ଜ୍ୟୋତିଷ ରେ ପରାଗକୁ ବହୁତ ମହତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଇଛି | ଏହି ସମୟ ରେ ପୂଜା ପାଠ ବ୍ୟତୀତ ତନ୍ତ୍ର କାର୍ଯ୍ୟ ମଧ୍ୟ କରିଯାଇଥାଏ | ପରାଗ ସମୟ ରେ ଆପଣ ଯାହା କରନ୍ତି ତାହାର ଅନେକ ହଜାର ଗୁଣ ଫଳ ମିଳିଥାଏ, ଯଦି ଆପଣ ମନ୍ତ୍ର ଜପ କରନ୍ତି ତାହା ସିଦ୍ଧି ହୋଇଯାଏ | ଯଦି ଆପଣ ତନ୍ତ୍ର କରନ୍ତି ତାହା ମଧ୍ୟ ସମ୍ପୂର୍ଣ୍ଣ ହୋଇଥାଏ | କିନ୍ତୁ ଯଦି ଆପଣ ନିଜ ଗ୍ରହ କୁ ମଜବୁତ କରିବା ପାଇଁ ଚାହୁଁଛନ୍ତି
ତେବେ ପରାଗ ସମୟ ରେ ତାହା କରିପାରିବେ | ଏହି ସମୟରେ ଆପଣ ଏହିପରି ଉପାୟ ମଧ୍ୟ କରିପାରିବେ ଯାହା ଆପଣ ଙ୍କ ପାଇଁ ଶୁଭ ହୋଇଥାଏ | କିନ୍ତୁ ପରାଗ ସମୟ ରେ କିଛି କାର୍ଯ୍ୟ କରିବା ଅଶୁଭ ହୋଇଥାଏ, ଯେମିତିକି ଏହି ସମୟ ରେ ଭୋଜନ ତିଆରି କରିବା ଏବଂ ଖାଇବା ଅଶୁଭ ହୋଇଥାଏ |ତେବେ ଏଭଳି ପରିସ୍ଥିତି ରେ ଯଦି ଆପଣ ଙ୍କ ଘରେ ଛୋଟ ଛୁଆ ଅଛି, ବୟସ୍କ ଲୋକ ଅଛନ୍ତି, ରୋଗୀଣା ଲୋକ ଅଛନ୍ତି
ତେବେ ଆପଣ ଖାଦ୍ୟ ରେ ପରାଗ ଲାଗିବା ପୂର୍ବରୁ କୁଶ ଘାସ କିମ୍ବା ତୁଳସୀ ପକେଇ ଦିଅନ୍ତୁ ପାପ ଲାଗିବ ନାହିଁ | ତେବେ ପରାଗ ର 12 ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ଼ ହୋଇଯାଇଥାଏ, ତେବେ ଏହିପରି ପରିସ୍ଥିତି ରେ ଆପଣ ପରାଗ ର 4ଘଣ୍ଟା ପୂର୍ବରୁ ଖାଦ୍ୟ ଗ୍ରହଣ କରିପାରିବେ | ତେବେ ଯଦି ଆପଣ ଘରେ ଗର୍ଭବତୀ ମହିଳା ଅଛନ୍ତି, ରୋଗୀଣା ଲୋକ ଅଛନ୍ତି, ଔଷଧ ନଖାଇଲେ ହେବନି ତେବେ ଏମିତି ପରିସ୍ଥିତିରେ ଆପଣ ଖାଇପାରିବେ | ଏବଂ ମନେ ରଖନ୍ତୁ ପରାଗ ସମୟ ସରିବା ପରେ ପିନ୍ଧା ଲୁଗା, ଡ୍ରେସ ସହ ସ୍ନାନ କରନ୍ତୁ,ଏବଂ ଘରେ ଗଙ୍ଗାଜଳ ଛିଞ୍ଚନ କରନ୍ତୁ | ତେବେ ଏହା ପରେ ଆପଣ ଖାଦ୍ୟ ଖାଇପାରିବେ |
ତେବେ ପରାଗ ରେ ଅନେକ କଥା ବିଷୟରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ହୋଇଥାଏ | ଯେମିତି କି ସ୍ନାନ କରିବା ପାଣି ରେ ତୁଳସୀ ପତ୍ର, କୁଶ ଘାସ ଏବଂ ଗଙ୍ଗା ଜଳ ମିଶେଇକି ସ୍ନାନ କରିବେ | ଏବଂ ଯଦି ଆପଣ ଙ୍କ ଘରେ ପାଣି ଟାଙ୍କି ଅଛି କିମ୍ବା ଏମିତି ପରିସ୍ଥିତିରେ ଅଛି ଯାହାକୁ ଆପଣ ଫିଙ୍ଗି ପାରିବେ ନାହିଁ ତେବେ ଏମିତି ସ୍ଥିତି ରେ ଆପଣ ଏହି ଉପାୟ କରିପାରିବେ | ଗୋଟିଏ ସବୁଜ ରଙ୍ଗର କପଡା ନିଅନ୍ତୁ, ସେଥିରେ 11 ଟଙ୍କା ସହ 11ଟି ତୁଳସୀ ପତ୍ର ରଖନ୍ତୁ ଏବଂ ଏହା ପରେ ଏହାକୁ ବାନ୍ଧି ଟାଙ୍କି ଭିତରେ କିମ୍ବା ପାଣି ରଖୁଥିବା ସ୍ଥାନ ରେ ରଖିଦିଅନ୍ତୁ | ପରାଗ ଶେଷ ହେବା ପରେ 11ଟଙ୍କା କୁ ମନ୍ଦିର ରେ ଦାନ କରନ୍ତୁ, କପଡା କେହି ବି ବ୍ୟବହାର କରିପାରିବେ ଏବଂ ତୁଳସୀ ପତ୍ର କୁ ମାଟି ତଳେ ପୋତି ଦିଅନ୍ତୁ ଶୁଭ ହୋଇଥାଏ |
ଏମିତି ରେ ତ ଭାରତକୁ ଆଂଶିକ ସୂର୍ଯ୍ୟ ପରାଗ ଲାଗିଛି ଏବଂ ତାହା କେବଳ ହିମାଚଳ ପ୍ରଦେଶ ରେ ଦେଖାଯାଉଛି | ତେବେ ଏମିତି ରେ ଆପଣ ପୂଜା ପାଠ କରିପାରିବେ କିନ୍ତୁ ଏହି ଦିନ ପୂଜା ପାଠ ନକରିବା ଶୁଭ ହୋଇଥାଏ | ତେବେ ଜୀବନ ରେ ଖୁସି ଏବଂ ସମୃଦ୍ଧି ପାଇବା ପାଇଁ ଏହି ସମୟ ରେ ଆପଣ ତୁଳସୀ ମୂଳରେ ଦୁଇଟି ଲବଙ୍ଗ ପୋତି ଦେଇ ପାରିବେ | ଏବଂ ପରାଗ ସମୟ ରେ ବାହାରକୁ ଯାନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଏବଂ ଆପଣଙ୍କ ସନ୍ତାନ ପାଇଁ ଶୁଭ ହୋଇଥାଏ | ପରାଗ ସମୟ ରେ କିଛି କାର୍ଯ୍ୟ କରିବା ଅଶୁଭ ହୋଇଥାଏ, ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ |. ଏବଂ କେଉଁ କାର୍ଯ୍ୟ କଲେ ଶୁଭ ହୋଇଥାଏ ଆସନ୍ତୁ ଜାଣିବା |
ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ଏହି ସମୟରେ ଆପଣ ଖାଦ୍ୟ ଖାଇପାରିବେ କିନ୍ତୁ କୌଣସି ଜିନିଷ କାଟିବେ ନାହିଁ, ଯୋଡ଼ିବେ ନାହିଁ କିମ୍ବା ଭାଙ୍ଗିବେ ନାହିଁ | ସିଲେଇ କରନ୍ତୁ ନାହିଁ,ତାଲା ଚାବି ଖୋଲିବା ବନ୍ଦ କରିବା କରନ୍ତୁ ନାହିଁ | ପରାଗ ସମୟରେ ମାଟି ଖୋଲନ୍ତୁ ନାହିଁ, ଖୋଲା ଆକାଶ ତଳକୁ ଯାଆନ୍ତୁ ନାହିଁ | ଏହି ସମୟ ରେ ନିଦ ରେ ଶୋଇବା ମଧ୍ୟ ଅଶୁଭ ହୋଇଥାଏ | ପନିପରିବା, ଫଳ କିମ୍ବା କଇଁଚି ରେ କିଛି କଟା କଟି କରନ୍ତୁ ନାହିଁ,ଲଢେଇ ଝଗଡା କରନ୍ତୁ ନାହିଁ କିମ୍ବା ପରାଗ କୁ ମଧ୍ୟ ଦେଖନ୍ତୁ ନାହିଁ | ଫୁଲ ଛିଣ୍ଡାନ୍ତୁ ନାହିଁ..