Powerful Mantra During Chandra Grahan 2022: ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ଲାଗିବାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ | ଅର୍ଥାତ ଏହି ସମୟ ରେ କୌଣସି ବି ପ୍ରକାରର ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରିବାକୁ ମନା କରାଯାଇଛି | ଗ୍ରହଣ ର ପ୍ରଭାବ ଜୀବ ଯାନ୍ତୁ ମାନଙ୍କ ଠୁ ନେଇକି ମାନବ ଜାତି ଉପରେ ବି ପଡିଥାଏ | 8 ନଭେମ୍ବର 2022 ମଙ୍ଗଳବାର ଦିନ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି | ଚନ୍ଦ୍ର ଗ୍ରହଣ କୌଣସି ବି ମାସର ପୁର୍ଣିମା ତିଥି ଦିନ ହିଁ ଲାଗିଥାଏ |
ଜ୍ୟୋତିଷ ଶାସ୍ତ୍ର ରେ ଗ୍ରହଣ ସମୟ ରେ କୌଣସି ବି ଜିନିଷ କରିବାକୁ ବାରଣ କରାଯାଇଛି | ଏହି ସମୟ ରେ କେବଳ ଭଗବାନ ଙ୍କୁ ସ୍ମରଣ କରିବାର ଉପଦେଶ ଦିଆଯାଇଛି | ଜ୍ୟୋତିଷ ଶାସ୍ତ୍ର ରେ କିଛି ଚମତ୍କାରୀ ଏବଂ ଶକ୍ତିଶାଳୀ ମନ୍ତ୍ରର ଜପ ବିଷୟରେ କୁହାଯାଇଛି, ଯାହାର ଜପ କରିବା ଦ୍ୱାରା ବ୍ୟକ୍ତିର ସମସ୍ତ ସମସ୍ୟାର ସମାଧାନ ହୋଇଯିବ |
ଚନ୍ଦ୍ର ଗ୍ରହଣ ସମୟ ରେ ଏହି ମନ୍ତ୍ର ଜପ କରନ୍ତୁ :-
୧. ଯଦି ଆପଣଙ୍କ ଶତ୍ରୁ ସଂଖ୍ୟା ଅଧିକ ଅଛନ୍ତି ତେବେ ବଗଳାମୁଖୀଙ୍କ ମନ୍ତ୍ର ପାଠ କରନ୍ତୁ
ଓଁ ହ୍ଲୀଂ ବଗଳାମୁଖୀ ଦେବୈ ସର୍ବ ଦୁଷ୍ଟାନାମ୍ ବାଞ୍ଚ ମୁଖଂ ପଦଂ ସ୍ତମ୍ଭୟ ଜିହ୍ଵାମ୍ କୀଳୟ-କୀଳୟ ବୁଦ୍ଧିମ ବିନାଶାୟ ହ୍ଲୀଂ ଓଁ ନମଃ ।
୨.ଯଦି ଆପଣ କୌଣସି ମୁକଦ୍ଧମା ରେ ଫଶୀ ଯାଇଛନ୍ତି,ଏବଂ ତାକୁ ଜିତିବାକୁ ଚାହୁଁଛନ୍ତି ତେବେ ଏହି ମନ୍ତ୍ର କୁ ଜପ କରିବା ସର୍ବୋତ୍ତମ ହୋଇଥାଏ –
ଓଁ ହ୍ଲୀଂ ବଗଳାମୁଖୀ ସର୍ବ ଦୁଷ୍ଟାନାମ୍ ବାଞ୍ଚ ମୁଖଂ ପଦଂ ସ୍ତମ୍ଭୟ ଜିହ୍ଵାୟାଂ କୀଳୟ ବୁଦ୍ଧି ବିନାଶୟ ହ୍ଲୀଂ ଓଁ ସ୍ୱାହା ।ଏଠାରେ ସର୍ବ ଦୁଷ୍ଟାନାମ୍ ସ୍ଥାନରେ ଯାହାଠାରୁ ମୁକ୍ତି ଚାହୁଁ ଥିବେ ତାଙ୍କ ନାମ ନେଇପାରିବେ |
୩.କୁହାଯାଏ ଗ୍ରହଣ ସମୟ ରେ ଜପ କରାଯାଉଥିବା ମନ୍ତ୍ର ଶୀଘ୍ର ସିଦ୍ଧି ହୋଇଥାଏ, ଏହିପରି ଧନର ଦେବି ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ –
ଓଁ ଶ୍ରୀଂ ହୀଂ କ୍ଳୀଂ ଐଂ ଓଁ ସ୍ୱାହାଃ ।
୪.ଚନ୍ଦ୍ର ଗ୍ରହଣ ସମୟ ରେ ଏହି ମନ୍ତ୍ର ଜପ କରିବା ଦ୍ୱାରା ବାକ୍ ସିଦ୍ଧି ପ୍ରାପ୍ତି ହୋଇଥାଏ –
ଓଁ ହ୍ଲୀଂ ଦୁଂ ଦୁର୍ଗାୟଃ ନମଃ
୫. ଚାକିରି ଏବଂ ବେପାରରେ ବୃଦ୍ଧି ଚାହୁଁଛନ୍ତି ତେବେ ଚନ୍ଦ୍ର ଗ୍ରହଣ ସମୟ ରେ ଏହି ମନ୍ତ୍ର ଜପ କରନ୍ତୁ –
ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ କମଳେ କମଳାଳୟେ ପ୍ରସୀଦ-ପ୍ରସୀଦ ଶ୍ରୀଂ ହ୍ରୀଂ ମହାଲକ୍ଷ୍ମୈ ନମଃ ।
ମାନସିକ ଶାନ୍ତି ଏବଂ ଧାର୍ମିକ ଦୃଷ୍ଟିକୋଣ ପାଇଁ ଏହି ମନ୍ତ୍ର ର ଜପ କରନ୍ତୁ
୬. ଓଁ ଐଂ କ୍ଳୀଂ ସୌମାୟ ନାମାୟ ନମଃ |
୭. ଓଁ ସୋଂ ସୋମାୟ ନମଃ ।
୮. ଓଁ ଶୀତାଂଶୁ, ବିଭାଂଶୁ, ଅମୃତାଂଶୁ ନମଃ ।
୯. ଓଁ ଶ୍ରାଂ ଶ୍ରୀଂ ଶ୍ରୋଂ ଚନ୍ଦ୍ରମସେ ନମଃ ।
୧୦.ଓଁ ଚଂ ଚନ୍ଦ୍ରମସୈ ନମଃ ।