ଘରର ମନ୍ଦିର ରେ ଏହି ଜିନିଷ ଅଛି ତ ତୁରନ୍ତ ହଟେଇ ଦିଅନ୍ତୁ, ନହେଲେ ବର୍ବାଦ ହୋଇଯିବ ଆପଣଙ୍କ ଘର..

ବନ୍ଧୁଗଣ ଆମେ ଆମ ପୂଜା ଘରେ ଭଗବାନ ଙ୍କ ମୂର୍ତ୍ତି ଆଦି ରଖନ୍ତି ଏବଂ ପୂଜା ପାଠ କରନ୍ତି | ତେବେ ମୂର୍ତ୍ତି ର ମହତ୍ୱ କଣ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ କହିବୁ | ଏହି ଦୁଇଟି ମୂର୍ତ୍ତି ଏକା ସାଥିରେ ରହିବା ଦ୍ୱାରା ଘରେ ସୁଖ ସମୃଦ୍ଧି ଆସିଥାଏ ଏବଂ ସବୁ ଆଶା ପୁରା ହୋଇଥାଏ | ତେବେ ଘରେ ମୂର୍ତ୍ତି ରଖି ପୂଜା କରିବା ଦ୍ୱାରା ଅନେକ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ତେଣୁ ସେଥିପାଇଁ ଆମେ ଘରେ ମୂର୍ତ୍ତି ରଖି ତାଙ୍କର ପୂଜା ପାଠ କରିଥାଉ

ଭଗବାନ ଙ୍କ ଆଶୀର୍ବାଦ ପାଇବା ବା ପାଇଁ ଘରେ ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ | ଏହା ସହିତ ଯଦି ଆମେ ଏହିପରି କିଛି ମୂର୍ତ୍ତି ଘରେ ରଖିବା ତାହେଲେ ଆମର ସମସ୍ତ ଦୁଃଖ ଏବଂ ଦରିଦ୍ରତା ସମାପ୍ତ ହୋଇଯିବ | ତେବେ ଆସନ୍ତୁ ଜାଣିବା ଏହିପରି କେଉଁ କେଉଁ ଦୁଇ ମୂର୍ତ୍ତି କୁ ଏକା ସାଙ୍ଗରେ ରଖିବା ଦ୍ୱାରା ଜୀବନ ରେ ଭାଗ୍ୟ ବଦଳି ଯାଏ | ଦରିଦ୍ରତା ଏବଂ ଦୁଃଖ କଷ୍ଟ ନାଶ ହୋଇଯାଏ | ତେବେ ଆସନ୍ତୁ ଜାଣିବା ସେହି ବିଷୟରେ..

ରାଧାକୃଷ୍ଣ : ବନ୍ଧୁଗଣ ଯଦି ଆପଣ ପୂଜା ଘରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ରଖି ପୂଜା କରୁଛନ୍ତି ତେବେ ତାଙ୍କ ସହ ରାଧା ଜୀ ଙ୍କୁ ରଖି ଅବଶ୍ୟ ପୂଜା କରନ୍ତୁ | ଭଗବାନ ଶ୍ରୀକୃଷ୍ଣ ରାଧା ରାଣୀ ପ୍ରେମ ଏବଂ ଏକତାର ପ୍ରତୀକ ହୋଇଥାନ୍ତି | ତେଣୁ ଏହି ଦୁଇ ମୂର୍ତ୍ତି ସାଥିରେ ରଖି ପୂଜା କରିବା ଦ୍ୱାରା ଘରେ କ୍ଳେଶ କଳହ ହୋଇନଥାଏ | ବୈବାହିକ ଜୀବନ ରେ ଝଗଡ଼ା କିମ୍ଵା ମନୋମାଳିନ୍ୟ ହୋଇନଥାଏ ପାରିବାରିକା ଶାନ୍ତି ମଧ୍ୟ ବଜାୟ ରହିଥାଏ |

ଲକ୍ଷ୍ମୀନାରାୟଣ : ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି ସହ ବିଷ୍ଣୁ ଭଗବାନ ଙ୍କୁ ପୂଜା କରିବା ଦ୍ୱାରା ଧନର ବର୍ଷା ହୋଇଥାଏ | ଆପଣ ରାତା ରାତି ମାଲାମାଲ ହୋଇଯାଇପାରନ୍ତି | ତେବେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଙ୍କୁ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ | ଏଥି ସହିତ ଆପଣ ଶ୍ରୀଗଣେଶ, କୁବେର ଏବଂ ମା ଲକ୍ଷ୍ମୀଙ୍କ ଫୋଟୋ କିମ୍ଵା ମୂର୍ତ୍ତି କୁ ଏକା ସାଥିରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ଅଭାବ ହୁଏ ନାହିଁ | ମା ଲକ୍ଷ୍ମୀ ପ୍ରସନ୍ନ ହେବା ଦ୍ୱାରା ଘରେ ଉନ୍ନତି ହେବା ସହ ଧନ ମଧ୍ୟ ବୃଦ୍ଧି ହୋଇଥାଏ |

ଶ୍ରୀରାମ : ଯଦି ଆପଣ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରୁଛନ୍ତି ତେବେ ହନୁମାନ ଜୀ ଙ୍କୁ ତାଙ୍କ ସହ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ | ହନୁମାନ ଜୀ ବଳ ବୁଦ୍ଧି ବିଦ୍ୟା ଦେଇଥାନ୍ତି | ଭଗବାନ ଙ୍କ ଆଶୀର୍ବାଦ ରୁ ଅନେକ ମଙ୍ଗଳିକ କାର୍ଯ୍ୟ ମଧ୍ୟ ସହଜ ରେ ହୋଇଯାଏ | ଏହା ସହିତ ଆପଣ ପ୍ରଭୁ ଶ୍ରୀ ରାମ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ତାଙ୍କର ପୁରା ପରିବାର ସହ ଠାକୁର ଘରେ ରଖି ପୂଜା କରନ୍ତୁ | ଏହା କରିବା ଦ୍ୱାରା ଘର ଏବଂ ପାରିବାର ବହୁତ ଉନ୍ନତି କରିଥାଏ |

ତ୍ରୀନାଥ : ବନ୍ଧୁଗଣ ନିଶ୍ଚିନ୍ତ ଭାବରେ ଆପଣ ଜାଣିଥିବେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ଙ୍କୁ ତ୍ରିନାଥ କୁହାଯାଏ | ତେବେ ଏହି ମୃତ୍ତି କୁ ଏକା ସାଥିରେ ରଖି ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ | ଜୀବନ ରେ ଉନ୍ନତି ହୋଇଥାଏ |

ଏହି ମୂର୍ତ୍ତିକୁ ଏକାଠି ରଖିଲେ ଦରିଦ୍ରତା ଆସିଥାଏ :

ଗଣେଶ ଜୀ ଙ୍କର ଦୁଇରୁ ଅଧିକ ମୂର୍ତ୍ତି ଘରେ ରଖନ୍ତୁ ନାହିଁ | ସଦା ସର୍ବଦା ତାଙ୍କୁ ମୁଖ୍ୟ ଦ୍ୱାରା ଭିତରକୁ ମୁହଁ ରଖି ପୂଜା କରନ୍ତୁ | ଭଗବାନ ଶିବଲିଙ୍ଗ ଘରେ ରଖିବା ଉଚିତ ନୁହେଁ ଯଦି ଏହିପରି କରୁଛନ୍ତି ତେବେ ଦେବୀ ଦେବତା କ୍ରୋଧିତ ହୋଇଥାନ୍ତି | ହନୁମାନ ଜିଙ୍କୁ ଦୁଇ ରୁ ଅଧିକ କିମ୍ଵା ଅଯୁଗ୍ମ ସଂଖ୍ୟାରେ ରଖନ୍ତୁ ନାହିଁ | ଶୟନ କକ୍ଷ ରେ ହନୁମାନ ଜିଙ୍କ ଫୋଟୋ ରଖନ୍ତୁ ନାହିଁ | କେବେ ବି ରାଧା କୃଷ୍ଣ ଙ୍କ ଅଲଗା ଅଲଗା ମୂର୍ତ୍ତି କିମ୍ଵା ଫୋଟୋ ରଖନ୍ତୁ ନାହିଁ | ତେବେ ବନ୍ଧୁଗଣ ଯଦି ଏହି ନବରାତ୍ରୀ ରେ ମା ଦୁର୍ଗା ଙ୍କ ଫୋଟୋ ଆପଣ ଘରକୁ ଆଣୁଛନ୍ତି ତେବେ ମା ଙ୍କର ଶାନ୍ତ ସ୍ଵଭାବର ଫୋଟୋ ଆଣନ୍ତୁ କ୍ରୋଧିତ ମୂର୍ତ୍ତି ଏବଂ ଫୋଟୋ ଆଣନ୍ତୁ ନାହିଁ |

ତେବେ ବନ୍ଧୁଗଣ ଘରେ ଶନିଦେବ, ଭୈରବ କିମ୍ଵା ରାହୁ କେତୁ ଙ୍କ ଫୋଟୋ କିମ୍ଵା ମୂର୍ତ୍ତି ରଖିବା ଉଚିତ ନୁହେଁ | ସେମାନଙ୍କୁ ତନ୍ତ୍ର ମନ୍ତ୍ର ଦ୍ୱାରା ପୂଜା କରାଯାଇଥାଏ | ଏହା ପରେ ଆପଣ ପିତୃ ଙ୍କ ଫୋଟୋ କେବେ ବି ଠାକୁର ଘରେ ରଖିବା ଉଚିତ ନୁହେଁ | ଜୀବନ ରେ ଦୁଃଖ ଆସିଥାଏ, ପିତୃ ଦୋଷ ଲାଗିଥାଏ | ତେବେ ବନ୍ଧୁଗଣ ଏହି ମୂର୍ତ୍ତି ଭୁଲ ରେ ବି ଏକା ସାଥିରେ ରଖି ପୂଜା କରନ୍ତୁ ନାହିଁ |

Leave a Reply

Your email address will not be published. Required fields are marked *