ଆମ ଭାରତୀୟ ସଂସ୍କୃତିରେ ଗଛଲତାକୁ ଭଗବାନଙ୍କ ସ୍ଥାନ ଦିଆଯାଇଛି । ଏହାବ୍ୟତୀତ ଗଛ ଅମ୍ଳଜାନ ଯୋଗାଇଥାଏ । ମାତ୍ର କିଛି ଗଛ ଏପରି ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ଘରର ସବୁ ପ୍ରକାରର ନକରାତ୍ମକ ଶକ୍ତି ଦୂରେଇ ଯାଇ ସକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ । ଆଜି ଆମେ ଆପଣଙ୍କୁ ଦୁଇ ପ୍ରକାରର ଗଛ ବିଷୟରେ କହିବୁ ଯାହାକୁ ଯଦି ଆପଣ ଘରେ ଏକା ସାଥିରେ ଲଗାନ୍ତି ତେବେ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏହାଦ୍ବାରା ରାଜଯୋଗ ବନିଥାଏ ଏବଂ କେହିବି ଧନୀ ହେବାରୁ ଅଟାକାଇ ପାରନ୍ତି ନାହିଁ । ତେବେ ଏହି ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।
କିଛି ଗଛ ଏପରି ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ଘରର ସଦସ୍ୟଙ୍କ ରୋଗ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ଏହାବ୍ୟତୀତ କିଛି ଏପରି ଗଛ ଅଛି ଯାହା ମନୁଷ୍ୟକୁ ଧନୀ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ମାତ୍ର ଅନେକ ସମୟରେ ଲଗାଯାଉଥିବା ଗଛ ଭଲ ପରିଣାମ ଦେଇ ନଥାଏ । କାରଣ ସେଥିରେ ବାସ୍ତୁ ଦୋଷ ରହିଥାଏ ।
୧ . ତୁଳସୀ ଗଛ :-
ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘର ଉପରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପା ଦୃଷ୍ଟି ରହିଥାଏ । ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ସର୍ବଦା ମାତା ଲକ୍ଷ୍ମୀଙ୍କ ନିବାସ ହୋଇଥାଏ । ତେଣୁ ସେହି ଘରେ ସବୁ ଦିନ ପାଇଁ ମାତା ଲକ୍ଷ୍ମୀଙ୍କ ନିବାସ ହୋଇଯାଏ । ଯେଉଁ ଘରେ ତୁଳସୀ ଗଛ ଲଗାଯାଏ ସେଠାରେ ଧନ ଦୌଲତର କୌଣସି ଅଭାବ ଦେଖାଯାଏ ନାହିଁ । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ ଶୁଦ୍ଧତା ରହିଥାଏ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ସକାରାତ୍ମକତା ରହିଥାଏ ।
୨ . ବେଲ ଗଛ :-
ବେଲ ଗଛ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏପରି କୁହାଯାଏ ଯେ ଏହି ଗଛରେ ସ୍ବୟଂ ମହାଦେବ ବାସ କରନ୍ତି ଏବଂ ଏହାକୁ ଘରେ ଲଗାଇବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି । ଯେଉଁ ଘରେ ମାତା ଲକ୍ଷ୍ମୀ ଖୁସି ହୁଅନ୍ତି ସେହି ଘରେ ସର୍ବଦା ସୁଖ ସମୃଦ୍ଧି , ଧନ ସମ୍ପତ୍ତିରେ ଉନ୍ନତି ହୋଇଥାଏ ।
୩ . ଅଁଳା :-
ଏହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଅଁଳା ଗଛକୁ ଆପଣ ପୂର୍ବ ଦିଗରେ ଲଗାଇବା ଉଚିତ । ମାତ୍ର ଆପଣ ଚାହିଁଲେ ଏହାକୁ ଉତ୍ତର ଦିଗରେ ମଧ୍ୟ ଲଗାଇ ପାରିବେ । ଏହି ଗଛକୁ ପୂଜା କରିବା ଦ୍ୱାରା ସବୁ ପ୍ରକାରର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ତେଣୁ ଏହି ଗଛକୁ ନିୟମିତ ଭାବରେ ପୂଜା କରିବା ଉଚିତ।