୍ଧ ଲୋକକୁ ଧଳା ବସ୍ତ୍ର ଏବଂ ଧଳା ମିଠା ଦାନ କରନ୍ତୁ । ପାଣିରେ ଅଳ୍ପ କ୍ଷୀର ମିଶାଇ ଶୁକ୍ରବାର ଦିନ ସ୍ନାନ କରନ୍ତୁ । କୌଣସି ଅନ୍ୟ କାମ କରୁଥିବା ସମୟରେ ଝାଡୁ କରନ୍ତୁ ନାହିଁ ।

ଏହାବ୍ୟତୀତ ଝାଡୁରେ ଗୋଡ଼ ବଜାନ୍ତୁ ନାହିଁ । ଯଦି ଗୋଡ଼ ବାଜି ଯାଉଛି ତେବେ ମାତା ଲକ୍ଷ୍ମୀଙ୍କୁ କ୍ଷମା ମାଗି ନିଅନ୍ତୁ । ମାସିକ ଧର୍ମ ସମୟରେ ଝାଡୁକୁ ଛୁଇଁଲେ ପାପ ହୋଇଥାଏ । ଏହାଦ୍ବାରା ଘରେ ସମସ୍ୟା ଦେଖା ଦିଏ ଏବଂ ଘରେ ରହୁ କେତୁର ବାସ ହୋଇଥାଏ । ତେଣୁ ଏହି ସମୟରେ ଝାଡୁ ଛୁଇଁବା ଦ୍ୱାରା ଅପବିତ୍ର ହୋଇଯାଏ । ସକାଳ ପୂଜା ପୂର୍ବରୁ ହିଁ ପ୍ରତ୍ୟେକ ଦିନ ଝାଡୁ ଲଗାଇବା ଉଚିତ । ସୂର୍ଯ୍ୟାସ୍ତ ସମୟରେ ଝାଡୁ ଲଗାଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *