ବାପା ର ଏହି 1 ଭୁଲ ପୁଅର ବିନାଶ ର କାରଣ ବନି ଯାଇଥାଏ – ଚାଣକ୍ୟ ନୀତି |

ଅସତ୍ୟ କୌଣସି କାର୍ଯ୍ୟ ରେ ଝଟପଟ ଲାଗିଯିବା, ଛଳ କରିବା, ମୁର୍ଖତା,ଲୋଭ କରିବା, ଅପବିତ୍ରତା, ନିର୍ଦରତା, ଏହି ସବୁ ପ୍ରକାରର ଦୋଷ ସ୍ତ୍ରୀ ମାନଙ୍କ ମଧ୍ୟରେ ସ୍ୱାଭାବିକ ରୂପରେ ଦେଖିବାକୁ ମିଳିଥାଏ

ଭୋଜନ କରିବାର ଯୋଗ୍ୟ ପଦାର୍ଥ ଏବଂ ତାକୁ କରିବାର ଶକ୍ତି ଥିବ,ସୁନ୍ଦର ସ୍ତ୍ରୀ ଏବଂ ଆନନ୍ଦ ର ଶକ୍ତି ଐଶର୍ଯ୍ୟ ଏବଂ ଦାନ ଶକ୍ତି ଏହି ସବୁ ସୁଖ ଟିକିଏ ତପ ରେ ମିଳେ ନାହିଁ ଅର୍ଥାତ ଏହା କୌଣସି ତପର ଫଳ ସହ ସମାନ ଅଟେ |

ଯାହାର ପୁତ୍ର ବଶ ରେ ରହିଥାଏ,ସ୍ତ୍ରୀ ତାଙ୍କ ଇଛା ଅନୁସାରେ ଚାଲୁଥିବା ର ହୋଇଥାଏ ,ଅର୍ଥାତ ପତିବ୍ରତା ହୋଇଥିବ | ଯିଏ ନିଜ ପାଖ ରେ ଟିକିଏ ଧନ ରେ ମଧ୍ୟ ସନ୍ତୁଷ୍ଟ ରହିଥାଏ,ତାହାର ସ୍ୱର୍ଗ ଏହିଠାରେ ହିଁ ଥାଏ |

ସେହି ପୁତ୍ର ଅଟେ ଯିଏ ପିତା ଭକ୍ତ ଅଟେ, ପିତା ସେହି ଅଟେ ଯିଏ ପିଲାଙ୍କ ପାଳନ କରିଥାଏ | ମିତ୍ର ସିଏ ଯାହା ଉପରେ ପୂର୍ଣ୍ଣ ବିଶ୍ୱାସ ଥାଏ,ଏବଂ ସ୍ତ୍ରୀ ସେହି ଅଟେ ଯାହଠୁ ସୁଖ ପ୍ରାପ୍ତ ହୋଇଥାଏ |

ଯେଉ ମିତ୍ର ପ୍ରତ୍ୟକ୍ଷ ରୂପରେ ମଧୁର ବଚନ କହିଥାଏ,ଏବଂ ଆପଣଙ୍କ ପାଖରେ ଅପ୍ରତ୍ୟକ୍ଷ ଭାବରେ ଆପଣଙ୍କ ସମସ୍ତ କାର୍ଯ୍ୟ ରେ ବିଘ୍ନ ଘଟାଇ ଥାଏ,ଏମିତି ମିତ୍ର କୁ ସେହି ବିଷ ରେ ଭରା ଥିବା ମାଠିଆ ଅଜଣା କ୍ଷୀର ପରି ତ୍ୟାଗ କରିଦେବା ଉଚିତ |

କୁମିତ୍ର ଉପରେ କିମ୍ବା ନିଜ ମିତ୍ର ଉପରେ ବି ବିଶ୍ୱାସ କରିବା ଉଚିତ ନୁହେଁ,କାରଣ କେବେ ରାଗିବା ପରେ ବି କାହାକୁ ଜଣା ଆପଣଙ୍କ ବିଶିଷ୍ଟ ମିତ୍ର ବି ଆପଣଙ୍କ ସମସ୍ତ ରହସ୍ୟ କୁ ପ୍ରକଟ କରିପାରେ | ସେଥିପାଇଁ କେବେ ବି ନିଜ ରାଜ କୁ କାହା ସାମ୍ନାରେ ପ୍ରକଟ କରିବା ଉଚିତ ନୁହେଁ |

ନିଜ ମନରେ ଭାବିଥିବା ବିଚାରକୁ କେବେ ବି କାହା ସହ ବ୍ୟକ୍ତ କରିବା ଉଚିତ ନୁହେଁ, ବରଂ ତାକୁ ମନ୍ତ୍ର ପରି ରକ୍ଷା କରିକି କାର୍ଯ୍ୟ ରେ ଲଗାନ୍ତୁ |

ମୁର୍ଖତା ଦୁଃଖ ଦେଇଥାଏ ଏବଂ ଯୁବାସ୍ତା ବି ଦୁଃଖଦାୟୀ ଅଟେ କିନ୍ତୁ କଷ୍ଟ ଠୁ ବି ବଡ କଷ୍ଟ ଅନ୍ୟଙ୍କ ଘର ରହିବା ହୋଇଥାଏ,ଅର୍ଥାତ କାହାର ସଂରକ୍ଷଣ ରେ ରହିବା ଅତ୍ୟନ୍ତ କଷ୍ଟ ଦାୟୀ ହୋଇଥାଏ |

ସବୁ ପର୍ବତ ରେ ମାଣିକ ମିଳିନଥାଏ ଏବଂ ପ୍ରତ୍ୟେକ ହାତୀ ରେ ମଣି ନଥାଏ, ବୁଦ୍ଧିମାନ ଲୋକ ସବୁ ଜାଗାରେ ମିଳନ୍ତି ନାହିଁ,ଏବଂ ସବୁ ଜଙ୍ଗଲ ରେ ଚନ୍ଦନ ବୃକ୍ଷ ମିଳିନଥାଏ |

ବୁଦ୍ଧିମାନ ଲୋକ ନିଜ ସନ୍ତାନ କୁ ସୁଶୀଳତା ରେ ଲଗାନ୍ତୁ କାରଣ ନୀତି ଜାଣିଥିବା ଲୋକ ଯଦି ଶୀଳବାନ ହୋଇଯାଏ ତ କୂଳରେ ପୂଜା ପାଇଥାଏ ଏବଂ କୁଳର ମାନ ବଢିଥାଏ |

ସେହି ମାତା ପିତା ଶତ୍ରୁଙ୍କ ସମାନ ଅଟନ୍ତି ଯେଉ ମାନେ ନିଜ ସନ୍ତାନ କୁ ପଢ଼ାନ୍ତି ନାହିଁ,ଏହିପରି ଅନପଢ଼ ଲୋକ ସଭାରେ ସେହି ପ୍ରକାର ରେ ଶୋଭା ପାଆନ୍ତି ନାହିଁ, ଯେମିତି ହଂସ ଙ୍କ ମଧ୍ୟରେ ବଗ ଶୋଭା ପାଏ ନାହିଁ |

ଅତ୍ୟଧିକ ସ୍ନେହ ପ୍ରେମ ଦ୍ୱାରା ପୁତ୍ର ଏବଂ ଶିଷ୍ୟ ଗୁଣହୀନ ହୋଇଯାଏ ଏବଂ ଦଣ୍ଡ ଦ୍ୱାରା ଗୁଣବାନ ହୋଇଯାଏ | ଭାବ ଏହା କି ପୁତ୍ର ଏବଂ ଶିଷ୍ୟ କୁ ଦଣ୍ଡ ମିଳିବାର ଭୟ ରହିବ ତେବେ ସେ କେବେ ଖରାପ ମାର୍ଗ ରେ ଯିବେ ନାହିଁ |

ସ୍ତ୍ରୀର ବିରହ ନିଜ ଲୋକଠୁ ଅନାଦର, ଯୁଦ୍ଧ୍ୟରେ ବଂଚିଥିବା ଶତ୍ରୁ ଦୁଷ୍ଟ ରାଜାର ସେବା, ଦରିଦ୍ରତା ଏବଂ ନିଜ ଦୁଷ୍ଟ ସଭା, ବିନା ଅଗ୍ନି ରେ ହିଁ ଅଗ୍ନି ପରି ତୁମ ଶରୀରକୁ ଜଳେଇ ଦେଇଥାଏ |

ନଦୀ କୂଳରେ ଥିବା ଗଛ,ଅନ୍ୟ ଘରକୁ ଯାଉଥିବା ସ୍ତ୍ରୀ, ମନ୍ତ୍ରୀ ବିନା ରାଜା, ଏଥିରେ କୌଣସି ସନ୍ଦେହ ନାହିଁ ଏହା ଶୀଘ୍ର ହିଁ ନଷ୍ଟ ହୋଇଯାଏ |

ବ୍ରାହ୍ମଣର ବଳ ବିଦ୍ୟା ଅଟେ, ସେହି ପ୍ରକାର ରେ ରାଜା ମାନଙ୍କ ବଳ ତାଙ୍କ ସେନା ଅଟେ, ବୈଶ୍ୟଙ୍କ ବଳ ସେମାନଙ୍କ ଧନ ଅଟେ ଏବଂ ଶୁଦ୍ରଙ୍କ ବଳ ସେବା କର୍ମ ଅଟେ |

ବେଶ୍ୟା ନିର୍ଧନ ମନୁଷ୍ୟ କୁ,ପ୍ରଜା ଶକ୍ତିହୀନ ରାଜା କୁ,ପକ୍ଷୀ ଫଳ ଥିବା ବୃକ୍ଷ କୁ ସେହି ଅତିଥି,ଯିଏ ଭୋଜନ କରିକି ସେହି ଘରକୁ ଛାଡି ଦିଅନ୍ତି |

ବ୍ରାହ୍ମଣ ଦକ୍ଷିଣା ଗ୍ରହଣ କରି ୟଜମାନ କୁ,ଶିଷ୍ୟ ବିଦ୍ୟା ଅଧୟନ କରିବା ପରେ ନିଜ ଗୁରୁ କୁ ଏବଂ ହରିଣ ଜଳି ଯାଇଥିବା ବନ କୁ ତ୍ୟାଗ କରି ଦେଇଥାନ୍ତି |

ଖରାପ ଆଚାରଣ ଅର୍ଥାତ ଦୁରାଚାରି ସହ ରହିବା ଦ୍ଵାରା, ପାପ କର୍ମ କରୁଥିବା ଲୋକ ସହ ରହିବା ଦ୍ୱାରା ତଥା ଅଶୁଦ୍ଧ ସ୍ଥାନ ରେ ରହୁଥିବା ଲୋକ ସହ ମିତ୍ରତା ଶୀଘ୍ର ହିଁ ନଷ୍ଟ ହୋଇଯାଇଥାଏ |

ପ୍ରୀତି ସମାନ ଲୋକ ମଧ୍ୟରେ ଶୋଭା ଦେଇଥାଏ,ସେବା ରାଜା ର ଶୋଭା ଦେଇଥାଏ,ବ୍ୟବହାର ରେ କୁଶଳତା ବେଶ୍ୟା କୁ ଏବଂ ଘରେ ସୁନ୍ଦର ସ୍ତ୍ରୀ ଶୋଭା ଦେଇଥାଏ |

Leave a Reply

Your email address will not be published. Required fields are marked *