ପାହାଡ ରୁ ତଳକୁ ଖସି ପଡୁଥିଲା ଭକ୍ତ ମା ଦୁର୍ଗା ଗୋଟିଏ ଛୋଟ ଝିଅ ସାଜି ବଞ୍ଚେଇଲେ ଜୀବନ – ତାପରେ ଯାହା ହେଲା |

ବନ୍ଧୁଗଣ ରାଜସ୍ଥାନ ର ଗୋଟିଏ ଗାଁ ରେ ଜଣେ ଗରିବ କୃଷକ ରହୁଥିଲା | ତାହାର ସଂସାର ରେ କେହି ନଥିଲେ ସେ ଏକା ହିଁ ରହୁଥିଲା | ଦିନ ସାରା ଖେତ ରେ କାମ କରେ ଏବଂ ମା ଦୁର୍ଗା ଙ୍କ ପୂଜା ରେ ଲାଗିରହିଥାଏ | ଏବଂ ପାଖ ରେ ଥିବା ଦୁର୍ଗା ମନ୍ଦିରକୁ ଯାଇ ତାଙ୍କର ଶ୍ରୀଙ୍ଗାର କରେ,ମା ଙ୍କୁ ଭୋଗ ଲଗାଏ ଏବଂ ତାଙ୍କର ସେବା ପୂଜା ବି କରୁଥିଲା |

ତା ଜୀବନ ରେ କେବେ କିଛି ସଙ୍କଟ ନଆସୁ ସେ ମା ଦୁର୍ଗା ଙ୍କୁ ଗୁହାରି କରୁଥିଲା ଏବଂ ତାହାର ଆସ୍ଥା କିଛି ଏହିପରି ଥିଲା କି ତାହାର ସବୁ ଇଛା ମା ଦୁର୍ଗା ପୁରା ନିଶ୍ଚିନ୍ତ କରିବେ | ଗୋଟିଏ ଦିନ ସେହି ମନ୍ଦିର ରେ ବସି କହିଲା କି ମା ମୋର ଗୋଟିଏ ଶେଷ ଇଛା ଅଛି ବାକି ଅଛି ଆପଣ ତାକୁ ପୂର୍ଣ୍ଣ କରିଦିଅନ୍ତୁ | ଥରେ ଖାଲି ଆପଣଙ୍କୁ ଦର୍ଶନ କରିବାକୁ ଚାହୁଁଚି ଆପଣ ମୋତେ ଦର୍ଶନ ଦେଇଦିଅନ୍ତୁ |

ଗାଁ ଲୋକ ତାହାର ଏହିପରି କଥା ଶୁଣି ତାହାର ଉପହାସ କରୁଥିଲେ | କି ଦେଖନ୍ତୁ ଏ ବ୍ୟକ୍ତି ବୃଦ୍ଧ ଅବସ୍ଥା ରେ ପାଗଳ ହେବାକୁ ଲାଗିଲାଣି | ଏମିତି କେବେ ହେଇପାରିବ କି ମା ଦୁର୍ଗା ସ୍ୱୟଂ ଆସିବେ ଆଉ ତାକୁ ଦର୍ଶନ ଦେବେ | କିନ୍ତୁ ସେ କେବେ ଆଶା ଛାଡିଲା ନାହିଁ ତାକୁ ବିଶ୍ୱାସ ଥିଲା କି ମା ଦୁର୍ଗା ଦିନେ ତାକୁ ନିଶ୍ଚିନ୍ତ ଦର୍ଶନ ଦେବେ | ସେହି ଦିନ ସେହି କୃଷକ କୁ ତାହାର କିଛି କାମ ପାଇଁ ଅନ୍ୟ ଗାଁ କୁ ଯିବାର ଥିଲା |

ସିଏ ସକାଳେ ଶୀଘ୍ର ଉଠି ମା ଦୁର୍ଗା ଙ୍କ ପୂଜା କରି ଗାଁ କୁ ବାହାରିଗଲା | ନିଜ ଗାଁ ରୁ ଅନ୍ୟ ଗାଁ କୁ ଯିବା କୁ ତାକୁ ପାହାଡ ପରି ହେଇ ଯିବାର ଥିଲା | ସନ୍ଧ୍ୟା ରେ ସେ ତାର କାମ ସାରି ସେ ନିଜ ଗାଁ କୁ ଫେରିବାକୁ ଆସିଲା | ପାହାଡ ରେ ଆସିବା ସମୟ ରେ ସେହି ବ୍ୟକ୍ତିର ପାଦ ଖସି ଗଲା ଏବଂ ସେ ପାହାଡ ରୁ ତଳକୁ ଖସିବାକୁ ଲାଗିଲା | ଖସିବା ସମୟ ରେ ଗୋଟିଏ ଗଛକୁ ଧରିନେଲା କିନ୍ତୁ ଉପରକୁ ଆସିବାକୁ ସେ ଅସମର୍ଥ ଥିଲା |

ସେ ଚିଲେଇ ଚିଲେଇ ତାହାର ସାହାଯ୍ୟ ପାଇଁ ଡାକିଲା କିନ୍ତୁ ସେଇଠି ତାକୁ ଶୁଣିବାକୁ କେହି ନଥିଲେ କିନ୍ତୁ ହଠାତ ସେଇଠାକୁ ଗୋଟିଏ ଛୋଟ ଝିଅ ଟିଏ ଆସିଲା ଏବଂ ପଚାରିଲା କିଏ ଆପଣ? ଆପଣ ତଳେ କଣ କରୁଛନ୍ତି କେମିତି ଖସିପଡିଲେ? ସେତେବେଲେ ସେ କହିଲା ମୋ ପାଦ ଖସିଗଲା ଏବଂ ମୁଁ ତଳକୁ ଖସିପଡିଲି | ତୁମେ ଦଉଡ଼ିକି ଯାଅ ଆଉ କାହାକୁ ଡାକିଆଣ ମୋ ସାହାଯ୍ୟ ପାଇଁ |

ସେହି ଝିଅ ଟି କହିଲା କାହାକୁ ଡ଼ାକିବାର ଆବଶ୍ୟକତା ନାହିଁ ମୁଁ ନିଜେ ଆପଣଙ୍କୁ ଉପରକୁ ଟାଣିପାରିବି | ଏବଂ ସେହି ଛୋଟ ଝିଅ ଟି ତାକୁ ଉଠେଇବାକୁ ଚେଷ୍ଠା କଲା ସେ ଛୋଟ ଥିଲା ସେଥିପାଇଁ ତା ପର୍ଯ୍ୟନ୍ତ ପହଂଚି ପାରୁନଥିଲା | କିନ୍ତୁ ସେ ଦେଖିଲା ଧୀରେ ଧୀରେ ସେ ଝିଅ ବଡ଼ ହେବାକୁ ଲାଗିଲା ଏବଂ ସେ ସେହି ବ୍ୟକ୍ତିର ହାତ ଧରିନେଲା | ସେହି ବ୍ୟକ୍ତି ସେ ଝିଅ କୁ କହିଲା ମୁଁ ତୁମ ଚୂନରୀ କୁ ଜୋରେ ଜାବୁଡି ଧରିଛି କିନ୍ତୁ ତୁମେ ମୋତେ ଉପରକୁ ଭିଡି ନେଇପାରୁନ |

ଏହା ପରେ ସେହି ଝିଅ ଟି ତାକୁ ଉପରକୁ ଉଠେଇବାକୁ ଲାଗିଲା | ପିଲା ଟି କହିଲା ଆପଣ ଚିନ୍ତା କରନ୍ତୁ ନାହିଁ ମୁଁ ଆପଣଙ୍କୁ ଉପରକୁ ଟାଣି ଆଣିପାରିବି | ଏବଂ ଏହା କରି ସେହି ଛୋଟ ଝିଅ ସେହି ବ୍ୟକ୍ତି କୁ ଉପରକୁ ଆଣିବାକୁ ଲାଗିଲା ଆଉ ଯେମିତି ହିଁ ତାକୁ ସେହି ଝିଅ ଉପରକୁ ଟାଣିନେଲା | ଏହା ପରେ ସେହି ବ୍ୟକ୍ତି ସେ ଝିଅ କୁ ଧନ୍ୟବାଦ ଦେଲା ଏବଂ ପଚାରିଲା କି ତୁମେ କେମିତି ମୋତେ ଏକୁଟିଆ ଉପରକୁ ଟାଣିଆଣିଲ |

ଏହା ପରେ ଛୋଟ ଝିଅ ଟି ଉତ୍ତର ଦେଲା ଏହା ମୋର କର୍ମ ଅଟେ | ଯିଏ ମୋର ମୋ ନିଜର ତାଙ୍କ ରକ୍ଷା କରିବା ମୋର କର୍ତ୍ତବ୍ୟ ଅଟେ | ଏହା କହି ସେହି ଛୋଟ ଝିଅ କୁଆଡେ ଗାଏବ ହୋଇଗଲା ସେତବେଳେ ସେହି ବ୍ୟକ୍ତି କୁ ମାଲୁମ ହେଲା କି ସେ ଆଉ କେହି ନଥିଲା ସେ ସାକ୍ଷାତ ମା ଦୁର୍ଗା ହିଁ ଥିଲେ | ଯିଏ ଗୋଟିଏ ଛୋଟ ଝିଅ ରୂପ ଧାରଣ କରି ତା ପ୍ରାଣ ରକ୍ଷା କରିବାକୁ ଆସିଥିଲେ |

ଏହା ପରେ ସେ ବ୍ୟକ୍ତି ଗାଁ କୁ ଫେରିଗଲା ଏବଂ ଗାଁ ଲୋକ ଙ୍କୁ ସବୁ କଥା କହିଲା କିନ୍ତୁ ସମସ୍ତେ ପୁଣି ତାହାର ଉପହାସ କଲେ ଏବଂ ତା କଥା କୁ ବିଶ୍ୱାସ କଲେ ନାହିଁ | କିନ୍ତୁ ସେ ଜାଣିଥିଲା କି ସତ ରେ ମା ଦୁର୍ଗା ଆସିଥିଲେ ଏବଂ ତା ଜୀବନ ରକ୍ଷା କରିଥିଲେ | ତାପରେ ସେ ମନ୍ଦିରକୁ ଗଲା ଏବଂ ମା ଙ୍କୁ କହିଲା କି ମା ଆପଣ ମୋର ସବୁ ଇଛା ପୂର୍ଣ୍ଣ କରିଛନ୍ତି | ଏବଂ ଏହି ଇଛା ପୂର୍ଣ୍ଣ କରିଥିବା ରୁ ମୁଁ ସବୁବେଳେ ଆପଣଙ୍କ ଋଣୀ ହେଇ ରହିବି | ଏବଂ ସେହି ବ୍ୟକ୍ତି ସର୍ବଦା ପାଇଁ ମା ଦୁର୍ଗା ଙ୍କ ଉପାସକ ବନିଗଲା |

Leave a Reply

Your email address will not be published. Required fields are marked *