ଧନତେରସ ଦିନ ୧୩ ଟି ଦୀପ ଜଳାଇ ୧୩ ଥର ପଢ଼ନ୍ତୁ ଏହି ମନ୍ତ୍ର , ପୂରଣ ହେବ ସବୁ ଇଚ୍ଛା

ହିନ୍ଦୁ ଧର୍ମରେ ଦୀପାବଳି ପର୍ବର ଅନେକ ମହତ୍ତ୍ୱ ରହିଛି । ଏହି ଦିନ କିଛି ଖାସ ଉପାୟ କରି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସହିତ ସବୁ ସମସ୍ୟା ମଧ୍ୟ ଦୂର କରାହୁଏ । ତେବେ ଚଳିତ ବର୍ଷ ୨୦୨୨ ରେ ତ୍ରୟୋଦଶୀ ତିଥି ଅକ୍ଟୋବର ୨୨ ସନ୍ଧ୍ୟା ୦୬.୦୫ ଆରମ୍ଭ ହୋଇ ଅକ୍ଟୋବର ୨୩ ସନ୍ଧ୍ୟା ୦୬.୦୦ ରେ ଶେଷ ହେବ । ତେଣୁ ଏହିଦିନ ଦିନ ସାରା କରାଯାଇଥିବା କ୍ରୟ ଅତ୍ୟନ୍ତ ଫଳଦାୟୀ ହେବ । ୨୩ ତାରିଖ ଦିନ ପୂଜା ମୁହୁର୍ତ୍ତ ୦୫.୪୪ ଠାରୁ ୦୬.୦୫ ପର୍ଯ୍ୟନ୍ତ ରହିଛି । ଏହି ସମୟ ମଧ୍ୟରେ ଆପଣ ପୂଜା ସମ୍ପନ୍ନ କରି ପାରିବେ । କାରଣ ଉପଯୁକ୍ତ ମୁହୂର୍ତ୍ତରେ କରାଯାଇଥିବା ପୂଜାର ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହିଦିନ ଧନ ସମ୍ପଦରେ ଉନ୍ନତି ପାଇଁ ମାତା ଲକ୍ଷ୍ମୀଙ୍କ ପୂଜା ହୋଇଥାଏ । ମାତା ଲକ୍ଷ୍ମୀ ମାନ ସମ୍ମାନ ଏବଂ ଧନ ସମୃଦ୍ଧିର ଦେବୀ ଅଟନ୍ତି ।

ତେବେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ ସାଥିରେ ଭଗବାନ ଗଣେଶଙ୍କୁ ମଧ୍ୟ ମିଳିତ ଭାବରେ ପୂଜା କରିବା ଉଚିତ । କାରଣ ମାତା ଲକ୍ଷ୍ମୀ ଧନର ଦେବୀ ହୋଇଥିବା ବେଳେ ଗଣେଶ ସିଦ୍ଧି ଏବଂ ସମୃଦ୍ଧିର ଦେବତା । କେବଳ ମାତା ଲକ୍ଷ୍ମୀଙ୍କ ପୂଜା କଲେ ପୂଜା ପୂର୍ଣ୍ଣ ହୋଇ ନଥାଏ । ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଗୋଟିଏ ଘିଅ ଦୀପ ଏବଂ ଅନ୍ୟଟି ତିଳରେ ଦୀପ ଜଳାନ୍ତୁ । ମାତ୍ର ତାହା ଅଖଣ୍ଡ ହେବା ଉଚିତ ଅର୍ଥାତ ରାତିସାରା ଜାଳିବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ଘରକୁ ଧନ ଧାନ୍ୟରେ ପରିପୂର୍ଣ୍ଣ କରି ଦିଅନ୍ତି ।

ଦୀପାବଳି ଦିନ ଘରର ମୁଖ୍ୟଦ୍ୱାରରେ ମାତାଙ୍କ ପାଦ ଚିହ୍ନ ଆଙ୍କିବା ଉଚିତ । ଏହାଦ୍ବାରା ମାତା ପ୍ରସନ୍ନ ହୁଅନ୍ତି । ଦୀପାବଳି ଦିନ ମଧ୍ୟରାତ୍ରରେ ମାତା ଲକ୍ଷ୍ମୀ ନିଜର ଆଠଟି ସ୍ୱରୂପ ସହିତ ଆସିଥାନ୍ତି । ଏହିଦିନ ରାତି ସାରା ଉଜଗାର ରହିବାର ମାନ୍ୟତା ରହିଛି । ଏହାର ଶାସ୍ତ୍ରୀୟ ମାନ୍ୟତା ଅନୁଯାୟୀ ଯେଉଁ ବ୍ୟକ୍ତି ଦୀପାବଳି ଦିନ ରାତି ସାରା ଉଜାଗର ରହିଥାଏ ସେହି ବ୍ୟକ୍ତି ଉପରେ ମାତାଙ୍କ ବିଶେଷ କୃପା ପଡ଼ିଥାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ । ଯେଉଁ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ସେହି ଶାନ୍ତି ସୌହାର୍ଦ୍ଦ୍ୟ ଏବଂ ଧନରେ ଭରପୁର ରହିଥାଏ । ସେହି ଘରେ ସର୍ବଦା ସକାରାତ୍ମକ ବାତାବରଣ ରହିଥାଏ ।

ମାତ୍ର ଦୀପାବଳି ଦିନ ରାତିରେ ବେକାର କାମରେ ନିୟୋଜିତ ହୋଉ ଉଜାଗର ରହିବା ଉଚିତ ନୁହେଁ । କେବଳ ମାତାଙ୍କୁ ସୁମରଣା କରି ଏବଂ ମନରେ ନିଷ୍ଠା ନେଇ ଉଜାଗର ରହିବା ଉଚିତ । କାରଣ ଏହି ସମୟ ମାତାଙ୍କୁ ଆମନ୍ତ୍ରିତ କରିବାର ସଠିକ ଏବଂ ଉପଯୁକ୍ତ ସମୟ ଅଟେ । କୌଣସି ଉପାୟ ସେତେବେଳେ ସୁଫଳ ହୋଇଥାଏ ଯେତେବେଳେ ତାହାକୁ ନିଷ୍ଠାର ସହିତ କରାଯାଏ । ତେଣୁ ମନରେ ନିଷ୍ଠା ନେଇ ମାତାଙ୍କୁ ପ୍ରାର୍ଥନା କରିବା ଉଚିତ । ମାତା ଲକ୍ଷ୍ମୀ ସାଧରଣତଃ ସେହି ଘରେ ରହିଥାନ୍ତି ଯେଉଁମାନେ କଠିନ ପରିଶ୍ରମ ଏବଂ ସଚ୍ଚଟତା ରହିଥାଏ । ଯେଉଁଠି ଅନୈତିକ କାର୍ଯ୍ୟ ହେଉଥାଏ ସେଠାରେ ମାତା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ ।

ତେଣୁ ଦୀପାବଳି ଦିନ ମଧ୍ୟରାତ୍ରରେ ନାଲି କିମ୍ବା ହଳଦିଆ ବସ୍ତ୍ର ଧାରଣ କରି ପୂର୍ବ ଦିଗକୁ ମୁହଁ କରି ଏକ ବଡ଼ ଘିଅ ଦୀପ ଜଳାନ୍ତୁ । ଏହାପରେ ପୂର୍ବକୁ ମୁହଁ କରି ମାତାଙ୍କ ପୂଜା ବିଧି କରନ୍ତୁ । ଉତ୍ତରକୁ ମୁହଁ କରି ‘ ଓଁ ହ୍ରୀଂ ଶ୍ରୀଙ୍ଗ ମହାଲକ୍ଷ୍ମୈ ନମଃ ‘ ଏହି ମନ୍ତ୍ରର ଜପ କରନ୍ତୁ । ଏଥିପାଇଁ ରୁଦ୍ରାକ୍ଷ ମାଳାର ବ୍ୟବହାର କରନ୍ତୁ । ବିନା ମାଳାରେ ବି ଆପଣ ଜପ କରି ପାରିବେ । ଏହାଦ୍ବାରା ଦୁର୍ଭାଗ୍ୟ ଦୂର ହୋଇଥାଏ ଏବଂ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏହାବ୍ୟତୀତ ଦୀପାବଳି ଦିନ ୧୩ ଟି ଦୀପ ଜାଳିବାର ବିଧାନ ରହିଛି । ଯାହାଦ୍ୱାରା ଘରକୁ ସକାରାତ୍ମକତା ଏବଂ ସୌଭଗ୍ୟ ପ୍ରବେଶ କରିଥାଏ । ଯେଉଁ ଘରେ ଆପରିସ୍କାର ରହିଥାଏ ସେହି ଘରକୁ ମାତା ଲକ୍ଷ୍ମୀ ନୁହଁନ୍ତି ବରଂ ଲକ୍ଷ୍ମୀଙ୍କ ଭଉଣୀ ଦରିଦ୍ରା ପ୍ରବେଶ କରିଥାନ୍ତି ।

Leave a Reply

Your email address will not be published. Required fields are marked *