ଅକ୍ଟୋବର ୨୫ ସୂର୍ଯ୍ୟ ପରାଗ , ଏହି ୬ ରାଶି ପାଇଁ ରହିବ ପ୍ରଭାବଶାଳୀ , କୋଟିପତି ହେବାରୁ ଅଟକାଇ ପାରିବେ ନାହିଁ କେହି :-

ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ରେ ପଡ଼ିବାକୁ ଯାଉଛି । ଯେହେତୁ ଏହା ଦୀପାବଳିର ଆଖପାଖ ଦିନରେ ପଡ଼ିଛି ତେଣୁ ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ତେବେ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ବିଶେଷ ହୋଇଥିବାରୁ ଏହା କିଛି ରାଶିଙ୍କ ପାଇଁ ବିଶେଷ ଫଳପ୍ରଦ ହେବାକୁ ଯାଉଛି । ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ର ଆସିଯାଏ ଏବଂ ସେହି ସମୟରେ ଚନ୍ଦ୍ର କାରଣରୁ ପୃଥିବୀ ସୂର୍ଯ୍ୟ କିରଣରୁ ବଞ୍ଚିତ ହୋଇଥାଏ । ସେହି ସମୟରେ ହିଁ ସୂର୍ଯ୍ୟ ପରାଗର ପ୍ରଭାବ ପୃଥିବୀର ସବୁ ଜୀବଜନ୍ତୁଙ୍କ ଉପରେ ପଡ଼ିଥାଏ । ଏହି ସମୟରେ କୌଣସିବି ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ ।

ଏହି ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ରେ ୪.୨୯ ରୁ ଆରମ୍ଭ ହୋଇ ୫.୪୨ ପର୍ଯ୍ୟନ୍ତ ରହିବ । ସୂର୍ଯ୍ୟ ପରାଗର ବାର ଘଣ୍ଟା ପୂର୍ବରୁ ହିଁ ସୂତକ କାଳ ଆରମ୍ଭ ହୋଇ ପରାଗ ଶେଷ ହେଲେ ସେହି ସୂତକ କାଳ ଶେଷ ହୋଇଥାଏ । ସୂତକ କାଳ ସମୟରେ କୌଣସି ବି ଶୁଭ କାର୍ଯ୍ୟ ବର୍ଜିତ ହୋଇଥାଏ ଏବଂ ଏହି ସମୟରେ ଖାଦ୍ୟରେ ତୁଳସୀ ପତ୍ର ପକାଯାଏ । ଏହି ସମୟରେ ତୁଳସୀ ଗଛକୁ ଛୁଇଁବା ମଧ୍ୟ ବର୍ଜିତ ହୋଇଥାଏ । ଏହି ସମୟରେ ଖାଦ୍ୟ ବନାଇବା କିମ୍ବା ଖାଇବା ମଧ୍ୟ ଉଚିତ ହୋଇ ନଥାଏ । ଏହି ସମୟରେ ଗର୍ଭବତୀ ମହିଳା ମାନଙ୍କୁ ଅଧିକ ସତର୍କ ରହିବା ଆବଶ୍ୟକ । ଗର୍ଭବତୀ ମହିଳା ମାନେ ଏହି ସମୟରେ କୌଣସି ଧାରୁଆ ଅସ୍ତ୍ରର ପ୍ରୟୋଗ କରିବା ଉଚିତ ନୁହେଁ । ଏହି ସମୟରେ ଦେବଦେବୀଙ୍କ ମୂର୍ତ୍ତି କିମ୍ବା ଫୋଟକୁ ମଧ୍ୟ ସ୍ପର୍ଶ କରିବା ଅଶୁଭ ହୋଇଥାଏ । ଏହି ସମୟରେ ଶୌଚ ମଧ୍ୟ ବର୍ଜିତ ଅଟେ ।

