ବିଷଧର ସାପ ହୋଇଥାନ୍ତି ଏହି 3 ଲୋକ, ସେ ମରିବି ଯାଉଥିବେ ତଥାପି ସେମାନଙ୍କ ସହାୟତା କରିବେ ନାହିଁ..

ପ୍ରାୟତଃ ଏହା ଶିକ୍ଷା ଦିଆଯାଇଥାଏ କି ଉଦାର ହୁଅ | ଅନ୍ୟଙ୍କର ସହାୟତା କର | ସେମାନଙ୍କ ଉପରେ ଦୟା ଦେଖାଅ | କିନ୍ତୁ ଏହି ଜିନିଷ କିଛି ଖାସ ପ୍ରକାରର ଲୋକମାନଙ୍କ ପାଇଁ କରାଯିବା ହିଁ ଭଲ ହୋଇଥାଏ | କିଛି ଲୋକ ଏହିପରି ମଧ୍ୟ ଥାଆନ୍ତି ଯାହାଙ୍କୁ ଭୁଲ କରି ବି ଦୟା କରିବା ଉଚିତ ନୁହେଁ | ସେମାନଙ୍କର ସହାୟତା କରିବା ଅର୍ଥ ନିଜ ଗୋଡ ରେ କୁରାଢ଼ି ମାରିବା | ଏହି 3 ଲୋକଙ୍କ ବିଷୟରେ ନୀତି ଶାସ୍ତ୍ରର ଜ୍ଞାତା ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ତାଙ୍କ ଚାଣକ୍ୟ ନୀତି ରେ କହିଛନ୍ତି |

ଦୁଷ୍ଟ ଏବଂ ଚରିତ୍ରହୀନ ମହିଳା-

ଆଚାର୍ଯ୍ୟ ଚାଣକ୍ୟ ଅନୁଯାୟୀ ଆମକୁ ଏହିପରି ମହିଳାଙ୍କର ସହାୟତା କରିବା ରୁ ନିବୃତ ରହିବା ଉଚିତ ଯିଏ ସ୍ୱଭାବ ରେ ଦୁଷ୍ଟ ଏବଂ ଚରିତ୍ରହୀନ ଅଟେ | ଯେଉଁ ସ୍ତ୍ରୀ ସର୍ବଦା ଅନ୍ୟଙ୍କୁ ଅପମାନ କରିଥାଏ ତାଙ୍କର ସହାୟତା ନକରିବା ରେ ହିଁ ଆପଣଙ୍କ ପାଇଁ ଭଲ ହୋଇଥାଏ | ଯଦି ଆପଣ ସହାୟତା କରନ୍ତି ତେବେ ସେ ଆପଣଙ୍କର ବି ଫାଇଦା ଉଠେଇପାରେ | ଏହିପରି ମହିଳାଙ୍କୁ ପ୍ରାୟତଃ ଧନ ର ମୋହ ରହିଥାଏ

ଏହି ସ୍ତ୍ରୀ ସମାଜ ରେ ଗୋଟିଏ ବିଷଧର ସାପ ଭଳି ହୋଇଥାନ୍ତି | ଯାହା କେବେ ବି ଆପଣଙ୍କୁ ଦଂଶି ପାରେ | ଏହି ପରି ସ୍ତ୍ରୀ ନିଜର ଆସୁଥିବା ସନ୍ତାନ କୁ ମଧ୍ୟ ଏହି ଗୁଣ ଦେଇଥାଏ | ଏହା ପରେ ତାଙ୍କ ସନ୍ତାନ ମଧ୍ୟ ସମାଜ ପାଇଁ ନମୁନା ଵନିଯାଏ |ସେଥିପାଇଁ ତାଙ୍କର ସହାୟତା ଭୁଲ ରେ ବି କରନ୍ତୁ ନାହିଁ |

ମୂର୍ଖ ବ୍ୟକ୍ତି –

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ କୌଣସି ମୂର୍ଖ ବ୍ୟକ୍ତିଙ୍କୁ କଦାପି ସାହାଯ୍ୟ କରିବା ଉଚିତ୍ ନୁହେଁ। ସେମାନଙ୍କ ସହିତ କୌଣସି ବନ୍ଧୁତା କିମ୍ବା ଯୁକ୍ତି କରିବା ଉଚିତ୍ ନୁହେଁ | ସେମାନଙ୍କୁ ପରାମର୍ଶ ଦେବା ସମ୍ପୂର୍ଣ ରୂପେ ସମୟ କୁ ବର୍ବାଦ କରିବା ହୋଇଥାଏ | ଏହି ପରି ମୂର୍ଖ ବ୍ୟକ୍ତି ଆପଣଙ୍କ ସହ ତର୍କ ବିତର୍କ କରି ଆପଣକୁ ପରାସ୍ତ କରିବାକୁ ଚେଷ୍ଟା କରିବ | ଆପଣଙ୍କ କଥା ବୁଝିବ ନାହିଁ |

ଆପଣ ହୁଏତ ତାଙ୍କୁ ତାଙ୍କ ସ୍ୱାର୍ଥ ପାଇଁ ବୁଝାଇବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ସେ ଏହାକୁ ନିଜ ଇଗୋରେ ଗ୍ରହଣ କରିବେ | ସେ ଆପଣକୁ ତାଙ୍କର ଶତ୍ରୁ ମଧ୍ୟ କରିବେ। ତା’ପରେ ସେ ମଧ୍ୟ ଆପଣଙ୍କ ପାଇଁ ଖରାପ କାମ କରିପାରନ୍ତି | ତାଙ୍କ ସହିତ ସମ୍ପର୍କ ରଖିବା ଦ୍ୱାରା ଆପଣ ମଧ୍ୟ ମାନସିକ ଚାପରେ ରହିବେ | ତେଣୁ ଆପଣ ଏପରି ମୂର୍ଖ ଲୋକ ମାନଙ୍କଠାରୁ ଯେତେ ଦୂରରେ ରହିବେ ସେତେ ଅଧିକ ଖୁସି ହେବେ |

ନେଗୀଟିଭ ଏବଂ ସର୍ବଦା ଦୁଃଖି ରହୁଥିବା ଲୋକ –

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ନକାରାତ୍ମକ ଚିନ୍ତାଧାରା ଥିବା ଲୋକଙ୍କଠାରୁ ଏବଂ ସର୍ବଦା ଦୁଃଖ ରେ କାନ୍ଦୁଥିବା ଲୋକଙ୍କ ଠାରୁ ଦୂର ରେ ରହିବା ଉଚିତ୍ | ଜଣେ ବୁଦ୍ଧିମାନ ବ୍ୟକ୍ତି ଭୟଙ୍କର ପରିସ୍ଥିତିରେ ମଧ୍ୟ ସକରାତ୍ମକ ଚିନ୍ତାଧାରା ସହିତ ନିଜକୁ ସନ୍ତୁଷ୍ଟ କରିପାରନ୍ତି | କିନ୍ତୁ ଜଣେ ମୂର୍ଖ ଏବଂ ନକାରାତ୍ମକ ବ୍ୟକ୍ତି କଦାପି ସନ୍ତୁଷ୍ଟ ନୁହଁନ୍ତି | ସେ ସବୁବେଳେ ଖରାପ ଭାବନ୍ତି |

ଖରାପ ଭାବନା ତାଙ୍କ ମନରେ ରହିଥାଏ | ତାଙ୍କର ଦୁଃଖ ଆପଣଙ୍କୁ ମଧ୍ୟ ଦୁଃଖ ଦେଇପାରେ | ସେ ଆପଣଙ୍କ ଖୁସି ପାଇଁ ଇର୍ଷା ମଧ୍ୟ କରିପାରନ୍ତି | ବେଳେବେଳେ ସେ କେବଳ ଦୁଃଖି ହେବାର ଅଭିନୟ କରନ୍ତି ଏବଂ ପରିବେଶରେ ନକାରାତ୍ମକତା ବିସ୍ତାର କରଦିଅନ୍ତି | ଆପଣ ଯଥାସମ୍ଭବ ଏହିପରି ଲୋକଙ୍କଠାରୁ ଦୂରରେ ରହିବା ଉଚିତ୍ | ସେମାନଙ୍କୁ ସାହାଯ୍ୟ କରିବା ମଧ୍ୟ ଉଚିତ୍ ନୁହେଁ |

Leave a Reply

Your email address will not be published. Required fields are marked *