ନିର୍ଧନ ରହିବାକୁ ଚାହୁଁ ନାହାଁନ୍ତି , ତେବେ ଗୋମାତାଙ୍କୁ ଖୁଆଇ ଦିଅନ୍ତୁ କେବଳ ଏହି ଗୋଟିଏ ଜିନିଷ , ମାନସିକ ଚିନ୍ତା ମଧ୍ୟ ହୋଇଯିବ ଦୂର

ହିନ୍ଦୁ ଧର୍ମ ଅନୁଯାୟୀ ଗୋମାତାଙ୍କୁ ଭଗବାନ ସଦୃଶ ମଣାଯାଇଥାଏ । କାରଣ ହିନ୍ଦୁ ଧର୍ମର ୩୩ କୋଟି ଦେବତା ଗୋମାତା ଶରୀରରେ ବାସ କରିଥାନ୍ତି ବୋଲି କୁହାଯାଇଥାଏ । ତେଣୁ ନିଜ ଜୀବନର ସବୁ ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବା ପାଇଁ ଗାଈକୁ ନିଶ୍ଚିତ ଭାବରେ ପ୍ରତିଦିନ ରୋଟି ଖୁଆଇବା ଉଚିତ । କିନ୍ତୁ ଅନେକ ସମୟରେ ଲୋକେ ଗାଈକୁ ଭୁଲ ଖାଦ୍ୟ ଖୁଆଇଥାନ୍ତି ଯାହାକି ଜୀବନ ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଗାଈକୁ ରୋଟି ଖୁଆଇଲେ କେଉଁ ଲାଭ ମିଳିଥାଏ ଏବଂ କେଉଁ ଜିନିଷ ଗାଈକୁ ଖୁଆଇବା ଭଲ ନୁହେଁ ସେହି ବିଷୟରେ କହିବୁ ।

୧ . ଶାସ୍ତ୍ର ଅନୁଯାୟୀ ଘରେ ଜଳଖିଆରେ ପ୍ରସ୍ତୁତ ହେଉଥିବା ପ୍ରଥମ ରୋଟିକୁ ଗାଈକୁ ଖୁଆଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଘରର ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

୨ . ଏହାବ୍ୟତୀତ ଗୁରୁବାର ଦିନ ରୋଟିରେ ଏକ ଚିମୁଟା ହଳଦୀ ମିଶାଇ ଗାଈକୁ ଖୁଆଇବା ଉଚିତ । କାରଣ ଗାଈକୁ ଗୁରୁ ଗ୍ରହ ସହିତ ତୁଳନା କରାଯାଇଛି । ଏହା ବେଶ ଭଲ ଫଳ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଜାତକରେ ଯେଉଁ ଗ୍ରହର ଦୋଷ ରହିଥିବ ତାହା ଠିକ ହୋଇଯିବ ।

୩ . ଯଦି ଆପଣ ମାନସିକ ଚିନ୍ତାଗ୍ରସ୍ତ ଅଛନ୍ତି ତେବେ ରୋଟିରେ ଗୁଡ଼ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ । ଯଦି ଅନେକ ଦିନରୁ ଘରେ ଶୁଭ କାର୍ଯ୍ୟ ହୋଇ ପାରୁନାହିଁ ତେବେ ପ୍ରଥମ ରୋଟି ଗାଈକୁ ଖୁଆଇ ଗାଈର ମସ୍ତକକୁ ସ୍ପର୍ଶ କରି ନିଜର ପ୍ରାର୍ଥନା କରିବା ଉଚିତ । ଏହାବ୍ୟତୀତ ଗାଈର ଗୋଡ଼କୁ ଛୁଇଁଲେ ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ।

୪ . ତେବେ ପ୍ରଥମତଃ ଗାଈକୁ ବାସୀ ରୋଟି ଦେବା ଉଚିତ ନୁହେଁ । ଏହାଦ୍ବାରା ଗାଈର ଅପମାନ ହୋଇଥାଏ । ଗାଈକୁ ପଚା ସୋଢ଼ା ଖାଦ୍ୟ ଦେବା ମଧ୍ୟ ଉଚିତ ନୁହେଁ । ଯଦି ଆପଣ ଗାଈକୁ ଅଶ୍ୱତ ପତ୍ର ଖାଇବାକୁ ଦେଉଛନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ଅଟେ ।

୫ . ଗାଈକୁ ବଳକା ଖାଦ୍ୟ କିମ୍ବା କ୍ଷୀର ଖୁଆଇବା ଉଚିତ ନୁହେଁ । ମାତ୍ର ଦହି ଭାତ ଖାଇବାକୁ ଦେଇ ପାରିବେ । ଯେଉଁ ବ୍ୟକ୍ତି ଗାଈକୁ ବଳକା ଖାଦ୍ୟ ଦେଇଥାଏ , ସେହି ବ୍ୟକ୍ତିକୁ ମୃତ୍ୟୁ ପରେ କେବେବି ମୋକ୍ଷ ପ୍ରାପ୍ତି ହୋଇ ନଥାଏ । ତେଣୁ ସବୁବେଳେ ବଳକା ଖାଦ୍ୟ ସହିତ କିଛି ଭଲ ଖାଦ୍ୟ ମିଶାଇ ଗାଈକୁ ଖାଇବାକୁ ଦେବା ଉଚିତ ।

୬ . ଯଦି ଆପଣ କୌଣସି ସ୍ଥାନରେ ଘର ବନାଇବାକୁ ଚାହୁଁଛନ୍ତି ତେବେ ସେହି ସ୍ଥାନରେ ପ୍ରଥମେ ୧୫ ଦିନ ପାଇଁ ଗାଈ ବାଛୁରୀ ବାନ୍ଧି ଦିଅନ୍ତୁ । କାରଣ ଗାଈର ସକାରାତ୍ମକ ଶକ୍ତି ଦ୍ୱାରା ସେହି ସ୍ଥାନ ପବିତ୍ର ହୋଇଯିବ । ଯଦି ଆପଣ କୌଣସି ସ୍ଥାନକୁ ଯିବା ସମୟରେ ରାସ୍ତାରେ ଗାଈ ବାଛୁରୀକୁ ସାଥିରେ ଦେଖୁଛନ୍ତି ତେବେ ଆପଣଙ୍କ କାମ ସଫଳ ହେବ ।

୭ . ଯଦି ଆପଣଙ୍କ ଘର ଚାରିପଟେ ଗାଈ ବାଛୁରୀ ବୁଲୁଥିବାର ଦେଖୁଛନ୍ତି ତେବେ ଖୁବଶୀଘ୍ର ଆପଣଙ୍କ ଘରର ସଙ୍କଟର ସମାଧାନ ହେବାକୁ ଯାଉଛି ।ଯଦି ଆପଣ ଗାଈ ନିକଟକୁ ଯାଆନ୍ତି ତେବେ ଥଣ୍ଡା ଏବଂ ସର୍ଦ୍ଦି ଭଳି ସ୍ୱାସ୍ଥ୍ୟ ସମସ୍ୟା ଦୂରେଇ ଯିବ ।

୮ . ଗାଈ ଠାରୁ ମିଳୁଥିବା ପଞ୍ଚାଗବ୍ୟ ସବୁ ପ୍ରକାରର ରୋଗର ନିରାକରଣ ଅଟେ । ଘରେ ଗାଈ ରଖି ସେବା କରବା ଉଚିତ । କିନ୍ତୁ ଯଦି ଘରେ ଉପଯୁକ୍ତ ସ୍ଥାନ ନଥାଏ ଏବଂ ଗାଈ ରଖିବା ସମ୍ଭବ ହୁଏନାହିଁ ତେବେ ଗାଈକୁ ପ୍ରତ୍ୟେକ ଦିନ ନିଶ୍ଚିତ ରୋଟି ଖୁଆନ୍ତୁ । ନଚେତ ଗାଈ ନାମରେ ପ୍ରତ୍ୟେକ ଦିନ ପଇସା ସଂଗ୍ରହ କରି ରଖନ୍ତୁ ଏବଂ ପରେ କୌଣସି ମନ୍ଦିରରେ ଦାନ କରି ଦିଅନ୍ତୁ କିମ୍ବା କୌଣସି ଗରିବକୁ ଖାଇବାକୁ ଦେଇ ଦିଅନ୍ତୁ ।

୧୦ . ଗାଈକୁ ଭୁଲରେବି ଅଇଁଠା ରୋଟି ଖୁଆଇବା ଉଚିତ ନୁହେଁ । କିନ୍ତୁ ଗାଈକୁ ରାମାୟଣ ଯୁଗରୁ ଏକ ଅଭିଶାପ ମିଳିଛି ଯେ ଲୋକଙ୍କ ଅଇଁଠା ଖାଇବାକୁ ପଡ଼ିବ । କିନ୍ତୁ ମଣିଷକୁ ଗୋମାତାଙ୍କୁ ଅଇଁଠା ରୋଟି ଦେବା ଆଦୋୖ ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *