ମନୁଷ୍ୟ ଜୀବନରେ ଅନେକ ସମସ୍ୟା ରହିଥାଏ । ଯାହାକୁ ଯେତେ ଚେଷ୍ଟା କଲେ ବି ଦୂର ହୋଇ ନଥାଏ । ତେବେ ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସକାଳୁ ଉଠି କେଉଁ ଚମତ୍କାରୀ ଚାରି ଅକ୍ଷର ବିଶିଷ୍ଟ ମନ୍ତ୍ର ଜପ କରିବା ଦ୍ୱାରା ହୋଇଥାଏ ସବୁ ସମସ୍ୟା ଦୂର । ଭଗବାନ ଶିବ ମଧ୍ୟ ହୁଅନ୍ତି ସନ୍ତୁଷ୍ଟ । ଗରୀବ ମଧ୍ୟ ହୋଇଯାଏ ଧନୀ । ମହାଦେବ ଏବଂ ଶିବଙ୍କ ମଧ୍ୟରୁ ଜଣଙ୍କୁ ପ୍ରସନ୍ନ କଲେ ଉଭୟେ ପ୍ରସନ୍ନ ହୁଅନ୍ତି । ତେଣୁ ଏହି ଉପାୟ କରିବା ପାଇଁ କେବଳ ସକାଳୁ ଉଠି କିଛି ମନ୍ତ୍ରର ଜପ କରିବା ଉଚିତ । ତେବେ ଏଥିପାଇଁ ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ଉଚିତ ।
ଯଦି ନବ ବିବାହିତ ସ୍ତ୍ରୀ ଏହି ମନ୍ତ୍ର ଜପ କରେ ତେବେ ଘରେ ଉତ୍ତମ ସନ୍ତାନ ଜନ୍ମ ହେବ । ବୈବାହିକ ଜୀବନ ଭଲ ହେବ ଏବଂ ଅନେକ ଶୁଭ ଫଳ ପ୍ରାପ୍ତ ହେବ । ଯଦି କେହି ବ୍ୟକ୍ତି ନିଜର ଅନେକ ମନସ୍କାମନା ପୂର୍ଣ୍ଣ କରିବାକୁ ଚାହୁଁଛନ୍ତି ତେବେ ସେମାନେ ମଧ୍ୟ ଏହି ଉପାୟ କରି ପାରିବେ । ସେହି ବ୍ୟକ୍ତିକୁ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହେବ ଏବଂ ଜୀବନର ସବୁ ପ୍ରକାରର ସଫଳତା ମଧ୍ୟ ମିଳିବ । ଓଁ ହଂ ଜଙ୍ଗ ସ୍ୱାହା । ଏହି ମନ୍ତ୍ର ଜପ କରିବା ଦ୍ୱାରା ଯଦି ଆପଣଙ୍କ ଜାତକରେ କୌଣସି ଦୋଷ ଥିବ ତେବେ ତାହା ଦୂର ହୋଇଯିବ ।
କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ୱତୀ , କର ମୂଳୟେତୁ ପ୍ରବଧେ , ପ୍ରଭାତେ କର ଦର୍ଶନମ । ଏହି ଦୁଇଟି ମନ୍ତ୍ର ମଧ୍ୟରୁ କୌଣସି ଗୋଟିଏ ବି ଜପ କରି ପାରିବେ । ଯଦି ଆପଣ ସୁନ୍ଦର ସ୍ତ୍ରୀ ଚାହୁଁଛନ୍ତି ତେବେ ଗୁରୁବାର ଦିନ ହଳଦିଆ କପଡ଼ାରେ କଞ୍ଚା ଅଳେଇଚ ବାନ୍ଧି କୌଣସି ଗରିବକୁ ଦେଇ ଦିଅନ୍ତୁ କିମ୍ବା କୌଣସି ପାଖ ମନ୍ଦିରରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ଅତି ସୁନ୍ଦର ସ୍ତ୍ରୀ ମିଳିବ । ଏହାବ୍ୟତୀତ ଯଦି ଆପଣ ଅଧିକ ପରିଶ୍ରମ କରୁଛନ୍ତି କିନ୍ତୁ ତଥାପି ଉନ୍ନତି ହେଉନାହିଁ ତେବେ ରାତିରେ ଶୋଇବା ପୂର୍ବରୁ ହଳଦିଆ କପଡ଼ାରେ କଞ୍ଚା ଅଳେଇଚକୁ ବାନ୍ଧି ତକିଆ ତଳେ ରଖି ଶୋଇ ଯାଆନ୍ତୁ । ସକାଳୁ ଉଠି ତାହାକୁ କୌଣସି ବାହାର ବ୍ୟକ୍ତି କିମ୍ବା ଅଫିସ କର୍ମଚାରୀଙ୍କୁ ଦେଇ ପାରନ୍ତି ।
ଏହାଦ୍ବାରା ଆପଣଙ୍କୁ ପ୍ରମୋଶନ ମିଳିଯିବ । ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ନିଜ ଡାହାଣ ହାତରେ ଅଳେଇଚ ନେଇ ମନ୍ତ୍ର ଜପ କରି ଗୋଟିଏ ଖାଇ ଦିଅନ୍ତୁ ଏବଂ ବାକି ବଳକା ଅଳେଇଚକୁ ପକେଟରେ ରଖି ଦିଅନ୍ତୁ । ଦିନ ସାରା ମଧ୍ୟରେ କୌଣସି ସମୟରେ ଖାଇ ଦିଅନ୍ତୁ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ପୂଜା ସମୟରେ କପଡ଼ାରେ ଅଳେଇଚ ବାନ୍ଧି ମାତା ଲକ୍ଷ୍ମୀଙ୍କୁ ଅର୍ପିତ କରି ପରେ ତାହାକୁ ନିଜ ପର୍ସରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହୋଇଯିବ ।