ଦୀପାବଳି ଦିନ ଘରେ ନିଶ୍ଚୟ କରନ୍ତୁ ଏହି ଉପାୟ , ଉଦୟ ହେବ ସୌଭଗ୍ୟ ଏବଂ ଧନୀ ହେବାରୁ କେହିବି ଅଟକାଇ ପାରିବେ ନାହିଁ

ହିନ୍ଦୁ ଧର୍ମରେ ଦୀପାବଳି ପର୍ବର ଅନେକ ସ୍ୱତନ୍ତ୍ର ମାନ୍ୟତା ରହିଛି । ଏହିଦିନ ଶୁଭ ମୁହୂର୍ତ୍ତରେ ପୂର୍ଣ୍ଣ ବିଧି ବିଧାନ ସହିତ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଦୀପାବଳି ଦିନ କୌଣସିବି ଉପାୟ କରିବା ଦ୍ୱାରା ତାହା ଫଳପ୍ରଦ ହୋଇଥାଏ । ଏହିଦିନ କିଛି ବିଶେଷ ପ୍ରୟୋଗ କରିବା ଦ୍ୱାରା ତାହାର ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏପରି କୁହାଯାଏ ଯେ ଦାରିଦ୍ର୍ୟତା ଅଭିଶାପ ହୋଇଥାଏ ।

ତେଣୁ ଦୀପାବଳି ଦିନ କିଛି ଖାସ ଉପାୟକୁ ନିଷ୍ଠାର ସହିତ କରିବା ଦ୍ୱାରା ଦରିଦ୍ର୍ୟବି ଧନୀ ହୋଇଯାଏ । ଏମିତି ଅନେକ ସମୟରେ ହୋଇଥାଏ ଯେ ଅନେକ ପରିଶ୍ରମ କରିବା ସତ୍ତ୍ୱେବି ମନୁଷ୍ୟ ପାଖରେ ଅର୍ଥ ଅଭାବ ଦେଖଯାଏ । ତେବେ ଦୀପାବଳି ଦିନ କିଛି ଖାସ ପ୍ରୟୋଗ କରିବା ଦ୍ୱାରା ଆସବୁ ସମସ୍ୟାର ସମାଧାନ ହୋଇଯାଏ ।

ଲକ୍ଷ୍ମୀ ପୂଜନରେ କିଛି ବିଶେଷ ବିଧି ରହିଛି । ପୂଜା ସ୍ଥାନରେ ଲକ୍ଷ୍ମୀ ଯନ୍ତ୍ର , କୁବେର ଯନ୍ତ୍ର ଏବଂ ଶ୍ରୀ ଯନ୍ତ୍ର ନିଶ୍ଚୟ ରଖିବା ଉଚିତ । ଦୀପାବଳି ଦିନ ଲୋକେ ଧନଲକ୍ଷ୍ମୀର ପୂଜା କରିଥାନ୍ତି । ମାତ୍ର ଅଷ୍ଟଲକ୍ଷ୍ମୀର ପୂଜନ କରିବା ଉଚିତ । ମାତା ଲକ୍ଷ୍ମୀଙ୍କର ଆଠଟି ରୂପ ଏହିଭଳି , ଆଦି ଲକ୍ଷ୍ମୀ , ଧନ ଲକ୍ଷ୍ମୀ , ଧାନ୍ୟ ଲକ୍ଷ୍ମୀ , ସନ୍ତାନ ଲକ୍ଷ୍ମୀ , ବୀର ଲକ୍ଷ୍ମୀ , ଗଜ ଲକ୍ଷ୍ମୀ , ବିଜୟ ଲକ୍ଷ୍ମୀ ଏବଂ ବିଦ୍ୟା ଲକ୍ଷ୍ମୀ । ଲକ୍ଷ୍ମୀ ପୂଜନ ପୂର୍ବରୁ ସକାଳ ସମୟରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ । ଏହାବ୍ୟତୀତ ଲକ୍ଷ୍ମୀ ପୂଜନ ସମୟରେ ଭଗବାନ ଗଣେଶଙ୍କ ପୂଜା କରିବା ଉଚିତ । ସନ୍ଧ୍ୟା ସମୟରେ ଲକ୍ଷ୍ମୀଙ୍କ ସାମ୍ନାରେ ଏକ ତିଳ ତେଲରେ ଦୀପ ଏବଂ ଶୁଦ୍ଧ ଘିଅ ଦୀପ ପ୍ରଜ୍ଜ୍ଵଳିତ କରିବା ଉଚିତ ।

ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଦୀପାବଳି ଦିନ ରାତିରେ ଘରର ମୁଖ୍ୟଦ୍ୱାରରେ ମାତା ଲକ୍ଷ୍ମୀଙ୍କ ପାଦ ଚିହ୍ନ ଆଙ୍କି ଦିଅନ୍ତୁ । ଏହାଦ୍ବାରା ମାତା ଲକ୍ଷ୍ମୀ ଗୃହକୁ ପ୍ରଣେଶ କରିଥାନ୍ତି । ମାତ୍ର ପାଦ ଚିହ୍ନ ଘରର ଭିତର ପଟକୁ ହୋଇଥିବା ଆବଶ୍ୟକ । ଦୀପାବଳି ଦିନ ରାତିରେ ଉଜାଗର ରହିବା ଉଚିତ । ମାତ୍ର ମନରେ ନିଷ୍ଠା ନେଇ । ଏପରି ନୁହେଁ ଯେ ନିରର୍ଥକ କାର୍ଯ୍ୟରେ ଲିପ୍ତ ରହି ଉଜାଗର ରହିଲେ କୌଣସି ଲାଭ ହୋଇ ନଥାଏ ।

ଜାଗରଣ କରୁଥିବା ବ୍ୟକ୍ତି ଉପରେ ମାତାଙ୍କ କୃପା ହୋଇଥାଏ । କେବଳ ମନରେ ଏହି ବିଶ୍ୱାସ ପ୍ରତିପୋଷଣ କରିବା ଉଚିତ ଯେ ମାତା ଲକ୍ଷ୍ମୀ ନିଶ୍ଚୟ ରାତିରେ ଘରକୁ ଆଗମନ କରିବେ । ଦୀପାବଳି ଦିନ ମାତା ଲକ୍ଷ୍ମୀ ପୃଥିବୀକୁ ବିଚରଣ କରିବାକୁ ଆସନ୍ତି ତେଣୁ ଏହିଦିନ ଭଲ ସୁଯୋଗ ରହିଥାଏ ମାତାଙ୍କୁ ଘରକୁ ଆଗମନ ହେବାର । ତେଣୁ ଏହିଦିନ ପ୍ରକାଶ କରାଯାଏ ।

ଦୀପାବଳି ମଧ୍ୟରାତ୍ର ୧୧ ରୁ ୩ ମଧ୍ୟରେ ଏକ ବିଶେଷ ଉପାୟ କରନ୍ତୁ । ନାଲି କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏକ ବଡ଼ ମୁଖ୍ୟ ଘିଅ ଦୀପ ଜଳାନ୍ତୁ । ପୂର୍ବ ଦିଗକୁ ମୁହଁ କରି ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ଉତ୍ତର ଦିଗକୁ ମୁହଁ କରି ‘ ଓଁ ହ୍ରୀଂ ଶ୍ରୀଙ୍ଗ ମହାଲକ୍ଷ୍ମୈ ନମଃ ‘ ଜପ କରନ୍ତୁ । ଏଥିପାଇଁ ଆପଣ କୌଣସିବି ମାଳା କିମ୍ବା ରୁଦ୍ରାକ୍ଷ ମାଳାର ବ୍ୟବହାର କରି ପାରିବେ । ନିଜର ଆଖି ବନ୍ଦ କରି ନିଷ୍ଠାର ସହିତ ଜପ କରନ୍ତୁ । ଏହାଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କର ଆଗମନ ମଧ୍ୟ ହୋଇଥାଏ । ଏହାଦ୍ବାରା ଦୁର୍ଭାଗ୍ୟ ସୌଭାଗ୍ୟର ପରିଣତ ହେବା ସହିତ ମାତା ଧନୀ ହେବାରୁ ମଧ୍ୟ କେହିବି ଅଟକାଇ ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *