ସୂର୍ଯ୍ୟପରାଗ 2022? ପରାଗ ପରେ କଣ କରିବେ, ଏହି ଉପାୟ ରେ ଦୂର ହେବ ପରାଗ ର ସମସ୍ତ ଅଶୁଭ ପ୍ରଭାବ..

ବନ୍ଧୁଗଣ ଲାଗିବାକୁ ଯାଉଛି ବର୍ଷର ଦ୍ୱିତୀୟ କିନ୍ତୁ ଭାରତର ପ୍ରଥମ ସୂର୍ଯ୍ୟ ପରାଗ | ଭଗବାନ କରନ୍ତୁ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ନପଡୁ | କାରଣ ପ୍ରତ୍ୟେକ ଜୀବ ଜନ୍ତୁଙ୍କ ଉପରେ ଗ୍ରହଣ ର ପ୍ରଭାବ ପଡିଥାଏ | ସାବଧାନତା ଅବଲମ୍ବନ କରିବେ ତେବେ ଯାଇ ଏହାର କୁପ୍ରଭାବ ରୁ ବଂଚିବେ | ସୂର୍ଯ୍ୟ ପରାଗ ସମୟରେ ପ୍ରକୃତି ନିଜର ଯତ୍ନ ନେଇଥାଏ |

ଆପଣ ନିଶ୍ଚିୟ ଦେଖିଥିବେ କି ଗୀତ ଗାଉଥିବା ପକ୍ଷୀ ଗୀତ ଗାଏନାହିଁ କି ବସା ରୁ ବାହାରେ ନାହିଁ | କିଛି ଫୁଲ ବନ୍ଦ ହେଇଯାନ୍ତି ପ୍ରକୃତି ତାଙ୍କୁ ନିଜର ଧ୍ୟାନ ନେବା ଶିଖାଇଛି | ତେବେ ମନୁଷ୍ୟ ଙ୍କ ପାଇଁ ମଧ୍ୟ ନିଜର ଧ୍ୟାନ ରଖିବା ପାଇଁ ଆବଶ୍ୟକ ସାବଧାନତା ଅବଲମ୍ବନ କରିବା ଉଚିତ | ଆଜିର ଏହି ପୋର୍ଟାଲ ରେ ଆମେ ସୂର୍ଯ୍ୟ ପରାଗ ବିଷୟରେ ସମସ୍ତ ସୂଚନା ଆପଣଙ୍କୁ ଦେବୁ ତେବେ ସବୁ ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ଏହି ପୋଷ୍ଟ କୁ ପଢନ୍ତୁ..

ବନ୍ଧୁଗଣ 25ଅକ୍ଟୋବର କୁ ଲାଗିବାକୁ ଯାଉଥିବା ଏହି ସୂର୍ଯ୍ୟ ପରାଗ ଏ ବର୍ଷର ଦ୍ୱିତୀୟ ହେବ | ଏହି ପରାଗ ଭାରତ ସମେତ ଇଉରୋପ ର କିଛି ଭାଗ ଏବଂ ଏସିଆର ଦକ୍ଷିଣ ପଶ୍ଚିମ ଭାଗ, ଆଫ୍ରିକା ମହାଦୀପ ର ଉତ୍ତର ପୂର୍ବ ଭାଗ ଏବଂ ଆଣ୍ଟାଟିକା ରେ ଦେଖାଯିବ |ସୂର୍ଯ୍ୟ ପରାଗ ର ସମ୍ପୂର୍ଣ ସମୟ ସୀମା 4ଘଣ୍ଟା 15ମିନିଟ ହେବ |

ଏହାର ଆରମ୍ଭ 25 ଅକ୍ଟୋବର ଦିନ 2 ଟା ବାଜି 29 ମିନିଟ ରେ ହେବ ଏବଂ ସମାପନ 6 ଟା ବାଜି 32 ମିନିଟ ରେ ହେବ | ଭାରତ ଏହା ଦେଖାଯିବ ତେବେ ଏହାର ସୂତ କାଳ ମଧ୍ୟ ମାନ୍ୟ ହେବ ସୂର୍ଯ୍ୟ ପରାଗ ର ସୁତକ ପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯିବ | ଏହି ସମୟ ରେ କିଛି ବି ଶୁଭ କାର୍ଯ୍ୟ କରାଯିବ ନାହିଁ,ବିଶେଷ କଥା ଏହା କି ଏହି ବର୍ଷ ଦୀପାବଳୀ ପର୍ବ 24 ଅକ୍ଟୋବର ରୁ ଆରମ୍ଭ ହେବାକୁ ଯାଉଛି |ଏହିପରି ପରିସ୍ଥିତିରେ ଲୋକ ବହୁତ ଚିନ୍ତାରେ ଅଛନ୍ତି |

ଏହି ଥର ଏହିପରି କିଛି ସଂଯୋଗ ବନୁଛି କି ଦୀପବଳି ଦିନ ଠାରୁ ହିଁ ସୂତ କାଳ ଆରମ୍ଭ ହେଇଯିବ | ସମ୍ପୂର୍ଣ 27 ଦିନ ପରେ ଦୀପାବଳୀ ର ଗୋବର୍ଦ୍ଧନ ପୂଜା ରେ ପରାଗର ଛାଇ ରହିବ | ଏହି କାରଣ ରୁ ଏହି ପୂଜା ଗୋଟିଏ ଦିନ ଡେରି ରେ ହେବ | କିନ୍ତୁ ଏହାର ପ୍ରଭାବ ଦୀପାବଳୀ ଉପରେ ପଡିବ ନାହିଁ | ଭାରତ ରେ ସୁତ କାଳ 25 ଅକ୍ଟୋବର ସକାଳ 4 ଟା ବାଜି 22 ମିନିଟ ରେ ହୋଇଯିବ | ପରାଗ ସେହି ସମୟ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଚନ୍ଦ୍ର ଏବଂ ପୃଥିବୀ ଏକ ସରଳ ରେଖା ରେ ରହିଥାନ୍ତି |

ଚନ୍ଦ୍ରମା ମଝୀ ରେ ରହିଥିବା କାରଣ ରୁ ତାହାର ଛାଇ ପୃଥିବୀ ଉପରେ ପଡେ ଏବଂ ସୂର୍ଯ୍ୟ ଦେଖା ଯାଏ ନାହିଁ ତେବେ ଏହାକୁ ସୂର୍ଯ୍ୟ ପରାଗ କୁହାଯାଏ | କିନ୍ତୁ ଏହାର ଧାର୍ମିକ ମାନ୍ୟତା ସମ୍ପୂର୍ଣ ଅଲଗା ହୋଇଥାଏ | ଜ୍ୟୋତିଷ ଅନୁସାରେ ସୂର୍ଯ୍ୟ ପରାଗ ପ୍ରଭାବ ପୁରା ପୃଥିବୀ ର ଯିବ ଜନ୍ତୁ ଙ୍କ ଉପରେ ପଡିଥାଏ | ପରାଗ ର 12 ଘଣ୍ଟା ପୂର୍ବରୁ କିଛି ସାବଧାନତା ଅବଲମ୍ବନ କରିବା ଉଚିତ | ତେବେ ଆସନ୍ତୁ ଜାଣିବା କଣ କରିବା ଉଚିତ କଣ ନୁହେଁ?

ବନ୍ଧୁଗଣ ଏହି ସୁତକ କାଳରେ କୋୖଣସି ପ୍ରକାରର ବି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ | ଗ୍ରହଣ କାଳରେ ଶୋଇବା ମଧ୍ୟ ଉଚିତ ନୁହେଁ, କାରଣ ଯେଉଁ ଲୋକ ଗ୍ରହଣ ସମୟରେ ଶୁଅନ୍ତି ସେମାନେ ରୋଗରେ ପୀଡିତ ହୁଅନ୍ତୁ | ଏହି ସମୟ ପୂଜା ପାଠ ମଧ୍ୟ ଜମାବି କରିବା ଉଚିତ ନୁହେଁ ଏହା ସହ କେବେ ବି ଏହି ସମୟରେ ମନ୍ଦିରର କବାଟ ଖୋଲା ରଖିବା ଉଚିତ ନୁହଁ | କାରଣ ଏହି ସମୟରେ ମନ୍ଦିର ଖୋଲା ରଖିବା ଦ୍ୱାରା ଆମ ମନ୍ଦିରରେ ନକାରାତ୍ମକ ପ୍ରଭାବ ପଡିଥାଏ | ପୂଜା କରିଲେ ଏହାର ବିପରୀତ ଫଳ ପ୍ରାପ୍ତ ହୋଇଥାଏ | ଏବଂ ଗ୍ରହଣ ସମୟରେ ଜମା ବି ଘରେ ଝାଡୁ କରିବା କଥା ନୁହେଁ |

ଏମିତି କରିବା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ ଏବଂ ମାତା ଲଷ୍ମୀ ମଧ୍ୟ ଘରୁ ଚାଲିଯାଇଥାନ୍ତି | ଘରର ଲୋକମାନେ ବେମାରରେ ପଡିଯାଆନ୍ତି | ଗ୍ରହଣ କାଳରେ କୋୖଣସି ଖାଦ୍ୟ ମଧ୍ୟ ଖାଇବା ଉଚିତ ନୁହେଁ | ଏବଂ ଯଦି ଏହି ସମୟରେ କିଛି ଖାଇବାକୁ ବି ଚାହୁଁଛନ୍ତି ତେବେ ସେହି ଖାଦ୍ୟରେ କିଛି ତୁଳସୀ ପତ୍ର ପକାଇ ଖାନ୍ତୁ | ଗ୍ରହଣ ସମୟରେ ଖାଇବା ତିଆରି ମଧ୍ୟ କରିବା ଉଚିତ ନୁହେଁ | ଖାଦ୍ୟରେ ସୂର୍ଯ୍ୟା ଗ୍ରହଣ ପରେ ଦୁବ ଘାସ ପକାଇ ଦିଅନ୍ତୁ | କାରଣ ଏହା ପ୍ରକୃତ ରୂପେ କୀଟନାଶକ ରୂପେ କାର୍ଯକାରୀ ହୋଇଥାଏ | ଏବଂ ଏହା ସହ ମାନେ ରଖିବେ କି ଗର୍ଭବତୀ ଥିବା ମହିଳା ମାନେ ଏହି ସମୟ ବାହାରିକୁ ଜମା ବି ବାହାରିବା ଉଚିତ ନୁହେଁ | ଏମିତି କରିବା ଦ୍ୱାରା ସୂର୍ଯ୍ୟ ଗ୍ରହଣର ଖରାପ ପ୍ରଭବ ପଡ଼ି ଜନ୍ମ ହେବା ପିଲା ବିକୃତ ହୋଈ ମଧ୍ୟ ଜନ୍ମ ହୋଇପାରେ |

ଗ୍ରହଣ ପରେ ଗାଧେଇବା ଜଳରେ କିଛି ଗଙ୍ଗାଜଳ କିମ୍ଭା ଗାଈର ଗୋବର ମିଶାଇ ସାନ୍ନ କରନ୍ତୁ | ଏମିତି କରିବା ଦ୍ୱାରା କେବେ ବି ଆପଣଙ୍କୁ ରହୁ କେତୁ ଭଳି ଦୁଷ୍ଟ ଗ୍ରହ ମାନେ ହଇରାଣ କରିପାରିବେ ନାହିଁ | ଏହି ସବୁରୁ ଆପଣ ସବୁବେଳେ ସୁରକ୍ଷିତ ରହିବେ | ଯଦି ଆପଣଙ୍କ ଘରର ଛୋଟ ପିଲା ବାହାରିକୁ ଯାଇଥାଏ ଗ୍ରହଣ ସମୟରେ ଆଉ ଗ୍ରହଣ ସରିବା ପରେ ଘରକୁ ଆସେ ତେବେ ଆପଣ ସେହି ପିଲାର ମୁଣ୍ଡରେ କିଛି ଗଙ୍ଗା ଜଳ ଛିଞ୍ଚି ଦିଅନ୍ତୁ |

ଏମିତି କରିବା ଦ୍ୱାରା ପିଲା ଉପରେ ଏବଂ ପିଲା ମଧ୍ୟମରେ ଆପଣଙ୍କ ଘରକୁ କୋୖଣସି ବି ନକାରାତ୍ମକ ପ୍ରଭାବ ପଡ଼େନାହିଁ | ଏବଂ ଗ୍ରହଣ ସରିବା ପରେ ଆପଣ ବେଶେଷ ଭାବରେ ଏହାର ଧ୍ୟାନ ଦେବେ ଯେ ତୁଳସୀ ମାତାଙ୍କ ଉପରେ ଗଙ୍ଗା ଜଳ ନିଶ୍ଚିତ ରୂପେ ଛିଞ୍ଚନ୍ତୁ | ଗାଈର ମୁଣ୍ଡ, ଲାଞ୍ଜ, କିମ୍ଭା ଗାଈର ଗୋଡ଼କୁ ନିଶ୍ଚିତ ଛୁଇଁ ମୁଣ୍ଡିଆ ମାରନ୍ତୁ | ଏମିତି କରିବା ଦ୍ୱାରା ବ୍ୟକ୍ତି ଉପରେ କେବେ ବି ରହୁଙ୍କର ଖରାପ ଦୃଷ୍ଟି ପଡେ ନାହିଁ |

Leave a Reply

Your email address will not be published. Required fields are marked *