ଏହି ସୂର୍ଯ୍ୟ ପରାଗର ପ୍ରଭାବ ସମଗ୍ର ୧୨ ଟି ରାଶି ଉପରେ ପଡ଼ିବାକୁ ଯାଉଛି । ସେଥିମଧ୍ୟରୁ କିଛି ଉପରେ ଖରାପ ପ୍ରଭାବ ପଡ଼ିବାକୁ ଯାଉଥିବା ବେଳେ ଆଉ କିଛି ରାଶି ଉପରେ ଭଲ ପ୍ରଭାବ ପଡ଼ିବାକୁ ଯାଉଛି । ଛଅଟି ରାଶି ଉପରେ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ଯାହାଦ୍ୱାରା ଧନ ସମ୍ପତ୍ତି ମାନ ସମ୍ମାନ ପ୍ରାପ୍ତ ହେବାକୁ ଯାଉଛି ।

୧ . ମେଷ ରାଶି :-

ଏହି ରାଶି ପାଇଁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । ଯେଉଁ କାରଣରୁ ଅପାର ଧନ ସମ୍ପତ୍ତି ଏବଂ ମାନ ସମ୍ମାନ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ସମୟରେ ଲାଭ ମିଳିବାର ଯୋଗ ରହିଛି ଏହା ବ୍ୟତୀତ ପୂର୍ବରୁ ହୋଇଥିବା ନିବେଶରେ ମଧ୍ୟ ଲାଭ ମିଳିବାକୁ ଯାଉଛି । ହଠାତ ଧନ ପ୍ରାପ୍ତି ହେବାକୁ ଯାଉଛି । ସୂର୍ଯ୍ୟ ଦେବଙ୍କ ଉପାସନା ନିଶ୍ଚୟ କରନ୍ତୁ ।

୨ . କୁମ୍ଭ ରାଶି :-

ସୂର୍ଯ୍ୟ ପରାଗ କାରଣରୁ ଏହି ରାଶି ଉପରେ ମଧ୍ୟ ଶୁଭ ପ୍ରଭାବ ପଡ଼ିବାକୁ ଯାଉଛି । ଏହି ଜାତକଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି । ପରିବାରକୁ କୌଣସି ନୂଆ ଖୁସି ଆସିପାରେ । ଜୀବନରେ ଯାତ୍ରାର ଯୋଗ ବନୁଛି । ପରିବାରର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଚାକିରୀ କ୍ଷେତ୍ରରେ କାମର ବୋଝ କମ ହେବ ।କୌଣସି ନୂଆ କାମ କରିବାର ସମୟ ଉପଯୁକ୍ତ ରହିଛି । ଆର୍ଥିକ ଲାଭ ମିଳିବାକୁ ଯାଉଛି ।

୩ . କନ୍ୟା ରାଶି :-

ଏହି ରାଶି ପାଇଁ ସୂର୍ଯ୍ୟ ପରାଗ ଅତ୍ୟନ୍ତ ଶୁଭ ହେବ । ବ୍ୟାପରରେ ଲାଭ ମିଳିବାକୁ ଯାଉଛି । ଉଚିତ ସମୟରେ ନେଇଥିବା ନିର୍ଣ୍ଣୟ ଆପଣଙ୍କୁ ଧନବାନ ବନାଇ ପାରେ । ଚାକିରୀରେ କିଛି ସାଧାରଣ ସମସ୍ୟା ଦେଖା ଦେଇପାରେ ମାତ୍ର ଚାକିରୀ ଛାଡ଼ନ୍ତୁ ନାହିଁ । କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । କୌଣସି ସମ୍ପର୍କୀୟଙ୍କ ଠାରୁ ଶୁଭ ସମାଚାର ମିଳିପାରେ ।

୪ . ମକର ରାଶି :-

ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ଶୁଭ ପ୍ରମାଣିତ ହେବ । ଶନି ସାଢେ ସାତିରୁ ବକ୍ର ହୋଇଯିବେ । ଯାହାଦ୍ୱାରା ଆପଣଙ୍କ ଖରାପ ସମୟ ଶେଷ ହୋଇଯିବ । ଆପଣ ସହିଥିବା ସବୁ ସମସ୍ୟାର ସମାଧାନ ହେବାକୁ ଯାଉଛି । ବ୍ୟାପାର କ୍ଷେତ୍ରରେ ଆକସ୍ମିକ ଧନ ପ୍ରାପ୍ତିର ସୁଯୋଗ ରହିଛି । କୌଣସି ଅବସରକୁ ହାତରୁ ଯିବାକୁ ଦିଅନ୍ତୁ ନାହିଁ । ପୂର୍ବରୁ ମିଳିନଥିବା ଅଧିକ ମାତ୍ରାରେ ଧନ ପ୍ରାପ୍ତ ହେବାକୁ ଯାଉଛି । ମାତ୍ର ସାବଧାନ ରହିବାର ଆବଶ୍ୟକତା ରହିଛି ।

ବଜାରରେ ଆପଣଙ୍କୁ ନେଇ ନକରାତ୍ମକ ଛବି ତିଆରି ହୋଇପାରେ । ଆପଣଙ୍କ ଶତ୍ରୁ ଆପଣଙ୍କ କ୍ଷତି କରିବାକୁ ଚେଷ୍ଟା କରି ପାରନ୍ତି । ମାତ୍ର ଆପଣ ନିଜର ବଚନକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ରଖନ୍ତୁ ଏବଂ କଟୁ ବଚନ କୁହନ୍ତୁ ନାହିଁ । କଳା କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ କାହାରି ଦ୍ୱାରା ଉଚିତ ମାର୍ଗ ଦର୍ଶନ ମିଳିପାରେ । ଯାହାଦ୍ୱାରା ଭବିଷ୍ୟତ ଉଜ୍ଜ୍ୱଳ ହେବାର ସମ୍ଭାବନା ରହିଛି । ଚାକିରୀ କରୁଥିବା ଲୋକଙ୍କୁ ନୂତନ ଅବସର ପ୍ରାପ୍ତ ହେବ । ସନ୍ତାନର ବ୍ୟବହାର ସମସ୍ୟା ସୃଷ୍ଟି କରିପାରେ । ମାନସିକ ଶାନ୍ତି ପ୍ରାପ୍ତ ହେବ ।

୫ . ମୀନ ରାଶି :-

ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବ ଏହି ସୂର୍ଯ୍ୟ ପରାଗ । ମାନ ସମ୍ମାନ ପ୍ରତିଷ୍ଠାରେ ହାନୀ ହୋଇପାରେ । ମାତ୍ର ଧନ ମାମଲାରେ ପ୍ରଚୁର ଲାଭ ମିଳିବାକୁ ଯାଉଛି । କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ । ଅପୂର୍ବ ଧନର ପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ନୂଆ ଅବସର ମିଳିପାରେ ।

୬ . ସିଂହ ରାଶି :-

ଏହି ରାଶି ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ଅଟେ । ଆମଦାନୀରେ ଜବରଦସ୍ତ ବୃଦ୍ଧି ହେବ । ମାତ୍ର ଖର୍ଚ୍ଚ ମଧ୍ୟ ବଢ଼ିପାରେ । ବ୍ୟବସାୟରେ ଖର୍ଚ୍ଚକୁ ନେଇ ମାନସିକ ଚିନ୍ତା ବଢ଼ିପାରେ । ତେଣୁ କୌଣସିବି ବଡ଼ ଖର୍ଚ୍ଚ କରିବା ପୂର୍ବରୁ ବଡ଼ଙ୍କ ସହିତ ବିଚାର ବିମର୍ଶ କରି ନିଅନ୍ତୁ

Leave a Reply

Your email address will not be published. Required fields are marked *