ରାଶିଫଳ ୨୮ ଅକ୍ଟୋବର ୨୦୨୨: ଜାଣନ୍ତୁ ସମସ୍ତ ରାଶିର ଭବିଷ୍ୟତ ଫଳ।

ଆମେ ଆପଣଙ୍କୁ ୨୮ ଅକ୍ଟୋବର ଶୁକ୍ରବାର ଦିନର ରାଶିଫଳ କହିବାକୁ ଯାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିପରି ରହିଛି

ମେଷ ରାଶି :-ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ମାର୍କେଟରୁ ନୂତନ ବସ୍ତ୍ର କିଣାକିଣି କରି ପାରନ୍ତି। ଆପଣଙ୍କ ପରକ୍ରଣ ଓ ଆତ୍ମବିଶ୍ବାସରେ ବୃଦ୍ଧି ହେବ। କାରବାରରେ ବିସ୍ତାର ପାଇଁ ଆପଣ କଠିନ ପରିଶ୍ରମ କରିବେ।

ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ନିଜ ପାଇଁ ଜରୁରୀ ବସ୍ତୁ କ୍ରୟ କରିବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଶତ୍ରୁ ମାନଙ୍କ ଠାରୁ ଆପଣ ବିଜୟ ହାସଲ କରିବେ। ଟଙ୍କାପଇସା ମାମଲାରେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ।

ମିଥୁନ ରାଶି :-ସାହିତ୍ୟ ଓ କଳା କ୍ଷେତ୍ରରେ ଆପଣଙ୍କର ରୁଚି ବଢିବ। ଆପଣ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ଆପଣଙ୍କର ହଜି ଯାଇଥିବା ଜିନିଷ ମିଳିଯିବ। ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।

କର୍କଟ ରାଶି :-ଆଜି ଆପଣ ମାନସିକ ରୂପରେ କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ଧର୍ଯ୍ୟ ସହକାରେ ସବୁ କାର୍ଯ୍ୟ କରନ୍ତୁ। ପରିବାର ଲୋକଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।

ସିଂହ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣ ଅଧିକ ଉତ୍ସାହିତ ରହିବେ। ଆପଣଙ୍କ ସାହସ ଓ ପରକ୍ରମରେ ବୃଦ୍ଧି ହେବ। ବ୍ୟାପାର ଓ ବ୍ୟବସାୟ କ୍ଷେତ୍ରରେ ଆପଣ କଠିନ ପରିଶ୍ରମ କରିବେ। କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି କରିବେ।

କନ୍ୟା ରାଶି :-କାର୍ଯ୍ୟକ୍ଷେତ୍ରରେ ଅଧିକ କାର୍ଯ୍ୟ ଚାପ ଯୋଗୁଁ ଆପଣ ଚିନ୍ତିତ ରହିବେ। ଆପଣଙ୍କର ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ପରିବାର ସହିତ ଆପଣ କୌଣସି ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଋଣ ଦେଇଥିବା ଟଙ୍କା ଫେରସ୍ତ ପାଇବେ।

ତୁଳା ରାଶି :-ଆଜି ଆପଣଙ୍କୁ ପିତାଙ୍କ ଠାରୁ ଆର୍ଥିକ ସହଯୋଗ ମିଳିପାରେ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ସମୟର ସଦୁପଯୋଗ କରନ୍ତୁ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି।

ବିଛା ରାଶି :-ଘରର ଆର୍ଥିକ ପରିସ୍ଥିତିରେ ପୂର୍ବ ଅପେକ୍ଷା ସୁଧାର ଆସିବ। ଆପଣଙ୍କୁ ଅଫିସ ଓ ପରିବାର ମଧ୍ୟରେ ଉତ୍ତମ ତାଳମେଳ ବନେଇ ରଖିବା ଆବଶ୍ୟକ। ଜୀବନସାଥୀ ଆପଣଙ୍କୁ ଉପହାର ଦେଇ ପାରନ୍ତି। ଆପଣଙ୍କୁ ନିଜ ଅହଙ୍କାର ଭାବନାକୁ ତ୍ୟାଗ କରିବା ଆବଶ୍ୟକ।

ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ସ୍ଥାନରେ ନିବେଶ କରି ଆପଣ କ୍ଷତି ସହି ପାରନ୍ତି। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ମନ ଲାଗିବ।

ମକର ରାଶି :-ଘରକୁ ଆସିଥିବା କୌଣସି ସମ୍ପର୍କୀୟଙ୍କ ସହିତ ଆପଣଙ୍କର ମତଭେଦ ହୋଇପାରେ। ଆପଣଙ୍କୁ କୌଣସି ପାର୍ଟିକୁ ଯିବାର ଅବସର ପ୍ରାପ୍ତ ହେବ। ପ୍ରେମ ଜୀବନରେ ମଧୁରତା ଆସିବ। କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ଚାପ ଗ୍ରସ୍ତ ରହିବ। ଆଜି ଆପଣଙ୍କର ଋଣ ପରିଶୋଧ ହୋଇଯିବ।

କୁମ୍ଭ ରାଶି :-ଆଜି ପ୍ରେମୀ ଆପଣଙ୍କ ପାଇଁ କିଛି ଖାସ କରି ପାରନ୍ତି। ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆପଣଙ୍କର ରଚନାତ୍ମକ କାର୍ଯ୍ୟରେ ବାଧା ସୃଷ୍ଟି ହେବ। ଆପଣଙ୍କୁ ନିଜ ଜୀବନରେ ସକାରାତ୍ମକ ପରିଣାମ ପ୍ରାପ୍ତ ହେବ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି ହୋଇପାରେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ଉତ୍ତମ ବୁଝାମଣା ରହିବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *