ରୋଷେଇ ଘରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ ନଚେତ କ୍ରୋଧିତ ହେବେ ମାତା ଲକ୍ଷ୍ମୀ :-

ସାଧରଣତଃ ମହିଳାଙ୍କୁ ଘରେ ଭୁଲରେ ବି ଏହିସବୁ କାମ କରିବା ଉଚିତ ନୁହେଁ । ନଚେତ ମାତା ଲକ୍ଷ୍ମୀ ରୁସ୍ଟ ହୋଇ ଯାଆନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ ଯେପରି ଶିବ ପାର୍ବତୀ ପରସ୍ପର ବିନା ଅଧା ସେହିପରି ସ୍ୱାମୀ ସହିତ ସ୍ତ୍ରୀ ହିଁ ପୂର୍ଣ୍ଣ ହୋଇଥାଏ । ଏହାବ୍ୟତୀତ ସ୍ତ୍ରୀର ପାପ କିମ୍ବା ପୁଣ୍ୟର ଭାବିଦାରୀ ସ୍ୱାମୀ ହୋଇଥାଏ । ମହିଳା ମାନେ କିଛି ଏପରି ଭୁଲ କରିବା ଦ୍ୱାରା ମାତା ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି ଏବଂ ଘରକୁ ଅଲକ୍ଷ୍ମୀ ଆସିଥାନ୍ତି ।

୧ . ସନ୍ଧ୍ୟା ସମୟରେ ମହିଳା ମାନେ କେଶ ଖୋଲା ରଖିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ସେହିଭଳି ଘରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ।

୨ . ମହିଳା ମାନେ ଘରର ମୁଖ୍ୟଦ୍ୱାରରେ ବସି କେବେବି ଗପିବା କିମ୍ବା ଭୋଜନ କରିବା ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଆସିବା ବାଟରେ ବାଧା ସୃଷ୍ଟି ହୋଇଥାଏ । କାରଣ ଘରର ମୁଖ୍ୟଦ୍ୱାର ଦେଇ ହିଁ ଦେବଦେବୀ ଘରକୁ ପ୍ରବେଶ କରିଥାନ୍ତି । ଏହାବ୍ୟତୀତ ଘରର ମୁଖ୍ୟଦ୍ୱାରକୁ ସଫାସୁତୁରା ରଖିବା ଉଚିତ ।

3 . ଅନେକ ମହିଳା ଏପରି ଅଛନ୍ତି ଯେଉଁମାନେ ସକାଳୁ ଅଧିକ ସମୟ ଧରି ଶୋଇଥାନ୍ତି । ଯଦି ଘରର ମହିଳା ସୂର୍ଯ୍ୟ ଉଦୟ ପରେ ବି ଶୋଇ ରହନ୍ତି ତେବେ ଘରକୁ କେବେ ସମୃଦ୍ଧି କିମ୍ବା ଉନ୍ନତି ଆସେ ନାହିଁ । ଏହାଦ୍ବାରା ନକରାତ୍ମକତା ବଢ଼ିଥାଏ । ସକାଳୁ ଶୀଘ୍ର ଉଠି , ସ୍ନାନ କରି ଭଗବାନଙ୍କ ଆଶୀର୍ବାଦ ନେବା ଉଚିତ ।

୪ . ରାତି ସମୟରେ ଅନେକ ମହିଳା ଘରେ ଅଇଁଠା ଆସନ ପକାଇ ଦିଅନ୍ତୁ । ଏହାଦ୍ବାରା ଘରୁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଚାଲି ଯାଆନ୍ତି । ତେଣୁ ରାତ୍ରି ଭୋଜନ ପରେ ତାହାକୁ ପରିଷ୍କାର କରି ରଖିବା ଉଚିତ । ଅଇଁଠା ବାସନ ନକରାତ୍ମକତା ଆଣିଥାଏ । ଏହାବ୍ୟତୀତ ରୋଷେଇ ଘରକୁ ମଧ୍ୟ ପରିଷ୍କାର ରଖିବା ଉଚିତ ।

୫ .ଅନେକ ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସର୍ବଦା ହିଁ କଳହ କ୍ଳେଶ ଦେଖା ଦେଇଥାଏ । ପରସ୍ପର ମଧ୍ୟରେ ସମସ୍ୟା ବୃଦ୍ଧି ପାଇଥାଏ । ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଯେଉଁ କାରଣରୁ ଘରୁ ସୁଖ , ସମୃଦ୍ଧି , ପ୍ରଶାନ୍ତି ଦୂରେଇ ଯାଏ ।

୬ . ଯେଉଁ ଘରେ ଦ୍ୱାରକୁ ଆସିଥିବା ଭିକ୍ଷୁକକୁ ତିରସ୍କାର କରାଯାଏ ସେହି ଘରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ । ଏହାଦ୍ବାରା ଘରର ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ ।

୭ . ଘରର ମନ୍ଦିରରେ ଧୂପ ଦୀପ ଜାଳିବା ଉଚିତ ଏବଂ ନିଜ ସ୍ତ୍ରୀ କୁ କେବେବି ଅପଶବ୍ଦ କହିବା ଉଚିତ ନୁହେଁ ।

୮ . ସକାଳ ସମୟରେ କୌଣସିବି ସ୍ତ୍ରୀକୁ ଅପଶବ୍ଦ କହି ଗାଳି ଗୁଲଜ କରିବା ଉଚିତ ନୁହେଁ । ଯଦି ଆପଣ ଏପରି କରନ୍ତି ତେବେ ଘରୁ ସୁଖ ସମୃଦ୍ଧି ଏବଂ ନିଜେ ମାତା ଲକ୍ଷ୍ମୀ ମଧ୍ୟ ଚାଲିଯିବେ ।

୯ . ସକାଳ ସମୟରେ ଯଦି କେହି ବ୍ୟକ୍ତି ଧାର ମାଗିବାକୁ ଆସୁଛନ୍ତି ତେବେ ତାକୁ ଭୁଲରେ ବି ଧାର ଦେବା ଉଚିତ ନୁହେଁ । କାହାରି ସହିତ କଳି ଝଗଡ଼ା କରିବା ଉଚିତ ନୁହେଁ । ସକାଳ ସମୟରେ ମିଛ ମଧ୍ୟ କହିବା ଉଚିତ ନୁହେଁ ନଚେତ ଏହା ସମଗ୍ର ଦିନକୁ ନଷ୍ଟ କରିଥାଏ ।

୧୦ . ମାତା ପିତା ନିଜ ସନ୍ତାନଙ୍କ ସାମ୍ନାରେ କେବେ ମିଛ କହିବା ଉଚିତ ନୁହେଁ । ସକାଳୁ କହୁଥିବା ମିଛ ଯମଲୋକ ନେଇ ଯାଇଥାଏ । ଯାହାକି ଜୀବନରେ ଅସଫଳତା ଆଣିଥାଏ । ସକାଳୁ ଉଠି ନିୟମିତ ରୂପରେ ଭଗବାନଙ୍କ ପୂଜାପାଠ ନିଶ୍ଚୟ କରିବା ଉଚିତ ।

Leave a Reply

Your email address will not be published. Required fields are marked *