ଆମେ ଆପଣଙ୍କୁ ୨୬ ଅକ୍ଟୋବର ବୁଧବାର ଦିନର ରାଶିଫଳ କହିବାକୁ ଯାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିପରି ରହିଛି
ମେଷ ରାଶି :-ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଜୀବନସାଥୀଙ୍କ ସହିତ କୌଣସି କଥାରେ ମତଭେଦ ହୋଇପାରେ। କଳା ଓ ରଚନାତ୍ମକ କାର୍ଯ୍ୟରେ ଆପଣ ରୁଚି ରଖିବେ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆପଣଙ୍କୁ କଠିନ ପରିଶ୍ରମ ଉଚିତ ଫଳ ପ୍ରାପ୍ତି ହେବ।
ବୃଷ ରାଶି :-ଆପଣଙ୍କ ଜୀବନର ପ୍ରଗତିରେ ବାଧା ଉତ୍ପନ୍ନ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଯେଉଁ କାର୍ଯ୍ୟ ଆପଣଙ୍କ ହିତରେ ନାହିଁ, ସେହି କାର୍ଯ୍ୟ କରନ୍ତୁ ନାହିଁ। ପିତାମାତାଙ୍କ ଇଛା ପୂରଣ କରିବାରେ ଆପଣ ସକ୍ଷମ ହେବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।
ମିଥୁନ ରାଶି :-କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଉତ୍ତମ ପ୍ରଦର୍ଶନ ଦେଖି ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରି ପାରନ୍ତି। କୌଣସି ଅଜଣା ବ୍ୟକ୍ତି ଉପରେ ଭରସା କରନ୍ତୁ ନାହିଁ। ସମ୍ପର୍କୀୟଙ୍କ ଠାରୁ ଉପହାର ପ୍ରାପ୍ତ ହେବ।
କର୍କଟ ରାଶି :-ଆଜି ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣଙ୍କର ବନ୍ଧୁ ତଥା ସମ୍ପର୍କୀୟଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଉତ୍ତମ ଅବସର ପ୍ରାପ୍ତ ହେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।
ସିଂହ ରାଶି :-ଛାତ୍ରଛାତ୍ରୀ ମାନଙ୍କୁ ପାଠପଢା ପ୍ରତି ଧ୍ୟାନ ରଖିବାର ଆବଶ୍ୟକତା ରହିଛି। ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ନକାରାତ୍ମକ ପରିବେଶରେ ମଧ୍ୟ ଆପଣ ସକାରାତ୍ମକ ରହିବେ। ଆପଣଙ୍କର ବିଗିଡି ଯାଇଥିବା କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇପାରେ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ।
କନ୍ୟା ରାଶି:-କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଚାକିରି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ତୁଳା ରାଶି:-ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। କାର୍ଯ୍ୟସ୍ଥଳରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ବ୍ୟବସାୟରେ ଆପଣ କଠିନ ପରିଶ୍ରମ କରିବେ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ଆଶାନୁରୂପ ପଦୋନ୍ନତୀ ଲାଭ କରିବେ।
ବିଛା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ, ନଚେତ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ଆପଣଙ୍କର ସୁଖ ସୁବିଧାରେ ବୃଦ୍ଧି ହେବ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ପାଇବେ। ଆପଣଙ୍କୁ ନିଜ ଭୂଲ ସ୍ବୀକାର କରିବା ଆବଶ୍ୟକ, ନଚେତ ସମସ୍ୟାରେ ପଡ଼ି ପାରନ୍ତି।
ଧନୁ ରାଶି :-ଆମଦାନୀରେ ବୃଦ୍ଧି ହେବ। କିଛି ଲୋକଙ୍କୁ ବିଦେଶ ଯିବାର ସୁଯୋଗ ମିଳିପାରେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଶତ୍ରୁ ଆପଣଙ୍କର କିଛି ମଧ୍ୟ ବିଗାଡି ପାରିବେ ନାହିଁ। ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ବୃଦ୍ଧି ହେବ। ପରିବାରକୁ ନେଇ ଦୂର ସ୍ଥାନକୁ ଯାତ୍ରା କରିବେ।
ମକର ରାଶି :-କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଶିକ୍ଷା କ୍ଷେତ୍ରରେ ଆପଣ ନିଜର ଯୋଗ୍ୟତା ହାସଲ କରିବେ। ଜୀବନସାଥୀଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ।
କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ। ଘରେ ରହିଥିବା ବୃଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ। ବିଦ୍ୟାର୍ଥୀ ମାନେ ପ୍ରତିଯୋଗିତାରେ ଆଶାନୁରୂପ ସଫଳତା ପ୍ରାପ୍ତ କରିବେ।
ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ। ଘରର ଆର୍ଥିକ ସ୍ଥିତିରେ ସୁଧାର ହେବ। ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବଜାୟ ରହିବ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ପ୍ରାପ୍ତ ହେବ। ଆୟରେ ବୃଦ୍ଧି ହେବ।