ଦୀପାବଳି ଦିନ ଲକ୍ଷ୍ମୀ ପୂଜନ ସହିତ କରି ଦିଅନ୍ତୁ ଏହି କିଛି ବିଶେଷ ଉପାୟ , ସବୁ ସମସ୍ୟାର ହେବ ସମାଧାନ :-

ଦୀପାବଳି ପର୍ବ ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ ଅମାବାସ୍ୟାରେ ପାଳିତ ହୋଇଥାଏ । ଏହିଦିନ ଦେବୀ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କୁ ବିଧି ବଦ୍ଧ ଭାବରେ ପୂଜା କରାଯାଏ । ଯାହାଦ୍ୱାରା ମାତା ଲକ୍ଷ୍ମୀ ନିଜ ଭକ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଦୀପାବଳି ପୂର୍ବରୁ ଧନତେରସ ପାଳିତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ କିଛି ଜାତକ ପାଇଁ ବେଶ ଶୁଭ ହେବାକୁ ଯାଉଛି । ଚଳିତ ବର୍ଷ ଦୀପାବଳି ଅକ୍ଟୋବର ୨୪ ରେ ପାଳିତ ହେବ । ଶାସ୍ତ୍ର ଅନୁଯାୟୀ ଦୀପାବଳି ଦିନ ଲକ୍ଷ୍ମୀ ପୂଜନର ବିଶେଷ ମହତ୍ତ୍ୱ ରହିଛି । ଦୀପାବଳି ଦିନ ରାତିରେ ବିଧି ପୂର୍ବକ ମାତା ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜା କରାଯାଏ ।

ନିଷ୍ଠାର ସହିତ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ଏବଂ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ଚୌକିରେ ସ୍ଥାପିତ କରାଯାଏ । ଏହାପରେ ଘିଅ ଦୀପ ଜଳାନ୍ତୁ । ପୂଜାରେ ଫଳ ଫୁଲ , ଗୁଡ଼ ଅର୍ପିତ କରି ବିଧିବଦ୍ଧ ଭବରେ ସବୁ ଦେବାଦେବୀଙ୍କୁ ସୁମରଣା କରି ପୂଜା କରନ୍ତୁ । ମାତା ଲକ୍ଷ୍ମୀଙ୍କୁ ମିଠାଇ , ପଦ୍ମ ଫୁଲ ଏବଂ କଉଡ଼ି ଅର୍ପିତ କରନ୍ତୁ । ଏହିଦିନ ଘରର ସିନ୍ଧୁକ ଏବଂ ଖାତା ବହିକୁ ମଧ୍ୟ ପୂଜା କରିବାର ବିଧାନ ରହିଛି ।

ଏହାପରେ ମାତା ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ । ଘରର ସବୁ କୋଣରେ ଦୀପ ଜଳାନ୍ତୁ । ଏହିଦିନ ଭଗବାନ କୁବେରଙ୍କ ପୂଜା ମଧ୍ୟ କରାଯାଏ । ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହୋଇଥାଏ । ଏପରି କୁହାଯାଏ ଯେ ଦୀପାବଳିରେ ମାତା ଲକ୍ଷ୍ମୀଙ୍କୁ ପୂଜା ବ୍ୟତୀତ କୌଣସି ନୂତନ କାର୍ଯ୍ୟର ପ୍ରାରମ୍ଭ କରାଯାଇ ପାରେ ନାହିଁ ।

ଯଦି ଏହିଦିନ ଆପଣ ଚାହାଁନ୍ତି ଯେ ଆପଣଙ୍କ ଘରୁ ସବୁ ପ୍ରକାରର ନକରାତ୍ମକତା ଦୂର ହୋଇଯାଉ ତେବେ ଘରକୁ ଏହିଦିନ ମୟୁର ପର ନେଇ ଆସନ୍ତୁ । ଗୋଟିଏ ମୟୁର ପରକୁ ଘରର ପୂଜାଘରେ ରଖି ଦିଅନ୍ତୁ ଏବଂ ଲକ୍ଷ୍ମୀ ପୂଜନ ସମୟରେ ତାହାକୁ ମଧ୍ୟ ପୂଜା କରନ୍ତୁ । ଅନ୍ୟ ଏକ ମୟୁର ପରକୁ ଘରର ସବୁ ରୁମରେ ଝାଡୁ କରନ୍ତୁ । ଏହାଦ୍ବାରା ଘରର ନକରାତ୍ମକତା ଦୂର ହୋଇଯିବ ।

ଲକ୍ଷ୍ମୀ ପୂଜନ ପରେ ତାହାକୁ ନିଜ ସିନ୍ଧୁକ ମଧ୍ୟରେ ରଖି ଦିଅନ୍ତୁ । ଏହାପରେ ଲକ୍ଷ୍ମୀ କିମ୍ବା ବିଷ୍ଣୁ ସହସ୍ର ନାମର ୫ କିମ୍ବା ଏଗାର ଥର ଜପ କରନ୍ତୁ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ନିଶ୍ଚୟ ଚଢାନ୍ତୁ । ଏହାର ମଧ୍ୟ ପୂଜା କରନ୍ତୁ । ଏହାବ୍ୟତୀତ ଗୋମତି ଚକ୍ର ମଧ୍ୟ ପୂଜାରେ ଲଗାନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଲକ୍ଷ୍ମୀ ପୂଜନ ପାଇଁ ପ୍ରଦୋଷ କାଳ ଅତ୍ୟନ୍ତ ଶୁଭ ଏବଂ ଉପଯୁକ୍ତ ହୋଇଥାଏ । ଚଳ ଅଚଳ ଦୁଇ ପ୍ରକାରର ସମ୍ପତ୍ତି ହୋଇଥାଏ । ତେଣୁ ଭିନ୍ନ ଭିନ୍ନ କ୍ଷେତ୍ରରେ ଛିଡ଼ା ହୋଇଥିବା ମାତା ଲକ୍ଷ୍ମୀ ଏବଂ ବସିଥିବା ମାତା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ । ଯେଉଁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅଧିକ କଳହ ଝଗଡ଼ା ହୋଇଥାଏ ସେମାନଙ୍କୁ ବିଷ୍ଣୁଙ୍କ ଚରଣ ତଳେ ବସିଥିବା ମାତା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ ।

ଏହାଦ୍ବାରା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସବୁ ସମସ୍ତ ତୁଟି ଯାଏ । ଏହିଦିନ ଲକ୍ଷ୍ମୀ ପୂଜନ ବ୍ୟତୀତ ଘର ଆଖପାଖରେ ଅଶ୍ୱତ୍ଥ ବୃକ୍ଷ ତଳେ ଏକ ଦୀପ ନିଶ୍ଚୟ ଜାଳିଦେବା ଉଚିତ । ଅଶ୍ୱତ ଗଛ ନଥିଲେ ଏକ ଉଚ୍ଚ ସ୍ଥାନରେ ଦୀପ ଜାଳି ଦିଅନ୍ତୁ । ଦୀପାବଳି ଦିନ ଗାଈକୁ ନିଶ୍ଚୟ କଦଳୀ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସବୁ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *