ଧନତେରସ ଦିନ କେବଳ ଅଳ୍ପ ଚାଉଳ ଏବଂ ମୁଦ୍ରା ଦ୍ୱାରା କରି ଦିଅନ୍ତୁ ଏହି ଉପାୟ , ଘରକୁ ଆସିବେ ମାତା ଲକ୍ଷ୍ମୀ

ଦୀପାବଳି ଦିନ ଅନେକ ଜିନିଷ କିଣିବାର ବିଧାନ ରହିଛି । କାରଣ ପୂଜା ପୂର୍ଣ୍ଣ ଭାବରେ କରିବା ପାଇଁ ଅନେକ ଜିନିଷର ଆବଶ୍ୟକତା ରହିଥାଏ । କିନ୍ତୁ କେବଳ ଚାନ୍ଦି ଆଣିବା ଦ୍ୱାରା ମଧ୍ୟ ଅନେକ ଲାଭ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ମାତାଙ୍କୁ ପ୍ରସନ୍ନ କରିବା ପାଇଁ କେବଳ ଚାଉଳ ଆବଶ୍ୟକ ମାତ୍ର ଯାହା ଭଙ୍ଗୁର ନହେବା ଆବଶ୍ୟକ । ଏହି ଧନତେରସ ଠାରୁ ଯଦି ଆପଣ ଆର୍ଥିକ ଲାଭ ପାଇବାକୁ ଚାହାଁନ୍ତି ତେବେ ପାଣି ପାତ୍ର କିଣନ୍ତୁ । ଏହାଦ୍ବାରା ଜୀବନରେ ଆର୍ଥିକ ଲାଭ ହୋଇଥାଏ । ଯଦି ବ୍ୟବସାୟରେ ଲାଭ ଚାହୁଁଥାନ୍ତି ତେବେ ଧାତୁ ନିର୍ମିତ ଦୀପ କିଣନ୍ତୁ ।

ଦୀପାବଳି ପୂଜା ପାଇଁ ଏହି ଜିନିଷ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଯଦି ସନ୍ତାନ ସମ୍ବନ୍ଧୀୟ କୌଣସି ସମସ୍ୟାର ସମାଧାନ ଚାହୁଁଥାନ୍ତି ତେବେ ଖାଲି ପାତ୍ର କିଣନ୍ତୁ । ଯଦି ଆପଣ ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଛନ୍ତି ତେବେ ଧାତୁ ନିର୍ମିତ ଘଣ୍ଟି କିଣନ୍ତୁ । ଯଦି ଆପଣ ଘରେ ସୁଖ ଶାନ୍ତି ସମୃଦ୍ଧି ଚାହୁଁଛନ୍ତି ତେବେ ରୋଷେଇ କରିବା ନିମନ୍ତେ ବାସନ କିଣନ୍ତୁ । ଏହାଦ୍ବାରା ପ୍ରେମ ବଢ଼ିଥାଏ । ଦୀପାବଳି ଦିନ ଏହି ମୁଦ୍ରାକୁ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଅର୍ପିତ କରନ୍ତୁ ଏବଂ ଆଗାମୀ ଦିନ ସେହି ମୁଦ୍ରାକୁ ଘରେ ରଖିଥିବା ଚାଉଳରେ ଦବାଇ ଦିଅନ୍ତୁ ।

ଧନତେରସ ଦିନ ଭଗବାନ କୁବେର ଏବଂ ଧନମନ୍ତ୍ରୀଙ୍କର ବିଶେଷ ଭାବରେ ପୂଜା କରିବା ଉଚିତ । ଧନମନ୍ତ୍ରୀ ଏବଂ କୁବେରଙ୍କ ମୂର୍ତ୍ତିକୁ ଉତ୍ତର ଦିଗରେ ରଖି ପୂଜା କରନ୍ତୁ । ଏହାପରେ ଏକ ଦୀପ ଜାଳି ମିଠାଇ ଅର୍ପିତ କରନ୍ତୁ । ଏହାପରେ ଓଁ କୁବେରାୟ ନମଃ ଏହି ମନ୍ତ୍ରର ଜପ 108 ଥର କରନ୍ତୁ । ତାପରେ ଧନମନ୍ତ୍ରୀ ସ୍ତୋତ୍ରର ପାଠ କରନ୍ତୁ । ଏହାପରେ ପ୍ରସାଦ ଗ୍ରହଣ କରନ୍ତୁ । ଭଗବାନ କୁବେର ଏବଂ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଜିନିଷ ଆଣିବା ଉଚିତ ।

୧ . ଏହିଦିନ ମାତା ଲକ୍ଷ୍ମୀଙ୍କ ବାହନ ପେଚାର ଫୋଟ ନିଶ୍ଚୟ ଘରକୁ ଆଣନ୍ତୁ । ଏହାକୁ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ନକରାତ୍ମକତା ନଷ୍ଟ ହୋଇଥାଏ ।

୨ . ଏହି ଦିନ ପାନ ପତ୍ର ମଧ୍ୟ ଘରକୁ ନେଇ ଆସନ୍ତୁ । ଧନତେରସ କିମ୍ବା ଦୀପାବଳି ପୂଜାରେ ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

୩ . ଧନତେରସ ଦିନ ତେରଟି ଦୀପ କିମ୍ବା ଦୀପ ମାଳିକା ଜାଳିବାର ବିଧାନ ରହିଛି । ନଚେତ ପାଞ୍ଚଟି ଦୀପ ଜାଳି ପାରିବେ । ଯଦି ଆପଣ ଏକ ଥାଳିରେ ତେରଟି ଦୀପ ରଖୁଛନ୍ତି ତେବେ ତେରଟି କଉଡ଼ି ରଖନ୍ତୁ । ମାତ୍ର ଯଦି ଆପଣ ପାଞ୍ଚଟି ଦୀପ ଜାଳୁଛନ୍ତି ତେବେ ପାଞ୍ଚଟି କଉଡ଼ି ରଖନ୍ତୁ । ଏହାପରେ ତେରଟି ଦୀପକୁ ତେରଟି ଭିନ୍ନ ଭିନ୍ନ ସ୍ଥାନରେ ରଖି ଦିଅନ୍ତୁ । ଏହାବ୍ୟତୀତ କଉଡ଼ିକୁ ଚାରିଟି କୋଣରେ ଦବାଇ ଦିଅନ୍ତୁ । ଆଉ ଗୋଟିଏକୁ ପୂଜା ସ୍ଥାନରେ ରଖି ଦିଅନ୍ତୁ ।

ଏହିସବୁ ଉପାୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଘରକୁ ସୁଖ ସମୃଦ୍ଧି ଆସିଥାଏ ।

Leave a Reply

Your email address will not be published. Required fields are marked *