ଦୀପାବଳି ଦିନ ନିଶ୍ଚୟ ଖାଆନ୍ତୁ ଏହି ୧ ଜିନିଷ , ବର୍ଷସାରା ହେବ ଧନର ବର୍ଷା…

ଦୀପାବଳି ହିନ୍ଦୁ ଧର୍ମର ଅତି ପବିତ୍ର ପର୍ବ ଅଟେ । ତେବେ ଯେଉଁଠି ଧନତେରସ ଧନମନ୍ତ୍ରୀଙ୍କୁ ଅର୍ପିତ ହୋଇଥାଏ , ଦୀପାବଳି ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ଅର୍ପିତ ହୋଇଥାଏ । ତେବେ ଏହିଦିନ ପୂଜା କରିବା ଠାରୁ ଆରମ୍ଭ କରି ଘରକୁ ଜିନିଷ ଆଣିବା ଏବଂ ଖାଦ୍ୟ ଉପରେ ମଧ୍ୟ ଅନେକ ବିଧାନ ରହିଛି । ଧନତେରସରେ ଧଣିଆ କିଣି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହିଦିନ ଧଣିଆ ଆଣି ଘରେ କୌଣସି ଗାଉଁଲାରେ ପୋତି ଦିଅନ୍ତୁ । ଧନତେରସ ଦିନ ଅଣାଯାଇଥିବା ଧଣିଆ ଏବଂ ସେଥିରୁ ଉଠିଥିବା ସବୁଜ ଧଣିଆକୁ ଖାଇବା ଦ୍ୱାରା ସୌଭଗ୍ୟ ଆସିଥାଏ । ମାତ୍ର ସେହି ଧଣିଆକୁ ଅନ୍ୟ କୌଣସି ବ୍ୟକ୍ତିକୁ ଦେବା ଉଚିତ ନୁହେଁ ।

ଧନତେରସ ଦିନ କିଛି ସ୍ୱତନ୍ତ୍ର ଆହାର ଖାଇବାର ବିଧାନ ରହିଛି । ଏହିଦିନ କିଛି ଏପରି ଜିନିଷ ଅଛି ଯାହା ଖାଇବା ଉଚିତ ନୁହେଁ । ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ ସିତାଫଳ ଅର୍ପିତ କରିବା ଉଚିତ । ଏମିତିରେ ତ ମାତା ଲକ୍ଷ୍ମୀଙ୍କୁ ପାଞ୍ଚ ପ୍ରକାରର ଫଳ ଅର୍ପିତ କରିବା ଉଚିତ । ସେଥିମଧ୍ୟରୁ ସୀତାଫଳ , ସେଓ ଏବଂ କଦଳୀ ଅନ୍ୟତମ ଅଟେ ।

ଦୀପାବଳି ଦିନ ସୀତାଫଳ ଖାଇବା ଦ୍ୱାରା ସୌଭଗ୍ୟ ଉଦୟ ହୋଇଥାଏ ଏବଂ ସେହି ବ୍ୟକ୍ତିକୁ କେବେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡେନାହିଁ । ମାତ୍ର ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ କେବେବି ନାସପାତି ଅର୍ପିତ କରିବା ଉଚିତ ନୁହେଁ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ପାଞ୍ଚ ପ୍ରକାରର ଭିନ୍ନ ଭିନ୍ନ ମିଠା ଅର୍ପିତ କରିବା ଉଚିତ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ଆଖୁ ଅର୍ପିତ କରିବା ଏବଂ ଆଖୁ ଖାଇବାର ବିଧାନ ରହିଛି । ଏହାଦ୍ବାରା ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

ଦୀପାବଳି ଦିନ ଭଗବାନ ଗଣେଶଙ୍କୁ ଦୁବ ଘାସ ଅର୍ପିତ କରିବା ଦ୍ୱାରା ଜୀବନରେ କେବେ କୌଣସି ଜିନିଷର ଅଭାବ ହୁଏନାହିଁ ଏବଂ ଆର୍ଥିକ ସମସ୍ୟା ହୁଏନାହିଁ । ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ କ୍ଷୀରି ଅର୍ପିତ କଲେ ଜୀବନରେ ଧନୀ ହେବାରୁ କେହିବି ଅଟକାଇ ପାରିବେ ନାହିଁ । ଏହାଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ଦୁର୍ଭାଗ୍ୟ ବି ସୌଭଗ୍ୟରେ ପରିଣତ ହୁଏ । ଏହିଦିନ କିଛି ଏପରି ଜିନିଷ ଅଛି ଯାହା ଖାଇବା ଉଚିତ ନୁହେଁ ।

ଦୀପାବଳି ଦିନ ପିଆଜ ରସୁଣ ସେବନ କରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ଘର ଉପରେ ରାହୁ କେତୁର ପ୍ରଭାବ ପଡ଼ିଥାଏ । ଶାସ୍ତ୍ର ଅନୁସାରେ ଏହିଦିନ ରାହୁ କେତୁର ଜନ୍ମ ମଧ୍ୟ ହୋଇଥିଲା । ଯେଉଁଥିରୁ ପିଆଜ ରସୁଣ ଜାତ ହୋଇଥିଲା । ତେଣୁ ଏହିଦିନ ପିଆଜ ରସୁଣ ଖାଇବା ଉଚିତ ନୁହେଁ ।

ଧନତେରସ ଏବଂ ଦୀପାବଳି ଦିନ ଭଗବାନ ଧନମନ୍ତ୍ରୀଙ୍କୁ ପ୍ରସନ୍ନ କରିବା ପାଇଁ ହଳଦିଆ ଜିନିଷ ନିଶ୍ଚୟ ଅର୍ପିତ କରନ୍ତୁ । ଭଗବାନ ଧନମନ୍ତ୍ରୀଙ୍କୁ ହଳଦିଆ ଜିନିଷ ଅତ୍ୟନ୍ତ ପ୍ରିୟ ଅଟେ । ଏହିଦିନ ହଳଦିଆ ଜିନିଷ ସେବନ କରିବା ଉଚିତ , ହଳଦିଆ ବସ୍ତ୍ର ଧାରଣ କରିବା ଉଚିତ ଏବଂ ଏହାଦ୍ୱାରା ଭଗବାନ ଧନମନ୍ତ୍ରୀ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ଘରେ ସ୍ଥାୟୀ ରୂପରେ ବାସ କରନ୍ତି ।

କରଜ କରି ଦୀପାବଳି କିମ୍ବା ଧନତେରସ ପାଳନ କରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଯେଉଁ ବ୍ୟକ୍ତି ଦୀପାବଳି ଦିନ ନିଷ୍ଠାର ସହିତ ମାତା ଲକ୍ଷ୍ମୀଙ୍କୁ ପୂଜା କରିଥାଏ , ସେହି ଘରକୁ ଧନ ଆଗମନ ହୋଇଥାଏ । ତେଣୁ ନିଜ କ୍ଷମତା ଅନୁଯାୟୀ ହିଁ ମାତାଙ୍କୁ ନିଷ୍ଠାର ସହିତ ପୂଜା କରିବା ଉଚିତ ।

Leave a Reply

Your email address will not be published. Required fields are marked *