ନଭେମ୍ବର 8 କାର୍ତ୍ତିକ ପୂର୍ଣ୍ଣିମା , ଝାଡୁ ଦ୍ୱାରା କରି ଦିଅନ୍ତୁ ଏହି ଗୋଟିଏ ଉପାୟ । ମାତା ଲକ୍ଷ୍ମୀ କରିବେ ଧନ ବର୍ଷା

ଚଳିତ ବର୍ଷ ୨୦୨୨ , ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହିଦିନ ସୂତକ କାଳ ମଧ୍ୟ ପାଳିତ ହେବ । ଏହିଦିନ ଝାଡୁର ଏକ ବିଶେଷ ଉପାୟ ରହିଛି । ଆମ ପୌରାଣିକ ଧର୍ମ ଗ୍ରନ୍ଥରେ ଝାଡୁକୁ ନେଇ ଅନେକ କିଛି ଶୁଭ ଅଶୁଭ ସଙ୍କେତ ବର୍ଣ୍ଣିତ ଅଛି । ଯେମିତିକି ରାତି କିମ୍ବା ସନ୍ଧ୍ୟା ସମୟରେ ଝାଡୁ ମାରିବା ଉଚିତ ନୁହେଁ । ସ୍ୱପ୍ନରେ ଝାଡୁ ଧରି ଛିଡ଼ା ହୋଇଥିବାର ଅର୍ଥ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଆଗାମୀ ଭବିଷ୍ୟତରେ ଅନେକ ଆର୍ଥିକ ଲାଭ ମିଳିଥାଏ । ଝାଡୁକୁ ଓଲଟା ରଖିବା ଦ୍ୱାରା ପରିବାର ଲୋକଙ୍କ ଉପରକୁ ସମସ୍ୟା ଆସିଥାଏ ।

ଝାଡୁରେ ଗୋଡ଼ ବଜାଇଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲି ଯାଆନ୍ତି । ଯଦି ଆପଣ ନୂଆ ଘରକୁ ଯାଉଛନ୍ତି ତେବେ ପୁରୁଣା ଝାଡୁ ନେଇ ପ୍ରବେଶ କରିବା ଅଶୁଭ ହୋଇଥାଏ । ଝାଡୁ ଘରକୁ ସଫା କରିବା ସହିତ ଘରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରିଥାଏ । ତେବେ ଯେଉଁ ଘରର ଝାଡୁର ଅନାଦର ହୋଇଥାଏ ସେଠାରେ କେହି ଦେବଦେବୀ ବାସ କରନ୍ତି ନାହିଁ । ଝାଡୁକୁ ନେଇ ଅନେକ କିଛି ନୀତି ନିୟମ ବିଷୟରେ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ତେଣୁ ଚାଲନ୍ତୁ ଏହି କିଛି ଝାଡୁ ସମ୍ବନ୍ଧୀୟ ନୀତି ବିଷୟରେ ଜାଣିନେବା ।

ରାତିରେ ଛାତରେ କିମ୍ବା ଖୋଲା ଆକାଶ ତଳେ ଝାଡୁ ରଖିବା ଅତ୍ୟନ୍ତ ଅଶୁଭ ହୋଇଥାଏ । ନଚେତ ଘରେ କିମ୍ବା ବ୍ୟବସାୟ କ୍ଷେତ୍ରରେ ଚୋରି ହୋଇଥାଏ । ଏହାବ୍ୟତୀତ ଝାଡୁକୁ ସର୍ବଦା ଧନ ଭଳି ଲୁଚାଇ ରଖିବା ଉଚିତ । ଯେମିତି କାହାର ବି ନଜର ତାହା ଉପରେ ପଡ଼ିବ ନାହିଁ । ଝାଡୁରେ କାହାକୁ ମାଡ଼ ମାରିବା କିମ୍ବା ଘଉଡାଇବା ଉଚିତ ନୁହେଁ । ଏହା ଭଲ ହୋଇ ନଥାଏ ।

ଝାଡୁରେ କେବେ ଗୋଡ଼ ବଜାନ୍ତୁ ନାହିଁ । ଯଦି ଭୁଲରେ ଏପରି ହୋଇଯାଏ ତେବେ ତୁରନ୍ତ ମାତା ଲକ୍ଷ୍ମୀଙ୍କୁ ହାତ ଯୋଡ଼ି କ୍ଷମା ମାଗି ନିଅନ୍ତୁ । ଘରର ସଦସ୍ୟ ବାହାରକୁ ଗଲେ ତୁରନ୍ତ ଝାଡୁ ନମାରି କିଛି ସମୟ ପରେ ଝାଡୁ ମାରନ୍ତୁ । ନଚେତ ପରିବାର ସଦସ୍ୟ କାମରେ ଅସଫଳ ହେବେ । ଝାଡୁକୁ ଗୁପ୍ତ ଦାନ କରିବାର ମଧ୍ୟ ବିଧାନ ରହିଛି ।

ଯଦି ଆପଣ ଜୀବନରେ ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏକାଦଶୀ , ଗୁରୁବାର କିମ୍ବା ଶୁକ୍ରବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଘରର ଆଖପାଖରେ କୌଣସି ମନ୍ଦିରରେ ଝାଡୁ ନିଶ୍ଚୟ ଦାନ କରନ୍ତୁ । ଆପଣ ମନ୍ଦିରରେ ଝାଡୁ କରି ସେହିଠାରେ ହିଁ ଛାଡି ଆସନ୍ତୁ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ । ଝାଡୁକୁ ଗୋଟିଏ ଦିନ ପୂର୍ବରୁ ହିଁ କିଣି ଆଣନ୍ତୁ ।

ଏହାକୁ ମନ୍ଦିରରେ ହିଁ ଦାନ କରନ୍ତୁ ମାତ୍ର କୌଣସି ମନୁଷ୍ୟକୁ ନୁହେଁ । ନଚେତ ଦରିଦ୍ର ହୋଇଯିବେ । ସୂର୍ଯ୍ୟାସ୍ତ ସମୟରେ ଘରେ ଝାଡୁ ମାରିବା ଉଚିତ ନୁହେଁ । ଝାଡୁକୁ ସବୁଦିନ ଗୋଟିଏ ସ୍ଥାନରେ ରଖନ୍ତୁ । ସ୍ୱପ୍ନରେ ଝାଡୁ ଦେଖିବାର ଅର୍ଥ ଆର୍ଥିକ ସମସ୍ୟାର ସାମ୍ନା କରିବେ । ତେଣୁ ଘରେ ଯଦି ଅତି ପୁରୁଣା ଝାଡୁ ଥାଏ ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ ।

ଆପଣଙ୍କ ଘରେ ହଠାତ ଛୋଟ ପିଲା ଝାଡୁ କରୁଥିଲେ ଅତିଥିଙ୍କ ଆଗମନର ସଙ୍କେତ ମିଳିଥାଏ । ଯଦି ଘରେ ଅଧିକ ଆର୍ଥିକ ସମସ୍ୟା ଥାଏ ତେବେ ୪-୫ ଟି ଝାଡୁ ଦାନ କରି ଦିଅନ୍ତୁ । ଝାଡୁ କିଣିବା ସହିତ ବାହାର କରିବାର ମଧ୍ୟ ଉଚିତ ବିଧାନ ରହିଛି । ଯେମିତିକି ଗୁରୁବାର ଏବଂ ଶୁକ୍ରବାର ଦିନ ଝାଡୁ ବାହାର କରନ୍ତୁ ନାହିଁ । ନଚେତ ଏହାଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଚାଲିଯିବେ । ଝାଡୁ କିଣିବାର ସବୁଠାରୁ ଭଲ ଦିନ ମଙ୍ଗଳବାର ଏବଂ ଶନିବାର ହୋଇଥାଏ । ଏପରି କରିବା ଦ୍ୱାରା ଘରେ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ । ସମ୍ପନ୍ନତା ଆସିଥାଏ । କୃଷ୍ଣପକ୍ଷରେ ଝାଡୁ କିଣିବା ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *