ସ୍ୱପ୍ନରେ ମୃତ ବ୍ୟକ୍ତି ଦେଖିଲେ ମିଳିଥାଏ ଏହି ଶୁଭ ସଙ୍କେତ , ଜାଣି ରଖନ୍ତୁ

ସାଧରଣତଃ ମନୁଷ୍ୟ ନିଦ୍ରାରେ ଅନେକ ପ୍ରକାରର ସ୍ୱପ୍ନ ଦେଖିଥାଏ । ସେଥିମଧ୍ୟରୁ ମାତ୍ର କିଛି ସ୍ୱପ୍ନ ନିଦ ଭାଙ୍ଗିବା ପରେ ମନେରରହେ ଯାହାକୁ ମନୁଷ୍ୟ ଅନ୍ୟକୁ ଜଣାଇ ଦେଇଥାଏ । ମାତ୍ର ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ପାଞ୍ଚ ପ୍ରକାରର ଏପରି ସ୍ୱପ୍ନ ବିଷୟରେ କହିବୁ ଯାହାକୁ ଯଦି ଆପଣ ଦେଖିବା ପରେ କାହାକୁ କହନ୍ତି ତେବେ ତାହାର ଶୁଭ ଫଳ ଆଉ ମିଳି ନଥାଏ ।

ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଏହି ବିଷୟରେ କହିଛନ୍ତି । ମନୁଷ୍ୟ ସ୍ୱପ୍ନ ଦେଖିବା ସ୍ୱଭାବିକ ମାତ୍ର କିଛି ସ୍ବପ୍ନକୁ ଅନ୍ୟ ସାମ୍ନାରେ ବର୍ଣ୍ଣନା କରିବା ଶାସ୍ତ୍ର ଅନୁଯାୟୀ ଉଚିତ ହୋଇ ନଥାଏ । ସ୍ୱପ୍ନ ବିଷୟରେ କାହାକୁ କହିବା ଦ୍ୱାରା ସ୍ୱପ୍ନରୁ ମିଳିବାକୁ ଯାଉଥିବା ଶୁଭ ଫଳ ନିରର୍ଥକ ହୋଇଯାଏ ।

୧ . ଯଦି ଆପଣ ସ୍ୱପ୍ନରେ ପ୍ରକୃତିର ଅତ୍ୟନ୍ତ ନିକଟତର ଥିବା ଅର୍ଥାତ ପ୍ରକୃତିକୁ ଉପଭୋଗ କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଯେ କୌଣସି ଖୁସି ଖବର ଆସିବାକୁ ଯାଉଛି । କିନ୍ତୁ ଯଦି ଏହି ସ୍ବପ୍ନ ବିଷୟରେ ଆପଣ କାହାକୁ କହନ୍ତି ତେବେ ସେହି ସ୍ବପ୍ନରୁ ମିଳିବାକୁ ଯାଉଥିବା ଶୁଭ ଫଳ ବ୍ୟର୍ଥ ହୋଇଯିବ ।

୨ . ସାଧରଣତଃ ଲୋକେ ନିଜର ମୃତ୍ୟୁ ସ୍ୱପ୍ନ ଦେଖି କିମ୍ବା ଅନ୍ୟର ମୃତ୍ୟୁ ଦେଖି ଭୟଭୀତ ହୋଇ ଯାଆନ୍ତି । ଯାହାଦ୍ୱାରା ସେମାନେ ବିଚଳିତ ହୋଇ ଯାଆନ୍ତି । ଏହାର ଅନେକ ରହସ୍ୟ ରହିଛି । କିନ୍ତୁ ଯଦି ଆପଣ ଏପରି ସ୍ୱପ୍ନ ଦେଖୁଛନ୍ତି ତେବେ ଭୟଭୀତ ହେବାର ଆବଶ୍ୟକତା ନାହିଁ , କାରଣ ସ୍ୱପ୍ନରେ ମୃତ୍ୟୁ ଦେଖିବାର ଅର୍ଥ ହେଉଛି ସମସ୍ୟାର ସମାଧାନ । ମାତ୍ର ଯଦି ଆପଣ ଏହି ସ୍ୱପ୍ନ ବିଷୟରେ କାହାକୁ ଜଣାଉଛନ୍ତି ତେବେ ତାହାର ଶୁଭ ଫଳ ଆଉ ଆପଣଙ୍କୁ ପ୍ରାପ୍ତ ହେବ ନାହିଁ । ତେଣୁ ସ୍ୱପ୍ନରେ ମୃତ୍ୟୁ ଦେଖିଲେ ଆଦୋୖ ଭୟଭୀତ ହୁଅନ୍ତୁ ନାହିଁ କିମ୍ବା କାହାକୁ ସ୍ୱପ୍ନ ବିଷୟରେ କୁହନ୍ତୁ ନାହିଁ ।

୩ . ସ୍ୱପ୍ନରେ ସାପ ଦେଖିବାର ମଧ୍ୟ ଅନେକ ଶୁଭ ସଙ୍କେତ ରହିଛି । କାରଣ ସ୍ୱପ୍ନରେ ସାପ ଦେଖିବାର ଅର୍ଥ ଆପଣଙ୍କୁ ଆଗାମୀ ବିପୁଳ ଧନ ଲାଭ ହେବାକୁ ଯାଉଛି ଏବଂ ବ୍ୟବସାୟରେ ପ୍ରଚୁର ଲାଭ ହୋଇପାରେ । ତେଣୁ ଏହି ସ୍ୱପ୍ନ ବିଷୟରେ କାହାକୁ ଜଣେଇବା ମଧ୍ୟ ଉଚିତ ନୁହେଁ । କାରଣ ଶାସ୍ତ୍ର ଅନୁସାରେ ଏହି ସ୍ୱପ୍ନ ବିଷୟରେ କାହାକୁ କହିଲେ ଏହାର ଫଳ ମିଳେ ନାହିଁ ।

୪ . ଯଦି ଆପଣ ସ୍ୱପ୍ନରେ କୌଣସିବି ଭଗବାନଙ୍କ ସାକ୍ଷାତ ଦର୍ଶନ କରୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଅର୍ଥ ବହୁତ ଜଲଦି ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି । ତେଣୁ ଏହି ସ୍ୱପ୍ନ ବିଷୟରେ ମଧ୍ୟ କାହାକୁ କହନ୍ତୁ ନାହିଁ ନଚେତ ଏହାର ଫଳ ମିଳି ନଥାଏ ।

୫ . ଯଦି ଆପଣ ସ୍ୱପ୍ନରେ କୌଣସି ମାଛକୁ ପହଁରୁଥିବାର ଦେଖନ୍ତି କିମ୍ବା କାହାକୁ ମାଛ ଧରୁଥିବା କିମ୍ବା ଖାଉଥିବାର ଦେଖନ୍ତି ତେବେ ତାହାର ଅର୍ଥ ଆପଣଙ୍କର ଧନ ପ୍ରାପ୍ତିର ଯୋଗ ବନିବାକୁ ଯାଉଛି । ଏହାର ଫଳ ଆପଣଙ୍କୁ ଏକ ମାସ ମଧ୍ୟରେ ମିଳିବାକୁ ଯାଉଛି । ତେଣୁ ଏହି ସ୍ୱପ୍ନ ବିଷୟରେ ଭୁଲରେବି କାହା ସାମ୍ନାରେ କୁହନ୍ତୁ ।

Leave a Reply

Your email address will not be published. Required fields are marked *