୨୩ ଅକ୍ଟୋବର ରାଶିଫଳ ୨୦୨୨: ଚନ୍ଦ୍ର ଗ୍ରହର ୬ ଗୋଟି ରାଶି ଉପରେ ରହିବ ପ୍ରଭାବ।ଜାଣନ୍ତୁ ଦୈନିକ ରାଶିଫଳ।

ଆମେ ଆପଣଙ୍କୁ ୨୩ ଅକ୍ଟୋବର ରବିବାର ଦିନର ରାଶିଫଳ କହିବାକୁ ଯାଉଛୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିପରି ରହିଛି।

ମେଷ ରାଶି :-ଆଜି ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ଲୋକେ ପ୍ରଭାବିତ ହେବେ। ଗାଡି ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ପ୍ରଭୁ ହନୁମାନଙ୍କ ମନ୍ଦିର ଯାଇ ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ, ଦେଖିବେ ଆପଣଙ୍କ ଜୀବନ ସୁଖମୟ ହୋଇଯିବ।

ବୃଷ ରାଶି :-କାର୍ଯ୍ୟସ୍ଥଳରେ ଅକାରଣରେ ସମସ୍ୟା ସୃଷ୍ଟି ହୋଇପାରେ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ରାଜକୀୟ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି।

ମିଥୁନ ରାଶି :-ଲମ୍ବା ସମୟରୁ ଚାଲିଥିବା ବିବାଦ ଦୂର ହୋଇଯିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବାକୁ ପଡ଼ିବ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସମ୍ପର୍କୀୟଙ୍କ ସହିତ ଭ୍ରମଣରେ ଯାଇ ପାରନ୍ତି। କୌଣସି କଠିନ କାର୍ଯ୍ୟ କରନ୍ତୁ ନାହିଁ। ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ, ପୁଣ୍ୟ ପ୍ରାପ୍ତି ହେବ।

ସିଂହ ରାଶି :-ଅଜାଣତରେ ହୋଇଥିବା ଭୁଲ ଆପଣଙ୍କୁ ସମସ୍ୟାରେ ପକାଇ ପାରେ। ପିତାଙ୍କ ସହିତ ବିବାଦ ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। କୌଣସି କଠିନ ପରିସ୍ଥିତି ସମୟରେ ଆପଣଙ୍କୁ ନିଜ ବୁଦ୍ଧି ପ୍ରୟୋଗ କରିବା ଆବଶ୍ୟକ।

କନ୍ୟା ରାଶି :-କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। କାର୍ଯ୍ୟକ୍ଷେତ୍ରରେ କର୍ମଚାରୀ ମାନେ ଆପଣଙ୍କୁ ସହଯୋଗ କରିବେ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ।

ତୁଳା ରାଶି :-ଆପଣଙ୍କୁ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ଆପଣଙ୍କ ଶତ୍ରୁ ସକ୍ରିୟ ରହିବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ।

ବିଛା ରାଶି :-ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।ପିତାମାତା ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ କରିବେ।

ଧନୁ ରାଶି :-ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। କୁସଂଗ ଠାରୁ ଦୂରେଇ ରୁହନ୍ତୁ। ପୁରୁଣା ରୋଗ ଦେଖା ଦେଇପାରେ। ଶାରୀରିକ ଓ ମାନସିକ ରୂପରେ ଆପଣ ସ୍ଥିର ରହିବେ। ଆୟରେ ବୃଦ୍ଧି ହେବ। ବ୍ୟବସାୟରେ ଲାଭବାନ ହେବେ।

ମକର ରାଶି :-ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବ। ବାହନ ସୁଖ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

କୁମ୍ଭ ରାଶି :-ଧାର୍ମିକ ଅନୁଷ୍ଠାନରେ ଆପଣ ରୁଚି ରଖିବେ। ଶାରୀରିକ କଷ୍ଟ ଅନୁଭବ ହୋଇପାରେ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରିବେ। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତ ହେବ। ଶାରୀରିକ କଷ୍ଟ ସବୁ ଦୂର ହୋଇଯିବ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି କରିବେ ନାହିଁ।

ମୀନ ରାଶି :-ଆପଣଙ୍କୁ କୌଣସି କାର୍ଯ୍ୟ କରିବା ସମୟରେ ନିବର ବୁଦ୍ଧି ଓ ବିବେକ ପ୍ରୟୋଗ କରିବା ଆବଶ୍ୟକ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ।

Leave a Reply

Your email address will not be published. Required fields are marked *