ଧନତେରସ ଦିନ ଏହି ଗୋଟେ ଜିନିଷ ନିଶ୍ଚୟ ରୂପେ ଖାଇନିଅନ୍ତୁ, ପୁରା ବର୍ଷ ଜମେଇକି ଆସିବ ଧନ ସମ୍ପତ୍ତି |

ଦୀପାବଳିରେ ଯଦି ଆପଣ କରିଦେବେ ଏହି କାମ ତେବେ ପୁରା ବର୍ଷ ଆପଣଙ୍କ ଘରେ ଧନ ଏବଂ ଯଶ ଭରି ହୋଈ ରହିବ | ଦୁଃଖ, କଷ୍ଟ, ନିର୍ଧାନତା ହେଇଯିବ ଦୂର | ଦୀପାବଳି ଆମେ ମାତା ଲଷ୍ମୀଙ୍କୁ ପୁରା ଵିଧି-ବିଧାନର ସହ ପୂଜା ଅର୍ଚନା କରିଥାଉ | ଏବଂ ଧନ ଯଶ ବୃଦ୍ଧି ପାଇଁ ମାତା ଲଷ୍ମୀଙ୍କୁ ଗୁହାରି କରିଥାଉ | ପ୍ରତିବର୍ଷ ଦୀପାବଳି କାର୍ତ୍ତିକ ମାସ ଅମାବାସ୍ୟାରେ ପାଳନ ହୋଇଥାଏ | ଏବଂ ଏହି ବର୍ଷ 24 ଅକ୍ଟୋବରକୁ ଦୀପାବଳି ପର୍ବ ପାଳନ ହେଉଛି | ଦୀପାବଳି ପର୍ବକୁ ଆମ ଶାସ୍ତ୍ରରେ ବହୁତ ମହତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ଏବଂ ଏହିଦିନ କିଛି ଉପାୟ କରିବା ଦ୍ୱାରା ଏହାର ଶୁଭ ଫଳ ଆମକୁ ବହୁତ ଜଲ୍ଦି ପ୍ରାପ୍ତ ହୋଇଥାଏ | ଦୀପାବଳି ଦିନ କିଛି ଖାସ ଉପାୟ କରିବା ଦ୍ୱାରା ପୁରା ବର୍ଷ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ରହିଥାଏ |ଆପଣ ଏହି ଉପାୟ କରି ନିଜ ଘରର ଅନେକ ସମସ୍ୟାକୁ ମଧ୍ୟ ରୋକି ପାରିବେ |

ଯେତେବି ସମସ୍ୟା ଥାଉ ନା କାହିଁକି ଯଦି କୌଣସି ବ୍ୟକ୍ତି ଦୀପାବଳିର ଶୁଭ ସମୟରେ ମାତା ଲଷ୍ମୀଙ୍କର ଅଷ୍ଟଲଷ୍ମୀ ପ୍ରୟୋଗ ସମାପ୍ତ କରେ | ମାତା ଲଷ୍ମୀଙ୍କ ଆଶ୍ରିବାଦରେ ସେହି ବ୍ୟକ୍ତିଙ୍କ ଜୀବନରେ ଧନର ସମସ୍ୟା କେବେ ବି ରହିନଥାଏ | ଆସୁଥିବା ବର୍ଷରେ ଆପଣ ନିଜ ଜୀବନରେ ଆସୁଥିବା ଚମତ୍କାର ଶୁଭ ପରିଣାମ ନିଶ୍ଚୟ ଦେଖିବାକୁ ପାଇବେ | ମାତା ଲଷ୍ମୀଙ୍କର ଏହି ପୂଜା ସମ୍ପୂର୍ଣ ଵିଧି-ବିଧାନରେ କରନ୍ତୁ | ଏହି ପୂଜାରେ ଲଷ୍ମୀ ଯନ୍ତ୍ର, କୁବେର ଯନ୍ତ୍ର ଏବଂ ଶ୍ରୀ ଯନ୍ତ୍ର ନିଶ୍ଚିତ ଭାବେ ରଖନ୍ତୁ | ଦୀପାବଳିରେ ପ୍ରାୟ ଅଧିକାଂଶ ଲୋକ କେବଳ ମାତା ଲଷ୍ମୀଙ୍କର ପୂଜା କରନ୍ତି ଯାହାକି ତାଙ୍କୁ ଅଷ୍ଟଲଷ୍ମୀଙ୍କର ପୂଜା କରିବା ଆବଶ୍ୟକ ହୋଇଥାଏ | ଲଷ୍ମୀଙ୍କର ଅଷ୍ଟ ରୂପ ଏହି ଭଳି ହୋଇଥାଏ ଆଦି ଲଷ୍ମୀ, ଧନ ଲଷ୍ମୀ, ଗଜ ଲଷ୍ମୀ, ଧାନ୍ୟ ଲଷ୍ମୀ, ସନ୍ତାନ ଲଷ୍ମୀ, ବୀର ଲଷ୍ମୀ, ବିଜୟ ଲଷ୍ମୀ, ଏବଂ ବିଦ୍ୟା ଲଷ୍ମୀ |

ଏହିଦିନ ସକାଳୁ ଉଠି ପ୍ରଥମେ ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ କାରଣ ଯେଉଁଠାରେ ଭଗବାନ ବିଷ୍ଣୁ ଥାନ୍ତି ସେହିଠାରେ ହିଁ ମାତା ଲଷ୍ମୀ ବାସ କରିଥାନ୍ତି | ଏବଂ ଭଗବାନ ଗଣେଶଙ୍କର ସ୍ଥାପନ ପରେ ହିଁ ମାତା ଲଷ୍ମୀଙ୍କର ପୂର୍ଣ୍ଣ ସ୍ଥାପନ ହୋଇଥାଏ | ବିନା ଗଣେଶଙ୍କ ସ୍ଥାପନରେ ମାତା ଲଷ୍ମୀଙ୍କର ଆରାଧନା ପୂର୍ଣ୍ଣ ହୋଇନଥାଏ | ଦୀପାବଳିର ସନ୍ଧ୍ୟା ରେ ଆପଣ ମାତା ଲଷ୍ମୀଙ୍କ ସାମ୍ନାରେ ଗୋଟେ ତେଲ ଦୀପ ଏବଂ ଗୋଟେ ଘିଅ ଦୀପ ରଖନ୍ତୁ | ଧ୍ୟାନ ଦେବେ ଦୀପ ଯେମିତି ନିରନ୍ତର ଭାବେ ସାରା ରାତି ଚଳିବା ଦରକାର | ଲଷ୍ମୀ ପୂଜାରେ ଆଖୁ, ପଦ୍ମ ଫୁଲ, ନାଗ କେଶର ଏବଂ କ୍ଷୀରି ଭୋଗ କଲେ ମାତା ଲଷ୍ମୀ ଶୀଘ୍ର ପ୍ରଶନ ହୋଇଥାନ୍ତି | ଏବଂ ଆପଣଙ୍କ ଜୀବନକୁ ଧନ ଧାନ୍ୟରେ ଭରି ଦେଇଥାନ୍ତି |

ଏହିଦିନ ମାତା ଲଷ୍ମୀଙ୍କ ପାଦ ଚି଼ହ୍ନ ନିଜ ଘରର ମୁଖ୍ୟ ଦ୍ୱାରାରେ ଅଙ୍କନ୍ତୁ ଯାହା ଘରକୁ ଆସିବାର ସଂକେତ ଦେଖାଉଥିବ | ଯେମିତି ଦୀପାବଳିର ରାତିରେ ମାତା ଲଷ୍ମୀ ଆପଣଙ୍କ ଘରକୁ ଆସି ଆପଣଙ୍କୁ ଆଶ୍ରିବାଦ ଦିଅନ୍ତୁ | ଏହି ସମୟରେ ମାତା ଲଷ୍ମୀ ନିଜର ଆଠ ରୂପ ନେଇ ଆସିଥାନ୍ତି ଏବଂ ତାଙ୍କର ଏହି ଆଠ ରୂପର ପର୍ବକୁ ଦୀପାବଳି ରୂପେ ପାଳନ କରାଯାଏ | ଏମିତିରେ ତ କୁହାଯାଏ ଯେ ଯେଉଁମାନେ ଡେରି ପର୍ଯ୍ୟନ୍ତ ଚେଇଁ ରହିଥାନ୍ତୁ ସେ କୁଆଡେ ଓଲୁ ହୋଇଥାନ୍ତି

ଏହା ତ ମଜାକିଆ କଥାକୁ ଆଧାର କରାଯାଏ କିନ୍ତୁ ସ୍ୱାସ୍ଥ୍ୟ ଅନୁଯାୟୀ ମଧ୍ୟ ବେଶୀ ରାତି ଯାଏ ଚେଇଁ ରହିଲେ ସ୍ୱାସ୍ଥ୍ୟ ଖରାପ ରହିଥାଏ କିନ୍ତୁ ବନ୍ଧୁଗଣ କେବେ କେବେ ପୁରା ରାତି ଚେଇଁ ରହିବା ବି ଶୁଭ ଫାଳ ପ୍ରାପ୍ତ କରାଇଥାଏ | ଯେମିତିକି ଦୀପାବଳି ଏହି ଦିନ ମାତା ଲଷ୍ମୀ ପୃଥିବୀକୁ ଆସିଥାନ୍ତି ଏବଂ ସେ ସବୁ ଆଡ଼େ ବୁଲିଥାନ୍ତି ଏବଂ ସେ ଯେତେବେଳେ ଦେଖନ୍ତି ତାଙ୍କର ଭକ୍ତ ନ ଶୋଇ ତାଙ୍କର ପୂଜା କରୁଛନ୍ତି ସେ ବହୁତ ଖୁସି ହୋଈ ତାଙ୍କୁ ଆଶ୍ରିବାଦ ଦେଇଥାନ୍ତି | ଏବଂ ଯାହା ଉପରେ ମାତା ଲଷ୍ମୀଙ୍କର ଆଶ୍ରିବାଦ ଥାଏ ସେ କେବେ ବି କୋୖଣସି ପରିସ୍ଥିତିରୁ ହରିନଥାନ୍ତି | ଏବଂ ତାଙ୍କୁ କେବେ ବି ଧନର ସମସ୍ୟା ହୋଇନଥାଏ |

ଏହିଦିନ ମାତା ଲଷ୍ମୀଙ୍କର ମନ୍ତ୍ର ସାରା ରାତି ରହି ମଧ୍ୟ ଚାପିପାରିବେ | ଏହା କରିବା ଦ୍ୱାରା ମାତା ଲଷ୍ମୀ ଆପଣଙ୍କୁ ସୁଖ, ସମୃଦ୍ଧି, ଧନ, ଯଶ, ଆଇସୋଯ୍ୟ ସବୁକିଛି ପ୍ରଦାନ କରିଥାନ୍ତି | ଏବଂ ଏହା ମଧ୍ୟ ଶାସ୍ତ୍ରରେ ଅଛି କି ଏହି ଦିନ ମାତା ଲଷ୍ମୀଙ୍କ ସହ ଟଙ୍କା ଭଉଣୀ ଦରିଦ୍ରତା ମଧ୍ୟ ପୃଥିବୀ ପୃଷ୍ଟକୁ ବ୍ରହ୍ମଣ କରିବାକୁ ଆସିଥାନ୍ତି | ଯେଉଁଘରେ ସଫା ସୁତୁରା ଥିବ ସେହି ଘରେ ମାତା ଲଷ୍ମୀ ବାସ କରିଥାନ୍ତି ଏବଂ ଯେଉଁ ଘରେ ଅପରିଷ୍କାର ଆବର୍ଜନା ହୋଈ ପଡିଥାଏ ସେହି ଘରେ ଦରିଦ୍ରତା ବାସ କରିଥାନ୍ତି | ମାତା ଲଷ୍ମୀଙ୍କର ମାର୍ଗ ଧନ, ସମୃଦ୍ଧି ଆଡ଼କୁ ହୋଇଥାଏ | କିନ୍ତୁ ମାତା ଅଲଷ୍ମୀଙ୍କର ମାର୍ଗ ଦାରିଦ୍ରତା, ପତନ, ଅନ୍ଧକାର ଆଡ଼କୁ ଯାଇଥାଏ | ତେଣୁ ଧ୍ୟାନ ରଖିବେ ଏହିଦିନ ଆପଣଙ୍କ ଘର ଯେମିତି ସଫା ସୁତୁରା ହେବ ଦରକାର |

ଧନତେରସ ଦିନ ପ୍ରାୟତଃ ମିଠା ଜିନିଷ ହିଁ ଭୋଗ କରାଯାଇଥାଏ | ପ୍ରାୟତଃ ଧନିଆ ଏବଂ ଗୁଡ଼କୁ ମିଶାଇ ଭୋଗ ପ୍ରସ୍ତୁତ କରିଥାନ୍ତି | ଏହିଦିନ ମହୁ, ଦହି, କ୍ଷୀର , ଘିଅ, ଚିନି କୁ ମିଶାଇ ପଞ୍ଚାମୃତ ତିଆରି କରାଯାଇଥାଏ | ଏହା ଛାଡ଼ ଧନତେରସ ଦିନ ଅନେକ ପ୍ରକାରର ଭୋଜନ ପ୍ରସ୍ତୁତ ହୋଇଥାଏ | ଗାଜର ହାଲୁଆ, କାଜୁ ବରଫି, କ୍ଷୀରି, ଲଡ଼ୁ ଏମିତି ଅନେକ ଭୋଜନ ତିଆରି ହୋଇଥାଏ | ଆୟୁ୍ବେଦିକ ଏହା କୁହାଯାଇଛି ଯେ କାର୍ତ୍ତିକ ମାସରେ କଳାର ଖାଇବା ମନା କରାଯାଇଛି | ଏବଂ ଶ୍ରାବଣ ମାସରେ ଜିରା ଏବଂ ବାଇଗଣ ଖାଇବା ମନା କରାଯାଇଛି | କୋୖଣସି ବି ତ୍ରୋୟୋଦାଶି ରେ ବାଇଗଣ ଖାଇବା ବର୍ଜନ କରାଯାଇଛି |

Leave a Reply

Your email address will not be published. Required fields are marked *