ହିନ୍ଦୁ ଘରେ ତୁଳସୀ ଗଛ ରଖିବାର ପରମ୍ପରା ରହିଛି । ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛ ଯେତିକି ଜରୁରୀ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ତାହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ସର୍ବଦା ସୁଖ ସମୃଦ୍ଧି ବଜାୟ ରହିଥାଏ । ଅନେକ ଲୋକ ଘରେ ଖାଲି ତୁଳସୀ ଗଛ ରଖି ଭୁଲ କରିଥାନ୍ତି । ବାସ୍ତବରେ ତୁଳସୀ ଗଛକୁ ରଖିଲେ ତାହା ଉପରେ ଏକ ନାଲି ଚୁନି ଘୋଡ଼ାଇ ଦେବା ଆବଶ୍ୟକ । ଯାହାଦ୍ୱାରା ଘରକୁ ସର୍ବଦା ସୁଖ ସମୃଦ୍ଧି ଆସିଥାଏ । ଏହା ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ଉପଯୋଗୀ ଅଟେ ।
ଖାଲି ତୁଳସୀ ଗଛ ଘରେ ଲଗାନ୍ତୁ ନାହିଁ । କାରଣ ତୁଳସୀ ଆମ ମା’ ଭଳି । ତୁଳସୀ ଗଛର ବିବାହ ମଧ୍ୟ କରାଇବା ଉଚିତ । ଏହାଦ୍ବାରା ସାଂସାରିକ ଜୀବନ ସୁଖମୟ ହୋଇଥାଏ । ତୁଳସୀ ଗଛର ଯତ୍ନ ନେବା ଉଚିତ । ତୁଳସୀ ଗଛରେ ଗଙ୍ଗା ଜଳ ଦେବା ଆଦୋୖ ଉଚିତ ନୁହେଁ । ତୁଳସୀ ଗଛରେ ସର୍ବଦା ପରିଷ୍କାର ପାଣି ଦେବା ଉଚିତ । ଅନେକ ଲୋକ ଦୂଷିତ ପାଣି ଅର୍ପିତ କରିଥାନ୍ତି ।
ଯାହା କରିବା ଉଚିତ ନୁହେଁ । ତୁଳସୀ ଗଛରେ ପିଇବା ଉପଯୋଗୀ ପାଣି ଅର୍ପିତ କରିବା ଉଚିତ । ତୁଳସୀ ଗଛ ପାଖରେ ଜଳରେ ଭର୍ତ୍ତି ହୋଇଥିବା ପାତ୍ର ମଧ୍ୟ ରଖିବା ଉଚିତ ନୁହେଁ । ସପ୍ତାହରେ ଥରେ ପାଣିରେ କ୍ଷୀର ମିଶାଇ ତୁଳସୀ ଗଛରେ ଚଢାନ୍ତୁ । ତୁଳସୀ ଗଛରେ କ୍ଷୀର ଚଢ଼ାଇଲେ ଘରକୁ ସୁଖ ଶାନ୍ତି ଆସିଥାଏ ଏବଂ ଉନ୍ନତି ଦେଖା ଦେଇଥାଏ ।
ତୁଳସୀ ଗଛ ଲଗାଇବା ସମୟରେ ମାଟି ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । ଅର୍ଥାତ ପରିଷ୍କାର ମାଟିରେ ହିଁ ତୁଳସୀ ଗଛ ଲଗାନ୍ତୁ । ସେଥିରୁ ଗୋଡ଼ି କଙ୍କଡ଼ ସଫା କରି ଦିଅନ୍ତୁ । ନଚେତ ପାପ ଲାଗିଥାଏ । ତୁଳସୀ ଗଛରେ ଶାଳୀଗ୍ରାମ ପ୍ରତିମା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ତୁଳସୀ ଗଛରେ ଅନ୍ୟ ଦେବଦେବୀଙ୍କ ପ୍ରତିମା ରଖିବା ଉଚିତ ନୁହେଁ । କେବଳ ଶାଳୀଗ୍ରାମ ପ୍ରତିମା ହିଁ ସର୍ବଶ୍ରେଷ୍ଠ ଅଟେ ।
ତୁଳସୀ ଗଛ ଶୁଖିଗଲେ ତାହାକୁ ଘରେ ରଖିବା ଉଚିତ ନୁହେଁ । ତାହାକୁ ମାଟିରେ ପୋତି ଦିଅନ୍ତୁ କିମ୍ବା ପାଣିରେ ବିସର୍ଜିତ କରି ଦିଅନ୍ତୁ । ନଚେତ ଆପଣ ତାହାକୁ ଘରେ ରଖନ୍ତୁ ଏବଂ କୌଣସି ଯଜ୍ଞ ପରମ୍ପରା ହେଲେ ହୋମରେ ବ୍ୟବହାର କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
ତୁଳସୀ ଗଛ ପାଖରେ କୌଣସି ପ୍ରକାରର ଆବର୍ଜନା , ଜୋତା ଚପଲ ରଖିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ତୁଳସୀଙ୍କର ଅପମାନ ହୋଇଥାଏ ଏବଂ ତୁଳସୀ ଗଛର ଆଖପାଖର ବାତାବରଣ ଅଶୁଦ୍ଧ ହୋଇଯାଏ । ଯାହାଦ୍ୱାରା ଆମକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇବା ସର୍ବଶ୍ରେଷ୍ଠ ଅଟେ । କାରଣ କଦଳୀ ଗଛରେ ଭଗବାନ ଶ୍ରୀହରି ବିଷ୍ଣୁଙ୍କ ବାସ ହୋଇଥାଏ ।
ଏହାକୁ ତୁଳସୀ ଗଛ ପାଖରେ ଲଗାଇଲେ ଧନ ବୃଦ୍ଧି ହୋଇଥାଏ । ତୁଳସୀ ଗଛ ମୂଳରେ ଶାଳିଗ୍ରାମ ରଖିଲେ ଦାରିଦ୍ର୍ୟତାର ନାଶ ହୋଇଥାଏ । ଶାଳିଗ୍ରାମକୁ ଭଗବାନ ବିଷ୍ଣୁଙ୍କ ରୂପ ବୋଲି କୁହାଯାଏ । ଯେଉଁ ଘରେ ତୁଳସୀ ଗଛ ସହିତ ଶାଲିଗ୍ରାମର ପୂଜା ମଧ୍ୟ କୁହାଯାଏ ସେଠାରେ ସର୍ବଦା ସୁଖ ସମୃଦ୍ଧିର ବାସ ହୋଇଥାଏ ଏବଂ ଦାରିଦ୍ର୍ୟତା ଦୂର ହୋଇଯାଏ ।
ସନ୍ଧ୍ୟା ସମୟରେ ତୁଳସୀ ପାଖରେ ଦୀପ ଜଳାଇବା ସମୟରେ ଏହି ମନ୍ତ୍ରର ଉଚ୍ଚାରଣ ” ଓଁ ବୃନ୍ଦାବନୟେ ସ୍ୱାହା ” କରିବା ଉଚିତ । ଏହାଦ୍ବାରା ବ୍ୟକ୍ତିକୁ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ । ଶୁକ୍ରବାର ଦିନ ତୁଳସୀର କୌଣସି ଶାଖାକୁ ନାଲି ରଙ୍ଗର ସୂତା ବାନ୍ଧି ନିଜର ମନସ୍କାମନା କୁହନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ପୂରଣ ହେବ । ତାପରେ ଆପଣ ତାହାକୁ ନେଇ କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ ।